ETV Bharat / politics

ପାଣ୍ଡିଆନଙ୍କୁ ଅପରାଜିତାଙ୍କ ଜବାବ, ୧୨ଜଣ ସାଂସଦଙ୍କ ରିପୋର୍ଟ କାର୍ଡ ରଖନ୍ତୁ - Aparajita Targets Pandian - APARAJITA TARGETS PANDIAN

Aparajita Targets Pandian: ୧୨ ଜଣ ବିଜେଡି ସାଂସଦଙ୍କ ରିପୋର୍ଟ କାର୍ଡ ମାଗିଲେ ଅପରାଜିତା । ଏହାସହ ନିଜ ମର୍ଯ୍ୟାଦା ଭିତରେ ରହିବାକୁ କହି ପାଣ୍ଡିଆନଙ୍କୁ କଲେ କଟାକ୍ଷ । ଜାଣନ୍ତୁ କାରଣ

Aparajita Targets Pandian
Aparajita Targets Pandian (ETV Bharat Odisha)
author img

By ETV Bharat Odisha Team

Published : May 19, 2024, 7:06 PM IST

Aparajita Targets Pandian (ETV Bharat Odisha)

ଭୁବନେଶ୍ବର: "ସାଂସଦ ଅପରାଜିତା ଷଡଙ୍ଗୀ ୫ ବର୍ଷରେ କ'ଣ କରିଛନ୍ତି ?" ବୋଲି ପ୍ରଶ୍ନ କରିଥିଲେ ବିଜେଡି ନେତା ଭିକେ ପାଣ୍ଡିଆନ । ଯାହାର ଜବାବରେ ଅପରାଜିତା ପାଲଟା ପ୍ରଶ୍ନ କରିଛନ୍ତି । ୧୨ଜଣ ବିଜେଡି ସାଂସଦଙ୍କ ରିପୋର୍ଟ କାର୍ଡ ରଖିବାକୁ କହିଛନ୍ତି ଅପରାଜିତା । ସେ କହିଛନ୍ତି, "ତାଙ୍କର ଏହି ଉକ୍ତି ଅତ୍ୟନ୍ତ ହାସ୍ୟାସ୍ପଦ । ସେ ମୋ କାମରେ ସନ୍ତୁଷ୍ଟ ନାହାନ୍ତି । ତାଙ୍କ ଉପରେ ମୋ ରାଜନୈତିକ ଭବିଷ୍ୟତ ନିର୍ଭର କରୁନାହିଁ । ସବୁଠାରୁ ବଡ଼କଥା ହେଉଛି ମୁଁ ପ୍ରତିବର୍ଷ ଲୋକମାନଙ୍କ ପାଖରେ ମୋ କାର୍ଯ୍ୟର ରିପୋର୍ଟ କାର୍ଡ ରଖେ । ଚଳିତବର୍ଷ ୫ ବର୍ଷର ରିପୋର୍ଟ କାର୍ଡ ମଧ୍ୟ ରଖିଛି ଯାହା ପବ୍ଲିକ ଡୋମେନରେ ଅଛି । ଏହି ରିପୋର୍ଟ କାର୍ଡର କପି ସମସ୍ତଙ୍କୁ ଦିଆଯାଇଛି । ସେ ଜଣେ ପୂର୍ବତନ ପ୍ରଶାସନିକ ଅଧିକାରୀ । ସେ ଜାଣିବା କଥା ଯେ ରାଜନୀତିରେ ବି ମର୍ଯ୍ୟାଦାପୂର୍ଣ୍ଣ ବ୍ୟବହାର କରାଯାଏ । ବିଶେଷ କରି ମସୁରୀରେ ଯେଉଁ ଆଇଏଏସ ଟ୍ରେନିଂ ସେଣ୍ଟର ଅଛି ସେଥିରେ ଆମକୁ ଶିଷ୍ଟାଚାର ଶିଖାଯାଇଛି ତାହା ସେ ନିଜ ପାଖରେ ରଖିବା କଥା । ହେଲେ ସେ ଶିଷ୍ଟାଚାର ଭୁଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟୁରିଷ୍ଟ କହୁଛନ୍ତି, କାମକୁ ନେଇ ନକରାତ୍ମକ ଟିପ୍ପଣୀ ଦେଉଛନ୍ତି ।"

ସେପଟେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉଦ୍ଦେଶ୍ୟରେ ପାଣ୍ଡିଆନ ଦେଇଥିବା ମନ୍ତବ୍ୟକୁ ନେଇ ବର୍ଷିଲେ ଅପରାଜିତା । ଏନେଇ ସାଂସଦ ଅପରାଜିତା ଷଡଙ୍ଗୀ କହିଛନ୍ତି, "ଧର୍ମେନ୍ଦ୍ର ପ୍ରଧାନ ରାଜନୀତିରେ ଜଣେ ବରିଷ୍ଠ ନେତା ତାଙ୍କ ବିଷୟରେ ଔକାତ ଓ ଦମ ଶବ୍ଦର ପ୍ରୟୋଗ କରିବା ଜଣେ ପୂର୍ବତନ ପ୍ରଶାସନିକ ଅଧିକାରୀଙ୍କୁ ଶୋଭା ଦେଉନାହିଁ । ତାଙ୍କୁ ନିଜ ମର୍ଯ୍ୟାଦା ଓ ସୀମା ଭିତରେ ରହିବା ଦରକାର ।" ଏହାସହ ଅପରାଜିତା ଆହୁରି କହିଛନ୍ତି, "ହାତଗଣତି 3 ଜଣ ସାଂସଦଙ୍କୁ ଛାଡିଦେଲେ ଆଉ କାହାକୁ ଲୋକସଭା ଭିତରେ ଦେଖିବାକୁ ମିଳେନାହିଁ । ଯେଉଁମାନେ ଲୋକସଭାକୁ ଆସୁଥିଲେ ସେମାନଙ୍କୁ ଟିକଟ ମିଳିଲା ନାହିଁ । ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀଙ୍କ ରିପୋର୍ଟ ରଖିବାର କଷ୍ଟ କରିବେ କି ? ଲୋକମାନେ ମନସ୍ଥ କରିସାରିଛନ୍ତି ଯେ ବିଜୁ ଜନତା ଦଳ ନୁହେଁ ବିଜେପିର ଲୋକସଭା ପ୍ରାର୍ଥୀଙ୍କୁ ଭୋଟ ଦେବେ ।"

ଏହା ବି ପଢନ୍ତୁ...ଜୟଦେବରେ ପାଣ୍ତିଆନଙ୍କ ପ୍ରଚାର: ଦଳୀୟ ପ୍ରାର୍ଥୀଙ୍କ ପାଇଁ ମାଗିଲେ ଭୋଟ, ବିଜେପି ଉପରେ ବର୍ଷିଲେ - Pandian In Jayadev

ବିଜେଡିର ସାଂସଦମାନେ ଯାଇ ଲୋକସଭାରେ କରିବେ କ'ଣ ବୋଲି ପ୍ରଶ୍ନ କରି କରିଛନ୍ତି ସାଂସଦ ଅପରାଜିତା । ସେ କହିଛନ୍ତି, "ମୁଁ ଅନୁରୋଧ କରୁଛି ମୋ ରିପୋର୍ଟ କାର୍ଡ ପଢନ୍ତୁ ସେଥିରୁ ଜାଣିଯିବେ ମୁଁ କ'ଣ କରିଛି ଓ ଉତ୍ତର ପାଇଯିବେ। ଖାଲି ସେତିକି ନୁହେଁ, ବିଜେଡିର ସାଂସଦମାନେ କ'ଣ କରିଛନ୍ତି ଲୋକମାନେ ଜାଣିବା ପାଇଁ ତାଙ୍କର ୧୨ ସାଂସଦଙ୍କୁର ରିପୋର୍ଟ କାର୍ଡ ବି ରଖନ୍ତୁ ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.