ETV Bharat / politics

ପ୍ରସଙ୍ଗ ଉଠାଇବାରେ ଆଗୁଆ ସତ୍ତ୍ବେ ପଛୁଆ ରହିଗଲା କଂଗ୍ରେସ, ପ୍ରଭାରୀଙ୍କ ସ୍ପଷ୍ଟୀକରଣ - Congress Analysis Performance

author img

By ETV Bharat Odisha Team

Published : Jun 6, 2024, 8:37 PM IST

Congress Analysis Performance: କଂଗ୍ରେସ ବିଭିିନ୍ନ ପ୍ରସଙ୍ଗରେ ସରକାରଙ୍କୁ ଘେରିବା ସତ୍ତ୍ବେ ଆଶାନୁରୂପକ ପ୍ରଦର୍ଶନ ଦେଇ ପାରିନାହିଁ । କଂଗ୍ରେସ ଉଠାଇଥିବା ପ୍ରସଙ୍ଗକୁ ହାଇଜାକ କରି ବିଜେପି ଜନମତକୁ ନିଜ ପକ୍ଷକୁ ନେବାରେ ସଫଳ ହୋଇଛି । ଅଧିକ ପଢନ୍ତୁ

Congress Analysis Performance
Congress Analysis Performance (ETV Bharat Odisha)

ଭୁବନେଶ୍ବର: ଦୀର୍ଘ ୨୪ ବର୍ଷର ବିଜେଡି ସରକାରର ହୋଇଛି ପତନ । ପ୍ରଥମ ଥର ପାଇଁ ଏକାକୀ ସରକାର ଗଢିବାକୁ ଯାଉଛି ବିଜେପି । ଫସର ଫାଟିଛି କଂଗ୍ରେସର ୯ ରୁ ୯୦ ମିସନ । ତେବେ ନିର୍ବାଚନ ଫଳାଫଳ ଆସିବା ପରେ କଂଗ୍ରେସ ଏକ ପ୍ରେସମିଟ କରିଛି । ରାଜ୍ୟରେ ପ୍ରଥମେ ଓଡିଶାର ସ୍ବାଭିମାନ, ତାମିଲ ପ୍ରଶାସକଙ୍କ ନେତୃତ୍ବକୁ ସମାଲୋଚନା, ମୁଖ୍ୟମନ୍ତ୍ରୀଙ୍କ ଦୁର୍ବଳତାକୁ ପ୍ରସଙ୍ଗ କରି ରାଜରାସ୍ତାକୁ ଓହ୍ଲାଇଥିଲା କଂଗ୍ରେସ । ଏପରିକି ଡ଼ ଅଜୟ କୁମାର ନବନିଯୁକ୍ତ ପ୍ରଭାରୀ ଦାୟିତ୍ୱ ନେବା ପରେ ପ୍ରଥମ କରି ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ୱର ରେ ପହଞ୍ଚିବା ପରେ ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ଗଣମାଧ୍ୟମକୁ "Odisha is for Odia" ବୋଲି କହିଥିଲେ । ଓଡ଼ିଶାରେ ବାହାରି ଶାସନ ଚଳିବ ନାହିଁ ବୋଲି କହିଥିଲେ ପ୍ରଭାରୀ । ଓଡ଼ିଶାରେ କଂଗ୍ରେସ ପ୍ରତୀକାତ୍ମକ ଭାବେ ଉଭୟ ବିଜେଡି ବିଜେପିର ବାହାଘର, ଅର୍ନପ୍ରାସନ୍ନ କରିଥିଲା । ଉଭୟ ବିଜେଡି ଓ ବିଜେପି ଗୋଟିଏ ଦଳ,ଓଡିଶାବାସୀଙ୍କ ସହ ଛଳନା କରୁଛନ୍ତି ବୋଲି ଅଭିଯୋଗ ଆଣିଲେ ସୁଦ୍ଧା ଓଡ଼ିଶାବାସୀ କଂଗ୍ରେସ ଉପରେ ବିଶ୍ୱାସ କରି ପାରିଲେ ନାହିଁ।

ଏହା ମଧ୍ୟ ପଢନ୍ତୁ ... ଭାରତ ବର୍ଷରେ ଅହଙ୍କାର ପତନ ହୋଇଛି, ଗଣତନ୍ତ୍ରର ବିଜୟ ହୋଇଛି: କଂଗ୍ରେସ - Election Results 2024

ଯାହା ଉପରେ ପ୍ରତିକ୍ରିୟା ରଖି କଂଗ୍ରେସ ପ୍ରଭାରୀ କହିଛନ୍ତି,' ବିଜେଡି ଗୋଟିଏ ବୋକା ଦଳ ଓ ବିଜେପି ଧୋକାବାଜ ପ୍ରେମିକ । ପ୍ରଥମେ ଧୋକା ଦେଇ ବିଜେଡିର ସମର୍ଥନ ହାସଲ କଲା ଓ ପରେ ତାଙ୍କରି ବିରୁଦ୍ଧରେ ଲଢିଲା । ଆମେ ବିଜେଡିର ଆଭିମୁଖ୍ୟ ଉପରେ କୌଣସି ଟିପ୍ପଣୀ କରିବୁନି । ବିଜେପି ୧୪ ହଜାର କୋଟିର ଅର୍ଥ ଇଲେକ୍ଟୋରାଲ ବଣ୍ଡ ଭାବେ ପାଇଛି । ଆମର ନେତା ମାନଙ୍କୁ ଜେଲରେ ଭର୍ତ୍ତି କରାଯାଇଥିଲା । ଆମ ପଛରେ ଇଡି, ସିବିଆଇ ଓ ଗୋଦି ମିଡିଆକୁ ଲଗାଯାଇଥିଲା । ବିଜେପି ଲୋକତନ୍ତ୍ରକୁ ନଷ୍ଟ କରିବାର ପ୍ରୟାସ କରିଛି । ଆମେ ଟିଭି ଓ ଖବର କାଗଜରେ ବିଜ୍ଞାପନ ପାଇଁ ଏକ ଟଙ୍କା ଖର୍ଚ୍ଚ କଲା ବେଳେ ବିଜେପି ଏକ ଲକ୍ଷ ଖର୍ଚ୍ଚ କରିଛି । କିନ୍ତୁ ଉତ୍ତର ପ୍ରଦେଶର ଜନତା ଏହାକୁ ପ୍ରତ୍ୟାଖ୍ୟାନ କରିଛନ୍ତି । ତେଣୁ ସମ୍ବାଦ ପ୍ରଦାନକାରୀ ସଂସ୍ଥାର ଦାୟିତ୍ବ ହେଉଛି ସଠିକ ଓ ସ୍ବଚ୍ଛ ସମ୍ବାଦ ପରିବେଷଣ କରିବା । ଆଗକୁ କଂଗ୍ରେସର ଦିନ ଆସିବ । ଦିନେ ଚନ୍ଦ୍ରବାବୁ , ଅଖିଳେଶ ଯାଦବ, ଶରଦ ପାୱାରଙ୍କ ସମୟ ଅତିବାହିତ ହୋଇଯାଇଛି ବୋଲି କହୁଥିଲେ ମାତ୍ର ତାହା ବର୍ତ୍ତମାନ ଭୁଲ ପ୍ରମାଣିତ ହୋଇଯାଇଛି । ଆମେ ମଧ୍ୟ ଲଢ଼ିବୁ ଆଉ ଜିତିବୁ।'

ସୂଚନାଯୋଗ୍ୟ ଯେ ଓଡ଼ିଶାରେ କଂଗ୍ରେସରୁ 14ଟି ବିଧାୟକ ଏବଂ ଜଣେ ମାତ୍ର ସାଂସଦ ଜିତିଛନ୍ତି । ଅବିଭକ୍ତ କୋରାପୁଟ ଜିଲ୍ଲାରୁ 7 ଜଣ ବିଧାନସଭାକୁ ନିର୍ବାଚିତ ହୋଇଥିବା ବେଳେ କୋରାପୁଟ ସଂସଦୀୟ କ୍ଷେତ୍ରରେ କଂଗ୍ରେସର ସପ୍ତଗିରି ଉଲାକା ବାଜିମାତ କରିଛନ୍ତି । ଆଉ କିଛି ସ୍ଥାନରେ କଂଗ୍ରେସ ଖୁଵ କମ ଭୋଟ ବ୍ୟବଧାନରେ ହାରିଛି । ଭଣ୍ଡାରିପୋଖରୀରେ ନିରଞ୍ଜନ ପଟ୍ଟନାୟକ, ଭୋଗରାଇରେ ସତ୍ୟ ଶିବ ଦାଶ, ଆନନ୍ଦପୁରରେ ଜୟଦେବ ଜେନା, ପାରଳାଖେମୁଣ୍ଡିରେ ବିଜୟ ପଟ୍ଟନାୟକଙ୍କ ଭଳି ତୁଙ୍ଗ ନେତା ମାନେ କମ ଭୋଟ ବ୍ୟବଧାନରେ ପରାଜୟ ବରଣ କରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.