ETV Bharat / politics

ମେଣ୍ଟ ହେଲେ କିଏ ହେବେ ପ୍ରତିଦ୍ବନ୍ଦୀ ? ଆସୁଥିବା ଚ୍ୟାଲେଞ୍ଜକୁ ନେଇ ଏମିତି କହିଲେ ମୋକିମ - Effect Of Alliance - EFFECT OF ALLIANCE

Effect Of Alliance: ରାଜ୍ୟରେ ବିଜେପି-ବିଜେଡି ମେଣ୍ଟ ନେଇ ଚିତ୍ର ସ୍ପଷ୍ଟ ହେଉନାହିଁ। ସେପଟେ ମେଣ୍ଟ ହେଲେ କୌଣସି ପ୍ରଭାବ ପଡିବ ନାହିଁ ବୋଲି କହିଛନ୍ତି କଂଗ୍ରେସ ବିଧାୟକ ମହମ୍ମଦ ମୋକିମ। ଅଧିକ ପଢନ୍ତୁ

Effect Of Alliance
Effect Of Alliance
author img

By ETV Bharat Odisha Team

Published : Mar 21, 2024, 9:37 PM IST

Effect Of Alliance

କଟକ: ନିର୍ବାଚନ ବିଗୁଲ ବାଜି ସାରିଛି । ହେଲେ ମେଣ୍ଟ ନେଇ ଚିତ୍ର ସ୍ପଷ୍ଟ ହେଉନାହିଁ । ଉଭୟ ଦଳ ପକ୍ଷରୁ ଏହି ପ୍ରସଙ୍ଗକୁ ନେଇ ଯାହା କୁହାଯାଉଛି ତାହା ସମସ୍ତଙ୍କ ମଧ୍ୟରେ ଦ୍ଵନ୍ଦ୍ବ ସୃଷ୍ଟି କରିଛି । ଏଭଳି ସ୍ଥିତିରେ କଂଗ୍ରେସ ପାଇଁ ସୁଯୋଗ ସୃଷ୍ଟି କରିଛି । ତେବେ ରାଜ୍ୟର ସମସ୍ତ ନିର୍ବାଚନ ମଣ୍ଡଳୀରେ ଏବେ ସମାନ ସ୍ଥିତି ଉପୁଜୁଛି । ରାଜ୍ୟରେ ବଳ ଗୋଟାଇବାରେ ଲାଗିଛି କଂଗ୍ରେସ । କିଛି ନିର୍ବାଚନ ମଣ୍ଡଳୀରେ ଯେଉଁଠି କଂଗ୍ରେସର ସ୍ଥିତି ଭଲ ଅଛି, ସେଠାରେ କଂଗ୍ରେସ ନିର୍ବାଚନ ପାଇଁ ନିଜର ପ୍ରସ୍ତୁତକୁ ଜୋରଦାର କରିଲାଣି । ସେଥିରେ କଟକ-ବାରବାଟୀ ନିର୍ବାଚନ ମଣ୍ଡଳୀ ଅନ୍ତର୍ଭୁକ୍ତ ରହିଛି ।

ଏହି ନିର୍ବାଚନ ମଣ୍ଡଳୀରେ ଗତ ନିର୍ବାଚନରେ କଂଗ୍ରେସକୁ ବହୁମତ ମିଳିଥିବା ବେଳେ ଏଥର କିନ୍ତୁ ସ୍ଥିତି ଭିନ୍ନ ରହିଛି । କାରଣ ଏହି ନିର୍ବାଚନ ମଣ୍ଡଳୀରୁ ଦେବାଶିଷ ସାମନ୍ତରାୟଙ୍କୁ ଶାସକ ଦଳ ରାଜ୍ୟସଭାକୁ ପଠାଇଛି । ତେଣୁ ଏଠାରେ ଶାସକ ବିଜେଡି ନୂଆ ପ୍ରାର୍ଥୀ ଦେବ ବୋଲି ସ୍ପଷ୍ଟ ହୋଇଯାଇଛି । ଯାହାକି ମୋକିମଙ୍କ ପାଇଁ ଅନେକ ଚାଲେଞ୍ଜ ସୃଷ୍ଟି କରିପାରେ । ଯଦି ମେଣ୍ଟ ହୁଏ, ତେବେ ବିଜେଡି ବିଜେପି ମଧ୍ୟରୁ ଜଣେ ପାର୍ଥି ହେବେ । ଯାହାଙ୍କର କଂଗ୍ରେସର ମୋକିମଙ୍କ ସହ ଲଢେଇ ହେବ । ଏହା ମୋକିମଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ବି ସୃଷ୍ଟି କରିପାରେ ବୋଲି ଚର୍ଚ୍ଚା ହେଉଛି ।

ଏହା ମଧ୍ୟ ପଢନ୍ତୁ...ରାହୁଲଙ୍କ ନ୍ୟାୟଯାତ୍ରା ନ୍ୟାରେଟିଭକୁ ଲୋକଙ୍କ ପାଖରେ ପହଞ୍ଚାଇପାରୁନି କଂଗ୍ରେସ: ରବି ଦାସ - Role Of Congress During Alliance

ଏହି ପ୍ରସଙ୍ଗକୁ ନେଇ ମୋକିମ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, "ଦୀର୍ଘ ଦିନ ଧରି ସେ ଲୋକଙ୍କ ପାଇଁ କାମ କରିଛନ୍ତି । ମେଣ୍ଟ ହେଲେ ଲୋକ ଯଦି ସମର୍ଥନ କରନ୍ତି, ତେବେ ସେ ବିଜୟୀ ହେବେ । ମେଣ୍ଟ ନ ହେଲେ ମଧ୍ୟ ଲୋକମାନେ ଯଦି ସମର୍ଥନ ନ କରନ୍ତି ତେବେ ଜିତିବା ସମ୍ଭବ ନୁହେଁ ।" ତେଣୁ ମେଣ୍ଟ ହେଲେ ତାଙ୍କ ଉପରେ କୌଣସି ପ୍ରଭାବ ପଡିବ ନାହିଁ ବୋଲି ମୋକିମ କହିଛନ୍ତି । ସେ ଆହୁରି କହିଛନ୍ତି ଯେ, ସେ ଜିତିବା କାରଣରୁ କଟକରେ ଅନେକ ଉନ୍ନତି ମୂଳକ କାର୍ଯ୍ୟ ହେଉଛି । ଏହି ସବୁ ଉନ୍ନତିମୂଳକ କାର୍ଯ୍ୟ ଦ୍ବାରା ସାଧାରଣ ଲୋକ ଉପକୃତ ହେଉଛନ୍ତି । ଯାଇକା ପ୍ରକଳ୍ପ, ବକ୍ସ ଡ୍ରେନ କାର୍ଯ୍ୟ, ପେଟାନାଳ କାର୍ଯ୍ୟଠାରୁ ବସଷ୍ଟାଣ୍ଡ କାମ ସବୁ କିଛି ସମ୍ଭବ ହୋଇଛି ବୋଲି ମୋକିମ କହିଛନ୍ତି । ହେଲେ ଆବଶ୍ୟକୀୟ ସ୍ଥାନରୁ ବସ୍ ଚଳାଚଳ ସୁବିଧା ନଥିବାରୁ ବସ ଟର୍ମିନାଲ ଉଦଘାଟନରେ ଯୋଗ ଦେଇନଥିବା କହିଛନ୍ତି ମୋକିମ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.