ETV Bharat / politics

ବିଜେପି ନିଶାନାରେ ପାଣ୍ଡିଆନ, 5T ନାଁରେ 40 ହଜାର କୋଟି ଦୁର୍ନୀତି ! - bjp targets vk pandian - BJP TARGETS VK PANDIAN

BJP TARGETS VK PANDIAN: 5T ନାଁରେ 40 ହଜାର କୋଟି ଦୁର୍ନୀତି ହୋଇଥିବା ଅଭିଯୋଗ ଆଣିଲା ବିଜେପି । 5T ପ୍ରଚାର ପାଇଁ ଖର୍ଚ୍ଚ ହୋଇଥିବା 500 କୋଟି ଟଙ୍କା ବିଜେଡ଼ି ପାଖରୁ ଆଦାୟ କରାଯାଉ ବୋଲି ଦାବି କରିଛି ଦଳ । ସେହିପରି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଗୋପବନ୍ଧୁ ଦାସଙ୍କ ବହିଷ୍କାର କରିବା ପାଇଁ ପ୍ରଶ୍ନ ଉଠାଇଲା ଦଳ । ଅଧିକ ପଢନ୍ତୁ

ବିଜେପି ନିଶାନାରେ ପାଣ୍ଡିଆନ, 5T ନାଁରେ 40 ହଜାର କୋଟି ଦୁର୍ନୀତି !

author img

By ETV Bharat Odisha Team

Published : Apr 18, 2024, 9:49 PM IST

ବିଜେପି ନିଶାନାରେ ପାଣ୍ଡିଆନ, 5T ନାଁରେ 40 ହଜାର କୋଟି ଦୁର୍ନୀତି !

ଭୁବନେଶ୍ବର: 5T ଏବଂ ପାଣ୍ଡିଆନଙ୍କୁ ପୁଣି ଟାର୍ଗେଟ କଲା ବିଜେପି । ବିଜେଡ଼ି ପ୍ରଚାର ପାଇଁ ବ୍ୟବହାର କରୁଥିବା ଏବେ 5T ମିସିଂ । 5T ପ୍ରଚାର ପାଇଁ ଖର୍ଚ୍ଚ ହୋଇଥିବା 500 କୋଟି ଟଙ୍କା ବିଜେଡ଼ି ପାଖରୁ ଆଦାୟ କରାଯାଉ ବୋଲି ବିଜେପିର ଦାବି । ଏନେଇ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି ବିଜେପି ମୁଖପାତ୍ର ଅନିଲ ବିଶ୍ଵାଳ । 5T ନାଁରେ 40 ହଜାର କୋଟି ଦୁର୍ନୀତି ହୋଇଥିବା ନେଇ ଅଭିଯୋଗ କରିଛି ଦଳ । ଏହା ଉପରେ ତଦନ୍ତ କରାଯାଉ ବୋଲି କହିଛି ବିଜେପି ।

ଏହି 40 ହଜାର କୋଟି ଟଙ୍କା ଆଦାୟ କରି ରାଜ୍ୟ ରାଜକୋଷରେ ଭରଣା କରାଯାଉ । କାରଣ 5T ଦ୍ୱାରା ଓଡିଶା ଲୋକମାନଙ୍କର କିଛି ଲାଭ ହୋଇନାହିଁ । ରାଜ୍ୟରେ ଯେତେ ଦୁର୍ନୀତି ହୋଇଛି ସବୁଠାରୁ ବଡ଼ ମେଗା ଦୁର୍ନୀତି ହେଉଛି ଏହି 5T । ପରିକ୍ରମା ପ୍ରକଳ୍ପ, ସ୍କୁଲ ଓ କଲେଜ ମାନଙ୍କରେ ରଙ୍ଗ ଲଗାଇ, ଲକ୍ଷ୍ମୀ ବସ, ଆମ ଓଡ଼ିଶା ନବୀନ ଓଡିଶା ଏବଂ ମାଣ୍ଡିଆ ମିଶନ ଏପରି ଅନେକ ଯୋଜନାରେ ଘୋଟାଲା କରାଯାଇଛି । ମୁଖ୍ୟମନ୍ତ୍ରୀ ଓଡ଼ିଶାର ଅଗଣତାନ୍ତ୍ରିକ ଶାସନକୁ ଲାଗୁ କରି ସମ୍ବିଧାନକୁ ନଷ୍ଟ କରିଦେଇଛନ୍ତି ।
ନିର୍ବାଚନ ପାଇଁ ଆଦର୍ଶ ଆଚରଣ ବିଧି ଲାଗୁ ହେବ ପରେ ବି 16 ମାର୍ଚ୍ଚରୁ ଏପ୍ରିଲ 8 ଯାଏଁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଅଫିସର ତାଲିକାରେ ଥିଲେ 5T ଅଧ୍ୟକ୍ଷ । ଏହା ଦ୍ବାରା ମୁଖ୍ୟମନ୍ତ୍ରୀ ଆଦର୍ଶ ଆଚରଣ ବିଧି ଉଲ୍ଲଙ୍ଘନ କରିଛନ୍ତି । ତେଣୁ ମୁଖ୍ୟମନ୍ତ୍ରୀ ନିର୍ବାଚନ ଲଢିବା ଉଚିତ୍ ନୁହେଁ ବୋଲି କହିଛି ବିଜେପି । 5T ମାଧ୍ୟମରେ ଜନ ପ୍ରତିନିଧି ମାନଙ୍କ କ୍ଷମତାକୁ କ୍ଷୁର୍ଣ୍ଣ କରାଯାଉଥିଲା । ଏଥିପାଇଁ ମୁଖ୍ୟମନ୍ତ୍ରୀ ଓଡ଼ିଶା ବାସୀଙ୍କୁ କ୍ଷମା ମାଗନ୍ତୁ ବୋଲି ବିଜେପିର ଦାବି ।

ଏହା ମଧ୍ୟ ପଢନ୍ତୁ......ମଞ୍ଚରେ ଧର୍ମେନ୍ଦ୍ରଙ୍କୁ ବିକାଶର ହିସାବ ମାଗିଲେ ପ୍ରଣବ - Pranab Targets Dharmendra

ସେହିପରି 5T ନାଁରେ ଓଡ଼ିଆ ଅସ୍ମିତାକୁ ଦଳିମକଚି ଦିଆଯାଇଥିଲା । ବିଜେଡ଼ି ଏହା କରିଥିବାରୁ ରାଜ୍ୟବାସୀଙ୍କୁ କ୍ଷମା ମାଗୁ ବୋଲି ବିଜେପି କହିଛି । ସେପଟେ ଗୋପବନ୍ଧୁ ଦାସ ଏବେ ବି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଅଛନ୍ତି । କିନ୍ତୁ ସେ ବିଜେଡ଼ି ପାଇଁ ଗତ ପଞ୍ଚାୟତ ନିର୍ବାଚନରେ ପ୍ରଚାର କରିଥିଲେ । ତେଣୁ ଗୋପବନ୍ଧୁ ଦାସ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ରହିପାରିବେ କି ? ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଗୋପବନ୍ଧୁ ଦାସଙ୍କ ବହିଷ୍କାର କରାଯାଉ ବୋଲି ଦାବି କରିଛି ବିଜେପି । ଯଦି ତାଙ୍କୁ ହଟା ନଯାଏ ତେବେ ସିଇଓଙ୍କ ପାଖକୁ ଯିବ ବିଜେପି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.