ETV Bharat / politics

ବିଜେପି କର୍ମୀଙ୍କୁ ଜବରଦସ୍ତି ବିଜେଡିରେ ମିଶାଇବା ଅଭିଯୋଗ, ଥାନାରେ ଏତଲା - FIR AGAINST KENDUJHAR BJD LEADER

author img

By ETV Bharat Odisha Team

Published : May 19, 2024, 9:24 AM IST

BJD Leader Forced To Join Party: କେନ୍ଦୁଝରରେ ବିଜେଡି ନେତାଙ୍କ ନାଁରେ ସାଂଘାତିକ ଅଭିଯୋଗ । ବିଜେପି କର୍ମୀଙ୍କୁ ଜୋର ଜବରଦସ୍ତି ବିଜେଡିରେ ମିଶାଇଥିବା ଅଭିଯୋଗରେ ଥାନାରେ ଏତଲା । ଅଧିକ ପଢନ୍ତୁ

Kendujhar politics
Kendujhar politics (ETV Bharat Odisha)
Kendujhar politics (ETV Bharat Odisha)

କେନ୍ଦୁଝର: ସାରା ରାଜ୍ୟରେ ନିର୍ବାଚନୀ ଉଷ୍ମତା । ଜୋରଦାର ପ୍ରଚାର ସାଙ୍ଗକୁ ଦଳବଦଳ ଓ ମିଶ୍ରଣ ପର୍ବ ଜାରି ରହିଛି । ଏହାମଧ୍ୟରେ କେନ୍ଦୁଝର ଜିଲ୍ଲାରୁ ବିଜେଡି ବିରୋଧରେ ସାଂଘାତିକ ଅଭିଯୋଗ ଆସିଛି । ବିଜେଡି ନେତା ବିଜେପି କର୍ମୀଙ୍କୁ ଜୋର ଜବରଦସ୍ତ ଦଳରେ ମିଶାଉଥିବା ଅଭିଯୋଗରେ ଟାଉନ ଥାନାରେ ମାମଲା ଦାୟର କରାଯାଇଛି । ତେବେ ବିଜେପିରେ ମିଶିବା ପରେ ପୁଣି ବିଜେଡିରେ ସାମିଲ ହେବା ପାଇଁ ଦଳୀୟ କର୍ମୀ ଓ ନେତା ବାଧ୍ୟ କରାଉଥିବା ଅଭିଯୋଗ ହୋଇଛି ।

ସୋମବାର ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ । ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟରେ ଅନ୍ତର୍ଭୁକ୍ତ ସଂସଦୀୟ କ୍ଷେତ୍ରଗୁଡିକ ବ୍ୟତୀତ ଅନ୍ୟ ଅଞ୍ଚଳଗୁଡିକରେ ପ୍ରଚାର ଅଭିଯାନ ସରଗରମ ରହିଛି । ସହରରୁ ଗାଁ ରାଜନୀତି ଉଠୁଛି ପଡୁଛି । ଏହି ରାଜନୈତିକ ମାହୋଲ ମଧ୍ୟରେ ଦଳବଦଳ ଓ ମିଶ୍ରଣ ପର୍ବ ମଧ୍ୟ ଜାରି ରହିଛି । ଓଡ଼ିଶାରେ ବିଶେଷ କରି ବିଜେଡି ଓ ବିଜେପି ମଧ୍ୟରେ ଦଳ ଡିଆଁ ପର୍ବ ଥମିବାର ନାଁ ନେଉନାହିଁ ।

ଏହାମଧ୍ୟ ପଢନ୍ତୁ.. ଦଳୀୟ ଚିହ୍ନ ଓ ଫଟୋ ଯୁକ୍ତ କଫି ମଗ ବାଣ୍ଟୁଛନ୍ତି ସମ୍ବିତ; ସିଇଓଙ୍କ ଦ୍ୱାରସ୍ଥ ହେଲା ବିଜେଡି - BJD Delegation Meet CEO

ରାଜ୍ୟ କାର୍ଯ୍ୟାଳୟରୁ ଜିଲ୍ଲା କାର୍ଯ୍ୟାଳୟ ପର୍ଯ୍ୟନ୍ତ ଦଳବଦଳ କାର୍ଯ୍ୟକ୍ରମ ଜାରି ରହିଛି । ଶୁକ୍ରବାର କେନ୍ଦୁଝର ବିଜେପି ଜିଲ୍ଲା କାର୍ଯ୍ୟାଳୟରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା । ଏହି ମିଶ୍ରଣ ପର୍ବରେ ରାଜ୍ୟ ବିଜେଡି ଯୁବ ସମ୍ପାଦକ ଅଞ୍ଜନ ବେଜଙ୍କ ସହ ବହୁ ନେତା ବିଜେପିରେ ସାମିଲ ହୋଇଥିଲେ । ମୋଦିଙ୍କ ବିକାଶ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ସେ ବିଜେଡି ଛାଡି ବିଜେପିରେ ସାମିଲ ହୋଇଥିବା ଅଞ୍ଜନ ବେଜ ପ୍ରକାଶ କରିଥିଲେ ।

କିନ୍ତୁ ସନ୍ଧ୍ୟାରେ ଅଞ୍ଜନ ବେଜଙ୍କୁ ପୁନର୍ବାର ବିଜେଡି ଜିଲ୍ଲା କାର୍ଯ୍ୟାଳୟରେ ବିଜେଡି ଉତ୍ତରୀୟ ସହ ଦେଖିବାକୁ ମିଳିଥିଲା । ଏହାକୁ ନେଇ ଜିଲ୍ଲାରେ ରାଜନୀତି ସରଗରମ ହୋଇଥିବା ବେଳେ ଏହି ମାମଲା ଥାନାରେ ପହଞ୍ଚିଛି । ଅଞ୍ଜନ ବେଜ ନିଜେ ଟାଉନ ଥାନାରେ ପହଞ୍ଚି ତାଙ୍କୁ ବିଜେଡିର ଜଣେ ଯୁବନେତା ଜୋର ଜବରଦସ୍ତ ପୁନର୍ବାର ବିଜେଡିରେ ସାମିଲ କରିଥିବା ନେଇ ଅଭିଯୋଗ କରିଛନ୍ତି । ଏନେଇ ତାଙ୍କୁ ଧମକ ଦିଆଯାଇଥିବା ବେଳେ ତାଙ୍କ ଜୀବନ ପ୍ରତି ବିପଦ ଥିବା ପ୍ରକାଶ କରିଛନ୍ତି ଅଞ୍ଜନ ବେଜ ।

ସେପଟେ ଅଞ୍ଜନଙ୍କୁ ସୁରକ୍ଷା ଦେବା ସହ ସେ ବିଜେପି ପାଇଁ କିଭଳି ପ୍ରଚାର ସୁରୁଖୁରରେ କରିପାରିବେ ସେନେଇ ଥାନାରେ ମାମଲା ରୁଜୁ କରିଛନ୍ତି ଜିଲ୍ଲା ବିଜେପି ସଭାପତି ଅଂଶୁମାନ ସବୁଜ ମହାନ୍ତ ବର୍ମା । ଏହି ଏତଲା ପରେ ଟାଉନ ଥାନା ପକ୍ଷରୁ ଏକ ମାମଲା ରୁଜୁ କରାଯାଇଛି । ଏନେଇ ବିଜେଡି ନେତାଙ୍କ ପ୍ରତିକ୍ରିୟା ମିଳି ପାରିନାହିଁ ।

ଇଟିଭି ଭାରତ, କେନ୍ଦୁଝର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.