ETV Bharat / politics

ବଢିଲା ମୟୂରଭଞ୍ଜ ବିଜେପିର ବଳ, ଦଳରେ ମିଶିଲେ ବିଜେଡିର ଶତାଧିକ କର୍ମୀ - BJD Workers joined BJP

author img

By ETV Bharat Odisha Team

Published : May 1, 2024, 10:54 PM IST

BJP Joining Program: ନିର୍ବାଚନ ପାଇଁ ବିଭିନ୍ନ ଦଳ ନିଜର ଶକ୍ତି ବୃଦ୍ଧି କରିବାରେ ଲାଗିଛନ୍ତି । ଆଜି ସାରସକଣା ନିର୍ବାଚନ ମଣ୍ଡଳୀର ବିଜେଡି କର୍ମୀ ଦଳ ଛାଡ଼ି ବିଜେପିରେ ଯୋଗ ଦେଇଛନ୍ତି । ଅଧିକ ପଢ଼ନ୍ତୁ

BJP Joining Program
BJP Joining Program
BJP Joining Program

ରାଇରଙ୍ଗପୁର: ସାରସକଣା ନିର୍ବାଚନ ମଣ୍ଡଳୀରେ ବିଜେପିର କର୍ମୀ ସମାବେଶ ଓ ମିଶ୍ରଣ ପର୍ବ ଅନୁଷ୍ଠିତ । ବିଜେଡି ଛାଡି ବିଜେପିରେ ଯୋଗଦେଲେ ଶତାଧିକ ମହିଳା ଓ ପୁରୁଷ । ସାଧାରଣ ନିର୍ବାଚନ ଯେତିକି ପାଖେଇ ପାଖେଇ ଆସୁଛି ବିଜେପି ନିଜର କର୍ମୀ ମାନଙ୍କୁ ନେଇ ଦଳକୁ ସେତିକି ମଜବୁତ କରିବାରେ ଲାଗିଛି । ବର୍ତ୍ତମାନ ରାଜ୍ୟ ରାଜନୀତିରେ ମୟୂରଭଞ୍ଜ ଜିଲ୍ଲାର ସାରସକଣା ନିର୍ବାଚନ ମଣ୍ଡଳୀ ଚଳିତ ବର୍ଷ ଏକ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି । ୨୦୧୯ ନିର୍ବାଚନରେ ବିଜେପି ଦଖଲରେ ଥିବା ସାରସକଣା ନିର୍ବାଚନ ମଣ୍ଡଳୀକୁ ପୁଣି ଥରେ ନିଜ ଦଖଲରେ ରଖିବା ପାଇଁ ବିଜେପି ନିଜର ରଣ କୌଶଳ ଆରମ୍ଭ କରିଛି ।

ମୟୂରଭଞ୍ଜ ଜିଲ୍ଲା ସାରସକଣା ନିର୍ବାଚନ ମଣ୍ଡଳୀର ଶୀର୍ଷା ଅଧୀନସ୍ଥ ମେରୁମଠ ଠାରେ ଆଜି ମଣ୍ଡଳ ବିଜେପି କର୍ମୀ ସମାବେଶ ଓ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ନୂତନ ଭାବେ ଯୋଗ ଦେଇଥିବା ନୂତନ କର୍ମକର୍ତ୍ତା ମାନଙ୍କୁ ଦଳ ପକ୍ଷରୁ ଦଳୀୟ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସ୍ଵାଗତ କରାଯାଇଥିଲା । ଅନୁଷ୍ଠିତ କର୍ମୀ ସମାବେଶ ଓ ମିଶ୍ରଣ ପର୍ବରେ ମୟୂରଭଞ୍ଜ ଲୋକସଭା ଆସନ ପାଇଁ ବିଜେପି ସାଂସଦ ପ୍ରାର୍ଥୀ ନବଚରଣ ମାଝୀ, ସାରସକଣା ନିର୍ବାଚନ ମଣ୍ଡଳୀର ବିଜେପି ବିଧାୟକ ପ୍ରାର୍ଥୀ ଭାଦବ ହାଁସଦା ଯୋଗ ଦେଇଥିବା ବେଳେ ସାରସକଣା ବ୍ଲକ ପାଣ୍ଡରା ସରପଞ୍ଚ ଗଣେଶ୍ବର ସିଂ, ସାରସକଣା ନିର୍ବାଚନ ମଣ୍ଡଳୀର ବିଜେପି ସେଲ୍ ପତଞ୍ଚଳୀ ନନ୍ଦ, ଜିଲ୍ଲା ଉପସଭାପତି ଜୁରିଲାଲ ମହାନ୍ତ ପ୍ରମୁଖ ଉପସ୍ଥିତ ଥିଲେ ।

ଏହା ମଧ୍ୟ ପଢ଼ନ୍ତୁ.. ଦିଲ୍ଲୀପ ରାୟଙ୍କ ସମର୍ଥନରେ ବିଜେପିରେ ସାମିଲ ହେଲେ ବିଜେଡିର ଶତାଧିକ କର୍ମୀ - BJP JOINING PROGRAM

ଏହି ସମାବେଶରେ ଉପସ୍ଥିତ ଥିବା ଦଳୀୟ କର୍ମକର୍ତ୍ତା ମାନଙ୍କୁ ଆଗାମୀ ସାଧାରଣ ନିର୍ବାଚନରେ ଦଳୀୟ ବିଧାୟକ ପ୍ରାର୍ଥୀ ଭାଦବ ହାଁସଦା ଓ ସାଂସଦ ପ୍ରାର୍ଥୀ ନବ ଚରଣ ମାଝୀଙ୍କୁ ବିଜୟୀ କରାଇବା ଉପରେ ଗୁରୁମନ୍ତ୍ର ଦେଇଥିଲେ। କେନ୍ଦ୍ର ସରକାରଙ୍କ ଜନାଭିମୁଖୀ ଯୋଜନା, ମୋଦି ଗ୍ୟାରେଣ୍ଟି ଓ ରାଜ୍ୟରେ ଶାସନ କରୁଥିବା ବିଜେଡି ସରକାରଙ୍କ ୨୪ ବର୍ଷ ଶାସନରେ ବ୍ୟାପକ ଦୁର୍ନୀତି ବଢ଼ିଥିବା ନେଇ ବିଜେପି ସରକାର ଗଠନ ଦିଗରେ ଦଳୀୟ କର୍ମକର୍ତ୍ତା ମାନଙ୍କୁ ଆହ୍ବାନ କରିଥିଲେ । ବିଜେପି ସାଂସଦ ପ୍ରାର୍ଥୀ ନବଚରଣ ମାଝୀ ଓ ସାରସକଣା ବିଧାୟକ ପ୍ରାର୍ଥୀ ଭାଦବ ହାଁସଦାଙ୍କ ଉପସ୍ଥିତିରେ ଶତାଧିକ କର୍ମୀ ଆଜି ବିଜେଡି ଛାଡି ବିଜେପି ଦଳରେ ସାମିଲ ହୋଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ବିଜେପିର ଶତାଧିକ ମହିଳା ପୁରୁଷ ଯୁବକ ଯୁବତୀ ଉପସ୍ଥିତି ରହି କାର୍ଯ୍ୟକ୍ରମକୁ ସଫଳ କରିବା ସହିତ ଆଗାମୀ ନିର୍ବାଚନରେ ଦଳକୁ ତୃଣମୂଳ ସ୍ତରରୁ ମଜବୁତ କରି ଡବଲ ଇଞ୍ଜିନ ସରକାର ଗଠନ କରିବା ପାଇଁ ଶପଥଗ୍ରହଣ କରିଥିଲେ ।

ଇଟିଭି ଭାରତ, ରାଇରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.