ETV Bharat / politics

ବୌଦ୍ଧରେ ବୁଥ ରିଗିଂ, ବିଜେଡି ବିରୋଧରେ ଅଭିଯୋଗ ଆଣିଲା ବିଜେପି - BJP rigging slur on BJD - BJP RIGGING SLUR ON BJD

BJP's booth rigging slur on BJD: ବୌଦ୍ଧ ଜିଲ୍ଲା କଣ୍ଟାମାଳ ନିର୍ବାଚନ ମଣ୍ଡଳୀରେ ବୁଥ ରିଗିଂ ଅଭିଯୋଗ । ଶାସକ ଦଳ ଇଙ୍ଗିତରେ ଏଭଳି କରାଯାଇଥିବା ଅଭିଯୋଗ ଆଣିଲା ବିଜେପି । ଅଧିକ ପଢନ୍ତୁ

ବୌଦ୍ଧରେ ବୁଥ ରିଗିଂ, ବିଜେଡି ବିରୋଧରେ ଅଭିଯୋଗ ଆଣିଲା ବିଜେପି
ବୌଦ୍ଧରେ ବୁଥ ରିଗିଂ, ବିଜେଡି ବିରୋଧରେ ଅଭିଯୋଗ ଆଣିଲା ବିଜେପି (ETV Bharat Odisha)
author img

By ETV Bharat Odisha Team

Published : May 22, 2024, 1:07 PM IST

ବୌଦ୍ଧରେ ବୁଥ ରିଗିଂ (ETV Bharat Odisha)

ବୌଦ୍ଧ: କନ୍ଧମାଳ ସଂସଦୀୟ କ୍ଷେତ୍ର ଅଧିନସ୍ଥ ବୌଦ୍ଧ ଜିଲ୍ଲାର କଣ୍ଟାମାଳ ନିର୍ବାଚନ ମଣ୍ଡଳୀରେ ବୁଥ ରିଗିଂ ଅଭିଯୋଗ । ପ୍ରଶାସନକୁ ହାତବାରିସି କରି ଶାସକ ବିଜେଡି ଦଳ ବୁଥ ରିଗିଂ କରିଥିବା ସାଂଘାତିକ ଅଭିଯୋଗ ଆଣିଛି ବିଜେପି । ଏନେଇ ମଙ୍ଗଳବାର ଏକ ସାମ୍ବାଦିକ ସମ୍ମିଳନୀରେ ବୌଦ୍ଧ ଜିଲ୍ଲା ବିଜେପି ପକ୍ଷରୁ ଅଭିଯୋଗ ହୋଇଛି । ମହେଶ୍ୱରପିଣ୍ଡା ଅଞ୍ଚଳରେ ଶାନ୍ତିପୂର୍ଣ୍ଣ ଭାବରେ ମତଦାନ ଚାଲିଥିବା ବେଳେ ନିର୍ବାଚନ ଦାୟିତ୍ବରେ ଥିବା ଅଧିକାରୀମାନେ ହଠାତ୍ ଅଧାରୁ ମତଦାନ ବନ୍ଦ କରିଦେଇଥିଲେ । ବିଜେପି ସପକ୍ଷରେ ଜନସମର୍ଥନ ଥିବା ଜାଣି ବିଜେଡି ପ୍ରାର୍ଥୀଙ୍କ ଇସାରରେ ସେଠାରେ ଭୋଟ ନ କରାଇଦେବା ପାଇଁ ଏପରି ଯୋଜନା କରିଥିବା ବିଜେପି ନେତା ଅଭିଯୋଗ କରିଛନ୍ତି ।

ସାଧାରଣ ନିର୍ବାଚନକୁ ଶାନ୍ତି ଶୃଙ୍ଖଳାର ସହିତ ସମାପନ ପାଇଁ ଜିଲ୍ଲା ପ୍ରଶାସନର ସବୁ ଉଦ୍ୟମ ସତ୍ତ୍ବେ ଅତ୍ୟନ୍ତ ସମ୍ବେଦନଶୀଳ ବୁଥରେ ଶାସକ ଦଳ ବ୍ୟାପକ ବିଶୃଙ୍ଖଳା ସୃଷ୍ଟି କରିଥିବା ବିଜେପି ଅଭିଯୋଗ କରିଛି । ଏଠାରେ ସୂଚନାଯୋଗ୍ୟ ଯେ, ମେ' ୨୦ରେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ଦିନ ପୂର୍ବାହ୍ନ ସାଢେ ୧ଟାରେ ମହେଶ୍ବର ପିଣ୍ଡା ବୁଥକୁ ନିର୍ବାଚନ ଦାୟିତ୍ଵରେ ଥିବା କର୍ମଚାରୀ ବନ୍ଦ କରିଦେଇଥିଲେ । ଏଥିରେ ଅସନ୍ତୋଷ ପ୍ରକାଶ କରି ଶହ ଶହ ଭୋଟର ବୁଥ ଆଗରେ ଧାରଣା ଦେଇଥିଲେ । ବିଳମ୍ବିତ ସନ୍ଧ୍ୟାରେ ସୁରକ୍ଷା ବାହିନୀ ଓ ପୋଲିଂ ପାର୍ଟି ଉକ୍ତ ବୁଥରୁ ଇଭିଏମ ମେସିନ ଧରି ବାହାରି ଆସିଥିଲେ ।

ଏହା ମଧ୍ୟ ପଢନ୍ତୁ: ଆସନ୍ତାକାଲି କଣ୍ଟାମାଳ ବିଧାନସଭାର ୨ ବୁଥରେ ପୁଣି ଭୋଟ୍, ଉତ୍ତେଜନା ଓ ବିଭ୍ରାଟ ଯୋଗୁଁ ସାନି ମତଦାନ - REPOLLING IN KANTAMAL CONSTITUENCY

ଏହା ଦେଖି ସେଠାରେ ଉପସ୍ଥିତ ଭୋଟରମାନେ ତୀବ୍ର ବିରୋଧ କରିଥିଲେ । ଫଳରେ ଆନ୍ଦୋଳନକାରୀମାନଙ୍କୁ ନିୟନ୍ତ୍ରଣ କରିବାକୁ ପୋଲିସ ପକ୍ଷରୁ ଲାଠିଚାର୍ଜ ହେବା ସହିତ ବ୍ଲାଙ୍କ ଫାୟାରିଂ କରାଯାଇଥିଲା । ଯେଉଁଥିରେ ଚାରି ନମ୍ବର ଜିଲ୍ଲା ପରିଷଦ ସଭ୍ୟଙ୍କ ସମେତ ଅନେକ ମହିଳା ପୁରୁଷ ଆହତ ହୋଇଥିବା ଅଭିଯୋଗ ହୋଇଛି । ଏ ସମ୍ପର୍କରେ ମନମୁଣ୍ଡା ଥାନାରେ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନଥିବା କଣ୍ଟାମାଳ ବିଜେପି ବିଧାୟକ ପ୍ରାର୍ଥୀ କହ୍ନେଇ ଚରଣ ଡାଙ୍ଗ ଅଭିଯୋଗ କରିଛନ୍ତି ।

ଏହାଛଡା ବିଜେଡି ଦଳର ଜଣେ କର୍ମୀକୁ ବୁଥଗୁଡ଼ିକରେ ସିସିଟିଭି ବ୍ୟବସ୍ଥା ପାଇଁ କିଭଳି ଅନୁମତି ଦିଆଗଲା ସେନେଇ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ପ୍ରଶାସନକୁ ହାତବାରିସି କରି ଶାସକ ଦଳର ଇଙ୍ଗିତରେ ଏଭଳି ବେଆଇନ କାର୍ଯ୍ୟ କରାଯାଇଥିବା ଅଭିଯୋଗ ହୋଇଛି । ଏନେଇ ବିଜେପି ମହେଶ୍ୱର ପିଣ୍ଡା ସହିତ କିରାସିରା ଓ କାଦପଦର ବୁଥରେ ସାନ ମତଦାନ ପାଇଁ ଦାବି କରିଥିବା ବେଳେ ନିର୍ବାଚନ ମଣ୍ଡଳୀର ୨୬ ଓ ୨୮ ନମ୍ବର ବୁଥରେ ପୁଣିଥରେ ମତଦାନ ପାଇଁ ନିର୍ବାଚନ କମିସନ ନିର୍ଦ୍ଦେଶ ଦେଇଛନ୍ତି ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.