ETV Bharat / politics

ପାରଳାଖେମୁଣ୍ଡି ମୈଦାନରେ 3 ଉଚ୍ଚ ଶିକ୍ଷିତ ପ୍ରାର୍ଥୀ; ବିଜେପିର ରିପିଟ୍ ଚେହେରା, ବିଜେଡି-କଂଗ୍ରେସର ନୂଆମୁହଁ - Paralakhemundi constituency - PARALAKHEMUNDI CONSTITUENCY

Paralakhemundi Assembly constituency: ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀରେ ଏଥର ୩ ଶିକ୍ଷିତ ପ୍ରାର୍ଥୀଙ୍କ ମଧ୍ୟରେ କଡା ଫାଇଟ ହେବାକୁ ଯାଉଛି । ବିଜେପି କେ.ନାରାୟଣ ରାଓଙ୍କ ଉପରେ ପୁଣିଥରେ ଭରସା କରିଥିବା ବେଳେ ବିଜେଡି ଓ କଂଗ୍ରେସରେ ନୂଆ ମୁହଁ ଦେଖିବାକୁ ମିଳିଛି । ବିଜେଡି ଯୁବ ନେତା ରୂପେଶ ପାଣିଗ୍ରାହୀଙ୍କ ଉପରେ ଆସ୍ଥା ପ୍ରକଟ କରିଥିବା ବେଳେ କଂଗ୍ରେସ ପ୍ରଶାସକରୁ ରାଜନେତା ବନିଥିବା ବିଜୟ ପଟ୍ଟନାୟକଙ୍କୁ ନିର୍ବାଚନୀ ମୈଦାନକୁ ପଠାଇଛି । ଅଧିକ ପଢନ୍ତୁ

Paralakhemundi Assembly constituency
Paralakhemundi Assembly constituency (Etv Bharat)
author img

By ETV Bharat Odisha Team

Published : May 3, 2024, 2:56 PM IST

Paralakhemundi Assembly constituency (Etv Bharat Odisha)

ଗଜପତି: ୨୪ ସାଧାରଣ ନିର୍ବାଚନ ପାଇଁ ପାରଳାଖେମୁଣ୍ଡି ଆସନରେ 3 ରାଜନୈତିକ ଦଳ ମଧ୍ୟରେ କଡା ଟକ୍କର ହେବ । ଭୋଟରଙ୍କୁ ନିଜ ସପକ୍ଷକୁ ଆଣିବା ପାଇଁ 3ଟି ଯାକ ରାଜନୈତିକ ଦଳ ପ୍ରୟାସ ଆରମ୍ଭ କରିଛନ୍ତି । ବିଜେଡି ମୁଖ୍ୟମନ୍ତ୍ରୀଙ୍କ ଭାବମୂର୍ତ୍ତି ଏବଂ ଲୋକାଭିମୁଖୀ ଯୋଜନାକୁ ପାଥେୟ କରି ନିର୍ବାଚନୀ ବୈତରଣୀ ପାର ହେବା ପାଇଁ ଲକ୍ଷ୍ୟ ରଖିଥିବା ବେଳେ କେନ୍ଦ୍ରୀୟ ଯୋଜନା ସହ ମୋଦୀ ଗ୍ୟାରେଣ୍ଟି ଆଧାରରେ ବିଜେପି ନିର୍ବାଚନରେ ବିଜୟୀ ହେବାକୁ ଯୋଜନା କରିଛି । ସେହିପରି କଂଗ୍ରେସ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଫଳତା ସହ 10ଗ୍ୟାରେଣ୍ଟିକୁ ନେଇ ଲୋକଙ୍କ ସମର୍ଥନ ପାଇବ ବୋଲି ଆଶା ରଖିଛି ।

ପାରଳାଖେମୁଣ୍ଡି ଆସନ ପାଇଁ 3 ପ୍ରମୁଖ ରାଜନୈତିକ ଦଳ ସେମାନଙ୍କ ପ୍ରାର୍ଥୀ ଘୋଷଣା କରିସାରିଛନ୍ତି । ବିଜେପି ଏଠାରୁ ବିଧାୟକ କେ.ନାରାୟଣ ରାଓଙ୍କ ଉପରେ ପୁଣିଥରେ ଭରସା କରିଥିବା ବେଳେ ବିଜେଡି ଓ କଂଗ୍ରେସ ନୂଆ ମୁହଁକୁ ଏଠାରେ ପ୍ରାର୍ଥୀ କରିଛନ୍ତି । ବିଜେଡି ଶିଳ୍ପପତି ତିରୁପତି ପାଣିଗ୍ରାହୀଙ୍କ ପୁଅ ଯୁବ ନେତା ରୂପେଶ ପାଣିଗ୍ରାହୀଙ୍କୁ ପ୍ରାର୍ଥୀ କରିଥିବା ବେଳେ କଂଗ୍ରେସ ପ୍ରଶାସକରୁ ରାଜନେତା ବନିଥିବା ବିଜୟ ପଟ୍ଟନାୟକଙ୍କୁ ନିର୍ବାଚନୀ ମୈଦାନକୁ ପଠାଇଛି ।

ଏହାମଧ୍ୟ ପଢନ୍ତୁ.. ମୋହନା ଓ ପାରଳାଖେମୁଣ୍ଡି ଆସନ ପାଇଁ ୫ ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ - ODISHA ASSEMBLY ELECTION 2024

କେ. ନାରାୟଣ ତାଙ୍କ ପୁରୁଣା ଲୋକସଂପର୍କ ସହ ମୋଦୀଙ୍କ ଲୋକପ୍ରିୟତାକୁ ନେଇ ନିର୍ବାଚନ ରଣାଙ୍ଗନରେ ସଫଳ ହେବେ ବୋଲି ଦୃଢୋକ୍ତି ପ୍ରକାଶ କରିଥିବା ବେଳେ ରୂପେଶ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ନିର୍ମଳ ଭାବମୂର୍ତ୍ତି ଏବଂ ଲୋକାଭିମୁଖୀ ଯୋଜନାକୁ ପାଥେୟ କରି ନିର୍ବାଚନୀ ବୈତରଣୀ ପାର ହେବା ପାଇଁ ଲକ୍ଷ୍ୟ ରଖିଛି । ତେବେ ନୂଆ କରି ରାଜନୀତିରେ ପାଦ ଦେଇ କଂଗ୍ରେସରୁ ପ୍ରାର୍ଥୀ ହୋଇଥିବା ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଫଳତା ଏବଂ କଂଗ୍ରେସର 10ଗ୍ୟାରେଣ୍ଟି ତାଙ୍କୁ ଅଧିକ ଲୋକପ୍ରିୟ କରାଇପାରିଛି ବୋଲି କହିଛନ୍ତି । ସେ ଏଠାରୁ ବିଧାୟକ ହେଲେ ପାରଳାଖେମୁଣ୍ଡିର ମୁଖ୍ୟ ରାସ୍ତାର ପ୍ରଶସ୍ତିକରଣ, ଜଳାଶୟ ଗୁଡିକର ପୁନଃଉଦ୍ଧାର ଆଦିକୁ ପ୍ରାଥମିକତା ଭିତ୍ତିରେ ସମାଧାନ କରିବେ ବୋଲି ପ୍ରତିଶୃତି ଦେଇ ଲୋକଙ୍କ ନିକଟକୁ ଯାଉଛନ୍ତି ।

ସୂଚନାଯୋଗ୍ୟ, ଗତ ୨୦୦୦ ମସିହାରୁ ଆଜି ଯାଏ ହୋଇଥିବା ୫ଟି ନିର୍ବାଚନରେ ଏହି ଆସନରୁ କଂଗ୍ରେସ ପ୍ରାର୍ଥୀ 3ଥର ବିଜୟୀ ହୋଇଥିବା ବେଳେ ବିଜେଡି ଏବଂ ବିଜେପି ପ୍ରାର୍ଥୀ ଥରେ ଲେଖାଏଁ ବିଜୟୀ ହୋଇଛନ୍ତି । ଯେଉଁଥିପାଇଁ କଂଗ୍ରେସ ଗଡ ଭାବରେ ପରିଚୟ ହାସଲ କରିଥିଲା ପାରଳାଖେମୁଣ୍ଡି । ହେଲେ 2019 ସାଧାରଣ ନିର୍ବାଚନରେ ଏଠାରେ କଂଗ୍ରେସ ଅତ୍ୟନ୍ତ ନୈରାଶ୍ୟଜନ ପ୍ରଦର୍ଶନ କରି 4 ନମ୍ବର ସ୍ଥାନକୁ ଖସି ଆସିଥିଲା । ସତ୍ତା ନଥିବା ବିଜେପି ହଠାତ୍ ନିଜର ବିଜୟ ବାନା ଉଡାଇଥିଲା । ପାରଳାଖେମୁଣ୍ଡି ମୈଦାନରେ ଏଥର ୩ ପାର୍ଟିର ପ୍ରାର୍ଥୀ ଉଚ୍ଚ ଶିକ୍ଷିତ । ଏହି 3 ଶିକ୍ଷିତ ପ୍ରାର୍ଥୀଙ୍କ ମଧ୍ୟରେ କଡା ଟକ୍କର ହେବ ବୋଲି ରାଜନୈତିକ ବିଶେଷଜ୍ଞମାନେ କହିଛନ୍ତି ।

ଏହାମଧ୍ୟ ପଢନ୍ତୁ.. ପାରଳାଖେମୁଣ୍ଡି କଂଗ୍ରେସ ପ୍ରାର୍ଥୀଙ୍କ ଶକ୍ତି ପ୍ରଦର୍ଶନ, ଆସନ୍ତାକାଲି କରିବେ ନାମାଙ୍କନ - Odisha Assembly Election 2024

ଅନ୍ୟପଟେ ଭୋଟରଙ୍କ କହିବାନୁଯାୟୀ, ଦୀର୍ଘ ଦିନ ହେଲା ଏଠାକାର ସମସ୍ୟାର ସମାଧାନ ହୋଇପାରୁନାହିଁ । ସମସ୍ୟାର ସମାଧାନ କରିବା ପାଇଁ ସକ୍ଷମ ଲୋକଙ୍କୁ ହିଁ ଏଥର ଲୋକେ ଭୋଟ ଦେବେ । ଏଠାରେ ଯାହା ଉନ୍ନତି ହୋଇଛି କେବଳ ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ସମୟରେ । ଦୀର୍ଘ ଦିନ ହେଲା ସେଗୁଡିକର ରକ୍ଷଣାବେକ୍ଷଣ କରାନଯିବାରୁ ସେଗୁଡିକ ନଷ୍ଟ ହେବାକୁ ବସିଲାଣି । ଭୋଟ ସମୟରେ ନେତା ଆସୁଛନ୍ତି ଜିତିବା ପରେ ସୁବିଧା ସବୁ କରିଦେବୁ ବୋଲି କହୁଛନ୍ତି କିନ୍ତୁ ଭୋଟ ସରିବା ପରେ ଆଉ ତାହା କାର୍ଯ୍ୟକାରୀ ହେଉନାହିଁ । ତେଣୁ ଯେଉଁ ବ୍ୟକ୍ତି ନିର୍ବାଚନ ମଣ୍ଡଳୀର ଉନ୍ନତି କରିବ ତାହାକୁ ହିଁ ଭୋଟ ଦେବୁ । ନୂଆ ଲୋକଙ୍କୁ ବିଧାୟକ କଲେ ସେ ଏହାର ସମାଧାନ କରିପାରିବେ ବୋଲି କିଛି ଭୋଟର ମତ ପ୍ରକାଶ କରିଛନ୍ତି । ପାରଳାଖେମୁଣ୍ଡି ନିର୍ବାଚନ ମୈଦାନରେ ୩ ଶିକ୍ଷିତ ପ୍ରାର୍ଥୀ ଫାଇଟ କରୁଥିବା ବେଳେ ଭୋଟର କାହା ଉପରେ ଭରସା କରୁଛନ୍ତି ତାହା ଜୁନ ୪ ପରେ ସ୍ପଷ୍ଟ ହେବ ।

ଇଟିଭି ଭାରତ, ଗଜପତି

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.