ETV Bharat / politics

ସୁପ୍ରିମକୋର୍ଟରେ ଶୁଣାଣି ପୂର୍ବରୁ ଚଣ୍ଡିଗଡ ମେୟରଙ୍କ ଇସ୍ତଫା, ବିଜେପିରେ ମିଶିଲେ 3 ଆପ କାଉନସିଲର

author img

By ETV Bharat Odisha Team

Published : Feb 19, 2024, 7:38 AM IST

Updated : Feb 19, 2024, 1:20 PM IST

Chandigarh Mayor Election:ନିଜ ପଦରୁ ଇସ୍ତଫା ଦେଲେ ନବନିର୍ବାଚିତ ମେୟର ମନୋଜ ସୋନକର । ସେପଟେ ଆମ ଆଦମୀ ପାର୍ଟିର 3 କାଉନସିଲର ଆପ ଛାଡି ବିଜେପିରେ ସାମିଲ ହୋଇଛନ୍ତି । ଆଜି ସୁପ୍ରିମକୋର୍ଟରେ ମାମଲରା ଶୁଣାଣି । ଅଧିକ ପଢନ୍ତୁ

ଚଣ୍ଡିଗଡ଼ ମେୟର ନିର୍ବାଚନ
ଚଣ୍ଡିଗଡ଼ ମେୟର ନିର୍ବାଚନ

ଚଣ୍ଡିଗଡ଼: ମେୟର ନିର୍ବାଚନ ବିବାଦ । ନିଜ ପଦରୁ ଇସ୍ତଫା ଦେଲେ ନବନିର୍ବାଚିତ ମେୟର ମନୋଜ ସୋନକର । ଆଜି ମେୟର ନିର୍ବାଚନ ସମ୍ପର୍କରେ ସୁପ୍ରିମକୋର୍ଟରେ ଶୁଣାଣି କରାଯିବ । ତେବେ ଶୁଣାଣି ପୂର୍ବରୁ ଇସ୍ତଫା ଦେଇଛନ୍ତି ନବନିର୍ବାଚିତ ବିଜେପି ମେୟର । ଏନେଇ ଚଣ୍ଡିଗଡ଼ ବିଜେପି ଅଧ୍ୟକ୍ଷଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ଆଜି କୋର୍ଟରେ ହାଜରେ ହେବେ ପ୍ରିଜାଇଡିଂ ଅଫିସର ଅନିଲ ମାସିହ । ସେପଟେ ମାମଲା ଶୁଣାଣି ହେବା ପୂର୍ବରୁ ଆପ୍‌କୁ ଲାଗିଛି ଝଟ୍‌କା । 3 କାଉନସିଲର ଝାଡୁକୁ ବାଏ ବାଏ କହି ପଦ୍ମ ଧରିଛନ୍ତି । ଗତକାଲି ଆମ ଆଦମୀ ପାର୍ଟିର 3 କାଉନସିଲର ବିଜେପିରେ ସାମିଲ ହୋଇଛନ୍ତି । ସେମାନେ ହେଲେ ପୁନମ ଦେବୀ, ନେହା ମୁସାୱତ, ଗୁରୁ ଚରଣ କାଲା ।

ସେପଟେ 3 କାଉନସିଲର ବିଜେପିରେ ସାମିଲ ହେବା ପରେ ଆପ୍ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି । ଗତ ୩୦ ଜାନୁଆରୀରେ ଚଣ୍ଡିଗଡ଼ ମେୟର ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ ବିଜେପି ଖାତାକୁ ୧୬ ଖଣ୍ଡ ଭୋଟ୍ ଯାଇଥିବାବେଳେ ଇଣ୍ଡିଆ ମେଣ୍ଟ (କଂଗ୍ରେସ-ଆପ୍)କୁ ୨୦ଖଣ୍ଡ ଭୋଟ୍ ମିଳିଥିଲା । ହେଲେ ୮ଟି ଭୋଟ୍ ନାକଚ ହେବା ପରେ ଭାଜପା ପ୍ରାର୍ଥୀ ମନୋଜ କୁମାର ଶୋଙ୍କର ମେୟର ଭାବେ ନିର୍ବାଚିତ ହୋଇଥିଲେ ।

ଏହା ମଧ୍ୟ ପଢନ୍ତୁ...ଚଣ୍ଡୀଗଡ଼ ମେୟର ନିର୍ବାଚନକୁ ନେଇ ବର୍ଷିଲେ ସୁପ୍ରିମକୋର୍ଟ, କହିଲେ 'ଗଣତନ୍ତ୍ରର ହତ୍ୟା କରାଯାଇଛି'

ନିର୍ବାଚନରେ ଚଞ୍ଚକତା କରାଯାଇଥିବା ଅଭିଯୋଗ ଆଣି ଚଣ୍ଡିଗଡ଼ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲା ଆପ୍ । ପୁନର୍ବାର ସ୍ୱଚ୍ଛ ଓ ଅବାଧ ନିର୍ବାଚନ ପାଇଁ ନିର୍ଦ୍ଦେଶ ଦେବାକୁ ଦଳ ପକ୍ଷରୁ ଅପିଲ କରାଯାଇଥିଲା । ତେବେ ହାଇକୋର୍ଟ ଚଣ୍ଡିଗଡ଼ ପ୍ରଶାସନକୁ ନୋଟିସ କରିବା ସହ ମାମଲାରେ ପରବର୍ତ୍ତୀ ୩ ସପ୍ତାହ ପରେ କରିବାକୁ ଦିନ ଧାର୍ଯ୍ୟ କରିଥିଲେ । ହାଇକୋର୍ଟଙ୍କ ଶୁଣାଣି ପରେ ଦଳ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେବ ବୋଲି ଚେତାବନୀ ଦେଇଥିଲେ ମୁଖ୍ୟମନ୍ତ୍ରୀ ଭଗବତ ମାନ । ନୂତନ ସ୍ବଚ୍ଛ ନିର୍ବାଚନ ପାଇଁ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲା ଆପ୍ । ଯାହାର ଶୁଣାଣି କରି 'ଗଣତନ୍ତ୍ରର ହତ୍ୟା କରାଯାଇଛି' ବୋଲି କହିଥିଲେ ସର୍ବୋଚ୍ଚ ଅଦାଲତ । ଆଜି ପୁଣି ଥରେ ଶୁଣାଣି କରାଯିବାକୁ ଥିବାବେଳେ ସୁପ୍ରିମ ରାୟ କାହା ସପକ୍ଷରେ ଯିବ ତାହାକୁ ଅପେକ୍ଷା ରହିଛି । ଅନ୍ୟପଟେ ଚଣ୍ଡିଗଡ଼ ରାଜନୀତିରେ ଆହୁରି ହଟଚମଟ ସୃଷ୍ଟି ହେବାର ଆକଳନ କରାଯାଉଛି ।

Last Updated : Feb 19, 2024, 1:20 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.