ETV Bharat / politics

ସରିଲା ବିଜେପିର କାର୍ଯ୍ୟକାରିଣୀ: ୫ ପ୍ରସ୍ତାବରେ ବାଜିଲା ମୋହର, '24 ଘଣ୍ଟା କାମ କରିବେ ମୁଖ୍ୟମନ୍ତ୍ରୀ' - BJP Executive Meeting

author img

By ETV Bharat Odisha Team

Published : Jul 20, 2024, 9:37 PM IST

BJP Executive Meeting: କାର୍ଯ୍ୟକାରିଣୀ ବୈଠକରେ ରାଜନୈତିକ ଚିଠା ପ୍ରସ୍ତାବ ପାରିତ କଲା ବିଜେପି । 5 ପ୍ରସ୍ତାବ ଉପରେ ମୋହର ବାଜିଛି । ପଢନ୍ତୁ ପୂରା ଖବର ।

BJP Executive Meeting
BJP Executive Meeting (ETV Bharat Odisha)

ପୁରୀ: ସରିଲା ବିଜେପିର ଦୁଇ ଦିନିଆ କାର୍ଯ୍ୟକାରିଣୀ ବୈଠକ । ଦ୍ଵିତୀୟ ଦିନରେ ରାଜନୈତିକ ଚିଠା ପ୍ରସ୍ତାବ ପାରିତ କଲା ବିଜେପି । 5 ପ୍ରସ୍ତାବ ଉପରେ ମୋହର ମାରିଲା କାର୍ଯ୍ୟକାରିଣୀ । ଏନେଇ ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ କହିଛନ୍ତି, "ସନ୍ତୁଳିତ, ସାମଗ୍ରିକ ଏବଂ ସମତୁଲ ବିକାଶ ଉପରେ ଗୁରୁତ୍ଵ ଦିଆଯାଇଛି । ଦୁର୍ନୀତି ମୁକ୍ତ, ସ୍ୱଚ୍ଛ ଶାସନ ପାଇଁ ନିଆଗଲା ସଂକଳ୍ପ । 2036କୁ ଟାର୍ଗେଟ ରଖି 12 ବର୍ଷର ରୋଡ୍ ମ୍ୟାପ ପ୍ରସ୍ତୁତ କରିଛି ଦଳ । ତୃଣମୂଳ ସ୍ତରରୁ ମୁଖ୍ୟମନ୍ତ୍ରୀଙ୍କ ପର୍ଯ୍ୟନ୍ତ 12 ହଜାର କର୍ମୀ 24 ଘଣ୍ଟା କାମ କରିବେ ।"

ଚିଠା ପ୍ରସ୍ତାବ ଗୁଡିକ କ'ଣ କ'ଣ?

"ବିକଶିତ ଓଡ଼ିଶା ପାଇଁ 12 ବର୍ଷର ରୋଡ୍ ମ୍ୟାପ ପ୍ରସ୍ତୁତ କଲା ଦଳ । 2036 ସୁଦ୍ଧା ଆଧୁନିକ ଓଡ଼ିଶା, ବିକଶିତ ଓଡ଼ିଶା ଗଠନ ପାଇଁ ଲକ୍ଷ୍ୟ ରଖିଛି ବିଜେପି । ଯେମିତି କୋଣାର୍କ ସୂର୍ଯ୍ୟ ମନ୍ଦିର ନିର୍ମାଣ ପାଇଁ 12 ବର୍ଷ ଲାଗିଥିଲା । 12ଶହ ବଢେଇ 12 ବର୍ଷର ଅକ୍ଲାନ୍ତ ପରିଶ୍ରମରେ କୋଣାର୍କ ମନ୍ଦିର ନିର୍ମାଣ କରିଥିଲେ । ସେମିତି ବିଜେପି ମଧ୍ୟ 12 ବର୍ଷ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରିଛି । ଆଗାମୀ 12 ବର୍ଷ ଭିତରେ ତୃଣମୂଳ ସ୍ତରରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀ ପର୍ଯ୍ୟନ୍ତ 12 ହଜାର କର୍ମକର୍ତ୍ତା ନୂଆ ଓଡ଼ିଶା ଏବଂ ଆଧୁନିକ ଓଡ଼ିଶା ଗଠନ କରିବେ । 2036 ସୁଦ୍ଧା ଓଡ଼ିଶା ଯେତେବେଳେ 100 ବର୍ଷ ପୂର୍ତ୍ତି ପାଳନ କରୁଥିବ, ସେତେବେଳେ ବିକଶିତ ଏବଂ ଆଧୁନିକ ଓଡ଼ିଶା ଗଠନ କରିବା ପାଇଁ କାର୍ଯ୍ୟକାରିଣୀରେ ସଂକଳ୍ପ ନେଇଛି ବିଜେପି । ସେହିପରି କାର୍ଯ୍ୟକାରିଣୀ ବୈଠକରେ କଂଗ୍ରେସର ଆଚରଣ ଏବଂ ଉଚ୍ଚାରଣକୁ ନିନ୍ଦା କଲା ବିଜେପି । କଂଗ୍ରେସର ଆଚରଣ ସାରା ଭାରତ ବର୍ଷକୁ ବ୍ୟଥିତ କରିଛି । କଂଗ୍ରେସ ନେତା ରାହୁଲ ଗାନ୍ଧୀ ହିନ୍ଦୁ ସମାଜକୁ ହିଂସ୍ର କହିବାକୁ ନିନ୍ଦା କଲା କାର୍ଯ୍ୟକାରିଣୀ" ବୋଲି କହିଛନ୍ତି ମନ୍ତ୍ରୀ ।

ସମ୍ବିଧାନ ହତ୍ୟା ପ୍ରସଙ୍ଗ:
ଏହି ପ୍ରସଙ୍ଗରେ ମନ୍ତ୍ରୀ କହିଛନ୍ତି, "ଜରୁରୀ ପରିସ୍ଥିତି ପାଇଁ ଜୁନ 25କୁ କଳା ଦିବସ ଭାବେ ପାଳନ କରୁଥିଲା ବିଜେପି । ଗଣତନ୍ତ୍ରକୁ ହତ୍ୟା କରିଥିବା ଲୋକମାନେ ଆଜି ଗଣତନ୍ତ୍ରର ବାର୍ତ୍ତାବହ ହେବା ପାଇଁ ଚେଷ୍ଟା କରୁଛନ୍ତି । 25 ଜୁନକୁ ସରକାରୀ ସ୍ତରରେ ଗଣତନ୍ତ୍ର ହତ୍ୟା ଦିବସ ଭାବେ ପାଳନ କରିବା ପାଇଁ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ପାଇଁ କାର୍ଯ୍ୟକାରିଣୀରେ ପ୍ରଶଂସା କରିବା ସହ ସ୍ବାଗତ କରାଯାଇଛି ।"

ଏହା ବି ପଢନ୍ତୁ...ନଡ୍ଡାଙ୍କ ମନ୍ତବ୍ୟ ପରେ ବିଜେପିକୁ କଂଗ୍ରେସର ଜବାବ, ହତ୍ୟାକାରୀ ମୁହଁରେ ସମ୍ବିଧାନ ଶବ୍ଦ ଶୋଭା ପାଉନି - Congress Criticizes BJP

ଓଡ଼ିଆ ଅସ୍ମିତା ପ୍ରସଙ୍ଗ:

ସେହିପରି ଓଡ଼ିଆ ଅସ୍ମିତା ପ୍ରସଙ୍ଗରେ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, "ଓଡ଼ିଶାର ଅସ୍ମିତା ଉପରେ ଆକ୍ରମଣ କରିଥିଲା ବିଜେଡ଼ି । ଓଡ଼ିଶାର ଅସ୍ମିତାକୁ ରକ୍ତାକ୍ତ କରିଥିଲା ବିଜେଡ଼ି । ତେବେ ଓଡ଼ିଶା ଅସ୍ମିତାକୁ ଆଗାମୀ ଦିନରେ ରକ୍ଷା କରିବା ସହ ଆହୁରି ରୁଦ୍ଧିମନ୍ତ କରି ବିଶ୍ଵ ସ୍ତରରେ ପହଞ୍ଚାଇବା ପାଇଁ କାର୍ଯ୍ୟକାରିଣୀ ବୈଠକରେ ରାଜନୈତିକ ଚିଠା ପ୍ରସ୍ତାବ ଆଗତ ହୋଇଛି । ଆଗାମୀ ଦିନରେ କେବଳ ବିକାଶ ନୁହେଁ, ଓଡ଼ିଶାର ଅସ୍ମିତାକୁ ମଧ୍ୟ ବିଶ୍ଵ ଦରବାରରେ ପହଞ୍ଚିବା ପାଇଁ କର୍ମକର୍ତ୍ତା ଲକ୍ଷ୍ୟ ରହିବେ । ବିଜେଡି ସରକାର 5T ନାଁରେ ବର୍ଷକୁ 50 ହଜାର କୋଟି ଟଙ୍କାରୁ ଅଧିକ ଟଙ୍କା ଲୁଟୁଥିଲା । ସାରା ଭାରତରେ ସ୍ପଷ୍ଟ ଦିବାଲୋକରେ ଦୁର୍ନୀତି କରିବାର ଏନ୍ତୁଡ଼ି ଶାଳ ଥିଲା ଓଡ଼ିଶା । ତେଣୁ ସ୍ୱଚ୍ଛ, ଦୁର୍ନୀତି ମୁକ୍ତ ଏବଂ ଲୋକାଭିମୁଖୀ ସରକାର ଦେବା ପାଇଁ ସଂକଳ୍ପ ନେଇଛି ବିଜେପି । ଧାଡ଼ିର ଶେଷରେ ଠିଆ ହୋଇଥିବା ବ୍ୟକ୍ତି ପାଖରେ ବିକାଶ ପହଞ୍ଚିବା ସରକାରଙ୍କର ପ୍ରାଥମିକତା ରହିବ । 24 ଘଣ୍ଟା ପରିଶ୍ରମ କରିବ ମୋହନ ମାଝୀ ସରକାର ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.