ETV Bharat / politics

ଜଗତସିଂହପୁରରେ ବିଜେପି-ବିଜେଡି ମଧ୍ୟରେ ଆରପାର ଲଢେଇ, କିଏ କରିବ ଆସନ ଦଖଲ ? - lok sabha election 2024 - LOK SABHA ELECTION 2024

Jagatsinghpur Lok Sabha seat: ଏଥର ଜଗତସିଂହପୁର ଲୋକସଭା ଆସନରେ ବିଜେପି-ବିଜେପି ମଧ୍ୟରେ ହେବ ଫାଇଟ । ପଛରେ ପଡିଛି କଂଗ୍ରେସ । ହ୍ୟାଟ୍ରିକ ବିଜୟ ଲକ୍ଷ୍ୟରେ ବିଜେପି । ଅଧିକ ପଢନ୍ତୁ

JAGATSINGHPUR LOK SABHA SEAT
JAGATSINGHPUR LOK SABHA SEAT (ETV BHARAT ODISHA)
author img

By ETV Bharat Odisha Team

Published : May 30, 2024, 1:27 PM IST

ଜଗତସିଂହପୁର: ଚତୁର୍ଥ ପର୍ଯ୍ୟାୟରେ ଜଗତସିଂହପୁର ଲୋକସଭା ଆସନରେ ପଡିବ ଭୋଟ । ହାତରେ ଆଉ ମାତ୍ର କମ ଦିନ ଥିବାରୁ ପ୍ରଚାରକୁ ଜୋରଦାର କରିଛନ୍ତି ପ୍ରତିଦ୍ବନ୍ଦ୍ୱୀ ଦଳର ପ୍ରାର୍ଥୀ । ନିର୍ବାଚନକୁ ନେଇ ସରଗରମ ରହିଛି ଜିଲ୍ଲାର ରାଜନୀତି । ସଭା, ସମିତି, ରୋଡ ସୋରେ କମ୍ପୁଛି ରାସ୍ତା ଘାଟ ଓ ସହରର ଗଳିକନ୍ଦି । ଘର ଘର ବୁଲି ଭୋଟ ମାଗିବାରେ ବ୍ୟସ୍ତ ପ୍ରାର୍ଥୀ । ପ୍ରତିଶୃତିର ପାହାଡ ନେଇ ଜନତା ଜନାର୍ଦ୍ଦନଙ୍କ ନିକଟତର ହେଉଛନ୍ତି । ଏହି ଆସନରେ ଏଥର ବିଜେଡି ଓ ବିଜେପି ମଧ୍ୟରେ ହେବ ଅସଲ ଲଢେଇ । ଚଳିତ ଥର ବିଜେପି ଓ ବିଜେଡି ପ୍ରାର୍ଥୀ ରିପିଟ କରିଥିବା ବେଳେ କଂଗ୍ରେସ ନୂଆ ଚେହେରା ଉପରେ ଭରସା କରିଛି । ବିଜେଡି ହ୍ୟାଟ୍ରିକ ବିଜୟ ଲକ୍ଷ୍ୟରେ ରହିଥିବା ବେଳେ ବିଜେପି ଆସନ ଛଡାଇବାକୁ ଗୋଟି ଚାଳନା କରୁଛି । କିନ୍ତୁ ପ୍ରଚାରରେ ପଛରେ ରହିଛି କଂଗ୍ରେସ । ଲାଗୁଛି ଯେମିତି ଏଠାରେ ନାମକୁ ମାତ୍ର କଂଗ୍ରେସ ପ୍ରାର୍ଥୀ ଦେଇଛି ।

ଜଗତସିଂହପୁରରେ ବିଜେପି-ବିଜେଡି ଆରପାର ଲଢେଇ (ETV Bharat Odisha)

ରାଜଶ୍ରୀ-ବିଭୂଙ୍କ ମଧ୍ୟରେ ଲଢେଇ: ଜଗତସିଂହପୁର ଲୋକସଭା ଆସନକୁ ପୁଣି ବିଜେଡିରୁ ରାଜଶ୍ରୀ ମଲ୍ଲିକ ପ୍ରାର୍ଥୀ ହୋଇଥିବା ବେଳେ ବିଜେପିରୁ ପ୍ରାର୍ଥୀ ରହିଛନ୍ତି ବିଭୂ ପ୍ରସାଦ । ଅନ୍ୟପଟେ କଂଗ୍ରେସରୁ ପ୍ରାର୍ଥୀ ହୋଇଛନ୍ତି ରବୀନ୍ଦ୍ର କୁମାର ସେଠୀ । 2019 ନିର୍ବାଚନରେ ରାଜଶ୍ରୀ ଏହି ଆସନରୁ ଲଢି ବିଜୟୀ ହୋଇଥିବା ବେଳେ ଚଳିତ ନିର୍ବାଚନରେ ପୁଣି ଏହି ଆସନକୁ ବିଜେଡି ନିଜ ଦଖଲକୁ ନେବାକୁ ଆଶା ରଖିଛି । ସେଥି ପାଇଁ ରାଜଶ୍ରୀଙ୍କୁ ଦ୍ବିତୀୟ ଥର ଏହି ଆସନରୁ ବିଜେଡି ପ୍ରାର୍ଥୀ କରିଛି । ସେହିପରି ବିଜେପିରୁ ପ୍ରାର୍ଥୀ ହୋଇଥିବା ବିଭୂ ପୂର୍ବ ଥର ବିଜେପିରୁ ପ୍ରାର୍ଥୀ ହୋଇ ପରାଜିତ ହୋଇଥିଲେ । ସେ ମାତ୍ର 3,48,330 ଭୋଟ ପାଇ ଦ୍ବିତୀୟ ସ୍ଥାନରେ ରହିଥିଲେ । ପରାଜିତ ହୋଇଥିଲେ ମଧ୍ୟ ପୁଣି ଥରେ ବିଜେପି ତାଙ୍କ ଉପରେ ଭରସା କରି ଟିକେଟ ଦେଇଛି । 2019 ନିର୍ବାଚନରେ ପ୍ରତିମା ମଲ୍ଲୀକଙ୍କୁ କଂଗ୍ରେସ ଏଠାରୁ ପ୍ରାର୍ଥୀ କରିଥିବା ବେଳେ ଚଳିତ ଥର କିନ୍ତୁ ପ୍ରାର୍ଥୀ ପରିବର୍ତ୍ତନ କରିଛି । କଂଗ୍ରେସରୁ ନିର୍ବାଚନ ଲଢୁଛନ୍ତି ରବିନ୍ଦ୍ର ସେଠୀ ।

JAGATSINGHPUR LOK SABHA SEAT
JAGATSINGHPUR LOK SABHA SEAT (ETV BHARAT ODISHA)

ଏହା ମଧ୍ୟ ପଢନ୍ତୁ-ଢେଙ୍କାନାଳ ଲୋକସଭା ଲଢେଇ: ରୁଦ୍ରଙ୍କ ସାଥ ଦେବ କି ଭାଗ୍ୟ ? ନା କମାଲ କରିବେ ଡାକ୍ତର - DHENKANAL LOK SABHA SEAT

ଏଥର ଦୁଇ ମୁଖୀ ଲଢେଇ, ପ୍ରଚାର କରୁନି କଂଗ୍ରେସ : ଚଳିତ ନିର୍ବାଚନରେ ଏହି ଆସନରେ ବିଜେପି ଓ ବିଜେପି ମଧ୍ୟରେ ଅସଲ ଲଢେଇ ହେବ । ଦୁଇ ଦଳର ପ୍ରାର୍ଥୀ ପ୍ରଚାରକୁ ଜୋରଦାର କରିଛନ୍ତି । ଜନତାଙ୍କ ଆସ୍ଥାଭାଜକ ହେବାକୁ ଡୋରଟୁ ଡୋର କ୍ୟାମ୍ପେନ କରୁଛନ୍ତି । କିନ୍ତୁ କଂଗ୍ରେସର ପ୍ରଚାର ଏତେଟା ଦେଖିବାକୁ ମିଳୁନାହିଁ । ଲାଗୁଛି ଯେମିତି ଦଳ ମନେ ମନେ ଭାବି ନେଇଛି ଚଳିତ ନିର୍ବାଚନରେ ମଧ୍ୟ ପରାଜିତ ହେବ । ତେଣୁ ପ୍ରଚାର କରୁନାହାନ୍ତି ପ୍ରାର୍ଥୀ ।

2009ରେ ବିଜେଡି-ସିପିଆଇ ମଧ୍ୟରେ ବୁଝାମଣା ହୋଇଥିଲା: ଜଗତସିଂହପୁର ଲୋକସଭା ଅଧିନରେ ରହିଥିବା 7 ବିଧାନସଭା ହେଉଛି ପାରାଦ୍ୱୀପ, ବାଲିକୁଦା-ଏରସମା, ଜଗତସିଂହପୁର, ନିଆଳି, ନିମାପଡା ଓ କାକଟପୁର । ଏହି ଲୋକସଭା ଆସନ 2009 ମସିହାରେ ସରଂକ୍ଷିତ ଆସନ ଘୋଷଣା ହେବା ପରେ ବିଜେଡି ଓ ସିପିଆଇ ମଧ୍ୟରେ ଆସନ ବୁଝାବଣା ହୋଇଥିଲା । ଫଳରେ ସିପିଆଇରୁ ବିଭୂ ପ୍ରସାଦ ତରାଇ ସାଂସଦ ହୋଇଥିଲେ ।

ଲଗାତାର ବିଜେଡି ଦଖଲରେ ରହିଛି ଜଗତସିଂହପୁର ସଂସଦୀୟ କ୍ଷେତ୍ର: 2014 ସାଧାରଣ ନିର୍ବାଚନରେ ସିପିଆଇ ଓ ବିଜେଡି ମଧ୍ୟରେ ଆସନ ବୁଝାବଣା ହୋଇ ନଥିଲା। ଫଳରେ ବିଭୂ ପ୍ରସାଦ ତରାଇ କଂଗ୍ରେସରେ ଯୋଗ ଦେଇଥିଲେ। କଂଗ୍ରେସ ଦଳ ଏହି ଆସନରୁ ବିଭୂଙ୍କୁ ପ୍ରାର୍ଥୀ କରିବା ପରେ ବିଜେଡି ଏହି ଆସନରୁ ଡା କୁଳମଣି ସାମଲଙ୍କୁ ପ୍ରାର୍ଥୀ କରିଥିଲା। ସେ ସମୟରେ ବିଜେଡି ପ୍ରାର୍ଥୀ କୁଳମଣି ସାମଲ 6 ଲକ୍ଷ, 24 ହଜାର 492 ଖଣ୍ଡ ଭୋଟ୍ ପାଇଥିବା ବେଳେ କଂଗ୍ରେସ ପ୍ରାର୍ଥୀ ବିଭୂ ପ୍ରସାଦ ତରାଇ ମାତ୍ର 3 ଲକ୍ଷ 48 ହଜାର 098 ଖଣ୍ଡ ଭୋଟ୍ ପାଇ ହାରି ଯାଇଥିଲେ। ସେ ସମୟରେ ବିଜେପି ପ୍ରାର୍ଥୀ ବାଇଧର ମଲ୍ଲିକ ଏହି ଆସନ ରୁ 10% ପ୍ରତିଶତ ଭୋଟ୍ ପାଇଥିଲେ । 2019 ସାଧାରଣ ନିର୍ବାଚନରେ ବିଭୁ ପ୍ରସାଦ ତରାଇ କଂଗ୍ରେସ ତ୍ୟାଗ କରି ବିଜେପି ରେ ମିଶିବା ପରେ ବିଜେପି ତାଙ୍କୁ ଏହି ଆସନରୁ ପ୍ରାର୍ଥୀ କରିଥିଲା । ବିଜେଡି ଏହି ଆସନ ରେ ମହିଳା ପ୍ରାର୍ଥୀ ରାଜଶ୍ରୀ ମଲ୍ଲିକଙ୍କୁ ପ୍ରାର୍ଥୀ କରିଥିବା ବେଳେ କଂଗ୍ରେସ ମଧ୍ୟ ଅନୁରୂପ ମହିଳା ପ୍ରାର୍ଥୀ ପ୍ରତିମା ମଲ୍ଲିକଙ୍କୁ ପ୍ରାର୍ଥୀ କରିଥିଲା। 2019 ରେ ବିଜେଡି ପ୍ରାର୍ଥୀ ରାଜଶ୍ରୀ ମଲ୍ଲିକ 6 ଲକ୍ଷ, 19 ହାଜର,985 ଖଣ୍ଡ ଭୋଟ୍ ପାଇଥିବା ବେଳେ ବିଜେପି ପ୍ରାର୍ଥୀ ବିଭୂ ପ୍ରସାଦ ତରାଇ ମାତ୍ର 3 ଲକ୍ଷ 48 ହାଜର 330 ଖଣ୍ଡ ଭୋଟ୍ ପାଇ ହାରିଯାଇଥିଲେ । କଂଗ୍ରେସ ତୃତୀୟ ସ୍ଥାନରେ ରହିଥିଲା ।

ବିଜେଡି ପ୍ରାର୍ଥୀ ରାଜଶ୍ରୀ ମଲ୍ଲିକ ଆଉ ଥରେ ଏହି ଆସନରୁ ନିର୍ବାଚିତ ହୋଇ ପାର୍ଲ୍ୟାମେଣ୍ଟକୁ ଯିବାକୁ ଆଶା ରଖିଛନ୍ତି। ନବୀନ ସରକାରଙ୍କ ଯୋଜନା ଓ ଲୋକ ପ୍ରିୟତାକୁ ନେଇ ସେ ଲୋକଙ୍କ ପାଖକୁ ଯାଉଥିବା କହିଛନ୍ତି। ଅନ୍ୟ ପକ୍ଷରେ କଂଗ୍ରେସ ରୁ ପ୍ରାର୍ଥୀ ହୋଇଥିବା ରବୀନ୍ଦ୍ର କୁମାର ସେଠୀ ଉଭୟ ଦଳକୁ ସମାଲୋଚନା କରିଛନ୍ତି।ସେ କହିଛନ୍ତି ଯେ, ଉଭୟ ବିଜେଡି-ବିଜେପି ଅଘୋଷିତ ମେଣ୍ଟ ସରକାର ଚଳାଇଛନ୍ତି।ଲୋକେ ବୁଝିଲେଣି, ଆଗାମୀ ଦିନରେ ରାହୁଲ ଗାନ୍ଧୀଙ୍କ ଆଦର୍ଶ ଓ କଂଗ୍ରେସର ସ୍ଵଚ୍ଛତା କୁ ନେଇ କଂଗ୍ରେସ ଉଭୟ ଦଳଙ୍କ ସହିତ ଲଢ଼ିବ। ନିମାପଡା ବିଧାନସଭା ନିର୍ବାଚନ ମଣ୍ଡଳୀ ରୁ ସମୀର ଦାଶ ଦଳତ୍ୟାଗ କରିବା ପରେ ବିଜେଡି ପାଇଁ ଏକ ଅଡ଼ୁଆ ପରିସ୍ଥିତି ସୃଷ୍ଟି ହୋଇ ପାରେ ବୋଲି ଚର୍ଚ୍ଚା ହେଉଛି।

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.