ETV Bharat / politics

ସୁବର୍ଣ୍ଣପୁରରେ ଜମୁଛି ବିଜେଡିର ପ୍ରଚାର, ସହର ପରିକ୍ରମା କଲେ ନିରଞ୍ଜନ - Odisha Assembly Election 2024

BJD Campaign In Subarnapur: ସୋନପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜେଡି ପ୍ରାର୍ଥୀଙ୍କ ଜୋରଦାର ପ୍ରଚାର । ସମର୍ଥକଙ୍କ ସହ କଲେ ସହର ପରିକ୍ରମା । ଅଧିକ ପଢ଼ନ୍ତୁ

BJD Campaign In Subarnapur
BJD Campaign In Subarnapur
author img

By ETV Bharat Odisha Team

Published : Apr 30, 2024, 5:26 PM IST

BJD Campaign In Subarnapur

ସୁବର୍ଣ୍ଣପୁର: ବିଜେଡି ପ୍ରାର୍ଥୀ ନିରଞ୍ଜନ ପୂଜାରୀଙ୍କ ଶକ୍ତି ପ୍ରଦର୍ଶନ । ଚଳିତ ବିଧାନସଭା ନିର୍ବାଚନ ପାଇଁ ସଦର ସୁବର୍ଣ୍ଣପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜେଡି ପ୍ରାର୍ଥୀ ହୋଇଛନ୍ତି ନିରଞ୍ଜନ ପୂଜାରୀ । ଆଜି ହଜାର ହଜାର ବିଜେଡି କର୍ମୀ ଓ ସମର୍ଥକଙ୍କୁ ନେଇ ଦେବୀ ମା’ ସୁରେଶ୍ବରୀଙ୍କ ମନ୍ଦିରରେ ପୂଜା ଆରାଧନା କରିଛନ୍ତି । ମନ୍ଦିରରୁ ଏକ ବିରାଟ ପଟୁଆରରେ ନିରଞ୍ଜନ ସହର ପରିକ୍ରମା କରିଛନ୍ତି । ଏହି ଶୋଭାଯାତ୍ରାରେ ଜିଲ୍ଲାର ତରଭା, ଡୁଙ୍ଗୁରିପାଲି ଓ ସଦର ସୋନପୁର ବ୍ଳକର ପ୍ରତିଟି ଗାଁରୁ ବିଜେଡି କର୍ମୀ ଓ ସମର୍ଥକ ଯୋଗ ଦେଇଥିଲେ । ହଜାର ହଜାର ମୋଟର ସାଇକେଲ, ଚାରି ଚକିଆ ଯାନ, ମିନି ବସ ତଥା ବସ ଆଦିରେ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ଲୋକେ ଆସି ଏହି ଶକ୍ତି ପ୍ରଦର୍ଶନରେ ନିଜକୁ ସାମିଲ କରିଥିଲେ ।

ବର୍ତ୍ତମାନର ବିଧାୟକ ତଥା କ୍ୟାବିନେଟ ମନ୍ତ୍ରୀ ନିରଞ୍ଜନ ପୂଜାରୀ ପୁଣି ଥରେ ସଦର ସୁବର୍ଣ୍ଣପୁର ବିଧାନସଭା ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ ହେବା ପରେ ବିଜେଡି ଶିବିରରେ ବେଶ ଉତ୍ସାହ ଲାଗି ରହିଛି । ଆଜି ବିଜେଡିର ଶକ୍ତି ପ୍ରଦର୍ଶନରେ ରାଜନୈତିକ ବାତାବରଣ ବେଶ ସରଗରମ ହେବାରେ ଲାଗିଛି । ନିର୍ବାଚନ ମଣ୍ଡଳୀ ପୁନଃଗଠନ ହୋଇ ଜିଲ୍ଲାର ବିନିକା ନିର୍ବାଚନ ମଣ୍ଡଳୀ ଉଠିଯିବା ପରେ ଗତ ୧୫ ବର୍ଷ ଧରି ବିନିକାର ପୂର୍ବତନ ବିଧାୟକ ନିରଞ୍ଜନ ପୂଜାରୀ ସଦର ସୁବର୍ଣ୍ଣପୁର ବିଧାନସଭା ନିର୍ବାଚନ ମଣ୍ଡଳୀରୁ ବିଧାୟକ ଭାବେ ନିର୍ବାଚିତ ହୋଇ ଆସୁଛନ୍ତି । ସଦର ବିଧାୟକ ନିରଞ୍ଜନ ପୂଜାରୀ ରାଜ୍ୟ ସରକାରଙ୍କ କ୍ୟାବିନେଟରେ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ବିଭାଗରେ କାର୍ଯ୍ୟ କରିଥିବା ବେଳେ ଏବେ ସ୍ବାସ୍ଥ୍ୟମନ୍ତ୍ରୀ ଅଛନ୍ତି । ପୂର୍ବରୁ ଦୁଇ ଦୁଇ ଥର ରାଜ୍ୟ ବିଧାନସଭାର ବାଚସ୍ପତି ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି । ତେବେ ବିଜେଡିର ପତିଆରା ସଦର ବିଧାନସଭା ନିର୍ବାଚନ ମଣ୍ଡଳୀରେ ଭାରି ରହିଛି । ୨୦୧୯ ନିର୍ବାଚନରେ ବିଜେପି ପ୍ରାର୍ଥୀ ଅଶୋକ ପୂଜାରୀଙ୍କୁ ୨୬ ହଜାର ଭୋଟ ବ୍ୟବଧାନରେ ପରାଜିତ କରି ବିଜୟୀ ହୋଇଥିଲେ । ସେହିପରି ୨୦୧୪ ନିର୍ବାଚନରେ ଏବେକାର ଜିଲ୍ଲା ବିଜେପି ସଭାପତି ପ୍ରମୋଦ ମହାପାତ୍ରଙ୍କୁ ପ୍ରାୟ ୫୦ହଜାର ଭୋଟ ବ୍ୟବଧାନରେ ପରାଜିତ କରିଥିଲେ ।

ଏହା ମଧ୍ୟ ପଢ଼ନ୍ତୁ... ନିଆଳିରେ ବିଜେଡି ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କ ପ୍ରଚାର ଜୋରଦାର - BJD Candidates Campaign In Niali

ଏଥର ପୁଣି ବିଜେପି ଜିଲ୍ଲା ସଭାପତି ପ୍ରମୋଦ ମହାପାତ୍ର ବିଜେପି ଦଳରୁ ପ୍ରାର୍ଥୀ ହୋଇଛନ୍ତି । ୨୦୦୯ ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ଜିତେନ୍ଦ୍ର ପଟ୍ଟନାୟକଙ୍କୁ ପରାଜିତ କରି ବିଜୟୀ ହୋଇଥିଲେ । ତେବେ ଗତ ୨୦୧୯ ନିର୍ବାଚନରେ ବିଜେଡି ପ୍ରାର୍ଥୀ ନିରଞ୍ଜନ ପୂଜାରୀ ୪୯ ପ୍ରତିଶତ ଭୋଟ ପାଇ ବିଜୟୀ ହୋଇଥିବା ବେଳେ ନିକଟତମ ବିଜେପି ପ୍ରତିଦ୍ବନ୍ଦୀ ଅଶୋକ ପୂଜାରୀ ୩୬ ପ୍ରତିଶତ ଭୋଟ ପାଇଥିଲେ । କଂଗ୍ରେସ ପ୍ରାର୍ଥୀ ଚିତ୍ତରଞ୍ଜନ ମିଶ୍ର ୧୧ ପ୍ରତିଶତ ଭୋଟ ପାଇଥିଲେ ।

ବିଜେଡି ପ୍ରାର୍ଥୀ ୯୯ ହଜାର ୭୩ ଖଣ୍ଡ ଭୋଟ ପାଇଥିବା ବେଳେ ବିଜେପି ପ୍ରାର୍ଥୀ ସମୁଦାୟ ୭୩ ହଜାର ୩୪୭ ଓ କଂଗ୍ରେସ ପ୍ରାର୍ଥୀ ୨୩ ହଜାର ୩୨୬ ଭୋଟ ପାଇଥିଲେ । ମୋଟ ଦୁଇ ଜଣ ସ୍ବାଧୀନଙ୍କ ସମେତ ମୋଟ ୭ ଜଣ ପ୍ରାର୍ଥୀ ନିର୍ବାଚନ ମଇଦାନକୁ ଓହ୍ଲାଇଥିଲେ । ଏଥର ବିଜେଡି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ବଚ୍ଛ ଓ ନିର୍ମଳ ଶାସନ ସହିତ ବିକାଶକୁ ଆଧାର କରି ନିର୍ବାଚନ ମଇଦାନକୁ ଓହ୍ଲାଇଥିବା ବିଜେଡି ନେତାମାନେ ନିଜ ପ୍ରତିକ୍ରିୟାରେ କହିଛନ୍ତି । ସେହିପରି ପୁରୁଖା ନେତା ନିରଞ୍ଜନ ପୂଜାରୀ ଏକ ବଡ ବ୍ୟବଧାନରେ ଏଥର ବିଜୟୀ ହେବେ ବୋଲି ବିଜେଡି ନେତାମାନେ ପ୍ରକାଶ କରିଛନ୍ତି ।

ଇଟିଭି ଭାରତ, ସୁବର୍ଣ୍ଣପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.