ETV Bharat / politics

ବିଜେପି ୨୦୧୯ରେ ଦ୍ବିତୀୟ, ୨୪ରେ ୧ ନମ୍ବର ଦଳ ହୋଇଛି: ସମୀର - Samir Mohanty on EXIT POLL - SAMIR MOHANTY ON EXIT POLL

Samir Mohanty on EXIT POLL: ଏକ୍‌ଜିଟ୍‌ ପୋଲ୍‌କୁ ନେଇ ଉତ୍ସାହିତ ବିଜେପି ଶିବିର । ସମୀର କହିଲେ ବିଜେଡି ପାଦ ତଳୁ ମାଟି ଖସିଯାଉଛି । ଓଡ଼ିଶାର ୯୯ ପ୍ରତିଶତ ଜନସାଧାରଣଙ୍କର ଆଶା ଓ ବିଶ୍ବାସ ମୋଦିଙ୍କ ଉପରେ ଓ ବିଜେପି ଉପରେ ଅଛି । ଆମେ ନିଶ୍ଚିତ ଭାବରେ ଏକ ନମ୍ବର ହେବୁ । ଅଧିକ ପଢ଼ନ୍ତୁ

Samir Mohanty on EXIT POLL
Samir Mohanty on EXIT POLL (ETV Bharat Odisha)
author img

By ETV Bharat Odisha Team

Published : Jun 3, 2024, 6:26 PM IST

ଭୁବନେଶ୍ବର: ଆଉ ଗୋଟିଏ ରାତିର ଅପେକ୍ଷା । ରାତି ପାହିଲେ ଆରମ୍ଭ ହେବ ଭୋଟ ଗଣତି । ଇଭିଏମ୍‌ରେ କଏଦ ହୋଇଥିବା ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ । ତେବେ ଏହାପୂର୍ବରୁ ଓଡ଼଼ିଶା ରାଜନୀତିରେ ଏକ୍‌ଜିଟ୍‌ ପୋଲ (ବୁଥ ବାହୁଡ଼ା ଜନମତ) ସୃଷ୍ଟି କରିଛି କମ୍ପନ । ଯାହାକୁ ନେଇ ବିଜେପି ଶିବିର ଖୁବ ଉତ୍ସାହିତ ରହିଥିବାବେଳେ ବିଜେଡି କର୍ମୀ ମହଲରେ ଦେଖାଦେଇଛି ଅସମ୍ଭବ ନୀରବତା । ତେବେ ଏକଜିଟ ପୋଲ୍‌ ଆକଳନରେ କିଛିଟା ଏପଟ ସେପଟ ହୋଇପାରେ, ହେଲେ ବିଜେପି ଏଥର ନିଶ୍ଚୟ ଓଡ଼ିଶାରେ ସରକାର ଗଢ଼ିବ ବୋଲି ଦୃଢ଼ୋକ୍ତି ବାଢ଼ିଛନ୍ତି ରାଜ୍ୟ ବିଜେପିର ପୂର୍ବତନ ସଭାପତି ସମୀର ମହାନ୍ତି ।

Samir Mohanty on EXIT POLL (ETV Bharat Odisha)

ସମୀର କହିଛନ୍ତି, "ଏକଜିଟ୍‌ ପୋଲ ହେଉଛି ଏକ ଅନୁମାନ, ଏଥିରେ ସାମାନ୍ୟ ଏପଟ ସେପଟ ହୋଇପାରେ । ହେଲେ ଓଡିଶାରେ ଲୋକେ ୨୦୧୯ ସାଧାରଣ ନିର୍ବାଚନରେ ବିଜେପିକୁ ୩ ନମ୍ବର ଦଳରୁ ୨ ନମ୍ବର କରିଥିଲେ । ଏଥର ଆମେ ୧ ନମ୍ବର ହେବୁ, ଓଡିଶାବାସୀଙ୍କ ସେବା ପାଇଁ ସୁଯୋଗ ପାଇବୁ । ଏଥିରେ କୌଣସି ସନ୍ଦେହ ନାହିଁ । ଓଡ଼ିଶାରେ ବିଧାନସଭା ହେଉ କିମ୍ବା ରାଜରାସ୍ତାରେ ହେଉ, ରାଜ୍ୟବାସୀଙ୍କ ସ୍ବାର୍ଥ ପାଇଁ ଲଢେଇ କରିଛି ବିଜେପି । ତେଣୁ ଓଡ଼ିଶାର ୯୯ ପ୍ରତିଶତ ଜନସାଧାରଣଙ୍କର ଆଶା ଓ ବିଶ୍ବାସ ମୋଦିଙ୍କ ଉପରେ ଓ ବିଜେପି ଉପରେ ଅଛି । ଆମେ ନିଶ୍ଚିତ ଭାବରେ ଏକ ନମ୍ବର ହେବୁ । ବୁଥ୍‌ ଫେରନ୍ତାଙ୍କ ମତ ପ୍ରକାଶ ପାଇଛି । ଲୋକମାନେ ଆଶୀର୍ବାଦ ଦେଇଛନ୍ତି, ଆମେ ଏକ ନମ୍ବର ହେବୁ ।"

ଏହା ମଧ୍ୟ ପଢ଼ନ୍ତୁ...ଓଡିଶା ସନ୍ଦର୍ଭରେ ଭୁଲ ପ୍ରମାଣିତ ହେବ EXIT POLL: ବିଜେଡି - BJD on EXIT POLLS

ଅନ୍ୟପଟେ ବିଜେଡି ଏହି ଆକଳନକୁ ବାରମ୍ବାର ଖଣ୍ଡନ କରୁଛି । ସବୁ ଏକ୍‌ଜିଟ୍‌ ପୋଲ୍‌କୁ ଭୁଲ ପ୍ରମାଣିତ କରି ଓଡ଼ିଶା ବିଧାନସଭାରେ ୧୧୦-୧୧୫ ବିଧାନ ସଭା ଆସନ ଓ ଲୋକସଭାରେ ୧୨ରୁ ଅଧିକା ଆସନ ହାସଲ କରିବୁ ବୋଲି ଦୃଢୋକ୍ତି ବାଢିଛି ବିଜେଡି । ଏହାକୁ ନେଇ ପ୍ରତିକ୍ରିୟାରେ ସମୀର କହିଛନ୍ତି, ୨୦୧୯ ସାଧାରଣ ନିର୍ବାଚନରେ ଏହି ଏକଜିଟ୍‌ ପୋଲ୍‌କୁ ବିଜେଡି ଗ୍ରହଣ କରୁଥିଲେ, ହେଲେ ଏବେ କରୁନାହାନ୍ତି । ଯେତେବେଳେ ତାଙ୍କ ସପକ୍ଷରେ ଏକ୍‌ଜିଟ୍‌ ପୋଲ୍‌ ଥିବ, ସେମାନେ ଗ୍ରହଣ କରିବେ । ବିଜେଡିର ଗୋଡ ତଳୁ ମାଟି ଖସି ଯାଉଛି ।"

ଏହା ମଧ୍ୟ ପଢ଼ନ୍ତୁ...ଦେଶରେ ଏକଜିଟ ପୋଲ ଡ୍ରାମା ଚାଲିଛି, ଏହା ସମ୍ପୂର୍ଣ୍ଣ ନକଲି: କଂଗ୍ରେସ - Congress on Exit Polls 2024

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.