ETV Bharat / politics

ପଦ୍ମ ଧରିଲେ ମମତା ମହନ୍ତ, କାଲି ବିଜେଡି ସହ ତୁଟାଇ ଥିଲେ ସମ୍ପର୍କ - Mamata Mohanta joins BJP

author img

By ETV Bharat Odisha Team

Published : Aug 1, 2024, 5:17 PM IST

Updated : Aug 1, 2024, 7:05 PM IST

Mamata Mohanta joins BJP: ବିଜେପିରେ ସାମିଲ ହେଲେ ମମତା ମହନ୍ତ । ଗତକାଲି ବିଜେଡି ଓ ରାଜ୍ୟସଭା ସାଂସଦ ପଦରୁ ଦେଇଥିଲେ ଇସ୍ତଫା । ଅଧିକ ପଢନ୍ତୁ

MAMATA MOHANTA JOINS BJP
MAMATA MOHANTA JOINS BJP (ETV Bharat Odisha)

ନୂଆଦିଲ୍ଲୀ: ପଦ୍ମ ଧରିଲେ ମମତା ମହନ୍ତ । ବିଜେଡି ଓ ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେବାର ଦିନକ ପରେ ବିଜେପିରେ ସାମିଲ ହେଲେ । ଆଜି (ଗୁରୁବାର) ବିଜେପି ଦିଲ୍ଲୀ ମୁଖ୍ୟାଳୟରେ ସାଧାରଣ ସମ୍ପାଦକ ଅରୁଣ ସିଂହଙ୍କ ଉପସ୍ଥିତିରେ ମମତା ମହନ୍ତ ବିଜେପି ଦଳରେ ଯୋଗ ଦେଇଛନ୍ତି । ଓଡ଼ିଶା ବିଜେପି ପ୍ରଭାରୀ ବିଜୟପାଲ ସିଂ ତୋମାରଙ୍କ ସହ ବହୁ ନେତାଙ୍କ ଉପସ୍ଥିତିରେ ସେ ପଦ୍ମ ଧରିଛନ୍ତି । ବିଜେଡିରେ ଅଣଦେଖା କରାଯାଉଥିବା ଅଭିଯୋଗ କରି କାଲି ସେ ଇସ୍ତଫା ଦେଇଥିଲେ, ଯାହା ଲୋକସଭା ଓ ବିଧାନସଭା ନିର୍ବାଚନ ପରେ ବିଜେଡି ପାଇଁ ବଡ଼ ଝଟକା ଥିଲା ।

ପଦ୍ମ ଧରିଲେ ମମତା ମହନ୍ତ
ପଦ୍ମ ଧରିଲେ ମମତା ମହନ୍ତ (ETV Bharat Odisha)

ବିଜେପିରେ ସାମିଲ ପରେ ପ୍ରତିକ୍ରିୟା:

ବିଜେପିରେ ମିଶିବା ପରେ ମମତା ମହନ୍ତ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି, ବିଜେଡିରେ ଅଣଦେଖା ହେଉଥିଲି । ଲୋକମାନେ ମୋର ସମ୍ପତ୍ତି । ଲୋକଙ୍କ ସେବା ହିଁ ଏକମାତ୍ର ଲକ୍ଷ୍ୟ । ଏହି ଲକ୍ଷ୍ୟରେ ମୁଁ ବିଜେପିରେ ସାମିଲ ହୋଇଛି । ବିଜେଡିରେ ମୋତେ ଅଣଦେଖା କରାଯାଉଥିଲା । ସେବା ସୁଯୋଗ ମିଳିଲାନି । ତେଣୁ ବିଜେଡିରେ ମୋର ଆଉ ଆବଶ୍ୟକତା ଲୋଡା ପଡୁନି ଅନୁଭଲ କରି ଇସ୍ତଫା ଦେଇଥିଲି ।

ଏହା ମଧ୍ୟ ପଢନ୍ତୁ: ରାଜନୀତି ପାରା ବଢାଇଲା ମମତାଙ୍କ ଇସ୍ତଫା: ବିଜେପି କହିଲା ଫିଲ୍ମ ଅଭି ବାକି ହୈ, ବିଜେଡି ଦେଲା ବଡ଼ ବୟାନ - Politics On MAMATA MOHANTA RESIGN

୨୦୨୦ରେ ବିଜେଡିରୁ ରାଜ୍ୟସଭାକୁ ଯାଇଥିଲେ:

ମମତା ମହନ୍ତ ୨୦୨୦ରେ ବିଜେଡିରୁ ରାଜ୍ୟସଭାକୁ ଯାଇଥିଲେ । ତାଙ୍କର କାର୍ଯ୍ୟକାଳ ୨୦୨୬ରେ ଶେଷ ହେବାକୁ ଥିଲା । ମମତାଙ୍କ ଇସ୍ତଫା ପୂର୍ବରୁ ରାଜ୍ୟସଭାରେ ବିଜେଡିର ସଂଖ୍ୟା ୯ ଥିଲା । ଏବେ ଏହା ୮ରେ ପହଞ୍ଚିଛି । ମମତା କାଲି ନିଜର ଇସ୍ତଫା ପତ୍ରରେ ଦର୍ଶାଇଥିଲେ, ଦଳ ମୋର ସେବାର ଆବଶ୍ୟକତା ଅନୁଭବ କରୁନାହିଁ । ମୁଁ ଯେହେତୁ ଲୋକଙ୍କ ନେତା ଓ ସେମାନଙ୍କ ସେବା ମୋର ମୁଖ୍ୟ ଧ୍ୟେୟ ସେଥିପାଇଁ ମୁଁ ସେ ଦଳରେ ରହିବାର ଆବଶ୍ୟକତା ଅନୁଭବ କଲିନାହିଁ । ତେଣୁ ବିଜେଡିର ପ୍ରାଥମିକ ସଦସ୍ୟତା ଓ ରାଜ୍ୟସଭା ସଭ୍ୟ ପଦରୁ ଇସ୍ତଫା ଦେଉଛି ।

ସେପଟେ ମମତାଙ୍କ ଇସ୍ତଫାକୁ ନେଇ ରାଜନୀତି ସରଗରମ ହୋଇଛି । ବିଜେଡି ବିଜେପିକୁ ଦୋଷ ଦେଉଥିବା ବେଳେ ଦଳର ଅନ୍ତଃକନ୍ଦଳ କହି ଏଡାଇ ଯାଇଛି ବିଜେପି । ସେହିପରି କଂଗ୍ରେସ ମଧ୍ୟ ମମତାଙ୍କ ଇସ୍ତଫା ପାଇଁ ବିଜେପିକୁ ଦାୟୀ କରିଛି ।

ଏହା ମଧ୍ୟ ପଢନ୍ତୁ: ରାଜ୍ୟସଭାରେ ପଡିଲା ବିଜେଡି ୱିକେଟ: ଇସ୍ତଫା ଦେଲେ ରାଜ୍ୟସଭା ସାଂସଦ ମମତା ମହନ୍ତ, ବିଜେପିକୁ ଅଙ୍ଗୁଳି ନିର୍ଦ୍ଦେଶ କଲେ ପ୍ରମିଳା - RAJYA SABHA BJD MP MAMATA RESIGNS

Last Updated : Aug 1, 2024, 7:05 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.