ETV Bharat / politics

ବିଧାନସଭା ନିର୍ବାଚନ 2024; କାହାର ହେବ ନୂଆପଡା, କିଏ ମାରିବେ ବାଜି ?

author img

By ETV Bharat Odisha Team

Published : Mar 2, 2024, 10:07 PM IST

Odisha Assembly Election 2024: ନିର୍ବାଚନ ପୂର୍ବରୁ ନୂଆପଡା ବିଧାନସଭା କ୍ଷେତ୍ରରେ ରାଜନୀତି ସରଗରମ । ଗତ ୨୦ ବର୍ଷ ଧରି କ୍ଷମତାରୁ ଦୂରରେ ରହିଥିବା କଂଗ୍ରେସ ଆସନ ଅକ୍ତିଆର ପାଇଁ ଚେଷ୍ଟା କରୁଥିବା ବେଳେ ଆସନ ବଜାୟ ରଖିବା ଲକ୍ଷ୍ୟରେ ରହିଛି ବିଜେଡି । ଅଧିକ ପଢନ୍ତୁ

Odisha Assembly Election 2024
Odisha Assembly Election 2024

Odisha Assembly Election 2024

ନୂଆପଡା: ସାଧାରଣ ନିର୍ବାଚନର ତାରିଖ ନ ଘୋଷଣା ନ ହେଉଣୁ ସରଗରମ ହୋଇଛି ରାଜନୀତି । ପଶ୍ଚିମ ଓଡିଶାର ନୂଆପଡା ନିର୍ବାଚନ ମଣ୍ଡଳୀରେ ଦଳୀୟ ଟିକେଟ ପାଇଁ ଏବେଠୁ ରାଜନୀତି ସରଗରମ ହେବାରେ ଲାଗିଛି । ବିଜେଡି, ବିଜେପି ଓ କଂଗ୍ରେସ ସବୁଠି ନେତାଙ୍କ ଚାଲିଛି ଟିକଟ ପାଇଁ ଲବି । ଏଥି ପାଇଁ କିଏ ଭୁବନେଶ୍ବରରେ ଡେରା ପକାଇଛି ତ କିଏ ଗାଁ ଗାଁ ବୁଲି ଜନ ସମର୍ଥନ ଯୋଗାଡିବାରେ ଲାଗିଛନ୍ତି । ତେବେ ବିଗତ ନିର୍ବାଚନର ଟ୍ରେଣ୍ଡକୁ ଦେଖିଲେ ଜଣା ପଡେ ଯେ ନୂଆପଡାବାସୀ ପ୍ରତିଥର ନିଜର ବିଧାୟକଙ୍କୁ ପରିବର୍ତ୍ତନ କରିଛନ୍ତି ।

Odisha Assembly Election 2024
Odisha Assembly Election 2024

କେବେ ବିଜେଡି ତ କେବେ ବିଜେପି । ବିଜେଡି ବିଧାୟକ ରାଜେନ୍ଦ୍ର ଢୋଲକିଆ ଏହିଠାରୁ ୩ ଥର ନିର୍ବାଚିତ ହୋଇ ରାଜ୍ୟ କ୍ୟାବିନେଟରେ ମନ୍ତ୍ରୀ ମଧ୍ୟ ହୋଇଛନ୍ତି । ଏହାରି ମଧ୍ୟରେ ବିଧାୟକ ପ୍ରାର୍ଥୀ ରୂପେ ନିଜକୁ ପ୍ରସ୍ତୁତ କରି ଟିକେଟ ଲବିରେ ତିନି ପ୍ରମୁଖ ବିଜେପି,କଂଗ୍ରେସ, ବିଜେଡି ଦଳୀୟ ନେତା ଲାଗିପଡିଛନ୍ତି । ଗତ 2019 ନିର୍ବାଚନରେ ବିଜେପି ବିଧାୟକ ପ୍ରାର୍ଥୀ ହୋମସିଂ ମାଝୀଙ୍କ ଗତିବିଧି ଜଣାପଡୁନଥିବା ବେଳେ,ଶ୍ରମିକ ନେତା ଯଦୁମଣି ପାଣିଗ୍ରାହୀ, ବରିଷ୍ଠ ଆଇନଜୀବୀ ପ୍ରସନ୍ନ କୁମାର ପାଢୀ, ଖରିଆର ରୋଡ଼ ଏନଏସି ଚେୟାରମ୍ୟାନ ଶୋନିଆ ଜୈନ ଦଳୀୟ ଟିକେଟ ପାଇଁ ଲବି କରୁଥିବା ଜଣାପଡିଛି ।

Odisha Assembly Election 2024
Odisha Assembly Election 2024

କଣ କହୁଛନ୍ତି ଯଦୁମଣି ଓ ପ୍ରସନ୍ନ: - ଜିଲ୍ଲାରେ ଶ୍ରମିକ ନେତା ଭାବେ ପରିଚିତ ଯଦୁମଣି ପାଣିଗ୍ରାହୀ କହିଛନ୍ତି, "ଟିକେଟ ପାଇଁ ସେ ସମ୍ପୂର୍ଣ୍ଣ ଆଶାବାଦୀ ଅଛନ୍ତି । ଛାତ୍ର ଜୀବନରୁ ବିଜେପି ସହିତ ଜଡିତ ରହିଛି । ପ୍ରତିଟି ସମସ୍ୟା ଏବଂ ପ୍ରସଙ୍ଗକୁ ନେଇ ୨୦-୩୦ ବର୍ଷ ଧରି ନିରନ୍ତର ଲଢେଇ ଚାଲିଛି । ନୂଆପଡା ନିର୍ବାଚନ ମଣ୍ଡଳୀ ଏକ ନୂଆ ନେତୃତ୍ବ ଖୋଜୁଛି, ତେଣୁ ତାହା କେବଳ ବିଜେପି ହିଁ ପୂରଣ କରିପାରିବ ।"

ସେହିଭଳି ବରିଷ୍ଠ ଆଇନଜୀବୀ ପ୍ରସନ୍ନ କୁମାର ପାଢୀ କହିଛନ୍ତି, "ଦୀର୍ଘ ୪୦ ବର୍ଷ ଧରି ଲୋକଙ୍କ ସହିତ ରହିଛି ଆଉ କାମ ମଧ୍ୟ କରିଛି । ଏହା ସହିତ ବିଭିନ୍ନ ଅନୁଷ୍ଠାନ ସହିତ ଜଡିତ ମଧ୍ୟ ରହିଛି । ଆଗାମୀ ଦିନରେ ମୁଁ ନିଶ୍ଚୟ ଜିତିବି ଓ ମୋ ବିରୁଦ୍ଧରେ ଥିବା ପ୍ରାର୍ଥୀମାନେ ହାରର ସ୍ବାଦ ଚାଖିବେ ବୋଲି ଦମ୍ଭୋକ୍ତି ପ୍ରକାଶ କରିଛନ୍ତି ପ୍ରସନ୍ନ ।"

କଣ କହୁଛନ୍ତି କଂଗ୍ରେସ ନେତା ଘାସିରାମ :- ଗତଥର ଦ୍ବିତୀୟ ସ୍ଥାନରେ ଥିବା ଘାସିରାମ କହିଛନ୍ତି, "ଟିକେଟ ପାଇଁ ମୁଁ ୧୦୦ ପ୍ରତିଶତ ଆଶାବାଦୀ ରହିଛି । କାରଣ ରାଜ୍ୟ ପ୍ରଭାରୀ ଏବଂ ଅନ୍ୟ ଶୀର୍ଷ ନେତୃତ୍ବ ମାନେ କହିଛନ୍ତି ଯେ ଯାହାର ଜିତିବା ପ୍ରତିଶତ ଅଧିକା ରହିଛି ଓ ଗତ ନିର୍ବାଚନରେ ଭଲ ପ୍ରଦର୍ଶନ ରହିଛି ସେମାନଙ୍କୁ ଟିକଟ ଦିଆଯିବ । ତେଣୁ ମୋତେ ନିଶ୍ଚିନ୍ତ ଟିକେଟ ମିଳିବ । ବିଗତ ଦିନମାନଙ୍କରେ ବିଜେଡି ଓ ବିଜେପି ଉଭୟଙ୍କୁ ଲୋକ ସୁଯୋଗ ଦେଇଛନ୍ତି । ଏଥର ମୋତେ ସେ ସୁଯୋଗ ମିଳିବ ବୋଲି ଆଶାବାଦୀ ରହିଛି କାରଣ ଲୋକ ପରିବର୍ତ୍ତନ ଚାହୁଁଛନ୍ତି ।"

କଣ କହୁଛନ୍ତି ହରିଶ୍ଚନ୍ଦ୍ର:- ଜିଲ୍ଲା ବିଜେଡି ଯୁବ ସଭାପତି ହରିଶ୍ଚନ୍ଦ୍ର ପଣ୍ଡା କହିଛନ୍ତି ଯେ ରାଜ୍ୟ ରେ ତଥା ଜିଲ୍ଲାରେ ୫ଟି ଉପକ୍ରମରେ ଅନେକ ବିକାଶ ହୋଇଛି । ଜିଲ୍ଲାରେ ୫ଟି ସ୍କୁଲ, ନୂଆ ବସଷ୍ଟାଣ୍ଡ, କଲେଜ ଭଳି ଅନେକ ବିକାଶର ଦୃଷ୍ଟାନ୍ତ ରହିଛି । କେବଳ କାଗଜ କଲମରେ ସୀମିତ ନରହି ରାଜ୍ୟ ସରକାରଙ୍କ ଯୋଜନା ଲୋକଙ୍କ ପାଖରେ ପହଞ୍ଚି ପାରିଛି । ବିଜେଡିର ନେତୃମଣ୍ଡଳୀ ଲୋକଙ୍କ ସହ ଆରମ୍ଭରୁ ଜଡିତ ରହିଛି , ତେଣୁ ଏଥର ବି ବିଜେଡି ନିଶ୍ଚୟ ଜିତିବ ।

ଏହା ମଧ୍ୟ ପଢନ୍ତୁ... ନିମାପଡ଼ା ବିଧାନସଭା କ୍ଷେତ୍ରରେ ରାଜନୈତିକ ତାତି, ପୁଣି ସମୀର ନା ହେବ ପରିବର୍ତ୍ତନ ?

ପୂର୍ବ ନିର୍ବାଚନ ଫଳାଫଳ:-

୨୦୦୯ ନିର୍ବାଚନ ଫଳାଫଳ:- ବିଜେଡି ପ୍ରାର୍ଥୀ ରାଜେନ୍ଦ୍ର ଢୋଲକିଆ ୨୨୬୨୦ ଖଣ୍ଡ ଭୋଟରେ ବିଜେପି ପ୍ରାର୍ଥୀ ବସନ୍ତ କୁମାର ପଣ୍ଡାଙ୍କୁ ପରାସ୍ତ କରିଥିଲେ । ରାଜେନ୍ଦ୍ର ୫୬୮୭୪ ଖଣ୍ଡ ଭୋଟ ପାଇଥିବା ବେଳେ ବସନ୍ତ ୩୪୨୫୪ ଖଣ୍ଡ ଭୋଟ ପାଇଥିଲେ । ସେହିପରି କଂଗ୍ରେସ ପ୍ରାର୍ଥୀ ସରୋଜ କୁମାର ସାହୁ ୨୨,୪୫୦ ଖଣ୍ଡ ଭୋଟ ପାଇ ତୃତୀୟ ସ୍ଥାନରେ ଥିଲେ ।

୨୦୧୪ ନିର୍ବାଚନ ଫଳାଫଳ :- ବିଜେପି ପ୍ରାର୍ଥୀ ବସନ୍ତ କୁମାର ପଣ୍ଡା ବିଜେଡି ପ୍ରାର୍ଥୀ ରାଜେନ୍ଦ୍ର ଢୋଲକିଆଙ୍କୁ ୯୬୧୦ ଖଣ୍ଡ ଭୋଟରେ ପରାସ୍ତ କରିଥିଲେ । ବସନ୍ତଙ୍କୁ ୫୫୮୧୭ ଖଣ୍ଡ ଭୋଟ ମିଳିଥିବା ବେଳେ ରାଜେନ୍ଦ୍ରଙ୍କୁ ମିଳିଥିଲା ୪୬୨୦୭ ଖଣ୍ଡ ଭୋଟ । ସେହିପରି କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝି ୩୯୬୫୪ ଖଣ୍ଡ ଭୋଟ ପାଇଁ ତୃତୀୟ ସ୍ଥାନରେ ରହିଥିଲେ ।

୨୦୧୯ ନିର୍ବାଚନ ଫଳାଫଳ :- ବିଜେଡି ପ୍ରାର୍ଥୀ ରାଜେନ୍ଦ୍ର ଢୋଲକିଆ କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀଙ୍କୁ ୨୦୩୩୦ ଭୋଚ ବ୍ୟବଧାନ ରେ ହରାଇଥିଲେ । ରାଜେନ୍ଦ୍ରଙ୍କୁ ୬୫୬୪୭ ଖଣ୍ଡ ଭୋଟ ମିଳିଥିବା ବେଳେ ଘାସିରାମଙ୍କୁ ୪୫୩୧୭ ଖଣ୍ଡ ଭୋଟ ମିଳିଥିଲା । ସେହିପରି ବିଜେପି ପ୍ରାର୍ଥୀ ହୋମ ସିଂ ମାଝୀଙ୍କୁ ମାତ୍ର ୨୯୪୯୦ ଖଣ୍ଡ ଭୋଟ ମିଳିଥିଲା ।

ଏହା ମଧ୍ୟ ପଢନ୍ତୁ...ବିଧାନସଭା ନିର୍ବାଚନ 2024; କାହାର ହେବ ବ୍ରହ୍ମଗିରି, କିଏ ମାରିବେ ବାଜି ?

ନୂଆପଡା ବିଧାନସଭା ଅବସ୍ଥିତି:- 1951 ମସିହାରେ ଗଠନ ହୋଇଥିବା ନୂଆପଡା ବିଧାନସଭା ନିର୍ବାଚନ ମଣ୍ଡଳୀ ସବୁଦଳକୁ ସୁଯୋଗ ଦେଇଛି । ୧୯୫୧ରେ କଂଗ୍ରେସର ଅନୁପ ସିଂ ଦେଓ ଓ ଚୈତନ୍ୟ ମାଝୀ ବିଜୟୀ ହୋଇଥିବା ବେଳେ ୧୯୮୦ରେ ଶେଷ ଥର ପାଇଁ କଂଗ୍ରେସ ପ୍ରାର୍ଥୀ ବିଜୟୀ ହୋଇଥିଲେ । ଏହା ପରଠାରୁ ଜନତା ଦଳ, ବିଜେପି ଓ ବିଜେଡି ହାତରେ ଏହି ନିର୍ବାଚନ ମଣ୍ଡଳୀ ଆସନ ରହିଆସିଛି । ନୂଆପଡା ବିଧାନସଭା ନିର୍ବାଚନ ମଣ୍ଡଳୀ ମଧ୍ୟରେ ଖଡିଆଳ ରୋଡ଼, ଲୂଆପଡା ବ୍ଲକ ଓ କୋମନା ବ୍ଲକ ରହିଛି । ଚଳିତ ବର୍ଷ ନୂଆପଡା ନିର୍ବାଚନ ମଣ୍ଡଳୀର ମହିଳା ଭୋଟର 122391 ପୁରୁଷ ଭୋଟର 119597 ଥାର୍ଡ ଜେଣ୍ଡର ଭୋଟର ମାତ୍ର 22ଖଣ୍ଡ ରହିଛି । ସମୁଦାୟ 242010ଖଣ୍ଡ ଭୋଟର ନିର୍ବାଚନ ମଣ୍ଡଳୀର ରହିଥିବା ବେଳେ,6425ଯୁବପିଢ଼ିଙ୍କ ଭୋଟର ରହିଛି । ଏଥର ଯୁବ ଭୋଟର ନିର୍ନାୟକ ଭୂମିକା ଗ୍ରହଣ କରିବା ବୋଲି ଚର୍ଚ୍ଚା ହେଉଛି ।

ଇଟିଭି ଭାରତ, ନୂଆପଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.