ETV Bharat / politics

କଂଗ୍ରେସ ଛାଡି ବିଜେଡିରେ ମିଶିଲେ ତୁରେଇକେଲା ବ୍ଲକ ଅଧ୍ୟକ୍ଷା - Congress workers joins BJD

Turekela block chairman joins BJD: ବିଜେଡିରେ ମିଶିଲେ ତୁରେଇକେଲା ବ୍ଲକ ଅଧ୍ୟକ୍ଷା ପୂଜା ବେହେରା । ତାଙ୍କ ସହ ଶତାଧିକ କଂଗ୍ରେସ କର୍ମୀ ବିଜେଡିରେ ସାମିଲ ହୋଇଛନ୍ତି । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : May 11, 2024, 11:59 AM IST

କଂଗ୍ରେସ ଛାଡି ବିଜେଡିରେ ମିଶିଲେ ତୁରେଇକେଲା ବ୍ଲକ ଅଧ୍ୟକ୍ଷା
କଂଗ୍ରେସ ଛାଡି ବିଜେଡିରେ ମିଶିଲେ ତୁରେଇକେଲା ବ୍ଲକ ଅଧ୍ୟକ୍ଷା (ETV Bharat Odisha)
ବିଜେଡିରେ ମିଶିଲେ ତୁରେଇକେଲା ବ୍ଲକ ଅଧ୍ୟକ୍ଷା (ETV Bharat Odisha)

ଭୁବନେଶ୍ବର: କଂଗ୍ରେସ ଛାଡି ବିଜେଡିରେ ମିଶିଛନ୍ତି ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ତୁରେଇକେଲା ବ୍ଲକ ଅଧ୍ୟକ୍ଷା ପୂଜା ବେହେରା ଓ ସମିତିସଭ୍ୟ ଗିରିରାଜ ସିଂ । ସେମାନଙ୍କ ସମେତ ବହୁ ସରପଞ୍ଚ, ସମିତିସଭ୍ୟ ଓ ନିର୍ବାଚିତ ପ୍ରତିନିଧି କଂଗ୍ରେସ ଛାଡି ବିଜେଡିରେ ଯୋଗଦେଇଛନ୍ତି । ବିଜେଡି ସଭାପତି ନବୀନ ପଟ୍ଟନାୟକ ଓ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ପକ୍ଷରୁ ଦଳରେ ସାମିଲ ହୋଇଥିବା ନେତାଙ୍କୁ ଉତ୍ତରୀୟ ଦେଇ ସ୍ୱାଗତ କରିଛନ୍ତି ସାଂସଦ ସସ୍ମିତ ପାତ୍ର ଓ ମୁଖପାତ୍ର ପ୍ରିୟବ୍ରତ ମାଝୀ ।

ବଲାଙ୍ଗୀର ଜିଲ୍ଲା ତୁରେଇକେଲା ବ୍ଲକ ଅଧ୍ୟକ୍ଷା ପୂଜା ବେହେରାଙ୍କ ସହ ବହୁ ନିର୍ବାଚିତ ପ୍ରତିନିଧି ଓ ଶତାଧିକ କଂଗ୍ରେସ କର୍ମୀ ଶୁକ୍ରବାର ଶଙ୍ଖ ଭବନରେ ରାଜ୍ୟସଭା ସାଂସଦ ଡକ୍ଟର ସସ୍ମିତ ପାତ୍ରଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଇଛନ୍ତି । ଏହି କଂଗ୍ରେସ ନେତା ଓ କର୍ମୀଙ୍କ ଯୋଗଦାନ ଫଳରେ ବିଶେଷକରି କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀରେ ଦଳୀୟ ସଂଗଠନ ଆହୁରି ମଜଭୁତ ହେବ ବୋଲି ବିଜେଡି କହିଛି । ବିଜେଡ଼ିରେ ସାମିଲ ହେବା ପରେ ତୁରେଇକେଲା ବ୍ଲକ ଅଧ୍ୟକ୍ଷା କହିଛନ୍ତି ଯେ, କଣ୍ଟାବାଞ୍ଜିର ବିକାଶ ଅଧିକ ତ୍ୱରାନ୍ୱିତ ହେବ । ମୁଖ୍ୟମନ୍ତ୍ରୀ ନିର୍ବାଚନ ଲଢୁଥିବାରୁ ଆମେ ବହୁତ ଖୁସି । ମୁଖ୍ୟମନ୍ତ୍ରୀଙ୍କୁ ଲକ୍ଷାଧିକ ଭୋଟରେ ଜିତାଇବୁ । ଆମ ଅଞ୍ଚଳ ଆହୁରି ବିକଶିତ ହୋଇପାରିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ କାର୍ଯ୍ୟ, ସ୍ୱଚ୍ଛ ଶାସନ, ନିର୍ମଳ ଭାବମୂର୍ତ୍ତି ଓ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇଛୁ ।

ଏହା ମଧ୍ୟ ପଢନ୍ତୁ: ଘର ଘର ବୁଲି ଭୋଟ ମାଗୁଛନ୍ତି ପାଲଲହଡା କଂଗ୍ରେସ ପ୍ରାର୍ଥୀ ଫକୀର ମୋହନ - Odisha Assembly Election 2024

ଏହି ମିଶ୍ରଣ ପର୍ବରେ ଗିରିରାଜ ସିଂ ମାଝୀ, ପ୍ରମୋଦ କୁମାର ମହାପାତ୍ର, ପୂର୍ଣ୍ଣଚନ୍ଦ୍ର ମାଝୀ, ପିତ ସମ୍ରାଟ, ପଦ୍ମ ଭୋଇ, ମୋତିରାମ ଭୋଇ, ଶୁଭକେଷି ଜାନି, କୋବିତା ପୁଟେଲ, ମୋତିଲାଲ ମହାନନ୍ଦ, ସୁଶିଳା ଭୋଇ, ଦେବରାଜ ପୁଟେଲ ପ୍ରମୁଖ ବିଜେଡିରେ ସାମିଲ ହୋଇଛନ୍ତି ।

ସେହିପରି ଦୁଲାଧର ବାଗ, ଗୋଜା କୁମ୍ଭାର, ରୀତା ଭତ୍ରା, ଆରତୀ ସୁନା, ଛାୟାବତୀ ମେହେରା, ଜ୍ଞାନରଞ୍ଜନ ତାଣ୍ଡି, ବିନୋଦିନୀ ନାଗ, ଲବଣୀ ଭୋଇ, ନିଲାବତୀ ଧାରୁଆ, ରଶ୍ମିତା ଦାସ, ବିଳାସ ପୁଟେଲ, କାର୍ତ୍ତିକ ପୁଟେଲ, ସୁଦାମ ବେହେରା, ଦେବରା ମେହେର, କିଶୋର ଚନ୍ଦ୍ର ବେହେରା, ନରେନ୍ଦ୍ର ମେହେର, ମୁକେଶ ମେହେର, ଭରତ ଚନ୍ଦ୍ର ପ୍ରଧାନ, ସଞ୍ଜୟ କୁଅଁର, ଚକ୍ରଧର ମାଝୀ, ଅନୁ ଭୋଇ, ମନୋହର ଜାନି, ବିପିନ ଭୋଇ, ଛବିଳ ଭୋଇ, ପ୍ରକାଶ ଭୋଇ, କୈବଲ୍ୟ ଭୋଇ, ନନ୍ଦ ବେହେରା, ନେପାଳ ପୋଢ, ହରି ସିଂ ପୋଢ, ହରେକୃଷ୍ଣ ଶଗରିଆ, ବିଦେଶୀ ବେହେରା, ଉପା ବାଗ, ଭଜମନ ବେହେରାଙ୍କ ସହ ଶତାଧିକ କଂଗ୍ରେସ କର୍ମୀ ବିଜେଡ଼ିରେ ସାମିଲ ହୋଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.