ETV Bharat / politics

'ମୂଳରୁ ପୁଅ ନାହିଁ...'; ଶପଥ ଗ୍ରହଣ ତାରିଖ ଘୋଷଣାକୁ କଂଗ୍ରେସର କଟାକ୍ଷ - Lok Sabha Election 2024

author img

By ETV Bharat Odisha Team

Published : May 7, 2024, 10:47 PM IST

Congress Press Meet: ବିଜେପି ଓ ବିଜେଡିର ଶପଥ ଗ୍ରହଣ ତାରିଖ ଘୋଷଣାକୁ କଂଗ୍ରେସର ଟାର୍ଗେଟ । ଓଡ଼ିଶାକୁ ମୋଦି ସରକାର ଚରମ ଅବହେଳା କରିଥିବା ଅଭିଯୋଗ ଆଣିଲେ କଂଗ୍ରେସ ନେତା ପଞ୍ଚାନନ କାନୁନଗୋ । ଅଧିକ ପଢ଼ନ୍ତୁ

Congress Press Meet
Congress Press Meet (ETV BHARAT ODISHA)
Congress Press Meet (ETV BHARAT ODISHA)

ଭୁବନେଶ୍ବର: ଓଡ଼ିଶା ଗସ୍ତ ସମୟରେ ରାଜ୍ୟରେ ବିଜେପି ସରକାର ଗଢ଼ିବା ନେଇ ଦୃଢ଼ୋକ୍ତି ବାଢ଼ିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏପରିକି ଜୁନ ୬ରେ ବିଜେପି ଏହାର ମୁଖ୍ୟମନ୍ତ୍ରୀ ଚେହେରା ଘୋଷଣା କରିବ ଓ ଜୁନ ୧୦ରେ ଶପଥ ଗ୍ରହଣ କରିବେ ବିଜେପି ମୁଖ୍ୟମନ୍ତ୍ରୀ ବୋଲି ମୋଦି କହିଗଲେ । ଏହାପରେ ତୁରନ୍ତ ସେହିଦିନ ହିଁ ନବୀନ ପଟ୍ଟନାୟକଙ୍କ ଶପଥ ଗ୍ରହଣ ତାରିଖ ଓ ସମୟ ଘୋଷଣା କଲେ ବିଜେଡି ନେତା ପାଣ୍ଡିଆନ । ଜୁନ ୯ରେ ୬ଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ନବୀନ ପଟ୍ଟନାୟକ ଶପଥ ନେବେ ବୋଲି ପାଣ୍ଡିଆନ କହିଲେ । ତେବେ ଉଭୟ ଦଳର ଏଭଳି ଶପଥ ଗ୍ରହଣ ତାରିଖ ଘୋଷଣାକୁ କଟାକ୍ଷ କରିଛି କଂଗ୍ରେସ ।

ଆଜି କଂଗ୍ରେସ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ଅର୍ଥମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପଞ୍ଚାନନ କାନୁନଗୋ କହିଛନ୍ତି, "ବିଗତ କିଛିଦିନ ହେଲା ଏମିତି ଲାଗୁଛି ରାଜ୍ୟରେ ସରକାର ଗଠନ ହୋଇସାରିଲାଣି । କଳି ଲାଗିଛି କିଏ ୯ ତାରିଖରେ ଶପଥ ନେବେ, ଆଉ କିଏ ୧୦ ତାରିଖରେ ଶପଥ ନେବେ । ହେଲେ ରାଜ୍ୟରେ ବିଜେଡି ଏବେ ମଧ୍ୟ ବିଜେପି ବିରୋଧରେ ନାଁ ନେଇ କିଛି କହୁନାହିଁ । ଅତ୍ୟନ୍ତ ସଞ୍ଜମତାର ସହ ବିରୋଧୀ ଦଳ ବୋଲି କହି ଟାର୍ଗେଟ କରୁଛି । ସେହିଭଳି ବିଜେପି ଯେତେବେଳ ବିଜେଡିକୁ ଆଟାକ୍‌ କରୁଛି ସେ ମଧ୍ୟ ସିଧାସଳଖ ନାଁ ନନେଇ କଂଗ୍ରେସକୁ ଆକ୍ରମଣ କରୁଛି । ୨୪ ବର୍ଷ ହେଲା କଂଗ୍ରେସ ସରକାରରେ ନାହିଁ, କିନ୍ତୁ କଂଗ୍ରେସର ନାଁ ନନେଲେ ମୋଦି ଆଉ ତାଙ୍କ ଦଳର ନେତାଙ୍କ ଭାତ ହଜମ ହେଉ ନାହିଁ ।"

ପ୍ରଧାନମନ୍ତ୍ରୀ ମୋଦି ବ୍ରହ୍ମପୁର ଓ ନବରଙ୍ଗପୁରରେ କଂଗ୍ରେସକୁ ଭରପୁର ଟାର୍ଗେଟ କରିଥିଲେ । ଯାହାକୁ ନେଇ ସାମ୍ବାଦିକ ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କୁ କଂଗ୍ରେସ କେତେକ ପ୍ରଶ୍ନ ପଚାରିଛି । ନିମ୍ନଲିଖିତ ପ୍ରଶ୍ନ ଗୁଡ଼ିକ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପଞ୍ଚାନନ ପଚାରିଛନ୍ତି, "କେବିକେ ଯୋଜନା କିଏ ବନ୍ଦ କଲା ? ଓଡ଼ିଶାରେ ୩୩ଟି ଭିନ୍ନ ଯୋଜନାରୁ କିଛି ଯୋଜନା ବନ୍ଦ କଲେ କାହିଁକି ? ଆଦିବାସୀ ଅଞ୍ଚଳର ସ୍ଵତନ୍ତ୍ର ଯୋଜନା ହେଇଥିଲା TSP, ତାହାକୁ ସଙ୍କୁଚିତ କରାଗଲା କାହିଁକି ? ୮ ବର୍ଷରୁ ଅଧିକ ହେଲା ଖଣିଜ ସମ୍ପଦରେ ଯେଉଁ ରୟାଲ୍ଟି ପାଇବା କଥା ତାହା ଓଡ଼ିଶା ପାଉନାହିଁ । ସେପଟେ ମୋଦି କହୁଛନ୍ତି ଓଡ଼ିଶାକୁ ବହୁତ୍ ଅନୁଦାନ ଦେଇଛନ୍ତି । ହେଲେ ଶତକଡ଼ାରେ ଦେଖିଲେ ଜଣାପଡିବ ଓଡ଼ିଶା ଯେତିକି ପାଉଥିଲା ଏବେ ତାହା ବହୁତ୍ କମିଛି । ଆଗରୁ ୬୩ ପ୍ରତିଶତ ପାଇଥିଲା ଏବେ ତାହା ୫୮ ପ୍ରତିଶତକୁ ଖସି ଆସିଛି । ମହାନଦୀ ଶୁଖିଗଲା ତାଙ୍କରି ସରକାର ସମୟରେ, ସେତେବେଳେ ମୋଦି କେଉଁଠି ଥିଲେ ? କେବଳ ମହାନଦୀ ନୁହେଁ, ପୋଲାଭରମ ପ୍ରକଳ୍ପରେ ମଧ୍ୟ ଆମ ପାଣି ଶୁଖେଇଦେଲେ । ଖଣି ନେଲେ, ପାଣି ନେଲେ ଆଉ ଏବେ ଜମି ବି ଗଲାଣି । ଉଭୟ ବିଜେଡି ବିଜେପି ମିଶିକି ଖଣି, ପାଣି, ଜମି ଲୁଟ୍ କରିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...'ବିଜେଡି ଓ ବିଜେପିର ଶପଥ ଗ୍ରହଣ ନିମନ୍ତ୍ରଣ ପତ୍ର ନୁହଁ ବରଂ ସେମାନଙ୍କର ଫେୟାରୱେଲ ଉତ୍ସବର କାର୍ଡ' - CONGRESS CRITICIZED BJP AND BJD

ସେ ଆହୁରି କହିଛନ୍ତି, "କଂଗ୍ରେସ ସରକାର ସମୟରେ ୯୦-୧୦, ୭୫-୨୫ ଭାଗରେ କେନ୍ଦ୍ର ଯୋଜନା କାର୍ଯ୍ୟକାରୀ ହେଇଥିଲା । କିନ୍ତୁ ଏବେ ୬୦-୪୦ରେ ଚାଲିଛି । ତେଣୁ ଏହାକୁ କିଏ ପରିବର୍ତ୍ତନ କଲେ ? କଂଗ୍ରେସ ସରକାର ସମୟରେ କୋଇଲା ସେଶ୍‌ ୫୦ ଟଙ୍କା ଥିବାବେଳେ ଏବେ ୪୦୦ ଟଙ୍କାରେ ପହଞ୍ଚିଛି । ଏହି ଟଙ୍କା କାହାକୁ ଯାଉଛି ? ୨୦୧୨ରେ କଂଗ୍ରେସ ସରକାର ସମୟର ଶ୍ରମିକମାନେ ମାସିକ ୧୨,୧୦୦ ଟଙ୍କା ରୋଜଗାର କରୁଥିବାବେଳେ ଏବେ ୧୦,୪୫୮କୁ ଖସି ଆସିଛି । ଏହା କଣ ଶ୍ରମିକର ଉନ୍ନତି ? ଏବେ ଦେଶରେ ୫୦ ପ୍ରତିଶତ ଲୋକଙ୍କ ପାଖରେ ୧୩ ପ୍ରତିଶତ ସମ୍ପତ୍ତି ରହିଛି । ସେହିଭଳି ୧୦ ପ୍ରତିଶତ ଲୋକଙ୍କ ପାଖରେ ୫୭ ପ୍ରତିଶତ ସମ୍ପତ୍ତି ରହିଛି । ଏଥିରୁ ପ୍ରମାଣିତ ହେଉଛି ମୋଦି ସରକାର ଧନୀଙ୍କ ସାଥ, ଗରିବଙ୍କ ବିନାଶର କାମ କରୁଛନ୍ତି । ସବକା ସାଥ୍‌ ସବକା ବିକାଶ କହୁଥିବା ମୋଦିଙ୍କ ସମୟରେ ମଜୁରୀ କମିଛି । ଧନୀ ଅଧିକ ଧନୀ ହେଉଛି ଏବଂ ଗରିବ ଅଧିକ ଗରିବ ହେଉଛି । ବିଜେପି ଶୀର୍ଷ ନେତୃତ୍ଵ କହିଛନ୍ତି ବିଜେଡି ସହିତ ଆମର ସର୍ତ୍ତ ଭିତ୍ତିକ ସମ୍ପର୍କ ଥିଲା, ଏବେ ଉଭୟ ଦଳ ଓଡ଼ିଶାବାସୀଙ୍କୁ ଜଣାନ୍ତୁ ସେଇ ସର୍ତ୍ତ ଥିଲା । ଶାହ ବିଜେଡି ସରକାରକୁ ପୋଡ଼ା ଟ୍ରାନ୍ସଫର୍ମର କହିଥିଲେ । ଏବେ କିମିତି ସେହି ପୋଡା ଟ୍ରାନ୍ସଫର୍ମର ମରାମତି କରିଦେଲେ ?"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.