ETV Bharat / politics

ଜଟିଳ ସମ୍ବଲପୁର ସମୀକରଣ; କେଉଁଠି କିଏ ମାରିପାରେ ବାଜି, ଜାଣନ୍ତୁ କ'ଣ କହୁଛି ଆକଳନ - Lok Sabha Election 2024 - LOK SABHA ELECTION 2024

Lok Sabha Election 2024: ଜଟିଳ ହେଉଛି ସମ୍ବଲପୁର ସମୀକରଣ । ନିର୍ବାଚନ ସରିବା ପରେ ଏହି ଲୋକସଭା ଏବଂ ଏହା ଅନ୍ତର୍ଗତ ବିଧାନସଭା ଆସନଗୁଡିକର ଫଳାଫଳ ଉପରେ ସମସ୍ତଙ୍କ ନଜର ରହିଛି । ତେବେ ଧର୍ମେନ୍ଦ୍ର ଓ ପ୍ରଣବଙ୍କ ଭଳି ହେଭିୱେଟଙ୍କ ଲଢେଇ ସମ୍ବଲପୁରର ବିଧାନସଭା ଆସନଗୁଡିକରେ ଫଳାଫଳକୁ ପ୍ରଭାବିତ କରିବା ନେଇ ଆକଳନ କରାଯାଉଛି । ଅଧିକ ପଢନ୍ତୁ

ଜଟିଳ ରହିଛି ସମ୍ବଲପୁର ସମୀକରଣ; କେଉଁଠି କିଏ ମାରିପାରେ ବାଜି, ଜାଣନ୍ତୁ କ'ଣ କହୁଛି ଆକଳନ
ଜଟିଳ ରହିଛି ସମ୍ବଲପୁର ସମୀକରଣ; କେଉଁଠି କିଏ ମାରିପାରେ ବାଜି, ଜାଣନ୍ତୁ କ'ଣ କହୁଛି ଆକଳନ (ETV Bharat Odisha)
author img

By ETV Bharat Odisha Team

Published : May 28, 2024, 10:28 AM IST

Updated : May 28, 2024, 2:13 PM IST

ସମ୍ବଲପୁୁର: ତୃତୀୟ ପର୍ଯ୍ୟାୟରେ ସମ୍ବଲପୁରର ହାଇପ୍ରୋଫାଇଲ ଲୋକସଭା ଏବଂ ଏହା ଅଧୀନସ୍ଥ ୭ଟି ବିଧାନସଭା ଆସନରେ ସରିଛି ନିର୍ବାଚନ l ଏବେ କେବଳ ଜୁନ ୪କୁ ଅପେକ୍ଷା । ଏଥର ନିର୍ବାଚନରେ ସବୁଠୁ ଅଧିକ ଫୋକସରେ ରହିଛି ସମ୍ବଲପୁର ଆସନ । ବିଜେପି ଓ ବିଜେଡି ଦଳର ଦୁଇ ହେଭିୱେଟ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରଣବ ପ୍ରକାଶ ଦାସଙ୍କ ମଧ୍ୟରେ ହୋଇଥିବା ମହାଲଢେଇର ଫଳାଫଳକୁ ସମସ୍ତେ ଅନାଇ ବସିଛନ୍ତି l ଏହାରି ମଧ୍ୟରେ ଭୋଟ ଗଣତି ପୂର୍ବରୁ ଏହି ଦୁଇ ଦଳର ଟାଣୁଆ ନେତାଙ୍କ ଭାଗ୍ୟକୁ ନେଇ କଳ୍ପନା ଜଳ୍ପନା ଆରମ୍ଭ ହୋଇଯାଇଛି । ସେହିପରି ଏହି ୨ ନେତାଙ୍କ ପତିଆରା ଓ ପ୍ରଭାବ ଯୋଗୁଁ ଏହା ଅଧୀନରେ ଥିବା ବିଧାନସଭା ନିର୍ବାଚନ ମଣ୍ଡଳୀର ରାଜନୈତିକ ସମୀକରଣ ଏତେ ଜଟିଳ ହୋଇଯାଇଛି ଯେ ରାଜନୈତିକ ପଣ୍ଡିତମାନେ ମଧ୍ୟ ଫଳାଫଳ କ'ଣ ହେବ ତାହା ଆକଳନ କରିପାରୁ ନାହାଁନ୍ତି l

ଜଟିଳ ସମ୍ବଲପୁର ସମୀକରଣ; କେଉଁଠି କିଏ ମାରିପାରେ ବାଜି, ଜାଣନ୍ତୁ କ'ଣ କହୁଛି ଆକଳନ (ETV Bharat Odisha)

ଚଳିତ ନିର୍ବାଚନରେ ସମ୍ବଲପୁର ଲୋକସଭା ଆସନରେ ବିଜେପି ଓ ବିଜେଡି ମଧ୍ୟରେ କାଣ୍ଟେ କି ଟକ୍କର ରହିଥିବା ରାଜନୈତିକ ବିଶ୍ଳେଷକ ମତପ୍ରକାଶ କରିଛନ୍ତି l ଗୋଟିଏ ପଟେ ବିଜେପିର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଥିବାବେଳେ ଅନ୍ୟପଟେ ଅଛନ୍ତି ବିଜେଡିର ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ l ଗୋଟିଏ ପଟେ ମୋଦି ମ୍ୟାଜିକ ଆରପଟେ ନୀବନଙ୍କ ଲୋକପ୍ରିୟତା ରହିଛି l ଆଉ ଏହି ଲଢେଇରୁ ବହୁ ଦୂରରେ ନିଜର ଅସ୍ଥିତ୍ୱ ଖୋଜୁଛି କଂଗ୍ରେସ l ନିର୍ବାଚନ ଫଳାଫଳରେ ସମ୍ବଲପୁର ଆସନରେ ଧର୍ମେନ୍ଦ୍ର ପ୍ରଧାନ ବିଜେଡିରୁ ଟିକେ ଆଗୁଆ ଥିବା ରାଜନୈତିକ ସମୀକ୍ଷକ ମତ ରଖିଛନ୍ତି l ତେବେ ଏହି ଆକଳନରେ କେତେ ବାସ୍ତବତା ଅଛି ତାହା ଫଳାଫଳ ଦିନ ଜଣାପଡିବ l

ଏହା ମଧ୍ୟ ପଢନ୍ତୁ: ଓଡ଼ିଶା ତୃତୀୟ ପର୍ଯ୍ୟାୟରେ କିଏ ହିରୋ, କିଏ ଜିରୋ ! ସମ୍ବଲପୁରରେ ପୁଣି ଫୁଟିବ କି ପଦ୍ମ, ପୁରୀରେ ହେବ କି ପରିବର୍ତ୍ତନ, ୬ ଆସନରୁ ଶଙ୍ଖକୁ କେତେ ? - ODISHA THIRD PHASE FIGHT

ଅପରପକ୍ଷେ, ସମ୍ବଲପୁର ବିଧାନସଭା ଆସନଟି ଏଥର ଏତେ ପ୍ରତିଦ୍ବନ୍ଦିତାପୂର୍ଣ୍ଣ ଅଛି ଯେ ଦଳୀୟ କର୍ମୀ, ନେତା କି ରାଜନୈତିକ ସମୀକ୍ଷକ ମଧ୍ୟ ଏହାର ଫଳାଫଳର ସଠିକ ଆକଳନ କରି ପାରୁନାହାନ୍ତି l ବିଧାନସଭା ସିଟରେ ବିଜେଡିର ସ୍ଥିତି 50/50 ଭଳି ରହିଛି l ଏହି ଆସନରେ ବିଜେଡିର ଇଂ ରୋହିତ ପୂଜାରୀ ଅଳ୍ପ ଭୋଟ ବ୍ୟବଧାନରେ ହେଲେ ମଧ୍ୟ ବାଜି ମାରି ନେଇପାରନ୍ତି ବୋଲି କିଛି ରାଜନୀତି ବିଶ୍ଳେଷକ କହୁଛନ୍ତି l

ସେହିପରି ଶିଳ୍ପ ସମୃଦ୍ଧ ରେଙ୍ଗାଲି ବିଧାନସଭା ସିଟରେ ଏଥର ତ୍ରିମୁଖୀ ଲଢେଇ ହେଉଛି l ବିଜେପିର ନାଉରୀ ନାୟକ, ବିଜେଡିର ସୁଦର୍ଶନ ହରିପାଲ ଓ କଂଗ୍ରେସର ଦିଲ୍ଲୀପ ଦୁରିଆଙ୍କ ଭାଗ୍ୟ ସିଲ୍ ହୋଇଛି ଇଭିଏମରେ l ବର୍ତ୍ତମାନର ବିଜେପି ବିଧାୟକ ନାଉରୀ ନାୟକଙ୍କ ବିରୁଦ୍ଧରେ ସାମାନ୍ୟ ସତ୍ତା ବିରୋଧୀ ହାୱା ଥିବାବେଳେ ବିଜେଡିର ଭଲ ସଂଗଠନ ଥିଲେ ମଧ୍ୟ କିଛି ମାତ୍ରାରେ ଅନ୍ତର୍ଦ୍ବନ୍ଦ ରହିଛି l ଆଉ କଂଗ୍ରେସ ପ୍ରାର୍ଥୀ ହୋଇଥିବା ଯୁବନେତା ଦିଲ୍ଲୀପ ଦୁରିଆ ପୂର୍ବରୁ ବିଜେଡିରେ ଥିଲେ ଓ ଯୁବବର୍ଗରେ ତାଙ୍କର ଭଲ ସଂଗଠନ ରହିଛି l ତେଣୁ ସେ ବିଜେଡିର ଭୋଟ କାଟିପାରନ୍ତି l ଏଥର ରେଙ୍ଗାଲି ସିଟର ରାଜନୈତିକ ସମୀକରଣ ବହୁତ ଜଟିଳ ହୋଇଛି l ତେଣୁ ଏହି ସିଟରେ ଏଥର ବର୍ତ୍ତମାନର ବିଧାୟକ ନାଉରୀ ନାୟକଙ୍କ ଅତ୍ୟଧିକ ଆତ୍ମବିଶ୍ବାସ ତାଙ୍କୁ ସାମାନ୍ୟ ପଛରେ ପକାଇ ଦେଇଛି ବୋଲି ରାଜନୀତି ବିଶ୍ଳେଷକ ମତ ପ୍ରକାଶ କରିଛନ୍ତି l

ସେହିପରି ସମ୍ବଲପୁର ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ କୁଚିଣ୍ଡା ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଜେପି ପ୍ରାର୍ଥୀ ରବି ନାଏକ ସବୁଠାରୁ ଆଗରେ ଅଛନ୍ତି ଓ ଏହି ନିର୍ବାଚନରେ ସେ ଆରାମରେ ବିଜୟୀ ହେବାର ସମ୍ଭାବନା ଅଛି ବୋଲି ରାଜନୈତିକ ବିଶ୍ଳେଷକ ମତ ପ୍ରକାଶ କରିଛନ୍ତି l

ଅନ୍ୟପଟେ ରେଢ଼ାଖୋଲ ବିଧାନସଭା ସିଟରେ ବିଜେଡି ପ୍ରାର୍ଥୀ ବରିଷ୍ଠ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ, କଂଗ୍ରେସ ପ୍ରାର୍ଥୀ ଆସଫ ଅଲ୍ଲୀ ଖାଁ ଏବଂ ବିଜେପିର ଦେବେନ୍ଦ୍ର ମହାପାତ୍ରଙ୍କ ମଧ୍ୟରେ ଲଢେଇ ହୋଇଛି l ଗତ ନିର୍ବାଚନରେ ରେଢ଼ାଖୋଲରେ ବିଜେଡି ଓ କଂଗ୍ରେସ ମଧ୍ୟରେ ଟକ୍କର ହୋଇଥିବା ବେଳେ ଏଥର ସମ୍ବଲପୁର ଲୋକସଭା ସିଟରେ ଧର୍ମେନ୍ଦ୍ର ପ୍ରାର୍ଥୀ ହୋଇଥିବାରୁ ଏହାର ପ୍ରଭାବ ରେଢ଼ାଖୋଲରେ ବିଜେପିର ଭୋଟହାର ବୃଦ୍ଧି କରିପାରେ ବୋଲି ଚର୍ଚ୍ଚା ହେଉଛି l ତେବେ ବିଜେଡିର ପ୍ରସନ୍ନ ଆଚାର୍ଯ୍ୟ ଏହି ବିଧାନସଭା ସିଟରୁ ବିଜୟ ସମ୍ଭାବନା ଅଧିକ ରହିଛି ।

ଇଟିଭି ଭାରତ, ସମ୍ବଲପୁର

Last Updated : May 28, 2024, 2:13 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.