ETV Bharat / politics

ଫିରୋଜ ଗାନ୍ଧୀଙ୍କଠୁ ରାହୁଲ: ରାୟବରେଲୀ ସହ କଂଗ୍ରେସର ସମ୍ପର୍କ - Raebareli Lok Sabha constituency - RAEBARELI LOK SABHA CONSTITUENCY

Raebareli Lok Sabha constituency: ଗାନ୍ଧୀ ପରିବାରର ଗଡ ଭାବେ ପରିଚିତ ରାୟବରେଲୀ ଆସନ । ଦେଶ ସ୍ବାଧିନ ହେବା ପରେ ଲଗାତାର 2ଟି ନିର୍ବାଚନରେ ବିଜୟୀ ହୋଇଥିଲେ ରାହୁଲଙ୍କ ଜେଜେ ଫିରେଜ ଗାନ୍ଧୀ । 17ଥର ଏହି ଆସନରେ ଦଳ ବିଜୟୀ ହୋଇଛି । ଚଳିତ ନିର୍ବାଚନ ପାଇଁ ରାହୁଲ ଗାନ୍ଧୀ ଏହି ଆସନରୁ ପ୍ରାର୍ଥୀ ହୋଇଛନ୍ତି ।

RAEBARELI LOK SABHA CONSTITUENCY
RAEBARELI LOK SABHA CONSTITUENCY (Etv Bharat)
author img

By ETV Bharat Odisha Team

Published : May 3, 2024, 3:21 PM IST

ଲକ୍ଷ୍ନୌ: ଉତ୍ତରପ୍ରଦେଶର ବହୁ ଚର୍ଚ୍ଚିତ ଆସନ ରାୟବରେଲୀ । ଯାହାକୁ ଗାନ୍ଧୀ ପରିବାରର ଗଡ ଭାବେ ପରିଚିତ । ରାୟବରେଲୀ ସହ କଂଗ୍ରେସର ସମ୍ପର୍କ ଅତି ପୁରୁଣା । ଚଳିତ ବର୍ଷ ରାହୁଲ ଗାନ୍ଧୀଙ୍କୁ ଏହି ଆସନରୁ ପ୍ରାର୍ଥୀ କରିଛି ଦଳ । ଯେଉଁ ଆସନରେ ଦିନେ ଜେଜେ ବାପା, ଜେଜେ ମାଆ ଓ ମାଆ ରାଜ କରୁଥିଲେ ସେହି ଆସନର ଏବେ ପ୍ରାର୍ଥୀ ହୋଇଛନ୍ତି ରାହୁଲ । ଦେଶ ସ୍ବାଧିନ ହେବା ପରଠାରୁ ଏହି ଆସନରେ 17ଥର କଂଗ୍ରେସ ବାଜିମାତ କରିଛି । ପ୍ରଥମ ଦୁଇଟି ନିର୍ବାଚନରେ ରାୟବରେଲୀ ଆସନରେ କଂଗ୍ରେସର ବିଜୟ ହୋଇଥିଲା । ପୂର୍ବତନ କଂଗ୍ରେସ ସଭାପତି ତଥା ରାହୁଲଙ୍କ ଜେଜେ ଫିରେଜ ଗାନ୍ଧୀ ଏହି ଲୋକସଭା ଆସନରୁ ପ୍ରତିନିଧିତ୍ୱ କରିଥିଲେ। ସେବେ ଠାରୁ ଆଜି ପର୍ଯ୍ୟନ୍ତ ଏହି ଆସନରେ କଂଗ୍ରେସର ବେଶ ଦବଦବା ରହିଛି । ଚଳିତ ନିର୍ବାଚନରେ ରାହୁଲ ଗାନ୍ଧୀ ରାୟବରେଲୀ ଆସନରୁ ଲଢିବାକୁ ଯାଉଛନ୍ତି ।

RAEBARELI LOK SABHA CONSTITUENCY
RAEBARELI LOK SABHA CONSTITUENCY (Etv Bharat)

ରାୟବରେଲୀରେ 17ଥର କଂଗ୍ରେସର ବାଜିମାତ: ଦେଶ ସ୍ବାଧିନ ହେବା ପରଠାରୁ ଏହି ଆସନରେ କଂଗ୍ରେସ 17ଥର ବାଜିମାତ କରିଛି । 1952 ମସିହାରେ ଫିରୋଜ ଗାନ୍ଧୀ ରାୟବରେଲୀରେ ଯେଉଁ ମୂଳଦୁଆ ପକାଇଥିଲେ ତାହାକୁ ଆହୁରି ସୁଦୃଢ କରିଥିଲେ ତାଙ୍କ ପତ୍ନୀ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ । ସେ 1967, 1971 ଏବଂ 1980 ରେ ଏହି ଆସନରୁ ବିଜୟୀ ହୋଇଥିଲେ । ପରେ ପରେ ଗାନ୍ଧୀ ପରିବାରର ସଦସ୍ୟ ଓ ବନ୍ଧୁ ମଧ୍ୟ ଏହି ଆସନରେ ବିଜୟୀ ହୋଇଥିଲେ । 1980ରେ ଇନ୍ଦିରା ଗାନ୍ଧୀ ଦୁଇଟି ଆସନ ରାଏବରେଲୀ ଏବଂ ତେଲେଙ୍ଗାନାର ମେଡାକ ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ । ଦୁଇଟି ଯାକରେ ବିଜୟୀ ହୋଇଥିଲେ । କିନ୍ତୁ ପରମୁହୁର୍ତ୍ତରେ ସେ ରାୟବରେଲୀ ଆସନ ଛାଡି ଦେବାରୁ କଂଗ୍ରେସର ଅରୁଣ ନେହେରୁ 1980 ଉପ ନିର୍ବାଚନ ଏବଂ ପରେ 1984 ରେ ବିଜୟୀ ହୋଇଥିଲେ । ଫିରୋଜ ଗାନ୍ଧୀଙ୍କ ଦେହାନ୍ତ ପରେ 1960 ମସିହାରେ ଏହି ଆସନରେ ଉପ ନିର୍ବାଚନ ହୋଇଥିଲା । କଂଗ୍ରେସର ଆରପି ସିଂ ସେହି ସମୟରେ ବିଜୟୀ ହୋଇଥିଲେ । ଏହାପରେ 1962ରେ କଂଗ୍ରେସର ବୈଜିନାଥ କୁରେଲ ବିଜୟୀ ହୋଇଥିଲେ ।

ଏହା ମଧ୍ୟ ପଢନ୍ତୁ-ରାୟବରେଲୀରୁ ଲଢ଼ିବେ ରାହୁଲ ଗାନ୍ଧୀ: ନାମାଙ୍କନ ପାଇଁ ପହଞ୍ଚିଲେ, ସାଥିରେ ସୋନିଆ-ପ୍ରିୟଙ୍କା - Lok Sabha Election 2024

ରାୟବରେଲୀରେ ଗାନ୍ଧୀ ପରିବାରର ରାଜ: 1989 ଓ 1991 ସାଧାରଣ ନିର୍ବାଚନରେ ଇନ୍ଦିରା ଗାନ୍ଧୀଙ୍କ ପିୟୁସୀ ସେଇଲା କୌଲ ଏହି ଆସନରେ ବିଜୟୀ ହୋଇଥିଲେ । 1999, 2004, 2006 ରେ ଗାନ୍ଧୀ ପରିବାର ସହ ଜଡିତ ସତୀଶ ଶର୍ମା ରାଏବରେଲୀ ନିର୍ବାଚନମଣ୍ଡଳୀରୁ ପ୍ରତିନିଧିତ୍ୱ କରିଥିଲେ । ଜରୁରୀକାଳୀନ ପରିସ୍ଥିତି ପରେ 1977 ମସିହା ନିର୍ବାଚନରେ ଇନ୍ଦିରା ଗାନ୍ଧୀଙ୍କୁ ଜନତା ପାର୍ଟିର ରାଜ ନାରାୟଣ ପରାସ୍ତ କରିଥିଲେ । 2002,2006, 2009,2014 ଓ 2019 ନିର୍ବାଚନରେ ଏହି ଆସନରୁ ସୋନିଆ ଗାନ୍ଧୀ ପ୍ରତିନିଧିତ୍ବ କରୁଛନ୍ତି । 1996 ଓ 98 ନିର୍ବାଚନରେ ଭାରତୀୟ ଜନତା ପାର୍ଟି ଖାତାକୁ ଆସିଥିଲା ଏହି ଆସନ । ଅଶୋକ ସିଂ ଏହି ଆସନରେ ବିଜୟୀ ହୋଇଥିଲେ । 1998 ମସିହା ନିର୍ବାଚନ ପରଠାରୁ 2019 ନିର୍ବାଚନ ପର୍ଯ୍ୟନ୍ତ କଂଗ୍ରେସ କ୍ରମଶଃ ରାଏବରେଲୀରୁ ବିଜୟୀ ହୋଇ ଆସୁଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.