ETV Bharat / politics

ସାରସକଣାରେ ତ୍ରିମୁଖୀ ଲଢେଇ, ନିର୍ଣ୍ଣାୟକ ଭୂମିକାରେ ଜେଏମଏମ - Saraskana constituency

author img

By ETV Bharat Odisha Team

Published : May 29, 2024, 6:25 PM IST

Saraskana constituency: ମୟୂରଭଞ୍ଜ ଜିଲ୍ଲା ସାରସକଣା ନିର୍ବାଚନ ମଣ୍ଡଳୀରେ ବିଜେପି, ବିଜେଡ଼ି, କଂଗ୍ରେସ ଏବଂ ଜେଏମଏମ ମଧ୍ୟରେ ଚାଲିଛି ନିର୍ବାଚନୀ ମହାସଂଗ୍ରାମ । ନିର୍ବାଚନୀ ମୈଦାନରେ ବିଜେପିରୁ ଭାଦବ ହାଁସଦା, ବିଜେଡ଼ିରୁ ଦେବାଶିଷ ମାରାଣ୍ଡି, କଂଗ୍ରେସରୁ ରାମ କୁମାର ସୋରେନ ଓ ଜେଏମଏମରୁ ଅଞ୍ଜନୀ ସୋରେନ । ତେବେ ଆଗକୁ ଜନତା କାହା ସପକ୍ଷରେ ମତଦାନ ସାବ୍ୟସ୍ତ କରି ବିଜୟ ମୁକୁଟ ପିନ୍ଧାଇବେ ତାହାକୁ ହିଁ ଅପେକ୍ଷା । ଦେଖନ୍ତୁ ଏହି ରିପୋର୍ଟ

Saraskana constituency
Saraskana constituency (ETV Bharat Odisha)

ରାଇରଙ୍ଗପୁର: ଚତୁର୍ଥ ପର୍ଯ୍ୟାୟ ନିର୍ବାଚନରେ ମୟୂରଭଞ୍ଜ ସଂସଦୀୟ କ୍ଷେତ୍ର ଓ ଏହାର ସମସ୍ତ ବିଧାନସଭା ଆସନରେ ପଡିବାକୁ ଯାଉଛି ଭୋଟ । ଜୁନ ୧ରେ ମତଦାନ ରହିଥିବା ବେଳେ ପ୍ରଚାର ପାଇଁ ଆଉ ମାତ୍ର କିଛି ଘଣ୍ଟା ରହିଛି । ତେବେ ମୟୂରଭଞ୍ଜର ସାରସକଣା ନିର୍ବାଚନ ମଣ୍ଡଳୀ ପାଇଁ ଚାରି ପ୍ରମୁଖ ରାଜନୈତିକ ଦଳ ସେମାନଙ୍କର ପ୍ରାର୍ଥୀ ଦେଇଛନ୍ତି । ବିଜେପିରୁ ଭାଦବ ହାଁସଦା, ବିଜେଡ଼ିରୁ ଦେବାଶିଷ ମାରାଣ୍ଡି, କଂଗ୍ରେସରୁ ରାମ କୁମାର ସୋରେନ ଓ ଜେଏମଏମରୁ ଅଞ୍ଜନୀ ସୋରେନଙ୍କ ମଧ୍ୟରେ କଡା ଫାଇଟ ଦେଖିବାକୁ ମିଳିଛି । ସମସ୍ତ ପ୍ରାର୍ଥୀ ନିଜ ନିଜ ସ୍ତରରେ ବିଜୟୀ ହେବା ନେଇ ଆଶା ରଖିଛନ୍ତି ।

ମୟୂରଭଞ୍ଜ ଜିଲ୍ଲାର ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ନିର୍ବାଚନ ମଣ୍ଡଳୀ ହେଉଛି ସାରସକଣା ନିର୍ବାଚନ ମଣ୍ଡଳୀ (ସଂରକ୍ଷିତ) । କାରଣ ଏହି ଆସନଟି କୌଣସି ରାଜନୈତିକ ଦଳର ଗଡ଼ ହୋଇ ରହିନାହିଁ । ପ୍ରତ୍ୟେକ ନିର୍ବାଚନରେ ଏଠାରେ ପ୍ରାର୍ଥୀ ବଦଳନ୍ତି । ପ୍ରତି ନିର୍ବାଚନରେ ଭୋଟରଙ୍କ ମୁଡ୍ ବଦଳେ ତେଣୁ ଏଠି ପ୍ରତ୍ୟେକ ନିର୍ବାଚନରେ ବଦଳିଥାଏ ଦଳ । ଗତ ନିର୍ବାଚନରେ ସାରସକଣା ନିର୍ବାଚନ ମଣ୍ଡଳୀରେ ବିଜେପି ବିଧାୟକ ପ୍ରାର୍ଥୀ ବୁଢାନ ମୁର୍ମୁ ନିକଟତମ ପ୍ରତିଦ୍ବନ୍ଦ୍ବୀ ବିଜେଡ଼ିର ବିଧାୟକ ପ୍ରାର୍ଥୀ ଅମର ସିଂ ଟୁଡୁଙ୍କୁ ପରାଜିତ କରି ୬୮୧୩ ଖଣ୍ଡ ଭୋଟରେ ଆଗୁଆ ରହି ବିଜୟୀ ହୋଇଥିଲେ ।

ଏଥର ସାରସକଣା ନିର୍ବାଚନ ମଣ୍ଡଳୀ (ସଂରକ୍ଷିତ)ରେ ୪ ପ୍ରମୁଖ ରାଜନୈତିକ ଦଳର ଫାଇଟ ଦେଖିବାକୁୁ ମିଳିଛି । ବିଜେପି ବିଧାୟକ ପ୍ରାର୍ଥୀ ଭାଦବ ହାଁସଦା, ବିଜେଡ଼ିର ଦେବାଶିଷ ମାରାଣ୍ଡି, କଂଗ୍ରେସର ରାମ କୁମାର ସୋରେନ ଓ ଜେଏମଏମ ବିଧାୟିକା ପ୍ରାର୍ଥିନୀ ଅଞ୍ଜନୀ ସୋରେନଙ୍କ ମଧ୍ୟରେ ଚାଲିଛି ନିର୍ବାଚନୀ ଯୁଦ୍ଧ । ତେବେ ସାରସକଣା ନିର୍ବାଚନ ମଣ୍ଡଳୀରେ ଉଭୟ ବିଜେପି ଓ ବିଜେଡ଼ିର ଦବଦବା ଦେଖିବାକୁ ମିଳୁଥିବା ବେଳେ କଂଗ୍ରେସ ଓ ଜେଏମଏମର ପକେଟ ଭୋଟ ରହିଛି ।

ସାରସକଣା ନିର୍ବାଚନ ମଣ୍ଡଳୀରେ ଘରେ ଘରେ ପରିଚିତ ତଥା ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଦେବାଶିଷ ମାରାଣ୍ଡିଙ୍କୁ ବିଶ୍ବାସ କରି ବିଧାୟକ ଟିକଟ ଦେଇଛି ବିଜେଡ଼ି ଦଳ । ମୟୂରଭଞ୍ଜର ବେଶ ଚର୍ଚ୍ଚିତ ଚେହେରା ଦେବାଶିଷ । ବାରିପଦା ସହରର ୱାର୍ଡ଼ ନଂ ୨୬ ଭୁଗୁଡାକଟାରେ ତାଙ୍କ ଘର । ଗତ ୨୦୧୯ ସାଧାରଣ ନିର୍ବାଚନରେ ମୟୂରଭଞ୍ଜ ଲୋକସଭା ଆସନରୁ ଦେବାଶିଷ ମାରାଣ୍ଡି ବିଜେଡ଼ିରୁ ସାଂସଦ ପ୍ରାର୍ଥୀ ଭାବେ ଲଢେ଼ଇ କରିଥିଲେ । ବିଜେପିର ସାଂସଦ ପ୍ରାର୍ଥୀ ବିଶେଶ୍ୱର ଟୁଡୁଙ୍କ ଠାରୁ ୨୫ହଜାର ୨୫୬ ଖଣ୍ଡ ଭୋଟ ବ୍ୟବଧାନରେ ପରାସ୍ତ ହୋଇଥିଲେ । ହେଲେ ଚଳିତ ନିର୍ବାଚନରେ ନବୀନ ପଟ୍ଟନାୟକଙ୍କ ଉପରେ ଲୋକଙ୍କ ଭରସା ରହିଛି ଓ ବିଜେଡିର ବିଜୟ ସୁନିଶ୍ଚିତ ବୋଲି କହିଛନ୍ତି ବିଜେଡି ପ୍ରାର୍ଥୀ ।

ଏହାମଧ୍ୟ ପଢନ୍ତୁ.. ମୟୂରଭଞ୍ଜ ଲୋକସଭା ଆସନରେ ବିଗ୍ ଫାଇଟ, ସୁଦାମ ନା ନବ କାହାକୁ ଭରସା କରିବେ ଜନତା ? - Lok Sabha Election 2024

ସେହିପରି ସାରସକଣା ନିର୍ବାଚନ ମଣ୍ଡଳୀ ପାଇଁ ବିଜେପି ବିଧାନସଭା ପ୍ରାର୍ଥୀ ଭାଦବ ହାଁସଦା ଜଣେ ଜଣାଶୁଣା ପରିଚିତ ଚେହେରା । ଜଣେ ଆଦିବାସୀ ସ୍ବାଭିମାନୀ ନେତା ଭାବରେ ବେଶ ପରିଚିତ ଭାଦବ ହାଁସଦା । ବାରିପଦା ସଦର ଥାନା ଅନ୍ତର୍ଗତ ବେତନା ଗ୍ରାମରେ ତାଙ୍କ ଘର । ପୂର୍ବରୁ ଭାଦବ ହାଁସଦା ବିଜେଡ଼ି ଦଳରେ ଥିଲେ । ୨୦୧୪ ମସିହାରେ ଭାଦବ ହାଁସଦା ବିଜେଡ଼ି ଦଳରୁ ବିଧାୟକ ଟିକଟ ପାଇ ନିକଟତମ ପ୍ରତିଦ୍ବନ୍ଦ୍ବୀ ଜେଏମଏମ ପ୍ରାର୍ଥୀ ରାମଚନ୍ଦ୍ର ମୁର୍ମୁଙ୍କୁ ପରାସ୍ତ କରି ବିଜୟୀ ହୋଇଥିଲେ । ସେ ସମୟରେ ବିଜେପି ତୃତୀୟ ସ୍ଥାନରେ ରହିଥିଲା । ହେଲେ ପରବର୍ତ୍ତୀ ସମୟରେ ଭାଦବଙ୍କୁ ଦଳ ଅଣଦେଖା କରି ୨୦୧୯ ନିର୍ବାଚନରେ ବିଜେଡି ଆଉ ଟିକଟ ପ୍ରଦାନ କରି ନଥିଲା । ତାଙ୍କ ବଦଳରେ ଅମର ସିଂ ଟୁଡୁଙ୍କୁ ଦଳ ବିଶ୍ବାସ କରି ୨୦୧୯ ନିର୍ବାଚନ ପାଇଁ ଟିକଟ ଦେଇଥିଲା । ହେଲେ ବିଜେପିର ବିଧାୟକ ପ୍ରାର୍ଥୀ ବୁଢାନ ମୁର୍ମୁଙ୍କ ଠାରୁ ଅମର ସିଂ ଟୁଡୁ ପରାସ୍ତ ହୋଇଥିଲେ । ପରେ ଭାଦବ ହାଁସଦା ନିଜର ଶତାଧିକ ସମର୍ଥକଙ୍କ ସହିତ ବିଜେପିରେ ଯୋଗ ଦେଇଥିଲେ । ବିଜେପି ଦଳ ଭାଦବଙ୍କୁ ଭରସା କରି ଚଳିତ ନିର୍ବାଚନରେ ବିଧାୟକ ଟିକଟ ପ୍ରଦାନ କରିଛି ।

ଗତ ନିର୍ବାଚନରେ ସାରସକଣା ବିଧାନସଭା ଆସନ ବିଜେପିର ଦଖଲକୁ ଯାଇଥିବା ବେଳେ ଚଳିତ ଥର ମଧ୍ୟ ଏହି ଆସନ ଦଖଲ କରିବାକୁ ପ୍ରୟାସ ଜାରି ରଖିଛି ବିଜେପି । ମୋଦି ଗ୍ୟାରେଣ୍ଟି ଓ ମୋଦିଙ୍କ ସଶକ୍ତ ଭାରତ, ବିକଶିତ ଭାରତ, ବିକଶିତ ଓଡ଼ିଶା, ସବକା ସାଥ ସବକା ବିକାଶର ନାରା ନେଇ ଲୋକଙ୍କ ନିକଟରେ ଭୋଟ ଭିକ୍ଷା କରୁଛନ୍ତି ଭାଦବ ହାଁସଦା ।

ସେହିପରି ସାରସକଣା ନିର୍ବାଚନ ମଣ୍ଡଳୀର କଂଗ୍ରେସ ବିଧାୟକ ପ୍ରାର୍ଥୀ ରାମ କୁମାର ସୋରେନ ଓ ଜେଏମଏମ ବିଧାୟିକା ପ୍ରାର୍ଥିନୀ ଅଞ୍ଜନୀ ସୋରେନ ନିର୍ବାଚନ ବୈତରଣୀ ପାରି ହେବାକୁ ପ୍ରାଣପଣେ ଉଦ୍ୟମ ଜାରି ରଖିଛନ୍ତି । ରାମ କୁମାର ସୋରେନ ସାରସକଣା ନିର୍ବାଚନ ମଣ୍ଡଳୀର ରାଜନୀତି ମଇଦାନରେ ସମ୍ପୂର୍ଣ୍ଣ ନୂଆ ଚେହେରା । ତେବେ କଂଗ୍ରେସ ଦଳ ତାଙ୍କୁ ଭରସା କରି ଟିକଟ ପ୍ରଦାନ କରିଛି । ସାରା ଦେଶରେ କଂଗ୍ରେସର ଲହର ଚାଲିଥିବା ବେଳେ ଜନସାଧାରଣ ଏଥର ପରିବର୍ତ୍ତନ ଚାହୁଁଥିବା କହି ରାମ କୁମାର ସୋରେନ ବେରୋଜଗାରୀ, କୃଷକଙ୍କ ସମସ୍ୟା ଓ ଦରଦାମ ବୃଦ୍ଧି ଆଦି ପ୍ରସଙ୍ଗ ନେଇ ନିର୍ବାଚନୀ ମଇଦାନକୁ ଓହ୍ଲାଇବା ସହିତ ହାତ ଚିହ୍ନରେ ଭୋଟ ଦେବାକୁ ଭୋଟରଙ୍କ ନିକଟରେ ନିବେଦନ କରିଛନ୍ତି ।

ସେହିପରି ଜେଏମଏମ ଦଳ ଅଞ୍ଜନୀ ସୋରେନଙ୍କ ଉପରେ ଭରସା ରଖିଛି । ଅଞ୍ଜନୀ ସୋରେନ ହେଉଛନ୍ତି ଜେଏମଏମ ସୁପ୍ରିମୋ ଶିବୁ ସୋରେନଙ୍କ ଝିଅ ଓ ଝାଡ଼ଖଣ୍ଡ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଭଉଣୀ । ଅଞ୍ଜନୀ ସୋରେନଙ୍କ ଘର ହେଉଛି ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅର୍ନ୍ତଗତ ଆହାରବନ୍ଧ ଗ୍ରାମ ନିକଟସ୍ଥ ଘୋଡାଡେଗା ଗ୍ରାମରେ । ଅଞ୍ଜନୀ ସୋରେନ ସାରସକଣା ନିର୍ବାଚନ ମଣ୍ଡଳୀରୁ ବିଧାୟିକା ପ୍ରାର୍ଥିନୀ ଭାବେ ଛିଡ଼ା ହୋଇଥିବା ବେଳେ ମୟୂରଭଞ୍ଜ ଲୋକସଭା ଆସନରୁ ମଧ୍ୟ ସାଂସଦ ପ୍ରାର୍ଥୀନୀ ଭାବେ ଛିଡ଼ା ହୋଇଛନ୍ତି । ଅଞ୍ଜନୀ ସୋରେନ ଗରିବି, ବେରୋଜଗାରୀ ଆଦି ପ୍ରସଙ୍ଗ ନେଇ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି । ଖଣି ଖାଦାନରେ ପରିପୂର୍ଣ୍ଣ ମୟୂରଭଞ୍ଜ ଜିଲ୍ଲାର ଯୁବକ ଯୁବତୀ ମାନେ ରୋଜଗାର ନ ପାଇବା ଦୁର୍ଭାଗ୍ୟଜନକ ଓ ଏଠାକାର ଗରିବ ଲୋକେ ଖଟିଲେ ହିଁ ଗୋଟିଏ ଓଳି ଖାଇବାକୁ ପାଉଥିବା କହିଛନ୍ତି ଅଞ୍ଜନୀ । ଏଥି ସହିତ ଦୁର୍ନୀତି ରେ ଲିପ୍ତ ୨୫ ବର୍ଷର ବିଜେଡ଼ି ସରକାରଙ୍କ ଉପରେ ଗର୍ଜିବା ସହ ନିଜ ଅଞ୍ଚଳର ଜଳ, ଜଙ୍ଗଲ, ଜମି ବଞ୍ଚାଇବାକୁ ହେଲେ ଧନୁତୀର ଚିହ୍ନରେ ଜେଏମଏମ ପ୍ରାର୍ଥୀକୁ ଭୋଟ ଦେଇ ଜୟଯୁକ୍ତ କରାଇବାକୁ ଭୋଟରଙ୍କ ନିକଟରେ ଏପିଲ କରିଛନ୍ତି ଅଞ୍ଜନୀ ।

ସେପଟେ ରାଇରଙ୍ଗପୁର ଅଞ୍ଚଳର ବରିଷ୍ଠ ଆଇନଜୀବୀ ତଥା ସାମ୍ବାଦିକ ରବୀନ୍ଦ୍ର ପଟ୍ଟନାୟକଙ୍କ କହିବା ଅନୁଯାୟୀ, ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀରେ ବିଶେଷ କରି ବିଜେଡ଼ି, ବିଜେପି ଓ ଜେଏମଏମ ମଧ୍ୟରେ କଡ଼ା ଲଢେଇ ହେବ । ଚଳିତ ଥର ବିଜେପି, ବିଜେଡ଼ି ସହ ଜେଏମଏମ ଏହି ନିର୍ବାଚନ ମଣ୍ଡଳୀ ହାତେଇବା ପାଇଁ ପ୍ରାଣପଣେ ଚେଷ୍ଟା କରିବେ । ଯେହେତୁ ସାରସକଣା ନିର୍ବାଚନ ମଣ୍ଡଳୀର କିଛି ଅଞ୍ଚଳ ଜେଏମଏମର ଗଡ଼ ଭାବେ ରହିଛି ତେଣୁ ଜେଏମଏମ ନିର୍ଣ୍ଣାୟକ ଭୂମିକା ନେଇପାରେ । ତେବେ ମୁଖ୍ୟତଃ ବିଜେଡ଼ି ଓ ବିଜେପି ମଧ୍ୟରେ ମହାଲଢେ଼ଇ ହେବାକୁ ଯାଉଥିବା ବେଳେ ଚଳିତ ନିର୍ବାଚନ ବେଶ ରୋମାଞ୍ଚକ ହେବ ବୋଲି ଆଶା କରାଯାଉଛି ।

ବିଜେପି, ବିଜେଡ଼ି, କଂଗ୍ରେସ ଏବଂ ଜେଏମଏମ ମଧ୍ୟରେ ସାରସକଣା ନିର୍ବାଚନ ମଣ୍ଡଳୀରେ ହେବ ନିର୍ବାଚନୀ ମହାସଂଗ୍ରାମ । ତେବେ ଆଗକୁ ଜନତା ଜନାର୍ଦ୍ଦନ କାହା ସପକ୍ଷରେ ନିଜର ଅମୂଲ୍ୟ ମତଦାନ ସାବ୍ୟସ୍ତ କରି କାହାକୁ ବିଜୟ ମୁକୁଟ ପିନ୍ଧାଇବେ ତାହାକୁ ହିଁ ଅପେକ୍ଷା ।

ସାରସକଣା ନିର୍ବାଚନ ମଣ୍ଡଳୀ: ସାରସକଣା ନିର୍ବାଚନ ମଣ୍ଡଳୀ ଚାରୋଟି ବ୍ଲକ ଯଥା ବିଜାତଳା, ବିଶୋଇ, ସାରସକଣା ଓ କୁସୁମୀ ବ୍ଲକର ୩ଟି ଗ୍ରାମ ପଞ୍ଚାୟତକୁ ନେଇ ଗଠିତ । ସାରସକଣା ନିର୍ବାଚନ ମଣ୍ଡଳୀରେ ପୁରୁଷ ଭୋଟର ୧,୦୨,୯୫୧, ମହିଳା ଭୋଟର ୧,୦୫,୪୦୫ ଓ ତୃତୀୟ ଲିଙ୍ଗୀ ୦୮ ରହିଥିବା ବେଳେ ସର୍ବମୋଟ ଭୋଟର ସଂଖ୍ୟା ହେଉଛନ୍ତି ୨,୦୮,୩୬୪ ।

ଇଟିଭି ଭାରତ, ରାଇରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.