ETV Bharat / politics

ମତଦାନ କେନ୍ଦ୍ରରେ ସ୍ବଚ୍ଛତାକୁ ଗୁରୁତ୍ବ, ବିଶେଷ ବର୍ଗର ଭୋଟରଙ୍କ ପାଇଁ ମିଳିବ ଏହି ସୁବିଧା - lok Sabha elections

lok Sabha election: ମତଦାନ କେନ୍ଦ୍ରକୁ କରାଯିବ ସୁବ୍ୟବସ୍ଥିତ । ବିଶେଷ ସମ୍ବେଦନଶୀଳ ବର୍ଗ ପାଇଁ ହୋମ ଭୋଟିଂ ସୁବିଧା । କେନ୍ଦ୍ରରେ ଶୌଚାଳୟ ସହ ସ୍ବଚ୍ଛତା ଓ ପରିମଳ ଉପରେ ଫୋକସ । ଅଧିକ ପଢନ୍ତୁ

ମତଦାନ କେନ୍ଦ୍ରରେ କେମିତି ରହିବ ପ୍ରସ୍ତୁତି, କ’ଣ ମିଳିବ ସୁବିଧା

author img

By ETV Bharat Odisha Team

Published : Mar 16, 2024, 8:25 PM IST

ହାଇଦ୍ରାବାଦ: ଲୋକସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ସହିତ ଗଣତନ୍ତ୍ରର ମହାପର୍ବ ଆରମ୍ଭ ହୋଇଛି । ତେବେ ଦେଶରେ ମୋଟ 10 ଲକ୍ଷରୁ ଅଧିକ ​​ମତଦାନ କେନ୍ଦ୍ରରେ ଭୋଟିଂ ହେବାକୁ ଥିବା ବେଳେ ନିର୍ବାଚନ ଆୟୋଗଙ୍କ ଦ୍ୱାରା ସ୍ୱତନ୍ତ୍ର ସୁବିଧା ଯୋଗାଇ ଦିଆଯିବ । ଏଥିରେ ବିଶେଷକରି ଗର୍ଭବତୀ ମହିଳା, ଭିନ୍ନକ୍ଷମ ଓ ବୟସାଧିକ ଭୋଟରଙ୍କ ପାଇଁ ମତଦାନ କେନ୍ଦ୍ରରେ ଏକାଧିକ ଆନୁସଙ୍ଗୀକ ବ୍ୟବସ୍ଥା କରାଯିବ । ଭିନ୍ନକ୍ଷମ ଭୋଟରଙ୍କ ପାଇଁ କେନ୍ଦ୍ରରେ ହ୍ୱିଲ୍ ଚେୟାର ରହିବ । ଏହା ବ୍ୟତୀତ କେନ୍ଦ୍ରରେ ପାନୀୟ ଜଳ ଓ ଶୌଚାଳୟ ବ୍ୟବସ୍ଥା କରାଯିବ ।

ଏକକ ବ୍ୟବହାର ପ୍ଲାଷ୍ଟିକ ସାମଗ୍ରୀର ବ୍ୟବହାର ହ୍ରାସ ଉପରେ ଗୁରୁତ୍ୱ:

ମତଦାନ କେନ୍ଦ୍ରରେ ଉଭୟ ପୁରୁଷ ଏବଂ ମହିଳାଙ୍କ ପାଇଁ ପୃଥକ ଶୌଚାଳୟ ରହିବ । ଏହା ବ୍ୟତୀତ ମତଦାନ କେନ୍ଦ୍ରରେ ସେଡ (ଛାତ) ଏବଂ ଲାଇଟ୍ ପାଇଁ ବ୍ୟବସ୍ଥା କରାଯିବ । କେବଳ ଏତିକି ନୁହେଁ ନିର୍ବାଚନ ଆୟୋଗ ମଧ୍ୟ ପରିବେଶ ପ୍ରତି ସମ୍ବେଦନଶୀଳତା ଦେଖାଇଛନ୍ତି । ଏହାକୁ ଦୃଷ୍ଟିରେ ରଖି ଲୋକଙ୍କୁ ଏକକ ବ୍ୟବହାରକ୍ଷମ ପ୍ଲାଷ୍ଟିକ ସାମଗ୍ରୀ ହ୍ରାସ କରିବା ସହ ପରିବେଶ ଅନୁକୂଳ ପଦକ୍ଷେପ ନେବାକୁ ଉତ୍ସାହିତ କରିବା ପାଇଁ ସମସ୍ତ ପ୍ରୟାସ କରାଯିବ । ନିର୍ବାଚନ ପରେ ମତଦାନ କେନ୍ଦ୍ରରେ ଅଳିଆ ଆବର୍ଜନା ନରହିବା ନେଇ ମଧ୍ୟ ସମସ୍ତ ଆଗୁଆ ବ୍ୟବସ୍ଥା ରହିବ ।

ଏହା ମଧ୍ୟ ପଢନ୍ତୁ :- 2024 ମହାମୁକାବିଲା ପାଇଁ ବାଜିଲା ବିଗୁଲ: 19 ଏପ୍ରିଲରୁ 7 ପର୍ଯ୍ୟାୟରେ ଭୋଟ୍, ଜୁନ 4ରେ ରେଜଲ୍ଟ

ବିଶେଷ ବର୍ଗର ଭୋଟରଙ୍କ ସଂଖ୍ୟା:-

ଏଥର ମୋଟ 48,000 ଟ୍ରାନ୍ସଜେଣ୍ଡର ଭୋଟର ମତାଧିକାର ସାବ୍ୟସ୍ତ କରିବେ । 85 ବର୍ଷରୁ ଅଧିକ ଭୋଟରଙ୍କ ଘରେ ଭୋଟ୍ ଦେବା ପାଇଁ ନିର୍ବାଚନ ଆୟୋଗ ବ୍ୟବସ୍ଥା କରିଛନ୍ତି । ଏହା ବ୍ୟତୀତ 40 ପ୍ରତିଶତରୁ ଅଧିକ ଅକ୍ଷମତା ଥିବା ଭୋଟରଙ୍କ ପାଇଁ ହୋମ ଭୋଟିଂ ବ୍ୟବସ୍ଥା କାର୍ଯ୍ୟକାରୀ ହେବ । ଦେଶରେ 97 କୋଟିରୁ ଅଧିକ ଭୋଟର ରହିଛନ୍ତି, ଯାହା ବିଶ୍ବର ଅନେକ ଦେଶର ମୋଟ ଜନସଂଖ୍ୟାଠାରୁ ବହୁତ ଅଧିକ । 97 କୋଟି ଭୋଟରଙ୍କ ମଧ୍ୟରୁ ପ୍ରାୟ 50 କୋଟି ପୁରୁଷ ଏବଂ 47 କୋଟିରୁ ଅଧିକ ମହିଳା ଭୋଟର ଅଛନ୍ତି । ସେଥିମଧ୍ୟରୁ 12ଟି ଆସନରେ ପୁରୁଷଙ୍କ ଅପେକ୍ଷା ମହିଳା ଭୋଟରଙ୍କ ସଂଖ୍ୟା ଅଧିକ ରହିଛି । ମୋଟ ଭୋଟରଙ୍କ ମଧ୍ୟରୁ 1.8 କୋଟି ଭୋଟର ପ୍ରଥମ ଥର ପାଇଁ ଭୋଟ୍ ଦେବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.