ETV Bharat / politics

ଭୋଟ ଗଣତି ପ୍ରସ୍ତୁତି, ଜିଲ୍ଲା ପ୍ରଶାସନର ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ - Vote Counting preparation - VOTE COUNTING PREPARATION

Vote Counting preparation: ମତଦାନ ସରିବା ପରେ ଏବେ ଭୋଟ ଗଣତି ଓ ଫଳାଫଳକୁ ନେଇ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ସମ୍ବଲପୁର ଓ କୋରାପୁଟ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଗଣତି ପ୍ରଶିକ୍ଷଣ ଦିଆଯାଇଛି । ଅଧିକ ପଢନ୍ତୁ

Vote Counting preparation
Vote Counting preparation (ETV Bharat Odisha)
author img

By ETV Bharat Odisha Team

Published : Jun 2, 2024, 9:02 AM IST

ସମ୍ୱଲପୁର/କୋରାପୁଟ: ସରିଲା ମତଦାନ । ଏବେ ଅପେକ୍ଷା ଜୁନ ୪କୁ । ଆସନ୍ତା 4 ତାରିଖରେ ଭୋଟ ଗଣତି ହୋଇ ଫଳାଫଳ ଘୋଷଣା ହେବାକୁ ଯାଉଛି l ଏନେଇ ସମସ୍ତ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଜୋରଦାର ରହିଛି l ଏକକାଳୀନ ଭାବେ ସବୁଠି ଭୋଟ ଗଣତି ହେବାକୁ ଥିବାବେଳେ ଶୃଙ୍ଖଳିତ ଏବଂ ତ୍ରୁଟିଶୂନ୍ୟ ଭାବେ କିଭଳି ଭୋଟ ଗଣତି ହେବ ସେନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରଶିକ୍ଷଣ ଦିଆଯାଇଛି l

Vote Counting preparation (ETV Bharat Odisha)

ସମ୍ବଲପୁର ଜିଲ୍ଲାରେ ଶାନ୍ତିପୂର୍ଣ୍ଣ ଭାବେ ମତଦାନ ଶେଷ ହେବା ପରେ ଶୃଙ୍ଖଳିତ ଏବଂ ତ୍ରୁଟିଶୂନ୍ୟ ଭୋଟ ଗଣତି ପାଇଁ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି ଚୂଡାନ୍ତ ହୋଇଛି । ସମ୍ବଲପୁର ସହରର ସି.ଏସ.ବି ଜିଲ୍ଲା ସ୍କୁଲରେ ଭୋଟ ଗଣତି ପାଇଁ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଗଣନା ସୁପରଭାଇଜର, ଗଣନା ସହାୟକ ଓ ମାଇକ୍ରୋ ପର୍ଯ୍ୟବେକ୍ଷକଙ୍କ ପାଇଁ ଏହି ପ୍ରଶିକ୍ଷଣ ଦିଆଯାଇଛି । ସମ୍ବଲପୁର ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ ପ୍ରଶିକ୍ଷଣାର୍ଥୀଙ୍କ ସହ ଆଲୋଚନା କରିଛନ୍ତି ।

ଏହି ବୈଠକରେ ପୋଷ୍ଟାଲ ବାଲାଟ୍ ଗଣତି, ଇଭିଏମ୍ (ବଣ୍ଟନ ଓ ସିଲ୍)ରେ ରେକର୍ଡ ହୋଇଥିବା ଭୋଟ ଗଣତି, ମାଇକ୍ରୋ ପର୍ଯ୍ୟବେକ୍ଷକଙ୍କ ଭୂମିକା, ଭିଭିପିଏଟି ପେପର ସ୍ଲିପ୍ ଗଣତି, ମତଦାନ ଗଣତି ସ୍ଥଗିତ ରଖିବା/ପୁନଃ ଆରମ୍ଭ କରିବା, ଫଳାଫଳ ସଂକଳନ ଓ ଘୋଷଣା ଏବଂ ଗଣତି ପରେ ଇଭିଏମ୍, ଭିଭିପାଟ୍ ସିଲ୍ ଓ ଷ୍ଟୋରେଜ୍ ଉପରେ ବିଷଦ ଭାବେ ଆଲୋଚନା ହୋଇଛି । କଣ୍ଟ୍ରୋଲ ୟୁନିଟ୍ କିପରି ପରିଚାଳିତ ହେବ ଏବଂ ଭୋଟ ଗଣନା କରାଯିବ ସେନେଇ ମଧ୍ୟ ପ୍ରଦର୍ଶନ କରାଯାଇଥିଲା । ଏଥିରେ ମୋଟ ୪୯୧ ଜଣ ପ୍ରଶିକ୍ଷଣ ନେଇଛନ୍ତି ।

ଅନ୍ୟପଟେ ସମ୍ବଲପୁର ବିଧାନସଭା ଆସନର ଭୋଟ ଗଣତି ପାଇଁ ସମ୍ବଲପୁର ମହିଳା ମହାବିଦ୍ୟାଳୟରେ 10ଟି ଟେବୁଲ ଓ 19ଟି ରାଉଣ୍ଡ ବ୍ୟବସ୍ଥା କରାଯାଇଛି l ସମ୍ବଲପୁର ଲୋକସଭା ପାଇଁ ମଧ୍ୟ 10ଟି ଟେବୁଲରେ 19ଟି ରାଉଣ୍ଡରେ ଗଣତି ହେବାର କାର୍ଯ୍ୟକ୍ରମ ରହିଛି l ସେହିପରି କୁଚିଣ୍ଡା ବିଧାନସଭା ଓ ସମ୍ବଲପୁର ଲୋକସଭା ପାଇଁ କୁଚିଣ୍ଡା ସରକାରୀ ମହାବିଦ୍ୟାଳୟରେ ବ୍ୟବସ୍ଥା ହୋଇଛି l ଏଠାରେ ଉଭୟ ସମ୍ବଲପୁର ଲୋକସଭା ଓ କୁଚିଣ୍ଡା ବିଧାନସଭା ପାଇଁ 10ଟି ଲେଖାଏଁ ଟେବୁଲରେ 28ଟି ରାଉଣ୍ଡରେ ଗଣତି ହେବ l

ଅନ୍ୟପଟେ ରେଙ୍ଗାଲି ବିଧାନସଭା ଓ ସମ୍ବଲପୁର ଲୋକସଭା ଉଭୟ ପାଇଁ ସମ୍ବଲପୁର NSCB କଲେଜରେ 12ଟି ଲେଖାଏଁ ଟେବୁଲରେ 19ଟି ରାଉଣ୍ଡ ଭୋଟ ଗଣତି ହେବ l ରେଢ଼ାଖୋଲ ବିଧାନସଭା ଓ ସମ୍ବଲପୁର ଲୋକସଭା ଉଭୟ ପାଇଁ ରେଢ଼ାଖୋଲ ଭୀମଭୋଇ କଲେଜରେ 12ଟି ଲେଖାଏଁ ଟେବୁଲରେ 21 ରାଉଣ୍ଡ ଭୋଟ ଗଣତି ହେବ l ଏନେଇ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଏହାମଧ୍ୟ ପଢନ୍ତୁ.. ସରିଲା ଗଣତନ୍ତ୍ରର ମହାପର୍ବ, ପୁରୁଷଙ୍କ ଅପେକ୍ଷା ମହିଳାଙ୍କ ମତଦାନ ହାର ଅଧିକ: ମୁଖ୍ୟ ନିର୍ବାଚନ ଅଧିକାରୀ - CEO ODISHA PRESS MEET

ଅନ୍ୟପଟେ କୋରାପୁଟ ଜିଲ୍ଲାରେ ମଧ୍ୟ ଭୋଟ ଗଣତି ନେଇ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ବୈଠକ ଡକାଯାଇ ଆଲୋଚନା କରାଯାଇଛି । ଜିଲ୍ଲାପାଳ ଭି କୀର୍ତ୍ତି ଭାସନଙ୍କ ଅଧକ୍ଷତାରେ ଆୟୋଜିତ ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଲଗ୍ନଜିତ ରାଉତ, ଆଲମଣୀ ସେଠିଙ୍କ ସମେତ ଜିଲ୍ଲାର ସମସ୍ତ ବ୍ଲକର ବିଡ଼ିଓ, ତହସିଲଦାର ଓ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ l

ଭୋଟ ଗଣତି ପାଇଁ ଜିଲ୍ଲାର ସମସ୍ତ ଅଧିକାରୀମାନଙ୍କୁ ଟ୍ରେନିଂ ଦିଆଯାଇଛି l କୋରାପୁଟ ସରକାରୀ ମହାବିଦ୍ୟାଳୟରେ ହେବାକୁ ଥିବା ଭୋଟ ଗଣତିରେ ପ୍ରତି ନିର୍ବାଚନ ମଣ୍ଡଳୀ ପାଇଁ 12-12ଟି ଟେବୁଲ ଓ ଜୟପୁର ବିକ୍ରମଦେବ ବିଶ୍ୱ ବିଦ୍ୟାଳୟରେ 10-10ଟି ଟେବୁଲ ରହିଛି l ପୋଷ୍ଟାଲ ବାଲାଟ ଗଣତି ପାଇଁ ସମସ୍ତ ପ୍ରକାର ସୁବିଧା କରାଯାଇଛି l ନିର୍ବାଚନ ଲଢ଼ୁଥିବା ପ୍ରାର୍ଥୀମାନଙ୍କୁ ନିଜର ଏଜେଣ୍ଟ ଦେବା ପାଇଁ କୁହାଯାଇଛି l ସନ୍ଧ୍ୟା ସୁଦ୍ଧା ଭୋଟ ଗଣତି ଶେଷ କରିବା ପାଇଁ ଧାର୍ଯ୍ୟ କରାଯାଇଛି l ସୁରକ୍ଷା ଦୃଷ୍ଟିରୁ ଭୋଟ ଗଣତି କେନ୍ଦ୍ରରେ ପୋଲିସ ମୁତୟନ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି । ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ତରଫରୁ ସମସ୍ତ ପଦକ୍ଷେପ ନିଆଯାଇଥିବା ଜିଲ୍ଲାପାଳ କହିଛନ୍ତି ।

ଇଟିିଭି ଭାରତ, ସମ୍ବଲପୁର/ କୋରାପୁଟ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.