ETV Bharat / politics

ସମ୍ବଲପୁରରେ ପ୍ରସନ୍ନଙ୍କ ପ୍ରାର୍ଥୀତ୍ୱକୁ ନେଇ ଲାଗି ରହିଛି ଛକାପଞ୍ଝା ! - SAMBALPUR ASSEMBLY CONSTITUENCY - SAMBALPUR ASSEMBLY CONSTITUENCY

BJD DILEMMA IN SAMBALPUR: ବିଜେଡିର ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟଙ୍କୁ ଦଳ ସମ୍ବଲପୁର ପାଇଁ ପ୍ରାର୍ଥୀ କରିଥିଲେ ମଧ୍ୟ ବିଜେଡିରେ ଅନ୍ତର୍ଦ୍ବନ୍ଦ ଚାଲିଛି । ରାସେଶ୍ବରୀ ପାଣିଗ୍ରାହୀ, ସିଦ୍ଧାର୍ଥ ଦାସ ଓ ସଞ୍ଜିତ ମହାନ୍ତିଙ୍କ ପରି ନେତା ମାନଙ୍କ ସମର୍ଥକ ସେମାନଙ୍କ ପାଇଁ ଟିକେଟ ଦାବି କରିଛନ୍ତି । ଅଧିକ ପଢନ୍ତୁ

ସମ୍ବଲପୁରରେ ପ୍ରସନ୍ନଙ୍କ ପ୍ରାର୍ଥୀତ୍ୱକୁ ନେଇ ଲାଗି ରହିଛି ଛକାପଞ୍ଝା

author img

By ETV Bharat Odisha Team

Published : Apr 16, 2024, 10:50 PM IST

ସମ୍ବଲପୁରରେ ପ୍ରସନ୍ନଙ୍କ ପ୍ରାର୍ଥୀତ୍ୱକୁ ନେଇ ଲାଗି ରହିଛି ଛକାପଞ୍ଝା

ସମ୍ବଲପୁର: ମିଳିଛି ପାର୍ଟି ଟିକେଟ ହେଲେ ମାନୁନି ମନ । ବିଜେଡିର ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟଙ୍କୁ ଦଳ ସମ୍ବଲପୁର ବିଧାନସଭା ସିଟ୍ ପାଇଁ ପ୍ରାର୍ଥୀ କରିଛି । ଟିକେଟ ଘୋଷଣାର ସପ୍ତାହେ ହେଲାଣି ମାତ୍ର ଆଜି ଯାଏଁ ପ୍ରସନ୍ନ ଆଚାର୍ଯ୍ୟ ସମ୍ବଲପୁର ମାଟି ମାଡି ନାହାଁନ୍ତି । ସେ ସମ୍ବଲପୁର ପାଇଁ ଆଗ୍ରହୀ ନଥିବା କଥା ଚର୍ଚ୍ଚା ଜୋର ଧରିଛି । ଅନ୍ୟପଟେ ସମ୍ବଲପୁର ଆସନ ପାଇଁ ଏବେ ମଧ୍ୟ ରାସେଶ୍ବରୀ ପାଣିଗ୍ରାହୀ, ସିଦ୍ଧାର୍ଥ ଦାସ ଓ ସଞ୍ଜିତ ମହାନ୍ତିଙ୍କ ପରି ନେତା ନିଜ ସମର୍ଥକଙ୍କ ଜରିଆରେ ପ୍ରଦର୍ଶନ କରି ପରୋକ୍ଷରେ ସମ୍ବଲପୁର ବିଧାନସଭା ଆସନ ପାଇଁ ନିଜର ଦାବିଦାରୀ ଜାହିର କରୁଛନ୍ତି ।

ରାଜନୀତି ସମୀକ୍ଷକଙ୍କ କହିବା କଥା ହେଲା ଯେ ପ୍ରସନ୍ନ ଆଚାର୍ଯ୍ୟ ପୂର୍ବରୁ ରେଢ଼ାଖୋଲ ବିଧାନସଭା ସିଟରେ ବିଧାୟକ ରହିଥିବା ବେଳେ ଏଥର ମଧ୍ୟ ବିଗତ ଗୋଟିଏ ବର୍ଷ ହେଲା ସେ ବାରମ୍ବାର ରେଢ଼ାଖୋଲ ଗସ୍ତ କରି ଦଳୀୟ ଭିତ୍ତିଭୂମି ସଜାଡୁଥିଲେ ଓ ନିଜ ସଂଗଠନକୁ ସୁଦୃଢ କରି ଆସୁଥିଲେ । ତେବେ ଦଳ ହଠାତ ତାଙ୍କୁ ସମ୍ବଲପୁର ଆସନରୁ ପ୍ରାର୍ଥୀ ଘୋଷଣା କରିବାକୁ ଏହି ନିଷ୍ପତ୍ତିକୁ ସେ ଗ୍ରହଣ କରି ପାରୁ ନଥିବା ଚର୍ଚ୍ଚା ହେଉଛି ।

ଏହା ମଧ୍ୟ ପଢନ୍ତୁ ... ସମ୍ବଲପୁର ଲୋକସଭା କ୍ଷେତ୍ର ଦଖଲ ନେଇ ବିଜେଡିର ଦୃଢୋକ୍ତି, ଏକ ତରଫା ଜିତିବୁ କହିଲେ ଲେନିନ - Election 2024

ତେଣୁ ବର୍ତ୍ତମାନ ପ୍ରସନ୍ନଙ୍କ କଥା ଦଳ ନରଖିଲେ ସେ ବିଜେପିକୁ ଲମ୍ଫ ପ୍ରଦାନ କରି ରେଢ଼ାଖୋଲରୁ ବିଜେପି ପ୍ରାର୍ଥୀ ହେବା ପାଇଁ ଲବି କରୁଥିବା ଚର୍ଚ୍ଚା ହେଉଛି ବୋଲି ରାଜନୀତି ବିଶ୍ଳେଷକ କହୁଛନ୍ତି । ଅନ୍ୟପଟେ ଗତକାଲି ସୋମବାର ସନ୍ଧ୍ୟାରେ ସମ୍ବଲପୁର ଜିଲ୍ଲା ବିଜେଡି ଉପସଭାପତି ମହମ୍ମଦ ମୋର୍ତଜାଙ୍କ ନେତୃତ୍ବରେ ଯୁବ ନେତା ସଞ୍ଜିତ ମହାନ୍ତିଙ୍କ ସମର୍ଥକମାନେ ଜିଏମ ବିଶ୍ବବିଦ୍ୟାଳୟ ସମ୍ମୁଖରେ ପ୍ରଦର୍ଶନ କରି ପ୍ରସନ୍ନ ଜିଲ୍ଲା ବାହାର ପ୍ରାର୍ଥୀ ହୋଇଥିବାରୁ ନିଷ୍ପତ୍ତି ପରିବର୍ତ୍ତନ କରାଯାଇ ତାଙ୍କ ସ୍ଥାନରେ ସଞ୍ଜିତ ମହାନ୍ତିଙ୍କୁ ସମ୍ବଲପୁର ବିଧାନସଭା ସିଟ ପାଇଁ ଟିକେଟ ଦିଆଯାଉ ବୋଲି ସିଧା ସଳଖ କହିଛନ୍ତି । ଏହି ଭଳି ଘଟଣା ସମ୍ବଲପୁର ଜିଲ୍ଲା ବିଜେଡିରେ ପ୍ରସନ୍ନଙ୍କ ପ୍ରତି ଗ୍ରହଣୀୟତା ନଥିବା କଥାକୁ ସ୍ପଷ୍ଟ କରିଛି ।

ଅନ୍ୟପଟେ ସମ୍ବଲପୁର ଜିଲ୍ଲା ବିଜେଡି ସଭାପତି ରୋହିତ ପୂଜାରୀଙ୍କୁ କହିଛନ୍ତି ଯେ ବିଜେଡି ଦଳରେ ସମସ୍ତେ ମନ ମୁତାବକ ଟିକେଟ ପାଇଁ ଆଶାୟୀ ରୁହନ୍ତି । ନବୀନ ପଟ୍ଟନାୟକଙ୍କ ଟିକେଟ ପାଇବା ସୌଭାଗ୍ୟର କଥା, ଆଉ ଟିକେଟ ପାଇବା କ୍ଷଣି ନିର୍ବାଚନ ପୂର୍ବରୁ ପ୍ରାର୍ଥୀ ଅଧା ନିର୍ବାଚନ ଜିତିଯାଏ । ଆଉ ଯିଏ ଟିକେଟ ପାଇଛନ୍ତି ସେ ସମ୍ବଲପୁର ବିଧାନସଭା ପାଇଁ ପାଇଛନ୍ତି । ସେ ପଶ୍ଚିମ ଓଡିଶାର ବରିଷ୍ଠ ନେତା ଓ ଗର୍ବ । ତାଙ୍କୁ ସମ୍ବଲପୁର ବିଧାନସଭା ପାଇଁ ପ୍ରାର୍ଥୀ ଭାବେ ପାଇବା କର୍ମୀ ମାନଙ୍କ ପାଇଁ ଖୁସିର କଥା ବୋଲି କହିଛନ୍ତି ଜିଲ୍ଲା ବିଜେଡି ସଭାପତି ରୋହିତ ପୂଜାରୀ ।

ଇଟିଭି ବାରତ, ସମ୍ବଲପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.