ETV Bharat / politics

‘ଓଡିଶାରେ କବଜାରେ ପୁରା ଶାସନ ବ୍ୟବସ୍ଥା; ଜୁନ 4 ବିଜେଡିର ଏକ୍ସପାଏରୀ, 10ରେ ବିଜେପି ମୁଖ୍ୟମନ୍ତ୍ରୀଙ୍କ ଶପଥ' - PM Modi interview to ANI

author img

By ETV Bharat Odisha Team

Published : May 28, 2024, 10:19 AM IST

Updated : May 28, 2024, 10:49 AM IST

PM Modi interview to ANI: ଓଡିଶାରେ ବଦଳୁଛି ସରକାର । 10ରେ ଶପଥ ନେବେ ବିଜେପି ମୁଖ୍ୟମନ୍ତ୍ରୀ । ଅଧିକ ପଢନ୍ତୁ

ଓଡିଶାରେ ପରିବର୍ତ୍ତନ ନିଶ୍ଚିତ, 4 ରେ ବିଜେଡି ଏକ୍ସପାଏରୀ, 10 ରେ ବିଜେପି ମୁଖ୍ୟମନ୍ତ୍ରୀଙ୍କ ଶପଥ
ଓଡିଶାରେ ପରିବର୍ତ୍ତନ ନିଶ୍ଚିତ, 4 ରେ ବିଜେଡି ଏକ୍ସପାଏରୀ, 10 ରେ ବିଜେପି ମୁଖ୍ୟମନ୍ତ୍ରୀଙ୍କ ଶପଥ (ETV Bharat Odisha)

ନୂଆଦିଲ୍ଲୀ: ଦେଶରେ 4ଶହ ପାର ପ୍ରଚଣ୍ଡ ବହୁମତ ସହ ଓଡିଶାରେ ମଧ୍ୟ ସରକାର ଗଠନ କରିବାକୁ ଯାଉଛି ‘ଭାରତୀୟ ଜନତା ପାର୍ଟି’ । ଓଡିଶାର ଭାଗ୍ୟ ପରିବର୍ତ୍ତନ ହେବାକୁ ଯାଉଛି । 10 ତାରିଖରେ ଓଡିଶାରେ ବିଜେପି ସରକାର ଶପଥ ଗ୍ରହଣ କରିବାକୁ ଯାଉଛି । ଆଜି ଜାତୀୟ ଖବର ସରବରାହ ସଂସ୍ଥା ‘ଏଏନଆଇ’କୁ ସାକ୍ଷାତକାର ଦେଇ ବିଜେପିର ଶୀର୍ଷ ଚେହେରା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣି ଥରେ ନିଜ ପୂର୍ବ ଦୃଢୋକ୍ତିକୁ ଦୋହରାଇବା ସହ ବିରୋଧୀଙ୍କ ଉପରେ ବର୍ଷିଛନ୍ତି ।

ଦେଶରେ 6ଷ୍ଠ ପର୍ଯ୍ୟାୟ ମତଦାନ ଶେଷ ହୋଇସାରିଥିବା ବେଳେ ଜୁନ ପହିଲାରେ ଅନ୍ତିମ ପର୍ଯ୍ୟାୟ ଭୋଟିଂ ହେବାକୁ ଯାଉଛି । ଏହି ସମୟରେ ଗଣମାଧ୍ୟମ ସାକ୍ଷାତକାରରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଓଡିଶାର ଭାଗ୍ୟ ବଦଳିବାକୁ ଯାଉଛି, ଏଥର ନିଶ୍ଚିତ ସରକାର ବଦଳୁଛି । ବର୍ତ୍ତମାନର ଓଡିଶା ସରକାରଙ୍କ କାର୍ଯ୍ୟକାଳ ଜୁନ 4 ତାରିଖରେ ଏକ୍ସପାଏରୀ ହେବାକୁ ଯାଉଛି । ଜୁନ୍ 10 ତାରିଖରେ ଓଡିଶାରେ ବିଜେପି ମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ କରିବେ । ସେହିପରି ସେ ସାମ୍ପ୍ରଦାୟିକ ଆରକ୍ଷଣ ମାମଲାରେ ବିରୋଧୀଙ୍କ ଉପରେ ବର୍ଷିଛନ୍ତି । ସାମ୍ପ୍ରଦାୟିକ ତୁଷ୍ଟୀକରଣ ଦେଶକୁ ବରବାଦ କରିଦେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଚଳିତ ନିର୍ବାଚନରେ ବ୍ୟକ୍ତିଗତ ଟିପ୍ପଣୀ ଓ କଟାକ୍ଷପୂର୍ଣ୍ଣ ସମାଲୋଚନା ପ୍ରସଙ୍ଗରେ ମଧ୍ୟ ପ୍ରଧାନମନ୍ତ୍ରୀ ମତ ରଖି, ସେ ସର୍ବାଧିକ ସମାଲୋଚନାର ଶିକାର ହୋଇଥିବା କହିଛନ୍ତି । ଏହା ବିରୋଧୀଙ୍କ ନିରାଶାର ଭାବନା ବୋଲି କହିଛନ୍ତି ମୋଦି ।

କେନ୍ଦ୍ରୀୟ ସଂସ୍ଥା ସ୍ବାଧିନତାର ସହ କାମ କରୁଛନ୍ତି : -

ବିରୋଧୀଙ୍କ ପ୍ରତି କେନ୍ଦ୍ରୀୟ ସଂସ୍ଥାର କାର୍ଯ୍ୟାନୁଷ୍ଠାନ ଅଭିଯୋଗ ପ୍ରସଙ୍ଗରେ ମୋଦି କହିଛନ୍ତି, କଂଗ୍ରେସ ସମୟରେ ମାତ୍ର କେତେ ଲକ୍ଷ ଟଙ୍କା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କାର୍ଯ୍ୟାନୁଷ୍ଠାନରେ ଜବତ ହୋଇଥିଲା । ମାତ୍ର ବିଜେପି ସରକାରରେ କେନ୍ଦ୍ରୀୟ ସଂସ୍ଥାକୁ କାର୍ଯ୍ୟ କରିବା ପାଇଁ ଖୋଲା ଅନୁମତି ମିଳିଛି । ଏବେ ପର୍ଯ୍ୟନ୍ତ ବିଭିନ୍ନ କର୍ଯ୍ୟାନୁଷ୍ଠାନରେ ପ୍ରାୟ 22ଶହ କୋଟି ଜବତ ହୋଇଛି । ଯିଏ ଘୋଟାଲାରେ ସମ୍ପୃକ୍ତ ସେମାନେ ହିଁ ଏହାକୁ ବିରୋଧ କରୁଛନ୍ତି ।

ଧାରା 370 ଉଚ୍ଛେଦ ପରେ କାଶ୍ମୀରରେ ସ୍ଥିତି ବଦଳିଛି:-

କାଶ୍ମୀରରେ ରେକର୍ଡ ସଂଖ୍ୟକ ଭୋଟିଂ ପ୍ରସଙ୍ଗରେ ମୋଦି କହିଛନ୍ତି କାଶ୍ମୀରରେ ସ୍ଥିତି ବଦଳିଛି । ଧାରା 370 ଉଚ୍ଛେଦ ସମୟରେ ଘାଟିରେ ଇଣ୍ଟରନେଟ ବନ୍ଦ କରିବାକୁ ପଡିଥିଲା । ଏକାଧିକ ‘ଏନଜିଓ’ କୋର୍ଟ ଯାଇଥିଲେ । 5 ବର୍ଷ ମଧ୍ୟରେ ଏବେ କାଶ୍ମୀରବାସୀଙ୍କୁ ତମାମ ସୁବିଧା ମିଳିଛି । ଯେତେବେଳେ ଏହି ମାମଲା କୋର୍ଟରେ ପହଞ୍ଚେ, ସେତବେଳେ ପ୍ରସଙ୍ଗ ଜଟିଳ ହୋଇଯାଏ । କିଛି ଏନଜିଓ କୋର୍ଟଙ୍କ ଆଳରେ ସମସ୍ୟା ସୃଷ୍ଟି କରିବାକୁ ପ୍ରୟାସ କରନ୍ତି । କାଶ୍ମୀରରେ 370 ଧାରା 4ରୁ 5 ପରିବାରର ଏଜେଣ୍ଡା ଥିଲା । ସେମାନେ କହୁଥିଲେ, ଏହାକୁ ଉଚ୍ଛେଦ କରାଗଲେ ହିଂସା ହେବ, ମାତ୍ର ଏବେ ଧାରା 370 ହଟିବା ପରେ କାଶ୍ମୀରର ଏକତା ବଢିଛି । ଏହାର ପରିଣାମ ପର୍ଯ୍ୟଟନ ଓ ନିର୍ବାଚନରେ ମଧ୍ୟ ସ୍ପଷ୍ଟ ଭାବେ ଦେଖାଯାଉଛି । ସେଥିପାଇଁ ଭୋଟିଂ ହାର ମଧ୍ୟ ବଢିଛି । ଏହା କାଶ୍ମୀରବାସୀଙ୍କ ଭାରତୀୟ ସମ୍ବିଧାନ ଓ ଲୋକତନ୍ତ୍ର ପ୍ରତି ବଢୁଥିବା ବିଶ୍ବାସର ପ୍ରତିଫଳନ ।

ଓଡିଶା ଶାସନ ବ୍ୟବସ୍ଥା ବନ୍ଧକ ବନିଛି, ଏଥର ନିଶ୍ଚିତ ପରିବର୍ତ୍ତନ:-

ଓଡିଶାରେ ବିଜେପି ବିଜେଡି କଡା ଲଢେଇ ସମ୍ପର୍କିତ ପ୍ରଶ୍ନରେ ପ୍ରଧାନମନ୍ତ୍ରୀ କହିଛନ୍ତି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଭଲ ସମ୍ପର୍କ ଥିଲା । ବିଭିନ୍ନ ରାଜ୍ୟର ନେତୃତ୍ବଙ୍କ ସହ ଭାରତୀୟ ଜନତା ପାର୍ଟିର ସୁସମ୍ପର୍କ ରହିଛି । ହେଲେ ଓଡିଶାର ଉଜ୍ଜଳ ଭବିଷ୍ୟତ ପାଇଁ ନବୀନଙ୍କ ସହ ସୁସମର୍କକୁ ଭୁଲିବାକୁ ପଡିଛି । ଗତ 25 ବର୍ଷ ମଧ୍ୟରେ ଓଡିଶାରେ ପ୍ରଗତି ହୋଇନି । ଏକ ଗୋଷ୍ଠୀ ପୁରା ବ୍ୟବସ୍ଥାକୁ ବନ୍ଧକ ବନାଇ ସାରିଲାଣି । ଓଡିଶାର ଅସ୍ମିତାକୁ ନେଇ ପ୍ରଶ୍ନ ସୃଷ୍ଟି ହୋଇଛି । ରାଜ୍ୟରେ ପର୍ଯ୍ୟାପ୍ତ ପ୍ରାକୃତିକ ସମ୍ବଳ ଥାଇ ମଧ୍ୟ ରାଜ୍ୟବାସୀ ଗରିବ ହେବା ସମସ୍ତଙ୍କୁ ବ୍ୟଥିତ କରିଛି । ଏହା ପାଇଁ କେବଳ ରାଜ୍ୟ ସରକାର ଦାୟୀ । ଓଡିଶାକୁ ନିଜର ଅସ୍ମିତା ଓ ଅଧିକାର ମିଳିବା ଆବଶ୍ୟକ । ଏଥର ରାଜ୍ୟରେ ନିଶ୍ଚିତ ପରିବର୍ତ୍ତନ ହେଉଛି । ଜୁନ 4 ତାରିଖରେ ବିଜେଡି ସରକାରର ଏକ୍ସପାଏରୀ ହେବାକୁ ଯାଉଛି । ଜୁନ 10 ରେ ଭାରତୀୟ ଜନତା ପାର୍ଟିର ମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ କରିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : May 28, 2024, 10:49 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.