ETV Bharat / politics

ସୁର ପରିବାର ଦୁଇଫାଳ ! ବାପାଙ୍କ ତାଗିଦ ସତ୍ତ୍ବେ ବିଜେଡିରେ ମିଶିଲେ ସାନ ପୁ୍ଅ ମନ୍ମଥ - Manmath Routray may join BJD - MANMATH ROUTRAY MAY JOIN BJD

Manmath Routray likely to join BJD: ଶଙ୍ଖ ଧରିଲେ ମନ୍ମଥ ରାଉତରାୟ । କଂଗ୍ରେସ ବିଧାୟକ ସୁର ରାଉତରାୟଙ୍କ ସାନପୁଅ ମନ୍ମଥ ଆଜି ବିଜେଡିରେ ମିଶିଛନ୍ତି । ଅଧିକ ପଢନ୍ତୁ

ଆଜି ବିଜେଡିରେ ମିଶିବେ ସୁର ରାଉତରାୟଙ୍କ ପୁଅ ମନ୍ମଥ ରାଉତରାୟ !

author img

By ETV Bharat Odisha Team

Published : Mar 27, 2024, 10:15 AM IST

Updated : Mar 27, 2024, 12:20 PM IST

ଭୁବନେଶ୍ୱର: ଶଙ୍ଖ ଧରିଲେ ମନ୍ମଥ ରାଉତରାୟ । ବରିଷ୍ଠ କଂଗ୍ରେସ ନେତା ତଥା ଜଟଣୀ ବିଧାୟକ ସୁର ରାଉତରାୟଙ୍କ ସାନ ପୁଅ ମନ୍ମଥ ରାଉତରାୟ ଆଜି (ବୁଧବାର) ବିଜୁ ଜନତା ଦଳରେ ମିଶିଛନ୍ତି । ସେ ଭୁବନେଶ୍ବର ମାଉସୀମା ମନ୍ଦିରରୁ ନିଜର ସମର୍ଥକଙ୍କ ସହ ଏକ ବିଶାଳ ଶୋଭାଯାତ୍ରାରେ ଶଙ୍ଖ ଭବନରେ ପହଞ୍ଚିଥିଲେ । ସେଠାରେ ଆୟୋଜିତ ବିଜେଡିର ମିଶ୍ରଣ ପର୍ବରେ ବିଧିବଦ୍ଧ ଭାବେ ଦଳରେ ସାମିଲ ହୋଇଛନ୍ତି । ତାଙ୍କୁ ବିଜେଡି ସାଂସଦ ମାନସ ମଙ୍ଗରାଜ ଓ ସସ୍ମିତା ପାତ୍ରଙ୍କ ସ୍ବାଗତ ଜଣାଇଛନ୍ତି । ତେବେ ମନ୍ମଥ ବିଜେଡି ଟିକେଟରେ ଜଟଣୀ ଆସନରୁ ଲଢିବା ନେଇ ଚର୍ଚ୍ଚା ହେଉଛି ।

ମନ୍ମଥ କେଉଁ ଦଳକୁ ଯିବେ, ତାକୁ ନେଇ ଦୀର୍ଘ ଦିନ ହେଲାଣି ଚର୍ଚ୍ଚା ଲାଗି ରହିଥିଲା । ଶେଷରେ ସେ ବିଜେଡିରେ ସାମିଲ ହୋଇଛନ୍ତି । ମନ୍ମଥ ଦୀର୍ଘ ଦିନ ଧରି ଏୟାର ଇଣ୍ଡିଆ କ୍ୟାପଟେନ ରହିଥିଲେ । କିଛି ଦିନ ତଳେ ସେ କ୍ୟାପଟେନ ଚାକିରିରୁ ଅବସର ନେଇ ରାଜନୀତିରେ ଏଣ୍ଟ୍ରି କରିଥିଲେ । ଏହାପୂର୍ବରୁ ସୁର ରାଉତରାୟ ଏଥର ନିର୍ବାଚନ ଲଢିବେନି ବୋଲି ସ୍ପଷ୍ଟ କରିଥିଲେ । ସେତେବେଳେ ମନ୍ମଥ କଂଗ୍ରେସ ଟିକେଟରେ ବାପାଙ୍କ ସ୍ଥାନରେ ଜଟଣୀରୁ ନିର୍ବାଚନ ଲଢିବେ ବୋଲି ଚର୍ଚ୍ଚା ହେଉଥିଲା । କିନ୍ତୁ କଂଗ୍ରେସରୁ ନିର୍ବାଚନ ଲଢିବେନି ବୋଲି ସଫା ସଫା କହି ଦେଇଥିଲେ ମନ୍ମଥ । ପରେ ଦଳୀୟ ଶୃଙ୍ଖଳ ଭଙ୍ଗ ଅଭିଯୋଗରେ ତାଙ୍କୁ କଂଗ୍ରେସରୁ ନିଲମ୍ବନ ମଧ୍ୟ କରାଯାଇଥିଲା ।

ସୁର ପରିବାର ଦୁଇଫାଳ:

ଏବେ ସୁରଙ୍କ ପରିବାର ରାଜନୈତିକ ସ୍ତରରେ ଦୁଇଫାଳ ହୋଇଛି ! ସୁର ଜଟଣୀରୁ କଂଗ୍ରେସ ଦଳରୁ ବିଧାୟକ ଥିବା ବେଳେ, ତାଙ୍କ ପୁଅ ଆଜି ବିଜେଡିରେ ସାମିଲ ହୋଇଛନ୍ତି । ଯାହାକୁ ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି । ସୁର ସବୁବେଳେ କହି ଆସୁଥିଲେ କି, ତାଙ୍କର ସାନ ପୁଅ କଂଗ୍ରେସରୁ ହିଁ ଲଢିବେ । ଏଣେ ମନ୍ମଥ କଂଗ୍ରେସରୁ ଲଢିବେନି ବୋଲି ସ୍ପଷ୍ଟ କରିଥିଲେ । ତେଣୁ ସେ କେଉଁ ଦଳକୁ ଯିବେ ତାକୁ ନେଇ ଚର୍ଚ୍ଚା ଲାଗି ରହିଥିବାବେଳେ ଏଥିରେ ଆଜି ପୂର୍ଣ୍ଣଚ୍ଛେଦ ପଡିଛି । କଂଗ୍ରେସର ବରିଷ୍ଠ ନେତା ସୁର ରାଉତରାୟଙ୍କ ସାନ ପୁଅ ନିଜ ସମର୍ଥକଙ୍କୁ ନେଇ ଆଜି ବିଧିବଦ୍ଧ ଭାବେ ବିଜେଡିରେ ସାମିଲ ହୋଇଛନ୍ତି ।

ଆଗକୁ ନିର୍ବାଚନ ଥିବାରୁ ରାଜନୈତିକ ଦଳର ମିଶ୍ରଣ ପର୍ବ ଜାରି ରହିଛି । ଟିକେଟ୍‌ ପାଇବା ଆଶାରେ ହେଉ ଅବା ନମିଳିବା ଆଶଙ୍କାରେ ଦଳ ଡିଆଁ କରୁଛନ୍ତି ନେତା ଓ କର୍ମୀ । ସେପଟେ କଂଗ୍ରେସ ନେତା ସୁର ରାଉତରାୟଙ୍କ ପୁଅ ବିଜେଡିରେ ଯୋଗ ଦେବା ବିଜେଡିକୁ ବଳ ଦେବ ବୋଲି ଚର୍ଚ୍ଚା ହେଉଛି ।

ଏହା ମଧ୍ୟ ପଢନ୍ତୁ: ଜଟଣୀବାସୀଙ୍କୁ ଦେଇଥିବା ପ୍ରତିଶୃତି ପୂରଣ ପାଇଁ ଚାକିରି ଛାଡିଲି: ମନ୍ମଥ ରାଉତରାୟ

ଏହା ମଧ୍ୟ ପଢନ୍ତୁ: ଜଟଣୀରୁ କିଏ ହେବ କଂଗ୍ରେସ ପ୍ରାର୍ଥୀ ? ସୁରଙ୍କ ଦୃଢୋକ୍ତି ମନ୍ମଥ ହିଁ ପ୍ରାର୍ଥୀ ହେବେ, ମନ୍ମଥଙ୍କ ସସ୍‌ପେନ୍ସ ଜାରି

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Mar 27, 2024, 12:20 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.