ETV Bharat / politics

24 ବର୍ଷ ପରେ ବଦଳିଲା ସରକାର, ନୂଆ ମୁଖ୍ୟମନ୍ତ୍ରୀଙ୍କ ପାଇଁ କ’ଣ ରହିଛି ଚ୍ୟାଲେଞ୍ଜ - CHALLENGES TO CM MOHAN MAJHI - CHALLENGES TO CM MOHAN MAJHI

New govt and New challenges for Odisha CM Mohan Majhi: କ’ଣ ରହିଛି ନୂଆ ସରକାର ସାମ୍ନାରେ ଚ୍ୟାଲେଞ୍ଜ । ବିଧି ବ୍ୟବସ୍ଥାରେ କ’ଣ ବଦଳିବା ଦରକାର । ଏନେଇ କ’ଣ କହୁଛନ୍ତି ବରିଷ୍ଠ ସାମ୍ବାଦିକ । ଅଧିକ ପଢନ୍ତୁ

4ବର୍ଷ ପରେ ବଦଳିଲା ସରକାର, ନୁଆ ମୁଖ୍ୟମନ୍ତ୍ରୀଙ୍କ ପାଇଁ କ’ଣ ରହିଛି ଚ୍ୟାଲେଞ୍ଜ
4ବର୍ଷ ପରେ ବଦଳିଲା ସରକାର, ନୁଆ ମୁଖ୍ୟମନ୍ତ୍ରୀଙ୍କ ପାଇଁ କ’ଣ ରହିଛି ଚ୍ୟାଲେଞ୍ଜ (ETV Bharat Odisha)
author img

By ETV Bharat Odisha Team

Published : Jun 15, 2024, 9:32 AM IST

Updated : Jun 15, 2024, 10:48 AM IST

ଭୁବନେଶ୍ବର: ଦୀର୍ଘ 24ବର୍ଷ ପରେ ରାଜ୍ୟରେ ଶାସନ ବଦଳିଛି । ମୋହନ ଚରଣ ମାଝୀଙ୍କ ନେତୃତ୍ବରେ ଶାସନକୁ ଆସିଛି ବିଜେପି ସରକାର । ନୂଆ ସରକାର କ୍ଷମତାକୁ ଆସିବା ପରେ ଆକ୍ସନମୋଡରେ କାମ ମଧ୍ୟ ଆରମ୍ଭ କରିସାରିଲାଣି । ମାତ୍ର ଦୀର୍ଘ ବର୍ଷର ଶାସନ ପରିବର୍ତ୍ତିତ ସ୍ଥିତିରେ ନୂଆ ସରକାର ସାମ୍ନାରେ ରହିଛି ଏକାଧିକ ଗୁରୁତ୍ବପୂର୍ଣ୍ଣ । ଏକାଧିକ ବିଭାଗରେ ଦୁର୍ନୀତି, ଲାଞ୍ଚ ଓ ବିଭିନ୍ନ ପୂର୍ବଧାରାରେ ପରିବର୍ତ୍ତନ କରିବାକୁ ହେବ । କ୍ଷମତାର ପରିବର୍ତ୍ତନର ଏହି ପରିପ୍ରେକ୍ଷୀରେ କଣ କହୁଛନ୍ତି ରାଜନୈତିକ ସମୀକ୍ଷକ । ଦୀର୍ଘ ୨୪ବର୍ଷର ସରକାର ପରେ ଲୋକେ କିଛି ନୂତନ ଆଶା କରି ପରିବର୍ତ୍ତନ ଆଣିଛନ୍ତି । ସେଗୁଡିକ ମଧ୍ୟରେ ଗୋଟିଏ କି ଦୁଇଟି ନୁହେଁ, ବରଂ ଏକାଧିକ ବିଷୟ ରହିଛି । ଏନେଇ ବରିଷ୍ଠ ସାମ୍ବାଦିକ ଅମ୍ବିକା ପ୍ରସାଦ କାନୁନଗୋ କହିଛନ୍ତି ।

24 ବର୍ଷ ପରେ ବଦଳିଲା ସରକାର, ନୂଆ ମୁଖ୍ୟମନ୍ତ୍ରୀଙ୍କ ପାଇଁ କ’ଣ ରହିଛି ଚ୍ୟାଲେଞ୍ଜ (ETV Bharat Odisha)

1. ଦୁର୍ନୀତି ବିରୋଧୀ ଲଢେଇ

ଦୁର୍ନୀତି ସବୁସ୍ତରରେ ହଟିବା ଦରକାର । ଅନେକ ବିଭାଗଠୁ ଆରମ୍ଭ କରି ସାଧାରଣ ସ୍ତରରେ ମଧ୍ୟ ବହୁମାତ୍ରାରେ ଦୁର୍ନୀତି ହେଉଛି । ଯାହାକି ବର୍ତ୍ତମାନ ଏକ ପ୍ରମୁଖ ସମସ୍ୟା ଭାବେ ମୁଣ୍ଡ ଟେକିଛି । ପିସି କାରବାରଠୁ ଆରମ୍ଭ କରି ସାଧାରଣ ଲୋକଟିଏ ସରକାରି ସୁବିଧା ପାଇବା ପାଇଁ ଦୁର୍ନୀତିଖୋର ଅଧିକାରୀଙ୍କୁ ଲାଞ୍ଚ ଦେବାକୁ ବାଧ୍ୟ ହେଉଛି । ସମୟେ ସମୟେ ଅଧିକାରୀମାନେ ଲାଞ୍ଚ ନେଇ ଧରା ମଧ୍ୟ ପଡୁଛନ୍ତି। ତେଣୁ ଦୁର୍ନୀତି ବିରୋଧରେ ଏକ କଠୋର ଲଢ଼େଇ ହେବା ଦରକାର ରରିଛି । ଦୁର୍ନୀତି କରିଥିବା ନେତା ଧରାପଡନ୍ତୁ ଓ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାର ଆବଶ୍ୟକତା ରହିଛି ।

2. ସରକାରୀ ପଦବୀ ପୂରଣ

ରାଜ୍ୟରେ ଅନେକ ବିଭାଗରେ ସରକାରୀ ପଦବୀ ଖାଲିପଡ଼ିଛି । ସାଧାରଣ ହସ୍ପିଟାଲଠୁ ଆରମ୍ଭ କରି ସ୍କୁଲରେ ଶିକ୍ଷକ ଅଭାବ ସହ ସରକାରୀ କାର୍ଯ୍ୟାଳୟରେ କର୍ମଚାରୀ ଖାଲି ଯୋଗୁଁ ଲୋକେ ବିଭିନ୍ନ ସମସ୍ୟାର ସାମ୍ନା କରୁଛନ୍ତି । ତେଣୁ ସେଗୁଡିକ ପୂରଣ କରି ସମସ୍ୟାକୁ ସୁଧାରିବାକୁ ହେବ । ସେ ଦିଗରେ ସରକାର ଧ୍ୟାନ ଦେବା ଉଚିତ ।

3. ଲୋକଙ୍କୁ ମନ୍ତ୍ରୀଙ୍କୁ ଭେଟିବାକୁ ସୁଯୋଗ ମିଳୁ

ସାଧାରଣ ଲୋକଙ୍କୁ ମନ୍ତ୍ରୀଙ୍କୁ ଭେଟିବାକୁ ସୁଯୋଗ ମିଳୁ । ଏମିତି ବ୍ୟବସ୍ଥା ହେଉ ଯେ, ସାଧାରଣ ଲୋକ ମୁଖ୍ୟମନ୍ତ୍ରୀଙ୍କୁ ବା ଅନ୍ୟ ମନ୍ତ୍ରୀମାନଙ୍କୁ ଭେଟି ତାଙ୍କର ଅଭାବ ଅସୁବିଧା କହି ପାରିବେ । ସବୁ ଲୋକ ଓ ସବୁ ମନ୍ତ୍ରୀ ମାନଙ୍କୁ ଭେଟିବାକୁ ସୁଯୋଗ ମିଳୁ । ଏ ଦିଗ ଉପରେ ଦୃଷ୍ଟି ଦିଆଯାଉ ।

4. ସରକାରୀ ଚାକିରିରେ ଘୋଟାଲା

ଯୁବକମାନେ ଯେଉଁଠି ଚାକିରି ପାଇଁ ଇଣ୍ଟରଭ୍ୟୁ ଦେଉଛନ୍ତି, ସବୁ ସ୍ଥାନରେ ଲାଞ୍ଚ କାରବାର ହେଉଛି । ବିଭିନ୍ନ ସମୟରେ ହାଇକୋର୍ଟଙ୍କୁ ମଧ୍ୟ ହସ୍ତକ୍ଷେପ କରିବାକୁ ପଡୁଛି । ପ୍ରଶ୍ନପତ୍ର ଲିକ ପରି ଘଟଣା ମଧ୍ୟ ବାରମ୍ବାର ଘଟୁଛି । ସଧାରଣ ପରିବାରର ପିଲାଟେ ଏଥିରେ ସର୍ବାଧିକ ପ୍ରଭାବିତ ହେଉଛି । ତେଣୁ ଏସବୁ ଦିଗରେ ଏକ ସ୍ବଚ୍ଛତା ଅଣାଯାଉ ।

ଏହା ମଧ୍ୟ ପଢନ୍ତୁ:- କେବେ ହେବ ମନ୍ତ୍ରିମଣ୍ଡଳର ବିଭାଗ ବଣ୍ଟନ ? ପ୍ରତିକ୍ରିୟା ରଖିଲେ ମୁଖ୍ୟମନ୍ତ୍ରୀ - CM MOHAN on portfolio allocation

5. ସରକାରୀ ଅଫିସରେ ଲୋକଙ୍କୁ ସେବା ମିଳୁ

ସମସ୍ତ ସରକାରୀ କାର୍ଯ୍ୟାଳୟରେ ଲୋକଙ୍କୁ ବିଭିନ୍ନ ସମୟରେ ଦୁର୍ବ୍ୟବହାର କରାଯାଉଥିବା ଅଭିଯୋଗ ହୋଇ ଆସୁଥିଲା । ଯେପରି ସରକାରୀ କର୍ମଚାରୀମାନେ ନିଜକୁ ଲୋକଙ୍କୁ ସେବା ଯୋଗାଇଦେବା ପାଇଁ ହୋଇଛନ୍ତି ସେଭଳି ବ୍ୟବହାର କରନ୍ତୁ । ବିନା ଲାଞ୍ଚରେ ସରକାରୀ ସେବା ଯୋଗାଇବା ନିଶ୍ଚିତ କରାଯାଉ । ଗରିବ ଲୋକଟି ନ୍ୟାୟ ପାଉ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Jun 15, 2024, 10:48 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.