ETV Bharat / politics

କଣ୍ଟାମାଳରେ କଂଗ୍ରେସର ପ୍ରଚାର ଜୋରଦାର - Kantamal Constituency - KANTAMAL CONSTITUENCY

Kantamal Constituency: ଆଉ ଦିନକ ପରେ ବୌଦ୍ଧରେ ପଡିବ ଭୋଟ । ଆଜି ସନ୍ଧ୍ୟାରୁ ପ୍ରଚାର କାର୍ଯ୍ୟ ବନ୍ଦ ରହିବ । ତେବେ ହାତରେ ଆଉ କିଛି ଘଣ୍ଟା ବାକି ଥିବା ବେଳେ ଜୋରଦାର ପ୍ରଚାରରେ ଲାଗିପଡିଛନ୍ତି ପ୍ରାର୍ଥୀ । ଅଧିକ ପଢନ୍ତୁ

Kantamal Constituency
Kantamal Constituency (ETV Bharat Odisha)
author img

By ETV Bharat Odisha Team

Published : May 18, 2024, 3:22 PM IST

Kantamal Constituency (ETV Bharat Odisha)

ବୌଦ୍ଧ: ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି (ଶୁକ୍ରବାର) ପ୍ରଚାରର ଶେଷ ଦିନ । ପ୍ରାର୍ଥୀମାନଙ୍କ ହାତରେ ଆଉମାତ୍ର କିଛି ଘଣ୍ଟା ବାକି ରହିଥିବା ବେଳେ ଘର ଘର ବୁଲି ପ୍ରଚାର ଆରମ୍ଭ କରିଦେଇଛନ୍ତି । ନିଜ ସପକ୍ଷରେ ଜନମତ ସୃଷ୍ଟି କରିବା ପାଇଁ ଜୋରଦାର ଉଦ୍ୟମ ଜାରି ରଖିଛନ୍ତି ପ୍ରମୁଖ ଦଳର ପ୍ରାର୍ଥୀମାନେ । ତେବେ ଜିଲ୍ଲାର ଦୁଇ ବିଧାନସଭା ନିର୍ବାଚନ ମଣ୍ଡଳୀରେ ପ୍ରଚାର ଅଭିଯାନ ସରଗରମ ରହିଛି ।

ଜିଲ୍ଲାର ଦୁଇ ବିଧାନସଭା ଆସନ ପାଇଁ ସମସ୍ତ ପ୍ରାର୍ଥୀମାନେ ନିଜ ନିଜ ସପକ୍ଷରେ ଜନମତ ସୃଷ୍ଟି ପାଇଁ ଜୋରଦାର ପ୍ରଚାର କରୁଛନ୍ତି । ବୌଦ୍ଧ ଜିଲ୍ଲା କଣ୍ଟାମାଳ ନିର୍ବାଚନ ମଣ୍ଡଳୀରେ ଶାସକ ବିଜେଡ଼ି ଦଳକୁ କଡା ଟକ୍କର ଦେଉଛନ୍ତି ଉଭୟ ବିଜେପି ଓ କଂଗ୍ରେସ ଦଳର ପ୍ରାର୍ଥୀ । କଣ୍ଟାମାଳ ନିର୍ବାଚନ ମଣ୍ଡଳୀ ଗଠନ ଠାରୁ ଏହା ବିଜେଡି ଦଳର କବ୍ଜାରେ ରହିଆସିଛି । ବିଜେଡି ଗଡ ଭାବେ ପରିଚିତ କଣ୍ଟାମାଳରେ ବିଜୟୀ ହାସଲ କରିବା ପାଇଁ ସମର୍ଥକଙ୍କ ସହ ଜୋରଦାର ପ୍ରଚାର କରୁଛନ୍ତି କଂଗ୍ରେସ ଓ ବିଜେପି ।

ଏହାମଧ୍ୟ ପଢନ୍ତୁ.. କଣ୍ଟାମାଳରେ ରୋଚକ ରାଜନୀତି: ଶ୍ବଶୁରଙ୍କ ପ୍ରଚାର ପାଇଁ ମୈଦାନରେ ବୋହୂ - Kantamal Assembly Constituency

ଚଳିତ ସାଧାରଣ ନିର୍ବାଚନରେ ବିଜେଡି ପ୍ରାର୍ଥୀ ମହୀଧର ରଣାଙ୍କୁ କଡ୍ଡା ଟକ୍କର ଦେବାକୁ ବିଜେପି ପ୍ରାର୍ଥୀ କହ୍ନେଇ ଚରଣ ଡାଙ୍ଗ ଓ କଂଗ୍ରେସର ପ୍ରାର୍ଥୀ ସରୋଜ କୁମାର ପ୍ରଧାନ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି । କଂଗ୍ରେସର ପ୍ରାର୍ଥୀ ତଥା ଶ୍ରମିକ ନେତା ସରୋଜ କୁମାର ପ୍ରଧାନ ଓ କଂଗ୍ରେସର ସାଂସଦ ପ୍ରାର୍ଥୀ ଅମିର ଚାନ୍ଦ ନାଏକ ଶୁକ୍ରବାର ଦିନ କଣ୍ଟାମାଳ ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନରେ ପହଞ୍ଚି ପ୍ରଚାର ଅଭିଯାନରେ ସାମିଲ ହୋଇ ଭୋଟ ଭିକ୍ଷା କରିଛନ୍ତି ।

ଏହାମଧ୍ୟ ପଢନ୍ତୁ.. ବୌଦ୍ଧରେ ଜମୁଛି ପ୍ରଚାର, ଘର ଘର ବୁଲି ଭୋଟ ମାଗିଲେ ବିଜେପି ପ୍ରାର୍ଥୀ ସରୋଜ - Election Campaign In Boudh

କଂଗ୍ରେସର ଉଭୟ ବିଧାୟକ ଓ ସାଂସଦ ପ୍ରାର୍ଥୀ କେନ୍ଦ୍ରର ବିଜେପି ସରକାର ଓ ରାଜ୍ୟର ବିଜେଡି ସରକାରଙ୍କ ଅପାରଗତାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିବା ସହିତ କଣ୍ଟାମାଳ ମଣ୍ଡଳୀରେ ଶିକ୍ଷା, ସ୍ବାସ୍ଥ୍ୟ ପାନୀୟଜଳ, ଗମନାଗମନ ଓ ଦାଦନ ସମସ୍ୟା ସମାଧାନ କାହିଁକି ହେଉନାହିଁ ବୋଲି ପ୍ରଶ୍ନ ଉଠାଇଛନ୍ତି । ଚଳିତ ସାଧାରଣ ନିର୍ବାଚନରେ କଣ୍ଟାମାଳ ନିର୍ବାଚନ ମଣ୍ଡଳୀରେ ଭୋଟର କଂଗ୍ରେସ ସପକ୍ଷରେ ରହିବେ ବୋଲି ଆଶା ପ୍ରକାଶ କରିଛନ୍ତି ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.