ETV Bharat / politics

ପୁଣି ପାଣ୍ଡିଆନଙ୍କ ସପକ୍ଷରେ ବାହାରିଲେ ନବୀନ; ଟ୍ବିଟ କରି କହିଲେ ଏମିତି - Naveen Backs VK Pandian Again

author img

By ETV Bharat Odisha Team

Published : Jul 22, 2024, 9:16 PM IST

Naveen Backs VK Pandian Again: ବିଜେଡିରେ ବିଭୀଷଣ ହୋଇ ବିଜେପିକୁ ଶକ୍ତିଶାଳୀ କରିବାକୁ ଉଦ୍ୟମ କରୁଛନ୍ତି କି ପାଣ୍ଡିଆନ ? ନବୀନ ପଟ୍ଟନାୟକ ସୋସିଆଲ ମିଡିଆରେ ପୋଷ୍ଟ କରି କହିଲେ ଏମିତି । ଅଧିକ ପଢନ୍ତୁ

Naveen Backs VK Pandian Again
Naveen Backs VK Pandian Again (ETV Bharat Odisha)

ଭୁବନେଶ୍ବର: ନିର୍ବାଚନ ପୂର୍ବରୁ ଯେତିକି ଚର୍ଚ୍ଚାରେ ତା'ଠାରୁ ଅଧିକ ଚର୍ଚ୍ଚାରେ ଅଛନ୍ତି ଭିକେ ପାଣ୍ଡିଆନ । ଜାତୀୟ ଗଣମାଧ୍ୟମରେ ଆଜି ପ୍ରକାଶିତ ଏକ ଖବରକୁ ନେଇ ପୁନର୍ବାର ଶିରୋନାମା ପାଲଟିଛନ୍ତି ପାଣ୍ଡିଆନ । ଖବର ସାମ୍ନାକୁ ଆସିବା ପରେ ପାଣ୍ଡିଆନଙ୍କ ସପକ୍ଷରେ ପୁଣି ବାହାରିଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ । ଜାତୀୟ ଗଣମାଧ୍ୟମର ରିପୋର୍ଟକୁ ଖଣ୍ଡନ କରିବା ସହ ଭିତ୍ତିହୀନ ବୋଲି କହିଛନ୍ତି ନବୀନ ।

ପାଣ୍ଡିଆନଙ୍କ ସପକ୍ଷରେ ବାହାରିଲେ ନବୀନ (ETV Bharat Odisha)

ବିଜେଡିକୁ ଭାଙ୍ଗିବାକୁ ଚେଷ୍ଟା କରୁଛନ୍ତି କି ଭୈରବ କାର୍ତ୍ତିକେୟ ପାଣ୍ଡିଆନ ? ବିଜେଡି ଭିତରେ ଫାଟ କରି ବିଜେପିକୁ ଫାଇଦା ଦେବାକୁ ଉଦ୍ୟମରେ ଅଛନ୍ତି କି ପାଣ୍ଡିଆନ ? ବିଭୀଷଣ ସାଜି ବିଜେଡିକୁ ଡୁବେଇବାକୁ ପାଣ୍ଡିଆନ ଷଡଯନ୍ତ୍ର କରୁଛନ୍ତି କି ? ଜାତୀୟ ଗଣମାଧ୍ୟମରେ ଏ ନେଇ ଏକ ରିପୋର୍ଟ ପ୍ରକାଶ ପାଇଛି । ଯାହାକୁ ଆଜି ଏହାକୁ ନେଇ ଆଜି ଦିନ ତମାମ ଚର୍ଚ୍ଚା ଲାଗି ରହିଛି । ଖବରକୁ ନେଇ ରାଜନୈତିକ ଆଲୋଚନା ଓ ପର୍ଯ୍ୟାଲୋଚନା ଜାରି ରହିଛି । ଖବର ଉପରେ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ପ୍ରତିକ୍ରିୟା ଆସିବା ପରେ ଚର୍ଚ୍ଚା ଆଉ ଟିକେ ବ୍ୟାପ୍ତ ହୋଇଛି ।

ଏହା ବି ପଢନ୍ତୁ- ‘ବାରମ୍ବାର ସୁଯୋଗ ପାଇଁ ରାଜ୍ୟବାସୀଙ୍କୁ କୃତଜ୍ଞତା, ପରାଜୟ ପାଇଁ ପାଣ୍ଡିଆନଙ୍କୁ ସମାଲୋଚନା ଦୁର୍ଭାଗ୍ୟଜନକ’

ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଥିବା ରିପୋର୍ଟ ଅନୁସାରେ, ଗତ କେଇ ସପ୍ତାହ ଧରି ଜଣେ କେନ୍ଦ୍ରମନ୍ତ୍ରୀଙ୍କ ସହାୟତାରେ ବିଜେପିର ଚାଣକ୍ୟ କୁହାଯାଉଥିବା ଅମିତ ଶାହଙ୍କୁ ଭେଟିବାକୁ ଭିକେ ପାଣ୍ଡିଆନ ଉଦ୍ୟମ କରୁଛନ୍ତି । କେବଳ ଏତିକି ନୁହେଁ, ବରଂ ସେ ବିଜେଡିରେ ଫାଟ ସୃଷ୍ଟି କରିବାକୁ ଉଦ୍ୟମ କରୁଛନ୍ତି । ଏହାସହ ରାଜ୍ୟରେ ବିଜେପି ସଙ୍ଗଠନକୁ ଶକ୍ତିଶାଳୀ କରିବାରେ ସେ ସହଯୋଗ କରିବେ । ଏ ନେଇ ସେ ବିଜେପି ନେତୃବୃନ୍ଦକୁ ଅଫର ଦେଇଥିବା ନେଇ ଖବର ପ୍ରକାଶ ପାଇଛି । ଖବର ପ୍ରକାଶ ପାଇବା ପରେ ମୁହଁ ଖୋଲିଛନ୍ତି ଖୋଦ ବିଜେଡି ସଭାପତି ନବୀନ ପଟ୍ଟନାୟକ । ପାଣ୍ଡିଆନଙ୍କ ସପକ୍ଷରେ ପୁଣି ବାହାରି ପ୍ରତିକ୍ରିୟା ରଖିଛନ୍ତି ନବୀନ ।

ଏହା ବି ପଢନ୍ତୁ- ପାଣ୍ଡିଆନଙ୍କୁ ଶକୁନି ସହ ତୁଳନା କଲେ ନନା, କହିଲେ ଦୁର୍ଯ୍ୟୋଧନ କାହିଁକି ଶକୁନିଙ୍କୁ ବାଛିଲେ

ସୋସିଆଲ ମିଡିଆରେ ପୋଷ୍ଟ କରି ଜାତୀୟ ଗଣମାଧ୍ୟମରେ ପାଣ୍ଡିଆନ ଓ ବିଜେଡିକୁ ନେଇ ପ୍ରକାଶିତ ଖବରକୁ ଖଣ୍ଡନ କରିଛନ୍ତି ନବୀନ । ନବୀନ କହିଛନ୍ତି, "ଏହା ସମ୍ପୂର୍ଣ୍ଣ ମିଛ, ଉଦ୍ଦେଶ୍ୟ ପ୍ରଣୋଦିତ ଖବର । ଏହା ବିଭ୍ରାନ୍ତକାରୀ ଏବଂ ମାନହାନି କଲା ଭଳି ଖବର । ପାଣ୍ଡିଆନ ନିଜର ଦକ୍ଷତା, ନିଷ୍ଠା, ସମର୍ପଣ ଭାବନା ନେଇ ଉଭୟ ରାଜ୍ୟ ଓ ଦଳ ପାଇଁ କାମ କରିଛନ୍ତି । ଏହି ସେବା ମନୋବୃତ୍ତି ପାଇଁ ପାଣ୍ଡିଆନ ଜଣାଶୁଣା ଓ ସମ୍ମାନନୀୟ ।" ଏହା ପୂର୍ବରୁ ବିଜେଡିର ପରାଜୟ ପାଇଁ ପାଣ୍ଡିଆନଙ୍କୁ ଦାୟୀ କରାଯାଉଥିବା ବେଳେ ସାମ୍ନାକୁ ଆସି ନବୀନ ତାଙ୍କୁ କ୍ଲିନଚିଟ ଦେଇଥିଲେ । ଏବେ ପୁଣିଥରେ ସମାନ ଆଭିମୁଖ୍ୟ ଦେଖାଇ ବାର୍ତ୍ତା ଦେଇଛନ୍ତି ନବୀନ ।

ବରିଷ୍ଠ ସାମ୍ବାଦିକ ରବି ଦାସ କହିଛନ୍ତି ଯେ, ନବୀନ ପଟ୍ଟନାୟକ ଓ ବିଜେଡିକୁ ବିଜେପିର ଜାତୀୟ ନେତା ଅସନ୍ତୁଷ୍ଟ କରିବାକୁ ଚାହୁଁନାହାନ୍ତି । ଏହାର ଦୁଇଟି କାରଣ ରହିଛି । ରାଜ୍ୟସଭାରେ ବିଜେପିର ସଂଖ୍ୟା ଗରିଷ୍ଠତା ନାହିଁ । ଅନ୍ୟପକ୍ଷରେ ବିଜେଡିର ବର୍ତ୍ତମାନର ସଦସ୍ୟ ସଂଖା 9 ରହିଛି । ଆଗାମୀ ବିନରେ ଅନ୍ୟ ଆଞ୍ଚଳିକ ଦଳ ସହ ବିଜେପିକୁ ବିଜେଡିର ସହଯୋଗ ଦରକାର । ରାଷ୍ଟ୍ରପତି ଓ ଉପ ରାଷ୍ଟ୍ରପତି ନିର୍ବାଚନ ରହିଛି, ତେଣୁ ବିଜେଡିର ଆବଶ୍ୟକତା ରହିଛି । ନବୀନ ତାଙ୍କର ଶତ୍ରୁ ବୋଲି ବିଜେପି ବିବେଚନା କରିବାକୁ ଚାହିଁବ ନାହିଁ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.