ETV Bharat / politics

ଜଟଣୀରେ କିଏ ପିନ୍ଧିବ ବିଜୟ ଟିକା ? କଂଗ୍ରେସର ରିପିଟ ନା ଆସନ ଛଡାଇ ନେବ ବିଜେଡି - JATANI ASSEMBLY CONSTITUENCY - JATANI ASSEMBLY CONSTITUENCY

Jatani Assembly constituency: 2024 ନିର୍ବାଚନରେ କିଏ ହାତେଇବ ଜଟଣୀ ଆସନ ? ଗଡ ବଜାୟ ରଖିବ କଂଗ୍ରେସ ନା ଆସନ ଛଡାଇ ନେବ ବିଜେଡି । ପରିବର୍ତ୍ତନର ନାରାକୁ ଭରସା କରି ପଦ୍ମକୁ ଭରସା କରିବେ କି ଜନତା । ଆସନ୍ତା 25 ତାରିଖରେ ଜଟଣୀ ବିଧାନସଭା ଆସନରେ ପଡିବ ପଡିବ । ମତଦାନକୁ ଆଉ ମାତ୍ର 3 ଦିନ ଥିବାରୁ ପ୍ରଚାରକୁ ଜୋରଦାର କରିଛନ୍ତି ବିଜେଡି, ବିଜେପି ଓ କଂଗ୍ରେସ ପ୍ରାର୍ଥୀ । ଅଧିକ ପଢନ୍ତୁ

JATANI ASSEMBLY CONSTITUENCY
JATANI ASSEMBLY CONSTITUENCY (ETV BHARAT ODISHA)
author img

By ETV Bharat Odisha Team

Published : May 21, 2024, 8:48 PM IST

JATANI ASSEMBLY CONSTITUENCY (ETV BHARAT ODISHA)

ଖୋର୍ଦ୍ଧା: ଆସନ୍ତା 25 ତାରିଖରେ ଜଟଣୀ ବିଧାନସଭା ଆସନ ପାଇଁ ପଡିବ ଭୋଟ । ହାତରେ ଆଉ ମାତ୍ର 3 ଦିନ ଥିବାରୁ ପ୍ରଚାରକୁ ଜୋର କରିଛନ୍ତି ପ୍ରତିଦ୍ବନ୍ଦ୍ବୀ ଦଳର ପ୍ରାର୍ଥୀ । ଘନଘନ ପ୍ରଚାର କରି ଭୋଟରଙ୍କୁ ପୁଳାପୁଳା ପ୍ରତିଶ୍ରୁତି ଦେବା ସହ ଭୋଟ ଭିକ୍ଷା କରୁଛନ୍ତି । ସଭା, ସମିତି ଓ ରାଲିରେ କମ୍ପୁଛି ଜଟଣୀ । ଚଳିତ ଥର ଜଟଣୀ ବିଧାନସଭା ଆସନକୁ ବିଜେଡିରୁ ବିଭୁତି ଭୂଷଣ ବଳବନ୍ତରାୟ ପ୍ରାର୍ଥୀ ହୋଇଥିବା ବେଳେ ବିଜେପିରୁ ବିଶ୍ୱରଞ୍ଜନ ବଡଜେନା ଓ କଂଗ୍ରେସ ସନ୍ତୋଷ କୁମାର ଜେନାଙ୍କ ଉପରେ ଭରସା କରିଛି ଦଳ । ଅନ୍ୟପଟେ ସ୍ବାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଛନ୍ତି ସୁଜିତ ବଳବନ୍ତରାୟ ।

2024ରେ ଜଟଣୀ କାହାର ? : 2009ରେ ବିଜେଡି, 2014ରେ ବିଜେଡି ଓ 2019ରେ କଂଗ୍ରେସ ଏହି ଆସନରେ ବାଜିମାତ କରିଥିବା ବେଳେ 2024ରେ ଜଟଣୀ ଗଡରେ କାହାର ହେବ ବିଜୟ । ଜଟଣୀ ଆସନ ହାତେଇବାକୁ ବିଭିନ୍ନ ସ୍ଥାନରେ ରାଲି କରିଥିବା ସହିତ କର୍ମୀ ସମ୍ମିଳନୀ କରି ନିଜ ଦମ ଦେଖାଉଛନ୍ତି 4 ପ୍ରାର୍ଥୀ । ଜଟଣୀ ନିର୍ବାଚନ ମଣ୍ଡଳୀରେ 2009 ନିର୍ବାଚନରେ ବିଜୁ ଜନତା ଦଳର ପ୍ରାର୍ଥୀ ବିଭୁତି ଭୂଷଣ ବଳବନ୍ତରାୟ 55 ହଜାର 573 ଖଣ୍ଡ ଭୋଟ ପାଇ କଂଗ୍ରେସ ପ୍ରାର୍ଥୀ ସୁରେଶ କୁମାର ରାଉତରାୟଙ୍କଠାରୁ 14 ହଜାର 925 ଖଣ୍ଡ ଅଧିକ ଭୋଟ ପାଇ ବିଜୟୀ ହୋଇଥିଲେ । 2014ରେ ବିଜେଡି ପ୍ରାର୍ଥୀ ଭାଗିରଥି ବଡ଼ଜେନା 60 ହଜାର 976 ଖଣ୍ଡ ଭୋଟ ପାଇ କଂଗ୍ରେସ ପ୍ରାର୍ଥୀ ସୁରେଶ କୁମାର ରାଉତରାୟଙ୍କଠାରୁ 5 ହଜାର 747 ଖଣ୍ଡ ଭୋଟରେ ବିଜୟୀ ହୋଇଥିଲେ । 2019ରେ କିନ୍ତୁ ବିଜେଡିଠାରୁ ଏହି ଆସନ ଛଡାଇ ନେଇଥିଲା କଂଗ୍ରେସ । କଂଗ୍ରେସ ପ୍ରାର୍ଥୀ ସୁରେଶ କୁମାର ରାଉତରାୟ 68 ହଜାର 841 ଖଣ୍ଡ ଭୋଟ ପାଇ ବିଜେଡି ପ୍ରାର୍ଥୀ ବିଭୂତି ଭୂଷଣ ବଳବନ୍ତରାୟଙ୍କଠାରୁ 7 ହଜାର 522 ଖଣ୍ଡ ଭୋଟରେ ବିଜୟୀ ହୋଇଥିଲେ ।

JATANI ASSEMBLY CONSTITUENCY
JATANI ASSEMBLY CONSTITUENCY (ETV BHARAT ODISHA)

ଏହା ମଧ୍ୟ ପଢନ୍ତୁ-ରାଜ୍ୟ ମୁଖିଆଙ୍କ ଅଭେଦ୍ୟ ଦୁର୍ଗ ହିଞ୍ଜିଳି; ଦିନେ ଥିଲା କଂଗ୍ରେସର ଦୁର୍ଗ - Hinjili Assembly Election 2024

'ବିଜେଡିର ହେବ ଏକ ତରଫା ବିଜୟ': ତେବେ ଚଳିତ ନିର୍ବାଚନରେ ସୁରେଶ ରାଉତରାୟଙ୍କ ପୁଅ ମନ୍ମଥ ବିଜେଡିରୁ ସାଂସଦ ପ୍ରାର୍ଥୀ ହେବା ପରେ ବିଜେଡି ଏଠାରେ ସହଜ ବିଜୟୀ ଲକ୍ଷ୍ୟରେ ଅଛି । ବିଜେଡି କର୍ମୀ ସମ୍ମୀଳନୀ କରିବା ସହିତ ଘରେ ଘରେ ପହଞ୍ଚି ସରକାରଙ୍କ ବିଭିନ୍ନ ସଫଳ ଯୋଜନା ସହିତ ଆଗାମୀ ଦିନରେ ଅନେକ ଯୋଜନା ଆଣିବା ଆଶାଦେଇ ଚଳାଇଛି ପ୍ରଚାର । ବିଧାୟକ ପ୍ରାର୍ଥୀ କର୍ମୀ ସମ୍ମିଳନୀରେ କର୍ମୀମାନଙ୍କ ସହିତ ବିଜୟ ଡଙ୍ଗାରେ ଯାତ୍ରା କରିବାକୁ କହିଛନ୍ତି ବିଭୁତି ଭୂଷଣ ବଳବନ୍ତରାୟ । ବିଜେଡି ପ୍ରାର୍ଥୀ ବିଭୁତି ଭୂଷଣ ବଳବନ୍ତରାୟ କହିଛନ୍ତି, ''ବିଭୁତି ଭୂଷଣ ବଳବନ୍ତରାୟ ବିଜେଡି ଏକ ଦଳରେ ସିମିତ ନାହିଁ ବରଂ ଏକ ସାମାଜିକ ଆନ୍ଦୋଳନରେ ପରିଣତ ହୋଇଛି । ଏଥିରେ ସମସ୍ତଙ୍କ ସକ୍ରିୟ ସହଯୋଗ ରହିଛି । ଜଟଣୀରେ ଚଳିତ ଥର ବିଜେଡିର ଏକ ତରଫା ବିଜୟ ହେବ । ''

'କଂଗ୍ରେସର ବିଜୟ ନିଶ୍ଚୟ': ସେହିପରି କଂଗ୍ରେସ ଜଟଣୀରେ ବିଜୟ ଧାରା ଜାରି ରଖିବା ସହିତ ଲୋକଙ୍କ ସହିତ ରହିଛି ଓ ଆଗକୁ ରହିବେ ବୋଲି କହିଛନ୍ତି ପ୍ରାର୍ଥୀ ସନ୍ତୋଷ ଜେନା । ନିଜର ସେବାକୁ ନେଇ ସେ ଘରେ ଘରେ ପରିଚିତ ଥିବାର କହିଛନ୍ତି । କଂଗ୍ରେସ ପ୍ରାର୍ଥୀ ସନ୍ତୋଷ ଜେନା କହିଛନ୍ତି, ''ଏବେ ପ୍ରଚାର ଜୋରଦାର ଜାରି ରହିଛି, କଂଗ୍ରେସର ବିଜୟ ନିଶ୍ଚୟ । ଆମେ ବହୁ ଭୋଟରେ ଜିତିବୁ । ଆମର ମୁଦ୍ଦା ହେଉଛି ଗରିବି ହଟାଓ ଜଟଣୀ ବଞ୍ଚାଓ । ''

ସେହିପରି ବିଜେପି ମଧ୍ୟ ଏଥର ନିଜର ଦମ ଦେଖାଇବା ସହିତ ପ୍ରଚାରକୁ ଜୋରଦାର କରିଛି । କଂଗ୍ରେସ, ବିଜେପିକୁ ମାତ ଦେଇ ବିଜେପି ଆସନ ହାତେଇବାକୁ କସରତ ଚଳାଇଛି । ଏଥର ପରିବର୍ତ୍ତନ ହେବ ଲୋକେ ପଦ୍ମ ଫୁଲରେ ଭୋଟ ଦେବା ସହିତ ବିଶ୍ୱରଞ୍ଜନ ବିଜୟୀ ହେବେ ବୋଲି ସେ କହିଛନ୍ତି ।

ଜନତାଙ୍କ ନିକଟତର ହେଉଛନ୍ତି ସ୍ବାଧୀନ ପ୍ରାର୍ଥୀ: ଅନ୍ୟପଟେ ଜଟଣୀ ଆସନରେ ସ୍ୱାଧୀନ ପ୍ରାର୍ଥୀ ସୁଜିତ ବଳବନ୍ତରାୟଙ୍କୁ ନେଇ ସବୁଠି ଚର୍ଚ୍ଚା । ସୁଜିତ ଯୁବପିଢିଙ୍କୁ ଧରି ନିର୍ବାଚନ ପାରିହେବାକୁ କରିଛନ୍ତି ରଣନୀତି । ବିଭିନ୍ନ ଉପାୟରେ ସେ ପ୍ରଚାର କରୁଛନ୍ତି । ମହିଳା ସମାବେଶ ସହିତ ରାଲି ଏବଂ ଘରକୁ ଘର ବୁଲି ଲୋକଙ୍କ ନିକଟତର ହେଉଛନ୍ତି । ମଞ୍ଚ ତଳେ ବସି ମହିଳାଙ୍କ ସମସ୍ୟା ବୁଝିବା ସହିତ ଭଲ ପ୍ରାର୍ଥୀ ଦେଖି ଭୋଟ ଦେବାକୁ କହିଛନ୍ତି । ହାରିଲେ କିମ୍ୱା ଜିତିଲେ ସେ ସବୁବେଳେ ଲୋକଙ୍କ ସାଙ୍ଗରେ ରହିବେ ଓ 70ବର୍ଷ ପର୍ଯ୍ୟନ୍ତ ସେବା କରିବେ ବୋଲି କହିଛନ୍ତି । ସବୁଠୁ ବଡ଼ କଥା ହେଲା ସୁଜିତ ସବୁଠୁ ବୟସରେ କମ । ତେବେ ଏଥର ଜଟଣୀରେ ଚତୁର୍ମୁଖୀ ଲଢେଇ ହେଉଥିବା ବେଳେ କଂଗ୍ରେସ ତାର ଗଡ଼ ବଜାୟ ରଖିପାରିବ ନା ବିଜେଡି ଛଡାଇ ନେବ ! ସେହିପରି ବିଜେପିର ପରିବର୍ତ୍ତନ ହାୱା ବହିବ ନା ସ୍ୱାଧୀନ ପ୍ରାର୍ଥୀଙ୍କ ଉପରେ ଜଟଣୀ ଜନତା ଆସ୍ଥା ପ୍ରକଟ କରିବେ ତାହା ଦେଖିବାକୁ ବାକି ରହିଲା ।

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.