ETV Bharat / politics

ପାଣ୍ଡିଆନଙ୍କ ଡେରାବିଶ୍ ସାଧାରଣ ସଭା ପାଇଁ ଅନୁମତି ନଥିବା ଅଭିଯୋଗ ଆଣିଲା କଂଗ୍ରେସ - Violation of code of conduct

author img

By ETV Bharat Odisha Team

Published : May 24, 2024, 9:10 AM IST

violation of code of conduct: ବିଜେଡି ନାଁରେ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ ଆଣିଲା କଂଗ୍ରେସ । ବିନା ଅନୁମତିରେ ବିଜେଡି ନେତା ଭି କେ ପାଣ୍ଡିଆନ ଡେରାବିଶ ସ୍କୁଲ ପଡିଆରେ ବିଶାଳ ଜନସଭା କରିଥିବା ଅଭିଯୋଗ । ଅଧିକ ପଢନ୍ତୁ

violation of code of conduct
violation of code of conduct (ETV Bharat Odisha)

କେନ୍ଦ୍ରାପଡା: ସରକାରୀ ଦପ୍ତରରୁ ଅନୁମତି ନନେଇ ବିଜେଡି ନେତା ଭି କେ ପାଣ୍ଡିଆନ ସ୍କୁଲ ପଡିଆରେ ବିଶାଳ ଜନସଭା କରିଥିବା ଅଭିଯୋଗ । ପ୍ରଦେଶ କଂଗ୍ରେସ କମିଟି ପ୍ରଚାର କମିଟି ସଦସ୍ୟ ତଥା ଆଇନଜୀବୀ ବିଧୁଭୂଷଣ ମହାପାତ୍ର ଏଭଳି ସାଂଘାତିକ ଅଭିଯୋଗ ଆଣିବା ସହ ତଦନ୍ତ ଦାବି କରିଛନ୍ତି । ଅଭିଯୋଗ ଅନୁଯାୟୀ, ଗତ ୨୦ ତାରିଖ ଦିନ ଅପରାହ୍ନରେ କେନ୍ଦ୍ରାପଡା ଜିଲ୍ଲା ଅନ୍ତର୍ଗତ ପାଟକୁରା ନିର୍ବାଚନ ମଣ୍ଡଳୀ ସ୍ତରୀୟ ଏକ ବିରାଟ ସାଧାରଣ ସଭା ଡେରାବିଶ୍ ଥାନା ଅନ୍ତର୍ଗତ ଡେରାବିଶ୍ ହାଇସ୍କୁଲ ପଡ଼ିଆରେ ଅନୁଷ୍ଠିତ ହୋଇଥିଲା । ତେବେ ନିର୍ବାଚନ କମିଶନଙ୍କ ଗାଇଡଲାଇନ ଏବଂ SOPକୁ ଏଠାରେ ଅନୁପାଳନ କରାଯାଇନଥିବା ଅଭିଯୋଗ ହୋଇଛି ।

ଏହାମଧ୍ୟ ପଢନ୍ତୁ.. କେନ୍ଦ୍ରାପଡାରେ ପାଣ୍ଡିଆନଙ୍କ ପ୍ରଚାର, ସଭାମଞ୍ଚରୁ ବିଜେପିକୁ ଟାର୍ଗେଟ - VK Pandian Targets BJP

ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ଅନୁଯାୟୀ, କୌଣସି ରାଜନୈତିକ ଦଳ କିଛି କାର୍ଯ୍ୟକ୍ରମ କିମ୍ବା ଜନସଭା କରିବା ପୂର୍ବରୁ ପ୍ରଥମେ Single Window ବ୍ୟବସ୍ଥାରେ ଅନଲାଇନ ଆବେଦନ କରିବାକୁ ହୋଇଥାଏ । ତେବେ ପାଣ୍ଡିଆନଙ୍କ କାର୍ଯ୍ୟକ୍ରମ ପୂର୍ବରୁ କୌଣସି ଅନଲାଇନ ଆବେଦନ କରାଯାଇନଥିବା ଅଭିଯୋଗ କରିଛନ୍ତି ପ୍ରଦେଶ କଂଗ୍ରେସ କମିଟି ପ୍ରଚାର କମିଟି ସଦସ୍ୟ । ସେହିପରି କୌଣସି ସରକାରୀ ବିଦ୍ୟାଳୟର ଖେଳ ପଡ଼ିଆକୁ ରାଜନୈତିକ ଉଦ୍ଦେଶ୍ୟରେ ବ୍ୟବହାର କରାଯାଇ ପାରିବ ନାହିଁ ବୋଲି ନିର୍ଦ୍ଦେଶ ରହିଛି । ହେଲେ ଏହାକୁ ଉଲ୍ଲଘଂନ କରି ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ଧମକ ଚମକ ଦେଇ ସେଠାରେ ବିଜେଡି କାର୍ଯ୍ୟକ୍ରମ କରିଥିବା ଅଭିଯୋଗ ହୋଇଛି । ସଭାମଞ୍ଚରେ ପାଟକୁରା ବିଜେଡି ବିଧାୟକ ପ୍ରାର୍ଥୀ ଅରବିନ୍ଦ ମହାପାତ୍ର ଏବଂ ଲୋକସଭା ସାଂସଦ ପ୍ରାର୍ଥୀ ଅଂଶୁମାନ ମହାନ୍ତି ପାଣ୍ଡିଆନଙ୍କ ସହ ଉପସ୍ଥିତ ରହିଥିଲେ ଯାହାକି ନିର୍ବାଚନୀ ଆଦର୍ଶ ଆଚରଣ ବିଧିର ଖୋଲାଖୋଲି ଉଲ୍ଲଘଂନ ବୋଲି ଅଭିଯୋଗ କରିଛନ୍ତି ବିଧୁଭୂଷଣ ।

ଏହାମଧ୍ୟ ପଢନ୍ତୁ...ଆଚରଣ ବିଧି ଉଲ୍ଲଙ୍ଘନ ଅଭିଯୋଗ; ଜିଲ୍ଲା ପ୍ରଶାସନକୁ ବିଜେପିର ଚେତାବନୀ - Code Of Conduct Violation

ଏନେଇ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ପଚାରାଯିବାରୁ ସେ ଏଭଳି କୌଣସି କାର୍ଯ୍ୟକ୍ରମ ପାଇଁ ସ୍ଥାନୀୟ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ କୌଣସି ଚିଠି କରିନଥିବା କହିଥିବା ବେଳେ ତଦନ୍ତ ପରେ ଜଣାପଡିବ ବୋଲି କହିଛନ୍ତି । ଅନ୍ୟପଟେ ରିଟର୍ଣ୍ଣିଂ ଅଫିସର ଏବଂ ଅବଜର୍ଭରମାନଙ୍କ ନିକଚରେ ଏନେଇ ବିଧୁଭୁଷଣ ଅଭିଯୋଗ କରିଥିବା ବେଳେ ଆସନ୍ତା ଦିନରେ ଏହା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ସେ ଆଇନର ଦ୍ୱାରସ୍ଥ ହୋଇ ନିର୍ବାଚନ ନାକଚ ପାଇଁ ପ୍ରାର୍ଥନା କରିବେ ବୋଲି ଚେତାବନୀ ଦେଇଛନ୍ତି ।

ଇଟିଭି ଭାରତ, କେନ୍ଦ୍ରାପଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.