ETV Bharat / politics

କେନ୍ଦ୍ରାପଡା ବିଜେପି କାର୍ଯ୍ୟକର୍ତ୍ତା ବୈଠକରେ ୫ ହେଭିଓ୍ୱେଟ, ମଞ୍ଚରୁ ବିଜେଡିକୁ ଟାର୍ଗେଟ - BJP Workers Meeting Kendrapara - BJP WORKERS MEETING KENDRAPARA

BJP Workers Meeting: କେନ୍ଦ୍ରାପଡାରେ ବିଜେପିର କର୍ମକର୍ତ୍ତା ବୈଠକ ଅନୁଷ୍ଠିତ ହୋଇଯାଇଛି । ବିଜେପିର ବରିଷ୍ଠ ନେତାମାନେ ଯୋଗଦେଇ ମଞ୍ଚରୁ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ଅଧିକ ପଢନ୍ତୁ

BJP Workers Meeting
BJP Workers Meeting (ETV Bharat Odisha)
author img

By ETV Bharat Odisha Team

Published : May 19, 2024, 2:03 PM IST

କେନ୍ଦ୍ରାପଡା: କେନ୍ଦ୍ରାପଡା କାର୍ଯ୍ୟକର୍ତ୍ତା ବୈଠକରେ ଯୋଗ ଦେଲେ ବିଜେପିର 5 ବରିଷ୍ଠ ନେତା । ଭୁବନେଶ୍ୱର, ବାଲେଶ୍ଵର ପରେ କେନ୍ଦ୍ରାପଡା ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଜେପିର ବିଶାଳ କାର୍ଯ୍ୟକର୍ତ୍ତା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ରାଜ୍ୟ ବିଜେପିର ହେଭିଓ୍ବେଟ ନେତା ଧର୍ମେନ୍ଦ୍ର ପ୍ରଧାନ, ଅପରାଜିତା ଷଡଙ୍ଗୀ, ବୈଜୟନ୍ତ ପଣ୍ଡା, ମନମୋହନ ସାମଲ ଓ ପ୍ରତାପ ଚନ୍ଦ୍ର ଷଡଙ୍ଗୀ ଯୋଗ ଦେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ।

ଶନିବାର ଅନୁଷ୍ଠିତ ଏହି ବୈଠକରେ କେନ୍ଦ୍ରାପଡା ଲୋକସଭା ପ୍ରାର୍ଥୀ ବୈଜୟନ୍ତ ପଣ୍ଡାଙ୍କ ସମେତ କେନ୍ଦ୍ରାପଡା ବିଧାୟକ ପ୍ରାର୍ଥୀ ଗୀତାଞ୍ଜଳୀ ସେଠୀ, ପାଟକୁରା ପ୍ରାର୍ଥୀ ତେଜେଶ୍ୱର ପରିଡା, ଆଳି ପ୍ରାର୍ଥୀ କୃଷ୍ଣଚନ୍ଦ୍ର ପଣ୍ଡା, ରାଜନଗର ପ୍ରାର୍ଥୀ ଲଳିତ ବେହେରାଙ୍କ ସମେତ ମହାକାଳପଡ଼ା ପ୍ରାର୍ଥୀ ଦୁର୍ଗା ପ୍ରସନ୍ନ ନାୟକଙ୍କୁ ଆସନ୍ତା ଜୁନ ୧ ତାରିଖରେ ଭୋଟ ଦେଇ ଜୟଯୁକ୍ତ କରିବା ପାଇଁ କାର୍ଯ୍ୟକର୍ତ୍ତାଙ୍କୁ ଉଦବୋଧନ ଦେଇଥିଲେ ବିଜେପିର ବରିଷ୍ଠ ନେତା ।

ଏଥିସହ କେନ୍ଦ୍ରମନ୍ତ୍ରୀ ତଥା ସମ୍ବଲପୁର ବିଜେପି ସାଂସଦ ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, ରାଜ୍ୟ ସରକାର ଓଡ଼ିଆ ଅସ୍ମିତା ନବୁଝି ଯେଉଁ ପ୍ରଶ୍ନ ବିଜେପି ଉପରକୁ ଉଠାଉଛନ୍ତି ତାହା ଦୁର୍ଭାଗ୍ୟଜନକ । ଏଥିସହ ସ୍ଵଭାବ କବି ଗଙ୍ଗାଧର ମେହେରଙ୍କୁ ସନ୍ଥ କବି କହିବା ଓଡ଼ିଆ ଅସ୍ମିତା ପ୍ରତି ଅପମାନ ନୁହେଁ କି ବୋଲି ପ୍ରଶ୍ନ କରିଛନ୍ତି ଧର୍ମେନ୍ଦ୍ର ।

ଏହାମଧ୍ୟ ପଢନ୍ତୁ.. ‘ମୁଖ୍ୟମନ୍ତ୍ରୀଙ୍କ ବିବଶତାକୁ ନେଇ ଦଳେ ଗ୍ୟାଙ୍ଗ କରିଛନ୍ତି, ରାଜ୍ୟରେ ଆଉଟସୋର୍ସ ଶାସନ ଚାଲିଛି’ - Dharmendra Pradhan Targets Bjd

ସେହିପରି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ କହିଛନ୍ତି, ''ରାଜ୍ୟରେ ଏଥର ବିଜେପି ସରକାର ଗଢିବାକୁ ଯାଉଥିବାରୁ କାର୍ଯ୍ୟକର୍ତ୍ତା ଏହି ଶାସନ ସମୟର ସାକ୍ଷୀ ରହିବେ ।'' ସେହିପରି ବାଲେଶ୍ଵର ସାଂସଦ ପ୍ରତାପ ଚନ୍ଦ୍ର ଷଡଙ୍ଗୀ ନିଜ ଅଭିଭାଷଣ ରଖି ରାଜ୍ୟ ସରକାରଙ୍କ ଶାସନ ସମୟରେ ଦୁର୍ନୀତି, ଭ୍ରଷ୍ଟାଚାର ବଢିଥିବା ବେଳେ ମୁଖ୍ୟମନ୍ତ୍ରୀ ଧୃତରାଷ୍ଟ୍ର ସାଜିଛନ୍ତି ବୋଲି କହିଛନ୍ତି । ରାଜ୍ୟ ସଭାପତି ମନମୋହନ ସାମଲ ସଭାମଞ୍ଚରୁ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି, "ରାଜ୍ୟରେ ଏଥର ବିଜେପି ସରକାର ଗଢିବାକୁ କେହି ରୋକିପାରିବେ ନାହିଁ ।" ପ୍ରତ୍ୟେକ କାର୍ଯ୍ୟକର୍ତ୍ତାଙ୍କୁ ସମସ୍ତ ଘରକୁ ଯାଇ ମୋଦିଜୀଙ୍କ ବାର୍ତ୍ତା ପହଞ୍ଚାଇବା ସହ ଆସନ୍ତା ଜୁନ ମାସ ୧୦ ତାରିଖ ବିଜେପି ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ସମାରୋହକୁ ନିମନ୍ତ୍ରଣ କରିବାକୁ ଆହ୍ୱାନ ଦେଇଛନ୍ତି । ସେହିପରି ଲୋକସଭା ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ଉଦବୋଧନ ରଖି କାର୍ଯ୍ୟକର୍ତ୍ତାମାନେ ମିଳିତ ହୋଇ ତୃଣମୂଳ ସ୍ତରରୁ କାର୍ଯ୍ୟ ସମ୍ପାଦନ କରିବା ପାଇଁ ନିବେଦନ କରିଛନ୍ତି ।

ଇଟିଭି ଭାରତ, କେନ୍ଦ୍ରାପଡା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.