ETV Bharat / politics

ଦିଗପହଣ୍ଡି ଆସନରେ ପ୍ରାର୍ଥୀ ବଦଳାଇଲା କଂଗ୍ରେସ, ଜାଣନ୍ତୁ କାହାକୁ ମିଳିଲା ଟିକଟ - Congress Candidate Replacement

Congress Candidate Replacement: ଦିଗପହଣ୍ଡି ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ପ୍ରାର୍ଥୀ ପରିବର୍ତ୍ତନ କରିଛି କଂଗ୍ରେସ । କିଏ ହେଲେ ନୂଆ ପ୍ରାର୍ଥୀ ଜାଣନ୍ତୁ ।

Congress Candidate
Congress Candidate
author img

By ETV Bharat Odisha Team

Published : Apr 24, 2024, 9:47 PM IST

Updated : Apr 24, 2024, 10:04 PM IST

ଭୁବନେଶ୍ବର: ପ୍ରାର୍ଥୀ ବଦଳାଇଲା କଂଗ୍ରେସ । ଦିଗପହଣ୍ଡି ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ପ୍ରାର୍ଥୀ ପରିବର୍ତ୍ତନ କରିଛି ଦଳ । ଏନେଇ ଓଡିଶା କଂଗ୍ରେସ ଟ୍ବିଟର (X )ହ୍ୟାଣ୍ଡେଲରେ ସୂଚନା ଦିଆଯାଇଛି । ପ୍ରଥମେ ଶ୍ରୀଧର ଦେବଙ୍କୁ ପ୍ରାର୍ଥୀ କରିଥିଲା କଂଗ୍ରେସ । ବର୍ତ୍ତମାନ ସେଥିରେ ପରିବର୍ତ୍ତନ କରାଯାଇ ଦଳ ସାକା ସୁଜିତ କୁମାରଙ୍କୁ ଦିଗପହଣ୍ଡି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ।

ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ଆସନ । ଯାହାକି ଅନେକ ଗୁରୁତ୍ବ ବହନ କରୁଛି । ନିକଟରେ ବିଜେଡି ଛାଡି ବିଜେପିରେ ଯୋଗ ଦେଇଥିବା ଅଭିନେତା ସିଦ୍ଧାନ୍ତ ମହାପାତ୍ରଙ୍କୁ ପ୍ରାର୍ଥୀ କରିଛି ଦଳ । ସେହିପରି ପୂର୍ବତନ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ପୁଅ ବିପ୍ଲବ ପାତ୍ରଙ୍କୁ ଭରସା କରିଛି ବିଜେଡି । ଏହି ଆସନରେ କଡ଼ା ଫାଇଟ୍ ହେବାକୁ ଯାଉଥିବାବେଳେ କଂଗ୍ରେସ ସାକା ସୁଜିତ କୁମାରଙ୍କୁ ମଇଦାନକୁ ଓହ୍ଲାଇଛି । ପୂର୍ବରୁ ଏଠାରୁ ପ୍ରାର୍ଥୀ ହୋଇଥିଲେ ଶ୍ରୀଧର ଦେବ । ହେଲେ ଦଳ ତାଙ୍କ ଟିକଟ୍ କାଟି ବର୍ତ୍ତମାନ ସାକା ସୁଜିତ କୁମାରଙ୍କୁ ପ୍ରାର୍ଥୀ କରିଛି ।

ଏହା ବି ପଢନ୍ତୁ...କଂଗ୍ରେସର ଲୋକସଭା ପ୍ରାର୍ଥୀ ସମେତ ୩ ବିଧାନସଭା ପ୍ରାର୍ଥୀ କଲେ ନାମାଙ୍କନ - Lok Sabha Election 2024

ଏହା ବି ପଢନ୍ତୁ...‘ବିଜେଡି-ବିଜେପି ଶାସନରେ ଉପେକ୍ଷିତ ଲୋକଙ୍କ ସମର୍ଥନ କଂଗ୍ରେସକୁ ଜିତାଇବ’ - Yasir Nawaz

ଏହା ବି ପଢନ୍ତୁ...ଟିକଟ ଦେଇ ଛଡାଇ ନେଲା କଂଗ୍ରେସ, ହାତ ଛାଡିଲେ ହକି ତାରକା - Prabodh Tirkey Quits Congress

କେଉଁ କାରଣରୁ ଏପରି ପ୍ରାର୍ଥୀ ପରିବର୍ତ୍ତନ କରାଗଲା ସେନେଇ ଦଳ ପକ୍ଷରୁ କୌଣସି ସୂଚନା ଦିଆଯାଇ ନାହିଁ । ହେଲେ ଓଡ଼ିଶା ପ୍ରଦେଶ କଂଗ୍ରସ (X) ହ୍ୟାଣ୍ଡେଲରେ ପ୍ରାର୍ଥୀ ପରିବର୍ତ୍ତନ ନେଇ ସ୍ପଷ୍ଟ କରାଯାଇଛି । କଂଗ୍ରେସ ଉଲ୍ଲେଖ କରିଛି, "୧୩୪ ଦିଗପହଣ୍ଡି ବିଧାନସଭା ଆସନ ପାଇଁ ଭାରତୀୟ ଜାତୀୟ କଂଗ୍ରେସର ପ୍ରାର୍ଥୀ ଭାବେ ସାକା ସୁଜିତ୍ କୁମାରଙ୍କ ନାମ ଘୋଷଣା କରାଯାଇଛି ।" ପୂର୍ବରୁ ଟିକଟକୁ ନେଇ ଦଳ ଭିତରେ ଅସନ୍ତୋଷ ଲାଗି ରହିଥିବା ଦେଖିବାକୁ ମିଳିଥିଲା । ଏନେଇ କଂଗ୍ରେସ ଭବନରେ ହୋହଲ୍ଲା ଓ ନାରାବାଜି ବି ହୋଇଛି । ତେବେ ବର୍ତ୍ତମାନ ସ୍ଥିତିରେ ପ୍ରାର୍ଥୀ ପରିବର୍ତ୍ତନ ଘଟଣାକୁ ଶ୍ରୀଧରଙ୍କ ସମର୍ଥକ ଗ୍ରହଣ କରିପାରୁଛନ୍ତି ନା ନାହିଁ ତାହା ବଡ଼ ପ୍ରଶ୍ନ ସୃଷ୍ଟି କରିଛି । ଅପରପକ୍ଷେ, କଂଗ୍ରେସ ଶ୍ରୀଧରଙ୍କୁ ଅନ୍ୟ କେଉଁ ଆସନରେ ପ୍ରାର୍ଥୀ କରି ଥଇଥାନ କରୁଛି ନା ନାହିଁ ତାହା ଉପରେ ନଜର । କାରଣ ଟିକଟ ଦେଇ ଟିକଟ କାଟିବାକୁ ନେଇ ଅସନ୍ତୋଷ ଗତ ଶନିବାର କଂଗ୍ରେସ ଛାଡିଛନ୍ତି ପ୍ରବୋଧ ତିର୍କୀ।

Last Updated : Apr 24, 2024, 10:04 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.