ETV Bharat / politics

ଓଡ଼ିଶାରେ ପ୍ରଧାନମନ୍ତ୍ରୀ ମୋଦି; ଆଜି କରିବେ ସମୀକ୍ଷା, କାଲି ଦିନ ତମାମ ପ୍ରଚାର - PM Modi at Bhubaneswar - PM MODI AT BHUBANESWAR

PM Modi at Bhubaneswar: ଭୁବନେଶ୍ବରରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦି । ଆଜି ଦଳୀୟ କାର୍ଯ୍ୟାଳୟରେ ରାଜ୍ୟ ନେତୃତ୍ବଙ୍କ ସହ କରିବେ ସମୀକ୍ଷା ବୈଠକ । ଆସନ୍ତାକାଲି ଦିନ ତମାମ ରାଜ୍ୟର ବିଭିନ୍ନ ସ୍ଥାନରେ କରିବେ ପ୍ରଚାର । ଅଧିକ ପଢ଼ନ୍ତୁ

PM Modi at Bhubaneswar
PM Modi at Bhubaneswar (ETV Bharat Odisha)
author img

By ETV Bharat Odisha Team

Published : May 19, 2024, 6:42 PM IST

Updated : May 19, 2024, 8:11 PM IST

PM Modi at Bhubaneswar: (ETV Bharat Odisha)

ଭୁବନେଶ୍ବର: ଓଡ଼ିଶାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜିଠାରୁ ଦୁଇ ଦିନିଆ ଗସ୍ତରେ ଓଡ଼ିଶା ଆସିଛନ୍ତି ପ୍ରଧାନମନ୍ତ୍ରୀ । ସନ୍ଧ୍ୟାରେ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଦଳୀୟ ଶୀର୍ଷ ନେତୃତ୍ବଙ୍କ ସହ କରିବେ ସମୀକ୍ଷା ବୈଠକ । ବୈଠକ ପରେ ରାଜଭବନରେ ରାତ୍ରି ଯାପନ କରିବେ ପ୍ରଧାନମନ୍ତ୍ରୀ । ଆସନ୍ତାକାଲି ପୁରୀ ଗସ୍ତରେ ଯିବେ । ସେଠାରେ ମହାପ୍ରଭୁଙ୍କ ଦର୍ଶନ ପରେ ମେଗା ରୋଡ ସୋ' କରି ଦଳ ପାଇଁ ପ୍ରଚାର କରିବେ ପ୍ରଧାନମନ୍ତ୍ରୀ । ଏହାପରେ ଅନୁଗୋଳ ଏବଂ କଟକରେ ଦଳର ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେବେ ।

PM Modi at Bhubaneswar
PM Modi at Bhubaneswar (ETV Bharat Odisha)

ଚଳିତ ନିର୍ବାଚନରେ ଓଡ଼ିଶାକୁ ସ୍ବତନ୍ତ୍ର ଫୋକସରେ ରଖି ବିଜେପିର କେନ୍ଦ୍ର ନେତୃତ୍ବ ଘନ ଘନ ଓଡ଼ିଶା ଗସ୍ତରେ ଆସୁଥିବାବେଳେ ଆଜି ପୁଣି ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଚଳିତ ମାସରେ ଏହା ପ୍ରଧାନମନ୍ତ୍ରୀଙ୍କ ତୃତୀୟ ଓଡ଼ିଶା ଗସ୍ତ । ସ୍ଵତନ୍ତ୍ର ବିମାନ ଯୋଗେ ସନ୍ଧ୍ୟା ୬ଟା ୧୬ ମିନିଟରେ ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଥିଲେ ମୋଦି । ସେଠାରୁ ପୂର୍ବ ନିର୍ଦ୍ଧାରିତ ରୁଟ୍‌ ଏଜି ଛକ, ପିଏମ୍‌ଜି, ମାଷ୍ଟରକ୍ୟାଣ୍ଟିନ ଦେଇ ଦଳୀୟ କାର୍ଯ୍ୟାଳୟରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ । ବିଜେପି ରାଜ୍ୟ କାର୍ଯ୍ୟାଳୟରେ ମୋଦି ଦଳୀୟ ନେତାଙ୍କ ସହିତ ସମୀକ୍ଷା ବୈଠକ କରିବେ ।

ଏହା ମଧ୍ୟ ପଢ଼ନ୍ତୁ...ପ୍ରଧାନମନ୍ତ୍ରୀଙ୍କ ଅନୁଗୋଳ ଗସ୍ତ, ସୁରକ୍ଷା ବ୍ୟବସ୍ଥା ଅନୁଧ୍ୟାନ କଲେ DIG - Modi To Visit Angul

ଚଳିତ ନିର୍ବାଚନରେ ଦଳର ରଣନୀତି ଗ୍ରାଉଣ୍ଡରେ କିପରି କାର୍ଯ୍ୟକାରୀ ହେଉଛି, ବିଶେଷ କରି ନିର୍ବାଚନ ପରିଚାଳନା ଉପରେ ଦଳୀୟ ନେତାଙ୍କ ସହ ସିଧା ସଳଖ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ । ଏହି ବୈଠକରେ ରାଜ୍ୟ ବିଜେପିର ଶୀର୍ଷ ନେତା ଏବଂ ଦାୟିତ୍ବରେ ଥିବା ନିର୍ବାଚନ ପରିଚାଳନା ଦାୟିତ୍ଵରେ ଥିବା କେନ୍ଦ୍ରୀୟ ନେତାମାନେ ଉପସ୍ଥିତ ରହିବେ । ଏହି ବୈଠକ ପରେ ରାଜଭବନ ଯାଇ ରାତ୍ରି ଯାପନ କରିବେ ପ୍ରଧାନମନ୍ତ୍ରୀ । ଆସନ୍ତାକାଲି ପୁରୀ ଗସ୍ତରେ ଯିବେ ମୋଦି । ସେଠାରେ ମହାପ୍ରଭୁଙ୍କୁ ଦର୍ଶନ କରିବା ପରେ ମେଗା ରୋଡ ସୋ' କରି ଦଳ ପାଇଁ ପ୍ରଚାର କରିବେ । ଏହାପରେ ଅନୁଗୋଳ ଏବଂ କଟକରେ ଦଳର ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେବେ ମୋଦି ।

ଏହା ମଧ୍ୟ ପଢ଼ନ୍ତୁ...ଶ୍ରୀକ୍ଷେତ୍ର ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି, ସୁରକ୍ଷା ଦାୟିତ୍ବରେ ୬୩ ପ୍ଲାଟୁନ ପୋଲିସ ଫୋର୍ସ - security arrangement for pm visit

ଇଟିଭି ଭାରତ, ଭୁବନେଶ୍ବର

Last Updated : May 19, 2024, 8:11 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.