ETV Bharat / politics

ପାଣ୍ଡିଆନଙ୍କ ଉପରେ ବର୍ଷିଲେ ବୈଜୟନ୍ତ, ମୋଦି ଗ୍ୟାରେଣ୍ଟି କଥା କହିଲେ - BJP targets BJD

author img

By ETV Bharat Odisha Team

Published : May 28, 2024, 9:32 AM IST

Lok Sabha Election 2024: ଭିକେ ପାଣ୍ଡିଆନଙ୍କୁ ଉପରେ ବର୍ଷିଲେ କେନ୍ଦ୍ରପଡା ବିଜେପି ଲୋକସଭା ପ୍ରାର୍ଥୀ ବୈଜୟନ୍ତ ପଣ୍ଡା । ଚାକିରି କରିବାକୁ ଆସି ଜଣେ ଅଧିକାରୀ କିପରି ତାମିଲନାଡୁର ଚତୁର୍ଥ ନମ୍ବର ଧନୀ ହେଲେ ବୋଲି ସେ ପ୍ରଶ୍ନ କଲେ । ଅଧିକ ପଢନ୍ତୁ

ବିଜେଡି ନେତା ପାଣ୍ଡିଆନଙ୍କ ଉପରେ ବର୍ଷିଲେ ବୈଜୟନ୍ତ, ମୋଦି ଗ୍ୟାରେଣ୍ଟି କଥା କହିଲେ
ବିଜେଡି ନେତା ପାଣ୍ଡିଆନଙ୍କ ଉପରେ ବର୍ଷିଲେ ବୈଜୟନ୍ତ, ମୋଦି ଗ୍ୟାରେଣ୍ଟି କଥା କହିଲେ (ETV Bharat Odisha)

କେନ୍ଦ୍ରାପଡ଼ା: ଜୁନ ୧ରେ ରାଜ୍ୟରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ । କେନ୍ଦ୍ରାପଡା, ଜଗତସିଂହପୁର, ଯାଜପୁର ସମେତ ୬ ଲୋକସଭା ଆସନରେ ହେବ ଅନ୍ତମ ଲଢେଇ । ଏହାକୁ ନେଇ ବିଜେପି ଓ ବିଜେଡି ମଧ୍ୟରେ ଆରୋପ, ପ୍ରତ୍ୟାରୋପ, ଆକ୍ଷେପ, ସମାଲୋଚନା ତୀବ୍ର ହୋଇଛି । ଦୁଇ ଦଳର ନେତା ପରସ୍ପରକୁ ଜୋରଦାର ଆକ୍ରମଣ କରୁଛନ୍ତି । ଏହି କ୍ରମରେ କେନ୍ଦ୍ରାପଡା ପାଟକୁରା ନିର୍ବାଚନ ମଣ୍ଡଳୀରେ ଆୟୋଜିତ ଏକ ଜନସଭାରେ 5T ଅଧ୍ୟକ୍ଷ ତଥା ବିଜେଡି ନେତା ଭିକେ ପାଣ୍ଡିଆନଙ୍କୁ ଟାର୍ଗେଟ କରି ଖୁବ୍ ବର୍ଷିଛନ୍ତି ବିଜେପି ଲୋକସଭା ପ୍ରାର୍ଥୀ ବୈଜୟନ୍ତ ପଣ୍ଡା । ଚାକିରି କରିବାକୁ ଆସି ଜଣେ ଅଧିକାରୀ କିପରି ତାମିଲନାଡୁର ଚତୁର୍ଥ ନମ୍ବର ଧନୀ ହେଲେ ବୋଲି ପ୍ରଶ୍ନ କରିଛନ୍ତି ବୈଜୟନ୍ତ ।

ପାଣ୍ଡିଆନଙ୍କ ଉପରେ ବର୍ଷିଲେ ବୈଜୟନ୍ତ (ETV Bharat Odisha)

ରତ୍ନଭଣ୍ଡାର ଚାବି ପ୍ରସଙ୍ଗକୁ ଉପସ୍ଥାପିତ କରି ଏହି ଚାବି ଏବେ ତାମିଲନାଡୁ ପଳାଇଛି କି ବୋଲି ବୈଜୟନ୍ତ କଟାକ୍ଷ କରିଛନ୍ତି । ବିଜେପି ଲୋକସଭା ପ୍ରାର୍ଥୀ ଆହୁରି କହିଛନ୍ତି ଯେ, 5Tର ଅର୍ଥ 5 ତାମିଲ ପ୍ରଶାସକ ଯେଉଁମାନେ ମୁଖ୍ୟମନ୍ତ୍ରୀଙ୍କୁ ଗୃହବନ୍ଦୀ କରି ରଖିଛନ୍ତି । ସେ କେନ୍ଦ୍ରାପଡା ଲୋକମାନଙ୍କ ସହ ବିଗତ ଦିନରେ ଥିଲେ, ଆଜି ଅଛନ୍ତି ଓ ଆଗକୁ ରହିବେ । ତାଙ୍କର କାର୍ଯ୍ୟକାଳ ମଧ୍ୟରେ କେନ୍ଦ୍ରାପଡା ଜିଲ୍ଲାରେ ବହୁ ସମସ୍ୟା ଦୂର ହୋଇଛି । ନଦୀଗୁଡିକ ଉପରେ ସେତୁ ନିର୍ମାଣର ଲଗାତାର ସମୀକ୍ଷା ଫଳରେ ସେତୁ ନିର୍ମାଣ ହୋଇପାରିଛି । ସେହିପରି ଆଜିକା ଦିନରେ ଓଭରହେଡ ପାଣିଟାଙ୍କି ପାଇଁ ଲୋକମାନେ ମୁନ୍ଦାଏ ପାଣି ପାଇ ପାରୁଛନ୍ତି ବୋଲି ବିଜେପି ବିଧାୟକ ପ୍ରାର୍ଥୀ ତେଜେଶ୍ୱର ପରିଡ଼ା କହିବା ସହ ରାଜ୍ୟ ସରକାରଙ୍କୁ ଅପାରଗ ସରକାର କହି ତାତ୍ସଲ୍ୟ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ଜଗତସିଂହପୁରରେ ମୁଖ୍ୟମନ୍ତ୍ରୀଙ୍କ ପ୍ରଚାର, କହିଲେ ବିରୋଧୀ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି - CM Naveen Patnaik Campaign

ଏହା ମଧ୍ୟ ପଢନ୍ତୁ: ହିଞ୍ଜିଳିରୁ ହାରୁଛନ୍ତି ନବୀନ, ଏମିତି କାହିଁକି କହିଲେ ପ୍ରଦୀପ ପାଣିଗ୍ରାହୀ - PRADEEP TARGETS Bjd

ସୋମବାର ଅପରାହ୍ନରେ ପାଟକୁରା ନିର୍ବାଚନ ମଣ୍ଡଳୀ ରଙ୍କାଳୋ ପଡ଼ିଆରେ ଏହି ବିରାଟ ଜନସଭା ଆୟୋଜିତ ହୋଇଥିଲା । ଏଥିରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ମୁଖ୍ୟ ଅତିଥି ଭାବରେ ଯୋଗଦେଇ ମୋଦି ଗ୍ୟାରେଣ୍ଟି କଥା କହି ବୈଜୟନ୍ତଙ୍କ ସମେତ ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସାତୋଟି ବିଧାନସଭା ନିର୍ବାଚନ ମଣ୍ଡଳୀର ଦଳୀୟ ବିଧାୟକ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଥିଲେ ।

ଇଟିଭି ଭାରତ, କେନ୍ଦ୍ରାପଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.