ETV Bharat / politics

ବିଜେପି ସହ ମେଣ୍ଟ କରିବେ ନୀତିଶ ! ୨୮ରେ ହୋଇପାରେ ଶପଥ ଗ୍ରହଣ

author img

By ETV Bharat Odisha Team

Published : Jan 26, 2024, 1:53 PM IST

Updated : Jan 26, 2024, 2:21 PM IST

Bihar Political Crisis: ମହାଗଠବନ୍ଧନ ମେଣ୍ଟ ଭାଙ୍ଗି ବିଜେପି ସହଯୋଗରେ ପୁଣି ସରକାର ଗଠନ କରିବେ ନୀତିଶ କୁମାର । ଆସନ୍ତା ୨୮ରେ ହୋଇପାରେ ଶପଥ ଗ୍ରହଣ । ଅଧିକ ପଢନ୍ତୁ

Etv Bharat
Etv Bharat

ପାଟନା: ବିହାର ରାଜନୀତିରେ ବଡ଼ ହଟଚମଟ । ଆରଜେଡି ସହ ତିକ୍ତତା ଭିତରେ ରାଜ୍ୟରେ ପୁଣିଥରେ ନୂଆ ସରକାର ଗଠନ ହୋଇପାରେ । ଆସନ୍ତା ଦୁଇରୁ ତିନି ଦିନ ଭିତରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଆରଜେଡି ସହ ମହାଗଠବନ୍ଧନ ମେଣ୍ଟ ଭାଙ୍ଗି ଏନଡିଏ ସହ ମିଶି ସରକାର ଗଢିପାରନ୍ତି । ଆସନ୍ତା ୨୮ ତାରିଖରେ ନୀତିଶ ଜେଡିୟୁ-ବିଜେପି ମେଣ୍ଟ ସରକାରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ନେଇ ଚର୍ଚ୍ଚା ଜୋର ଧରିଛି । ତାଙ୍କ ସହିତ ବିଜେପିର ସୁଶୀଲ ମୋଦି ପୁଣିଥରେ ଉପମୁଖ୍ୟମନ୍ତ୍ରୀ ପଦକୁ ଫେରିବା ନେଇ ଚର୍ଚ୍ଚା ହେଉଛି । ଯଦି ଏଭଳି ଘଟେ ତାହେଲେ ଲୋକସଭା ନିର୍ବାଚନ ପୂର୍ବରୁ ଇଣ୍ଡିଆ ମେଣ୍ଟକୁ ଜବରଦସ୍ତ ଝଟ୍‌କା ଲାଗିବ ।

ବିହାର ରାଜନୀତିରେ ଘଡିକେ ଘୋଡା ଛୁଟୁଛି । ଯାହା ସୂତ୍ରରୁ ସୂଚନା ମିଳିଛି, ଜେଡିୟୁ ନିଜର ସବୁ ବିଧାୟକଙ୍କୁ ପାଟନା ଡକାଇଛି । ସେହିପରି ଦଳ ନିଜର ସବୁ କାର୍ଯ୍ୟକ୍ରମକୁ ମଧ୍ୟ ରବ୍ଦ କରିଦେଇଛି । ଆସନ୍ତା ୨୮ ତାରିଖରେ ପାଟନାରେ ଜେଡୟୁର ମହାରାଣା ପ୍ରତାପ ରାଲି ଥିବାବେଳେ ତାକୁ ମଧ୍ୟ ସ୍ଥଗିତ ରଖାଯାଇଥିବା ସୂଚନା ଆସୁଛି । ସେପଟେ ବିଜେପିର ତମାମ୍ ନେତା ଦିଲ୍ଲୀରେ ହାଇକମାଣ୍ଡଙ୍କ ସହ ଘନ ଘନ ବୈଠକ କରୁଛନ୍ତି । ଏନଡିଏର ସହଯୋଗୀ ଦଳଗୁଡିକ ସହିତ ମଧ୍ୟ ଆଲୋଚନା କରାଯାଉଛି ।

ଏହା ମଧ୍ୟ ପଢନ୍ତୁ: ‘ଇଣ୍ଡିଆ’ ମେଣ୍ଟରେ କେଁ: ଦିଦିଙ୍କ ପରେ ନୀତିଶ, 'ରାହୁଲଙ୍କ ନ୍ୟାୟ ଯାତ୍ରା'ରେ ହେବେନି ସାମିଲ

ଜେଡିୟୁ ସୁପ୍ରିମୋ ନୀତିଶ ପୁଣିଥରେ ଏନଡିଏସରେ ସାମିଲ ହେବା ନେଇ ଦୀର୍ଘ ଦିନରୁ ଚର୍ଚ୍ଚା ଲାଗି ରହିଛି । ହେଲେ ଏବେ ଖବର ଆସୁଛି ଯେ, ନୀତିଶ ଆଉ ଦୁଇରୁ ତିନି ଦିନ ଭିତରେ ବିଜେପି ସହଯୋଗରେ ପୁଣି ସରକାର ଗଠନ କରିବେ । ସେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ସହ ସୁଶୀଲ ମୋଦି ଉପମୁଖ୍ୟମନ୍ତ୍ରୀ ହୋଇପାରନ୍ତି । ସୁଶୀଲ ମୋଦି ୨୦୧୭ରୁ ୨୦୨୦ ପର୍ଯ୍ୟନ୍ତ ବିହାର ଉପମୁଖ୍ୟମନ୍ତ୍ରୀ ରହିଥିଲେ । ସେତେବେଳେ ମଧ୍ୟ ନୀତିଶ କୁମାର ମୁଖ୍ୟମନ୍ତ୍ରୀ ଥିଲେ । ଏବେ ଜେଡିୟୁ ସୁପ୍ରିମୋ ପୁଣିଥରେ ଏନଡିଏ ସହ ମିଶିବା ଚର୍ଚ୍ଚା ନେଇ ବିହାରରୁ ଦିଲ୍ଲୀ ପର୍ଯ୍ୟନ୍ତ ରାଜନୈତିକ ହଟଚମଟ ସୃଷ୍ଟି ହୋଇଛି ।

ଏହାରି ମଧ୍ୟରେ ବିଜେପି ରାଜ୍ୟସଭା ସାଂସଦ ତଥା ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସୁଶୀଲ ମୋଦି ଏନେଇ ବଡ ସଙ୍କେତ ଦେଇଛନ୍ତି । ଜେଡିୟୁକୁ ନେଇ ବିଜେପି ନେତା କହିଛନ୍ତି, ରାଜନୀତିରେ ଦ୍ବାର ସବୁବେଳେ ବନ୍ଦ ରହିନଥାଏ । ଆବଶ୍ୟକ ପଡିଲେ ଦ୍ବାର ବନ୍ଦ କରାଯାଏ ଏବଂ ଖୋଲା ବି ଯାଏ ।

Last Updated : Jan 26, 2024, 2:21 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.