ETV Bharat / politics

High Court Bench: 'ଓଡ଼ିଶାରେ ହେବନି ହାଇକୋର୍ଟ ବେଞ୍ଚ', ମୁଖ୍ୟମନ୍ତ୍ରୀଙ୍କ ଉତ୍ତର ପରେ କାହିଁକି ନୁହେଁ ପ୍ରଶ୍ନ କଲେ ପଶ୍ଚିମ ଓଡ଼ିଶା ବିଧାୟକ ? - No High Court Bench

author img

By ETV Bharat Odisha Team

Published : Sep 2, 2024, 4:46 PM IST

No High court Bench In Odisha: ପଶ୍ଚିମ ଓଡ଼ିଶାରେ ହେବନି ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା । ଓଡ଼ିଶାରେ କୌଣସି ସ୍ଥାନରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠାର ଯଥାର୍ଥତା ନାହିଁ ବୋଲି ସୁପ୍ରିମକୋର୍ଟ ଦର୍ଶାଇଛନ୍ତି । ଏନେଇ ବିଜେଡି ବିଧାୟକ କଳିକେଶ ନାରାୟଣ ସିଂଦେଓଙ୍କ ପ୍ରଶ୍ନର ଉତ୍ତର ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଯାହାକୁ ନେଇ ତେଜିଛି ରାଜନୀତି

NO HIGH COURT BENCH
NO HIGH COURT BENCH (ETV Bharat Odisha)

ଭୁବନେଶ୍ବର: ମଉଳିଆ ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଆଶା । ଓଡ଼ିଶାର କୌଣସି ସ୍ଥାନରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠାର ଯଥାର୍ଥତା ନାହିଁ ବୋଲି ଆଜି ବିଧାନସଭାରେ ଲିଖିତ ଉତ୍ତର ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଶୂନ୍ୟକାଳରେ ବଲାଙ୍ଗୀରରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ହେବାର କୌଣସି ପ୍ରସ୍ତାବ ଅଛି କି ନାହିଁ ବୋଲି ପ୍ରଶ୍ନ କରିଥିଲେ ବିଧାୟକ କଳିକେଶ ନାରାୟଣ ସିଂଦେଓ । ଏହାର ଉତ୍ତରରେ ମୁଖ୍ୟମନ୍ତ୍ରୀ କହିଥିଲେ, ସୁପ୍ରିମକୋର୍ଟଙ୍କ ଦ୍ବାରା ଏ ସଂକ୍ରାନ୍ତରେ ଆସିଥିବା ରାୟ ଅନୁଯାୟୀ ଓଡିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠାର ଯଥାର୍ଥତା ନାହିଁ । ମୁଖ୍ୟମନ୍ତ୍ରୀଙ୍କ ଗୃହରେ ଏହି ଉତ୍ତର ପରେ ତେଜିଛି ରାଜନୀତି ।

ରାଜ୍ୟରେ ହେବନି ହାଇକୋର୍ଟ ବେଞ୍ଚ (ETV Bharat Odisha)

ଓଡିଶାରେ କାହିଁକି ହେବନି ବୋଲି ପ୍ରଶ୍ନ କଲେ ଜୟନାରାୟଣ:

ଗୃହରେ ମୁଖ୍ୟମନ୍ତ୍ରୀଙ୍କ ଉତ୍ତର ପରେ ପ୍ରତିକ୍ରିୟା ରଖିଛନ୍ତି ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର । ଜୟନାରାୟଣ କହିଛନ୍ତି, ‘ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ରହିଛି । ଲୋକଙ୍କୁ କଣ ଆଇନଗତ ସାହାଯ୍ୟ ମିଳିବ ନାହିଁ । ଉତ୍ତରପ୍ରଦେଶରେ 3ଟା ହାଇକୋର୍ଟ ବେଞ୍ଚ, ମହାରାଷ୍ଟ୍ର ସମେତ ଅନ୍ୟାନ୍ୟ ରାଜ୍ୟରେ ହାଇକୋର୍ଟର ବେଞ୍ଚ ଅଛି । ତାହାଲେ ଓଡ଼ିଶାରେ କାହିଁକି ହାଇକୋର୍ଟର ବେଞ୍ଚ ହେବ ନାହିଁ । ନ୍ୟାୟ ଲୋକଙ୍କୁ ଦ୍ବାରଦେଶରେ ଦେବାକୁ କୁହାଯାଉଛି । ତାହାଲେ ବେଞ୍ଚ କାହିଁକି ପ୍ରତିଷ୍ଠା କରାଯିବନି । ବ୍ଲକ ସ୍ତରରେ ବି ଅଦାଲତ ହେବା କଥା ।’

ଏହାମଧ୍ୟ ପଢ଼ନ୍ତୁ: ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚର ଆବଶ୍ୟକତା ନାହିଁ: କେନ୍ଦ୍ର ଆଇନ ମନ୍ତ୍ରୀ

‘ପଶ୍ଚିମ ଓଡିଶା ସହ ବିଶ୍ବାସଘାତ ହୋଇଛି’

ମୁଖ୍ୟମନ୍ତ୍ରୀଙ୍କ ଉତ୍ତର ପରେ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ବିଧାୟକ କଳିକେଶ ନାରାୟଣ ସିଂଦେଓ । ସେ କହିଛନ୍ତି, ‘ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ଦାବି ଦୀର୍ଘବର୍ଷ ହେବ ହୋଇ ଆସୁଛି। ବଲାଙ୍ଗୀରରେ ସ୍ଵତନ୍ତ୍ର ହାଇକୋର୍ଟ ବେଞ୍ଚ ଦାବି ଦୀର୍ଘ ଦିନରୁ ରହି ଆସିଛି । ସରକାରଙ୍କ ମତ ହେଲେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠାରେ କୌଣସି ବାଧା ନାହିଁ । ୟୁପିରେ ତିନିଟି ହାଇକୋର୍ଟ ବେଞ୍ଚ ରହିଛି । ସ୍ଵତନ୍ତ୍ର ଭାବେ ପଶ୍ଚିମ ଓଡ଼ିଶାର ବଲାଙ୍ଗୀରରେ ହାଇକୋର୍ଟ ବେଞ୍ଚ ପାଇଁ ପଦକ୍ଷେପ ନିଅନ୍ତୁ ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ଯଦି ମନା କରୁଛନ୍ତି ବିଜେପି ନେତାଙ୍କ ଦାବି କରିବାର ମୂଲ୍ୟ କଣ ? ପଶ୍ଚିମ ଓଡ଼ିଶା ସହିତ ବିଶ୍ବାସଘାତ ହୋଇଛି ।’

ଏହାମଧ୍ୟ ପଢ଼ନ୍ତୁ: ଆଇନ ଓ ନ୍ୟାୟ ମନ୍ତ୍ରଣାଳୟର ସ୍ପଷ୍ଟୀକରଣ; ଦାୟିତ୍ବରୁ ପଛଘୁଞ୍ଚା ଦେଉଛନ୍ତି ଓଡ଼ିଶା ସରକାର

‘ମୁଖ୍ୟମନ୍ତ୍ରୀ ଯଦି ଏହା କହିଛନ୍ତି ଦୁଃଖର କଥା’

ସେପଟେ କଂଗ୍ରେସ ମଧ୍ୟ ଏ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛି । କଂଗ୍ରେସ ବିଧାୟକ ସିଏସ ରାଜେନ ଏକା କହିଛନ୍ତି, ‘ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ପାଇଁ ଦାବି ହୋଇ ଆସୁଛି । ଲୋକଙ୍କୁ 400ରୁ ଅଧିକ କିଲୋମିଟର କଟକ ଆସିବାକୁ ପଡୁଛି । ପଶ୍ଚିମ ଓଡ଼ିଶା ପାଇଁ ଏହା ଅନ୍ୟାୟ । ଗରିବ ଆଦିବାସୀ ଏତେ ଟଙ୍କା ଖର୍ଚ୍ଚ କରି କାହିଁକି କଟକ ଆସିବେ ? ମୁଖ୍ୟମନ୍ତ୍ରୀ ନିଜେ ଆଦିବାସୀ ହେଲେ ଆଦିବାସୀଙ୍କ ସେଣ୍ଟିମେଣ୍ଟ ନାହିଁ । ମୋହନ ମାଝୀ ଯଦି ଏହା କହିଛନ୍ତି, ଏହା ଦୁଃଖ କଥା।’

ଏହାମଧ୍ୟ ପଢ଼ନ୍ତୁ: ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ହେଉ: କଂଗ୍ରେସ

ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବି ବହୁ ପୁରୁଣା:

ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ବେଞ୍ଚ ପ୍ରତିଷ୍ଠା ପାଇଁ ଦୀର୍ଘ ଦିନ ହେଲା ଦାବି କରିଆସୁଛନ୍ତି ପଶ୍ଚିମ ଓଡ଼ିଶାବାସୀ । ଏଥିପାଇଁ ଓକିଲ ମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ ମଧ୍ୟ କରିଥିଲେ । ଦୀର୍ଘ ଦିନ ଧରି କୋର୍ଟ କଚେରୀ ବନ୍ଦ କରିଥିଲେ । ଏପରିକି ଆନ୍ଦୋଳନ ସମୟରେ ଜଜଙ୍କ ଚ୍ୟାମ୍ବରରେ ପଶି କିଛି ଓକିଲ ଭଙ୍ଗାରୁଜା କରିଥିଲେ । ଏହାକୁ ନେଇ ବହୁ ଓକିଲ ଗିରଫ ହୋଇଥିଲେ । ଆନ୍ଦୋଳନ ଯୋଗୁଁ କୋର୍ଟ କାର୍ଯ୍ୟ ବାଧାପ୍ରାପ୍ତ ହେଉଥିଲା ଏହାକୁ ନେଇ ସୁପ୍ରିମକୋର୍ଟ ମଧ୍ୟ ଅସନ୍ତୋଷ ପ୍ରକାଶ କରିଥିଲେ ।

ଏହା ମଧ୍ୟ ପଢନ୍ତୁ: ଜଜଙ୍କ ଚ୍ୟାମ୍ବରରେ ପଶି ଭଙ୍ଗାରୁଜା ଘଟଣା, ୨ମାସ ପରେ ଜେଲରୁ ବାହାରିଲେ ଗିରଫ ଓକିଲ

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.