ETV Bharat / politics

ଓଡିଶାରେ ବିଜେପି ପ୍ରଚାର ମଙ୍ଗ ଧରିଲେ ପ୍ରଧାନମନ୍ତ୍ରୀ, ଆଜି ବ୍ରହ୍ମପୁର-ନବରଙ୍ଗପୁରରେ ହାଇଭୋଲଟେଜ୍‌ ପ୍ରଚାର - Lok Sabha Election 2024

MODI VISIT ODISHA : ଆଜି ଓଡିଶାରେ ହାଇଭୋଲଟେଜ ପ୍ରଚାର କରିବେ ମୋଦି । ବ୍ରହ୍ମପୁର ଓ ନବରଙ୍ଗପୁର ଗସ୍ତ କରି ବିଶାଳ ସମାବେଶରେ ହେବେ ସାମିଲ । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : May 6, 2024, 8:14 AM IST

Narendra Modi
Narendra Modi (Etv Bharat)

ଭୁବନେଶ୍ୱର: ପାଖୋଉଛି ନିର୍ବାଚନ, ସରଗରମ ପ୍ରଚାର ମଇଦାନ । ଭୋଟରଙ୍କ ନିକଟତର ହେଉଛି ପ୍ରତିଦ୍ବନ୍ଦ୍ବି ଦଳର ପ୍ରାର୍ଥୀ । ବିଜେଡି, ବିଜେପି ଓ କଂଗ୍ରେସର ହେଭିୱେଟ ନେତାଙ୍କ ପ୍ରଚାରରେ କମ୍ପୁଛି ନିର୍ବାଚନୀ ମଇଦାନ । ଆଜି ରାଜ୍ୟରେ ବିଜେପି ପକ୍ଷରୁ ପ୍ରଚାର ମଇଦାନକୁ ଓହ୍ଲାଇବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦୁଇ ଦିନିଆ ଓଡିଶା ଗସ୍ତରେ ଆସିଥିବା ମୋଦି ଆଜି ଦକ୍ଷିଣ ଓଡିଶାରେ କରିବେ ହାଇଭୋଲଟେଜ ପ୍ରଚାର । ବ୍ରହ୍ମପୁର ଓ ନବରଙ୍ଗପୁର ଗସ୍ତ କରି ଜନସଭାକୁ ସମ୍ବୋଧିତ କରି ପ୍ରାର୍ଥୀଙ୍କ ପାଇଁ ମାଗିବେ ଭୋଟ । ଲଗାତାର କିଛିଦିନ ମଧ୍ୟରେ ରାଜ୍ୟକୁ ବିଜେପିର କେନ୍ଦ୍ରୀୟ ନେତୃତ୍ବଙ୍କ ସୁଅ ଛୁଟୁଥିବାବେଳେ ଏଥର ନିଜେ ପ୍ରଧାନମନ୍ତ୍ରୀ ପ୍ରଚାରର ମଙ୍ଗ ଧରିଛନ୍ତି ।

ମୋଦିଙ୍କ ବ୍ରହ୍ମପୁର ଓ ନବରଙ୍ଗପୁର ଗସ୍ତ: ଗତକାଲି ଠାରୁ ଓଡିଶା ଗସ୍ତରେ ଆସିଛନ୍ତି ମୋଦି । ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ଦଳୀୟ କର୍ମୀ ତାଙ୍କୁ ସ୍ବାଗତ କରିଥିଲେ । ଏହାପରେ ସିଧା ରାଜଭବନ ଅଭିମୁଖେ ବାହାରିଥିଲେ । ସେଠାରେ ରାତ୍ରୀ ଯାପନ ପରେ ଆଜି ବ୍ରହ୍ମପୁର ଓ ନବରଙ୍ଗପୁର ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ପୂର୍ବାହ୍ନ 10ଟା 30ରେ ବ୍ରହ୍ମପୁର କନିସି ପଡିଆୟୋରେ ଆୟୋଜିତ ବିଜୟ ସଙ୍କଳ୍ପ ସମାବେଶରେ ସାମିଲ ହୋଇ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ । ବ୍ରହ୍ମପୁରରେ କାର୍ଯ୍ୟକ୍ରମ ସରିବା ପରେ ନବରଙ୍ଗପୁର ଗସ୍ତ କରିବେ । ସେଠାରେ ଅପରାହ୍ଣ ଗୋଟାଏ ସମୟରେ ପହଞ୍ଚିବା ପରେ ପାପଡାହାଣ୍ଡି ଚିକିଲି ଛକରେ ଆୟୋଜିତ ବିଜେପିର ସମାବେଶରେ ସାମିଲ ହେବେ । ଦୁଇ ଜନସଭାରେ କେନ୍ଦ୍ର ସରକାରଙ୍କ ଜନକଲ୍ୟାଣକାରୀ ଯୋଜନାର ଲାଭ ବିଷୟରେ ଲୋକଙ୍କୁ କହିବା ସହ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିବେ । ମୋଦିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡାକଡି କରାଯାଇଛି । ମୋଦିଙ୍କ ଗସ୍ତକୁ ନେଇ ବେଶ ଉତ୍ସାହିତ ବିଜେପି ଶିବିର । ମୋଦିଙ୍କୁ ପାଖରେ ପାଇଁ ଦଳୀୟ କର୍ମୀଙ୍କ ମନୋବଳ ବୃଦ୍ଧି ପାଇବ ।

ଏହା ମଧ୍ୟ ପଢନ୍ତୁ-ଭୁବନେଶ୍ବରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିମାନ ବନ୍ଦରରେ ଭବ୍ୟ ସ୍ବାଗତ - PM Modi In Odisha

ଓଡିଶାରେ ପହଞ୍ଚିବା ପରେ ମୋଦି ଟ୍ବିଟ କରି କହିଥିଲେ, ''ଉତ୍ତରପ୍ରଦେଶରେ କାର୍ଯ୍ୟକ୍ରମ ପରେ ଭୁବନେଶ୍ୱରରେ ମୁଁ ପହଞ୍ଚିଛି । ଏଠାରେ ମୋତେ ଭବ୍ୟ ସ୍ବାଗତ କରାଯାଇଛି । ମୁଁ ସ୍ପଷ୍ଟ ଭାବେ ଦେଖିପାରୁଛି ଯେ ଓଡିଶା ରାଜ୍ୟ ଓ କେନ୍ଦ୍ରରେ ବିଜେପିକୁ ଭୋଟ୍ ଦେବାକୁ ପ୍ରସ୍ତୁତ । ଲୋକମାନେ ଏପରି ଏକ ସରକାର ଚାହୁଁଛନ୍ତି ଯିଏ ଓଡିଶାର ବିକାଶ କରିପାରିବ ଏବଂ ସ୍ଥାନୀୟ ସଂସ୍କୃତିର ସୁରକ୍ଷା ମଧ୍ୟ କରିପାରିବ ।'' ଆସନ୍ତା 13 ତାରିଖରେ ବ୍ରହ୍ମପୁର, କୋରାପୁଟ, କଳାହାଣ୍ଡି ଓ ନବରଙ୍ଗପୁର ଲୋକସଭା ଆସନ ଓ ଏହା ଅନ୍ତର୍ଗତ 28ଟି ବିଧାନସଭା ଆସନରେ ପ୍ରଥମ ପର୍ଯ୍ୟାୟରେ ମତଦାନ ହେବ । ଏହାକୁ ଦୃଷ୍ଟିରେ ରଖି ରାଜ୍ୟକୁ ଛୁଟୁଛି କେନ୍ଦ୍ରୀୟ ନେତାଙ୍କ ସୁଅ । ବୈଦେଶୀକ ମନ୍ତ୍ରୀ ଏସ୍‌ ଜୟ ଶଙ୍କର, ଅମିତ ଶାହ ଓ ଜେପି ନଡ୍ଡା ମଧ୍ୟ ଓଡିଶା ଗସ୍ତ କରି ପ୍ରଚାରକୁ ଜୋରଦାର କରିଥିଲେ ।

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.