ETV Bharat / politics

ଆମେଠୀ-ରାୟବରେଲୀରୁ ଲଢ଼ିବେ କି ରାହୁଲ-ପ୍ରିୟଙ୍କା ! ଆଜି କଂଗ୍ରେସ CEC ବୈଠକରେ ହୋଇପାରେ ନିଷ୍ପତ୍ତି - RAHUL PRIYANKA CANDIDATURE - RAHUL PRIYANKA CANDIDATURE

Congress likely to discuss Amethi, Raebareli seats today: ଆଜି କଂଗ୍ରେସର ନିର୍ବାଚନ କମିଟି ବୈଠକ । ଆମେଠୀ ଓ ରାୟବରେଲୀ ଆସନରେ ସମ୍ପର୍କରେ ନିଆଯିବ ଚୂଡାନ୍ତ ନିଷ୍ପତ୍ତି । ଆସିପାରେ ରାହୁଲ ଓ ପ୍ରିୟଙ୍କାଙ୍କ ନାମ । ଚର୍ଚ୍ଚାରେ ଭଦ୍ରାଙ୍କ ନିର୍ବାଚନ ଲଢିବା ମନ୍ତବ୍ୟ । ଅଧିକ ପଢନ୍ତୁ

ଆଜି କଂଗ୍ରେସର କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ, ଆମେଠୀ-ରାୟବରେଲୀ ଆସନ ନେଇ ଚୂଡାନ୍ତ ନିଷ୍ପତ୍ତି !

author img

By ETV Bharat Odisha Team

Published : Apr 27, 2024, 2:10 PM IST

ନୂଆଦିଲ୍ଲୀ: ସାଧାରଣ ନିର୍ବାଚନ ପ୍ରକ୍ରିୟା ଜାରି ରହିଥିବା ବେଳେ ବିଭିନ୍ନ ଦଳ ପର୍ଯ୍ୟାୟକ୍ରମିକ ପ୍ରାର୍ଥୀ ଘୋଷଣା ମଧ୍ୟ ଜାରି ରଖିଛନ୍ତି । କଂଗ୍ରେସର ପାରମ୍ପରିକ ଦୁଇ ଚର୍ଚ୍ଚିତ ଆସନ ଉତ୍ତର ପ୍ରଦେଶର ରାୟବରେଲୀ ଓ ଆମେଠୀରେ ଏପର୍ଯ୍ୟନ୍ତ ପ୍ରାର୍ଥୀ ଘୋଷଣା କରିନି ଦଳ । ଉଭୟ ହାଇପ୍ରୋଫାଇଲ ଆସନରେ ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ ନିର୍ବାଚନ ଲଢିବା ଚର୍ଚ୍ଚା ହେଉଛି । ଏହାରି ମଧ୍ୟରେ ଆଜି ଦଳର କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ ହେବାକୁ ଯାଉଛି । ଆଜିର ବୈଠକରେ ଏହି ଦୁଇ ଚର୍ଚ୍ଚିତ ଆସନରେ ପ୍ରାର୍ଥିତ୍ବ ନେଇ ଚୂଡାନ୍ତ ନିଷ୍ପତ୍ତି ଆସିପାରେ । ଗାନ୍ଧୀ ପରିବାରର ଜ୍ବାଇଁ ତଥା ପ୍ରିୟଙ୍କାଙ୍କ ସ୍ବାମୀ ରବର୍ଟ ଭଦ୍ରାଙ୍କ ରାଜନୀତି ଏଣ୍ଟ୍ରି ଚର୍ଚ୍ଚା ମଧ୍ୟରେ ଏହି ଆସନରେ କଂଗ୍ରେସ କାହାକୁ ମୈଦାନକୁ ଓହ୍ଲାଉଛି ତାକୁ ନେଇ ଉତ୍ସୁକତା ଲାଗି ରହିଛି ।

ଆଜି ଦିଲ୍ଲୀ ମୁଖ୍ୟାଳୟରେ ବସିବାକୁ ଥିବା ବୈଠକରେ ଦଳର କେନ୍ଦ୍ରୀୟ ନେତୃତ୍ବ, ନିର୍ବାଚନ କମିଟି ସଦସ୍ୟଙ୍କ ସମେତ ଉତ୍ତର ପ୍ରଦେଶ କଂଗ୍ରେସର ଅଧ୍ୟକ୍ଷ ଅବିନାଶ ପାଣ୍ଡେଙ୍କ ସମେତ ତମାମ ବରିଷ୍ଠ ନେତା ସାମିଲ ହେବେ । ଦଳ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଏହି ଉଭୟ ଚର୍ଚ୍ଚିତ ଆସନରେ ଗାନ୍ଧୀ ପରିବାର ଦୁଇ ସଦସ୍ୟଙ୍କୁ ଲଢାଇବା ପାଇଁ ଉତ୍ତର ପ୍ରଦେଶ କଂଗ୍ରେସ ପାର୍ଟି ହାଇକମାଣ୍ଡଙ୍କୁ ସୁପାରିଶ କରିସାରିଛି । ତେବେ ଆମେଠୀ ଆସନରେ ରାହୁଲ ଗାନ୍ଧୀ ଓ ରାୟବରେଲୀ ଆସନରେ ପ୍ରିୟଙ୍କା ଗାନ୍ଧୀଙ୍କ ନାମ ଘୋଷଣା କରାଯିବାର ସର୍ବାଧିକ ସମ୍ଭାବନା ଥିବା ପାର୍ଟି ସୂତ୍ରରୁ ସୂଚନା ମିଳିଛି ।

ଆଜି କଂଗ୍ରେସର କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ, ଆମେଠୀ-ରାୟବରେଲୀ ଆସନ ନେଇ ଚୂଡାନ୍ତ ନିଷ୍ପତ୍ତି !
ଆଜି କଂଗ୍ରେସର କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ, ଆମେଠୀ-ରାୟବରେଲୀ ଆସନ ନେଇ ଚୂଡାନ୍ତ ନିଷ୍ପତ୍ତି !

ଆମେଠୀରୁ ରାଜନୈତିକ କ୍ୟାରିୟର ଆରମ୍ଭ କରି 3 ଥର ସାଂସଦ ହୋଇଥିବା ରାହୁଲଙ୍କୁ 2019ରେ ଏହି ଆସନରେ ବିଜେପି ପ୍ରାର୍ଥୀ ସ୍ମୃତି ଇରାନୀଙ୍କଠାରୁ ପରାସ୍ତ ହେବାକୁ ପଡିଥିଲା । ରାହୁଲଙ୍କ କ୍ୟାରିୟରରେ ଏହା ଥିବା ପ୍ରଥମ ପରାଜୟ । ସେହିପରି ରାହୁଲ ପୁଣି ଥରେ ଏହି ଆସନରୁ ଲଢିପାରନ୍ତି । ଅନ୍ୟପଟେ ଦଳର ଭେଟେରାନ ନେତ୍ରୀ ତଥା ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ରାୟବରେଲୀରୁ ନିର୍ବାଚନ ଲଢି ଆସୁଥିଲେ । 2019ରେ ସେ ଏହି ଆସନରୁ ବିଜୟୀ ମଧ୍ୟ ହୋଇଥିଲେ । ହେଲେ ଚଳିତଥର ସେ ସାଧାରଣ ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରୁନାହାନ୍ତି । ପ୍ରଥମ ଥର ନିଜ ରାଜନୈତିକ ଜୀବନରେ ସେ ରାଜସ୍ଥାନରୁ ଉଚ୍ଚସଦନ ରାଜ୍ୟସଭାକୁ ନିର୍ବାଚିତ ହୋଇସାରିଛନ୍ତି । ମା’ଙ୍କ ପାରମ୍ପରିକ ଆସନରୁ ଝିଅ ପ୍ରିୟଙ୍କା ନିର୍ବାଚନୀ ଡେବ୍ୟୁ କରିବାର ଚର୍ଚ୍ଚା ମଧ୍ୟ ଜାରି ରହିଛି ।

ଏହା ମଧ୍ୟ ପଢ଼ନ୍ତୁ:- ନିର୍ବାଚନ ଲଢିବେ ଭଦ୍ରା ! କହିଲେ, ‘ପୁରା ଦେଶ ଚାହୁଁଛି ମୁଁ ରାଜନୀତିକୁ ଆସେ’ - Robert Vadra

ଏହା ମଧ୍ୟ ପଢନ୍ତୁ :- ଆମେଠିରେ ପୁଣି ଥରେ ମୁହାଁମୁହିଁ ରାହୁଲ-ସ୍ମୃତି ! ରାଇବରେଲିରୁ ଲଢିପାରନ୍ତି ପ୍ରିୟଙ୍କା - Amethi Rae Bareli seat

ଅନ୍ୟ ଏକ ରୋଚକ ଘଟଣାକ୍ରମରେ ଗାନ୍ଧୀ ପରିବାର ଜ୍ବାଇଁ ରବର୍ଟ ଭଦ୍ରା ଆମେଠୀରୁ ନିର୍ବାଚନ ଲଢିବାକୁ ଇଚ୍ଛା ରଖିଥିବା ଚର୍ଚ୍ଚା ହେଉଛି । ଭଦ୍ରାଙ୍କ ଏକାଧିକ ବୟାନ ଏହି ଚର୍ଚ୍ଚାକୁ ବଳ ଯୋଗାଇଛି । ଗତକାଲି ଭଦ୍ରା ଗଣମାଧ୍ୟମରେ କହିଥିଲେ, ସେ ରାଜନୀତିରେ ପ୍ରବେଶ କରନ୍ତୁ ବୋଲି ମସଗ୍ର ଦେଶ ଚାହେଁ । ଆମେଠୀବାସୀ ଏହି ଆସନରେ ପରିବର୍ତ୍ତନ ଚାହାନ୍ତି ଓ ସେମାନେ ଗାନ୍ଧୀ ପରିବାର କେହି ପ୍ରାର୍ଥୀ ନିର୍ବାଚନ ଲଢନ୍ତୁ ବୋଲି ଆଶା ରଖିଥିବା ଭଦ୍ରା କହିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.