ETV Bharat / politics

ଲୋକସଭା ନିର୍ବାଚନ 2024 ଏକଜିଟ ପୋଲ: ‘ଏନଡିଏ’କୁ ପାଖାପାଖି 360, ‘ଇଣ୍ଡିଆ’କୁ 150 ଆସନ ନେଇ ଏକାଧିକ ସଂସ୍ଥାର ଅନୁମାନ - Lok Sabha Exit Poll Results

author img

By ETV Bharat Odisha Team

Published : Jun 1, 2024, 7:14 PM IST

Updated : Jun 1, 2024, 8:51 PM IST

Lok Sabha Exit Poll Results 2024: ‘ଏନଡିଏ’କୁ ପ୍ରାୟ 360, ‘ଇଣ୍ଡିଆ’କୁ 150 ଆସନ ନେଇ ଏକାଧିକ ସଂସ୍ଥାର ଅନୁମାନ । ଦକ୍ଷିଣରେ ମଧ୍ୟ ବିଜେପିର ବଢିବ ସିଟ । ଓଡିଶାରେ ବିଜେଡିକୁ ପଛରେ ପକାଇ ସିଂହଭାଗ ନେବ ଦଳ । ଅଧିକ ପଢନ୍ତୁ

ଏକଜିଟ ପୋଲ 2024
ଏକଜିଟ ପୋଲ 2024 (ETV Bharat Odisha)

ହାଇଦ୍ରାବାଦ: ବିଜେପି ନେତୃତ୍ବାଧୀନ ‘ଏନଡିଏ’ ମେଣ୍ଟକୁ ଚଳିତଥର ପ୍ରାୟ 360 ଆସନ ମିଳିବାକୁ ଯାଉଛି । ସେହିପରି ବିରୋଧୀ କଂଗ୍ରେସ ନେତୃତ୍ବାଧୀନ ‘ଇଣ୍ଡିଆ’ ମେଣ୍ଟକୁ ପ୍ରାୟ 150 ଆସନ ମିଳିବାକୁ ଯାଉଛି । ଏକାଧିକ ସଂସ୍ଥାର ଏକଜିଟ ପୋଲ ପ୍ରାଥମିକ ରିପୋର୍ଟରେ ଏହି ଆକଳନ ପ୍ରକାଶ ପାଇଛି । ରିପବ୍ଲିକ ଭାରତ- ମାର୍ଟିଜ ଦ୍ବାରା କରାଯାଇଥିବା ସର୍ଭେରେ ‘ଏନଡିଏ’ ପ୍ରାୟ 359 ଆସନ,‘ଇଣ୍ଡିଆ’ ମେଣ୍ଟକୁ 154 ଆସନ ମିଳିଥିବା ବେଳେ ଅନ୍ୟମାନେ ପ୍ରାୟ 30ଟି ଆସନରେ ବିଜୟ ଲାଭ କରିବା ନେଇ ପୂର୍ବାକଳନ କହୁଛି ।

ଲୋକସଭା ନିର୍ବାଚନ 2024 ଏକଜିଟ ପୋଲ
ଲୋକସଭା ନିର୍ବାଚନ 2024 ଏକଜିଟ ପୋଲ (ETV Bharat Odisha)

ସେହିପରି ଅନ୍ୟ ଏକ ପ୍ରମୁଖ ସଂସ୍ଥା ‘ଜନ କୀ ବାତ’ ଅନୁସାରେ, ‘ଏନଡିଏ’ 362ରୁ ସର୍ବାଧିକ 392 ଆସନରେ ବିଜୟୀ ହେବ । କଂଗ୍ରେସ ନେତୃତ୍ବାଧୀନ ଇଣ୍ଡିଆ ମେଣ୍ଟ 141ରୁ ସର୍ବାଧିକ 161 ଆସନ ଓ ଉଭୟ ମେଣ୍ଟରେ ନଥିବା ଅନ୍ୟ ଛୋଟ ଦଳମାନେ 10 ରୁ 20 ଆସନ ହାତେଇବେ । ରାଜ୍ୟଓ୍ବାରୀ ପ୍ରାଥମିକ ତଥ୍ୟକୁ ହିସାବକୁ ନେଲେ ବିଜେପି ଦକ୍ଷିଣରେ ପୂର୍ବାପେକ୍ଷା ସାମାନ୍ୟ ଭଲ ପ୍ରଦର୍ଶନ କରିବାକୁ ଯାଉଛି । କେରଳରେ ଦଳ ଗୋଟିଏରୁ 3 ଟିଆସନରେ ବିଜୟ ଲାଭ କରିପାରେ । ସମାନ ସଂଖ୍ୟା ତାମିଲନାଡୁରେ ମଧ୍ୟ ଦଳ ହାସଲ କରିବା ନେଇ ଏକାଧିକ ସଂସ୍ଥା କହୁଛନ୍ତି । ଅନ୍ୟପଟେ କର୍ଣ୍ଣାଟକରେ କଂଗ୍ରେସ ଶାସନରେ ଥିବା ବେଳେ ବିଜେପି 28 ଆସନରୁ ପ୍ରାୟ 22ରୁ ଅଧିକ ଆସନ ଜିତିବା ନେଇ ପୂର୍ବାକଳନ ପ୍ରକାଶ ପାଇଛି ।

ଜାତୀୟ ହିନ୍ଦୀ ସମ୍ବାଦପତ୍ର ‘ଦୈନିକ ଭାସ୍କର’ ଅନୁସାରେ, ବିଜେପି ନେତୃତ୍ବାଧୀନ ‘ଏନଡିଏ’ 280 ରୁ ସର୍ବାଧିକ 350 ଆସନ ଜିତିପାରେ । ‘ଇଣ୍ଡିଆ’ ମେଣ୍ଟ 145 ରୁ 200 ଆସନ ଓ ଅନ୍ୟ ଦଳମାନେ 33 ରୁ 49 ଆସନ ଜିତିପାରନ୍ତି । ଇଣ୍ଡିଆ ନ୍ୟୁଜ- ଡି ଡାଇନାମିକ୍ସର ମିଳିତ ସର୍ଭେ ଅନୁସାରେ ‘ଏନଡିଏ’ 371, ‘ଇଣ୍ଡିଆ’ 125 ଓ ଅନ୍ୟାନ୍ୟ 47 ରୁ 50 ମଧ୍ୟରେ ଆସନ ହାତେଇବେ । ‘ନ୍ୟୁଜ ନେସନ’ର ପୂର୍ବାକଳନ ଅନୁସାରେ, ‘ଏନଡିଏ’ 342 ରୁ 378, ‘ଇଣ୍ଡିଆ’ ମେଣ୍ଟ 153 ରୁ 170 ମଧ୍ୟରେ ଆସନ ପାଇବାକୁ ଥିବା ବେଳେ ଅନ୍ୟାନ୍ୟ ଦଳମାନେ ପ୍ରାୟ 21ରୁ 23 ମଧ୍ୟରେ ରହିବେ । ସେହିପରି ‘ଏନଡିଏ- 359 ଆସନ, ‘ଇଣ୍ଡିଆ’ ମେଣ୍ଟ 154 ଓ ଅନ୍ୟ 30 ଆସନରେ ବିଜୟୀ ହେବା ନେଇ ରିପବ୍ଲିକ- ପି-ଏମଆରକ୍ୟୁର ପୂର୍ବାକଳନ କହୁଛି ।

ଏହା ମଧ୍ୟ ପଢନ୍ତୁ:- ଓଡିଶା ଲୋକସଭା ଏକଜିଟ୍ ପୋଲ 2024: ବିଜେପିକୁ 15ରୁ ଅଧିକ ଆସନ, 5 ଭିତରେ ସୀମିତ ରହିବ ବିଜେଡି ! - ODISHA EXIT POLLS RESULTS 2024

ପ୍ରାୟ 350ରୁ ଅଧିକ ରହିିଛି ‘ଏନଡିଏ’ ଆସନ ସଂଖ୍ୟା:-

ଭାରତୀୟ ଜନତା ପାର୍ଟି ନେତୃତ୍ବାଧୀନ ‘ଏନଡିଏ’ ମେଣ୍ଟ ଏଥର 4ଶହ ପାର କରିବା ଲକ୍ଷ୍ୟରେ ନିର୍ବାଚନ ଲଢିଥିଲା । ମାତ୍ର ଏକାଧିକ ଅର୍ଥାତ ପ୍ରାୟ ସମସ୍ତ ଗଣମାଧ୍ୟମ ଓ ପୋଲ-ଓ୍ବାଚ ସଂସ୍ଥା ‘ଏନଡିଏ’ ମେଣ୍ଟକୁ ପ୍ରାୟ ହାରିହାରି 350ରୁ ଅଧିକ ଆସନ ମିଳିବା ନେଇ ସଙ୍କେତ ଦେଉଛନ୍ତି । ଗତ ନିର୍ବାଚନରେ ମୁଖ୍ୟ ବିରୋଧୀ ଦଳ କଂଗ୍ରେସ ମାତ୍ର 52 ଆସନରେ ସୀମିତ ଥିବା ବେଳେ ଚଳିତଥର କଂଗ୍ରେସ ନେତୃତ୍ବାଧୀନ ମିଳିତ ବିରୋଧୀ ମେଣ୍ଟ ‘ଇଣ୍ଡିଆ’ ପ୍ରାୟ ସମସ୍ତ ଆକଳନରେ 150 ଆସନ ପାଇବାକୁ ଯାଉଛି ।

ରାଜ୍ୟଓ୍ବାରୀ ବଢିବ ବିଜେପିର ଆସନ ସଂଖ୍ୟା:-

ରାଜ୍ୟଓ୍ବାରୀ ଦେଖିଲେ ବିଜେପି ଓ ଏନଡିଏ ସହଯୋଗୀମାନେ ବିଭିନ୍ନ ରାଜ୍ୟରେ ଗତ (2019) ନିର୍ବାଚନ ଠାରୁ ସାମାନ୍ୟ ଅଧିକ ଆସନ ପାଇବା ନେଇ ପୂର୍ବାକଳନ ସାମ୍ନାକୁ ଆସିଛି । ଦକ୍ଷିଣରେ ବିଜେପିର ସ୍ଥିତି ଭଲ ନଥିବା ବେଳେ ଏଥର ତାମିଲନାଡୁ ଓ କେରଳରେ ଦଳ ଖାତା ଖୋଲିବା ନେଇ ପୂର୍ବାକଳନରେ ସମ୍ଭାବନା ପ୍ରକାଶ ପାଇଛି । ଉଭୟ ରାଜ୍ୟରେ ଦଳ 2ରୁ 3ଟି ଆସନ ପର୍ଯ୍ୟନ୍ତ ଯାଇପାରେ ବୋଲି ଏକାଧିକ ସଂସ୍ଥା ନିଜ ଆକଳନରେ ଦର୍ଶାଇଛନ୍ତି । ସେହିପରି ବିଜେପି ଓଡିଶାରେ ଦ୍ବିତୀୟ ସ୍ଥାନରେ ଥିବା ବେଳେ ଏଥର ଶାସକ ବିଜେଡିକୁ ପଛରେ ଛାଡି ସିଂହଭାଗ ଦଖଲ କରିବାର ସଙ୍କେତ ଦେଇଛି ଏକଜିଟ ପୋଲ । 2014ରେ ମାତ୍ର ଗୋଟିଏ, 2019ରେ 8 ପାଇଥିବା ବିଜେପି ଏଥର ପ୍ରାୟ 15 ଆସନରେ ବିଜୟୀ ହୋଇ ବିଜେଡିକୁ ମାତ୍ର 4ରୁ 5ଆସନରେ ସୀମିତ ରଖିବାକୁ ବାଧ୍ୟ କରିଦେବ ବୋଲି ମଧ୍ୟ ‘ଏକଜିଟ ପୋଲ’ ଇସାରା କରୁଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jun 1, 2024, 8:51 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.