ETV Bharat / politics

ନବୀନଙ୍କ 15 ଜଣିଆ କମିଟି: ପ୍ରଣବ,ରଣେନ୍ଦ୍ରଙ୍କ ସମେତ ବହୁ ହେଭିୱେଟ୍ ବାଦ - New Committee Of BJD

New Committee Of BJD: ପରାଜୟର ସ୍ବାଦ ଚାଖିବା ପରେ ଦଳ ଏବେ ସମୀକ୍ଷା କରି ସଂଗଠନ ସଜାଡିବାକୁ ପ୍ରୟାସ କରୁଥିବା କୁହାଯାଉଛି । ଏଥିପାଇଁ ନବୀନ ଏକ 15 ଜଣିଆ କମିଟି ଗଠନ କରିଥିବାବେଳେ ପ୍ରଣବ ସେଥିରୁ ବାଦ୍ ପଡ଼ିଛନ୍ତି । କମିଟିରେ କିଏ କିଏ ଅଛନ୍ତି ଜାଣନ୍ତୁ ।

author img

By ETV Bharat Odisha Team

Published : Aug 5, 2024, 10:57 PM IST

New Committee Of BJD
New Committee Of BJD (ETV Bharat Odisha)

ଭୁବନେଶ୍ବର: ବିଜେଡିର ନୂଆ କମିଟି ଗଠନ ହୋଇଛି । ଦଳର ସଭାପତି ନବୀନ ପଟ୍ଟନାୟକ ଆଜି ଗଠନ କରିଛନ୍ତି ଏହି ନୂଆ କମିଟି । ସାରା ରାଜ୍ୟରେ ଦଳର ବିଭିନ୍ନ କାର୍ଯ୍ୟର ସମନ୍ବୟ ରକ୍ଷା ପାଇଁ 15 ଜଣିଆ ଟିମ ଗଠନ କରିଛନ୍ତି ନବୀନ ।

କିଏ ରହିଛନ୍ତି ସଦସ୍ୟ ?

15 ଜଣିଆ ଟିମରୁ କିଛି ପୁରୁଖା ନେତା ବାଦ ପଡିଛନ୍ତି । ଏହି 15 ଜଣିଆ କମିଟିର ଅଧ୍ୟକ୍ଷ ରହିଛନ୍ତି ଦେବୀ ପ୍ରସାଦ ମିଶ୍ର । ପ୍ରମିଳା ମଲ୍ଲିକ, ନିରଞ୍ଜନ ପୂଜାରୀ, ବିକ୍ରମ କେଶରୀ ଆରୁଖ, ପ୍ରତାପ କେଶରୀ ଦେବ, ପ୍ରଦୀପ କୁମାର ଅମାତ, ଡ଼. ଅରୁଣ କୁମାର ସାହୁ, ଅଶ୍ବିନୀ କୁମାର ପାତ୍ର, ପ୍ରତାପ ଜେନା, ସାରଦା ପ୍ରସାଦ ନାୟକ, ସୁଦାମ ମାର୍ଣ୍ଡି ପ୍ରମୁଖଙ୍କ ନାଁ ଏହି କମିଟିରେ ସାମିଲ ରହିଛି । ସେହିପରି ମନୋହର ରନ୍ଧାରୀ, ସ୍ନେହାଙ୍ଗିନୀ ଛୁରିଆ, ମହେଶ ସାହୁ ଓ ଦେବେଶ ଆଚାର୍ଯ୍ୟ ମଧ୍ୟ ଏହି କମିଟିରେ ଅଛନ୍ତି । ପୂର୍ବ, ପଶ୍ଚିମ, ଉତ୍ତର ଓ ଦକ୍ଷିଣ ଦିଗ ମଧ୍ୟରେ ସମନ୍ୱୟ ରଖି ଏହି କମିଟି ଗଠନ ହୋଇଥିବା ନେଇ ଦଳ ପକ୍ଷରୁ କୁହାଯାଇଛି ।

ଏହା ବି ପଢନ୍ତୁ...ମମତାଙ୍କ ପରେ କିଏ, ଖାଲି ହୋଇଯିବ କି ବିଜେଡି ବସା ? ଚିନ୍ତା ବଢାଇଲା ଅରବିନ୍ଦଙ୍କ ବୟାନ, ଜବାବ ରଖିଲେ ଉମା - No Existence Of BJD
ଏହା ବି ପଢନ୍ତୁ...ତୁଟୁନି ‘ମମତା’ କଳି: ସଂଗଠନ ଦୁର୍ବଳ ମାନିଲା ବିଜେଡି, ଗଣେଶ୍ବର କହିଲେ ପର ଘର ଭାଙ୍ଗୁଛନ୍ତି - Mamata Mohanta Switching Politics

ବାଦ୍ ପଡିଲେ ପ୍ରଣବଙ୍କ ସବ ବହୁ ହେଭିୱେଟ୍:

ବିଜେଡି ସଭାପତି ଗଠନ କରିଥିବା ଏହି ନୂତନ ଟିମରୁ ପ୍ରଣବ ପ୍ରକାଶ ଦାସଙ୍କ ସମେତ ବହୁ ନେତା ବାଦ ପଡିଛନ୍ତି । ବିଜେଡି ସଭାପତି ଗଠନ କରିଥିବା ଏହି କମିଟିରୁ ପ୍ରଣବ ପ୍ରକାଶ ଦାସଙ୍କୁ ଦୂରେଇ ରଖାଯାଇଛି । କେବଳ ପ୍ରଣବ ନୁହେଁ ତାଙ୍କ ନିକଟତର ଓ ବିବାଦୀୟ ନେତା ଏହି କମିଟିରେ ନାହାନ୍ତି । ପ୍ରଣବଙ୍କ ଅନୁଗତ ସୁଶାନ୍ତ ସିଂ, ସୁଶାନ୍ତ ରାଉତ, କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର, ପ୍ରଣବ ବଳବନ୍ତରାୟ, ବ୍ୟୋମକେଶ ରାୟ ଓ ଅନେକ ବାଦ ପଡିଛନ୍ତି । ସେହିପରି ଦଳର ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ, ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ସଞ୍ଜୟ କୁମାର ଦାସବର୍ମା, ଅତନୁ ସବ୍ୟସାଚୀ ନାୟକ, ଅଶୋକ କୁମାର ପଣ୍ଡା, ପ୍ରଫୁଲ୍ଲ ସାମଲଙ୍କ ଭଳି ତୁଙ୍ଗ ନେତାଙ୍କୁ ମଧ୍ୟ ଏହି କମିଟିରୁ ଦୂରେଇ ରଖାଯାଇଛି ।

ସଂଗଠନ ସଜାଡିବା ପ୍ରୟାସ:

ପରାଜୟର ସ୍ବାଦ ଚାଖିବା ପରେ ଦଳ ଏବେ ସମୀକ୍ଷା କରି ସଂଗଠନ ସଜାଡିବାକୁ ପ୍ରୟାସ କରୁଥିବା କୁହାଯାଉଛି।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.