ETV Bharat / politics

ଓଡ଼ିଶାରେ ବିଜେପିର ଶୀର୍ଷ ନେତୃତ୍ବଙ୍କର ମାରାଥନ ପ୍ରଚାର, ଭୋଟ ମାଗିବେ ଡ୍ରିମ ଗାର୍ଲ - BJP MARATHON CAMPAIGN - BJP MARATHON CAMPAIGN

BJP MARATHON CAMPAIGN IN ODISHA: ବିଜେପିର ଫୋକସରେ ଓଡ଼ିଶା । ରାଜ୍ୟରେ ବିଜେପି ସରକାର ଗଢିବାର ଲକ୍ଷ୍ୟକୁ ନେଇ କେନ୍ଦ୍ର ନେତୃତ୍ୱଙ୍କର ମାରାଥନ ପ୍ରଚାର । ଆସନ୍ତା ୧୭ ତାରିଖରେ ଭୁବନେଶ୍ୱର ଉତ୍ତରରେ ପ୍ରଚାର କରିବେ ହେମା ମାଳିନୀ । ଅଧିକ ପଢନ୍ତୁ

ଓଡ଼ିଶାରେ ବିଜେପିର ଶୀର୍ଷ ନେତୃତ୍ବଙ୍କର ମାରାଥନ ପ୍ରଚାର ,ସାମିଲ ହେବେ ଡ୍ରିମଗାର୍ଲ ହେମାମାଳିନୀ
ଓଡ଼ିଶାରେ ବିଜେପିର ଶୀର୍ଷ ନେତୃତ୍ବଙ୍କର ମାରାଥନ ପ୍ରଚାର ,ସାମିଲ ହେବେ ଡ୍ରିମଗାର୍ଲ ହେମାମାଳିନୀ (ETV Bharat Odisha)
author img

By ETV Bharat Odisha Team

Published : May 15, 2024, 7:48 PM IST

ଓଡ଼ିଶାରେ ବିଜେପିର ଶୀର୍ଷ ନେତୃତ୍ବଙ୍କର ମାରାଥନ ପ୍ରଚାର ,ସାମିଲ ହେବେ ଡ୍ରିମଗାର୍ଲ ହେମାମାଳିନୀ (ETV Bharat Odisha)

ଭୁବନେଶ୍ବର: ଓଡ଼ିଶାରେ ବିଜେପିର ଶୀର୍ଷ ନେତୃତ୍ବ ବା ହେବିୱେଟମାନେ ମାରାଥନ ପ୍ରଚାର । ଏହି ପ୍ରଚାରରେ ଆଜି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି.ନଡ୍ଡା ଓ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ସାମିଲ ହୋଇ ଥିବାବେଳେ ଆସନ୍ତାକାଲି ଭୁବନେଶ୍ୱରରେ ରୋଡ଼ ଶୋ କରିବେ ନଡ୍ଡା । ନଡ୍ଡା ୨ ଦିନିଆ ଗସ୍ତରେ ଆସୁଥିବା ବେଳେ ଆଜି ସନ୍ଧ୍ୟାରେ ଭୁବନେଶ୍ୱରରେ ପହଞ୍ଚିବା ପରେ ଏକ ଘରୋଇ ହୋଟେଲରେ ବିଜେପି ମହିଳା ମୋର୍ଚ୍ଚର ଏକ ବୈଠକରେ ଯୋଗ ଦେବେ । ସେହିପରି ଆସନ୍ତା ଦିନରେ ବିଜେପି ଶାସିତ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ରହିଥିବା ବେଳେ ରାଜଧାନୀରେ ପ୍ରଚାର କରିବେ ଡ୍ରିମଗାର୍ଲ ହେମାମାଳିନୀ । ଏନେଇ ଆଜି ସୂଚନା ଦେଇଛନ୍ତି ବିଜେପି ଉପସଭାପତି ଗୋଲକ ମହାପାତ୍ର ।

ଆସନ୍ତାକାଲି ସକାଳୁ ଜେ.ପି.ନଡ୍ଡା ମାଉସୀ ମା' ଠାରୁ ଲିଙ୍ଗରାଜ ମନ୍ଦିର ଯାଏଁ ରୋଡ଼ ଶୋ କରିବେ । ପରେ ପଦ୍ମପୁର ଓ ସୁନ୍ଦରଗଡ ସମାବେଶରେ ଯୋଗ ଦେବେ । ସେହିପରି ଆସନ୍ତାକାଲି ବା ୧୬ ତାରିଖରେ ଆସାମର ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ୱଶର୍ମା- ୩ଟି ସ୍ଥାନରେ ସଭା ହେବ । ବ୍ରଜରାଜନଗର, ବଣେଇ ଏବଂ ବରଗଡର ଅତାବିରା ତଥା ରାତ୍ରିରେ ଭୁବନେଶ୍ୱରର ଜଟଣୀରେ ସଭା କରିବେ । ସେହିପରି ଛତିଶଗଡର ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ ଗସ୍ତ କରୁଛନ୍ତି । ସୁନ୍ଦରଗଡର ତଳସରା, ବରଗଡର ବିଜେପୁର ଏବଂ ବଲାଙ୍ଗୀର ବିରମହାରାଜପୁରରେ କରିବେ ସଭା । ସେହିପରି ୧୭ ତାରିଖରେ ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମାଙ୍କର କବିସୂର୍ଯ୍ୟନଗର, କଣ୍ଟାବାଞ୍ଜି, ଲୋଇସିଙ୍ଗା, ସନ୍ଧ୍ୟାରେ ସତ୍ୟବାଦୀ ଓ ପିପିଲିରେ ସଭା କରିବେ । ଛତିଶଗଡର ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ ସୁନ୍ଦରଗଡ ଏବଂ ରାଜଗାଙ୍ଗପୁର ଓ ବୀରମିତ୍ରପୁରରେ ସଭା କରିବେ ।

ସେହିପରୀ ସେହି ୧୭ ତାରିଖରେ ହେମା ମାଳିନୀ ଭୁବନେଶ୍ୱର ଉତ୍ତର, କଟକ କିଶୋରନଗର, ପିପିଲିରେ ରୋଡ ସୋରେ ଯୋଗ ଦେବେ । ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଭଜନ ଲାଲ ଶର୍ମା ଆସିକାର ସାନଖେମୁଣ୍ଡି, କନ୍ଧମାଳର ଦଶପଲ୍ଲା, ଜି. ଉଦୟଗିରିରେ ସଭା କରିବେ । ସେହିପରି ଅମିତ ଶାହ ରାଉରକେଲାରେ ସଭା କରିବେ । ଏହାସହ ରେଳମନ୍ତ୍ରୀ ଅଶ୍ୱନୀ ବୈଷ୍ଣବ ୧୭ ଓ ୧୮ତାରିଖ ଓଡ଼ିଶା ଗସ୍ତ କରିବେ । ୧୭ରେ କଟକର ନରସିଂହପୁର, ଆଠଗଡରେ ସଭା କରିବେ । ୧୮ରେ ସୁନ୍ଦରଗଡ ବଣେଇ, ସୁନ୍ଦରଗଡ ଲୋକସଭା କ୍ଷେତ୍ରରେ ସଭା କରିବେ ବୋଲି ବିଜେପି ଉପସଭାପତି ଗୋଲକ ମହାପାତ୍ର ସୂଚନା ଦେଇଛନ୍ତି ।

ଏହା ମଧ୍ୟ ପଢନ୍ତୁ......କଟକରେ ଅମିତ ଶାହ କରିବେ ରୋଡ ସୋ', ବିଜେପିକୁ ବଳ ଯୋଗାଇବ କି ଶାହଙ୍କ ଗସ୍ତ ? - Amit Shah Roadshow

ଅନ୍ୟପଟେ ଗୋଲକ ମହାପାତ୍ର କହିଛନ୍ତି," ଓଡ଼ିଆ ଅସ୍ମିତା ଆଜି ବିପଦରେ । ତେଣୁ ଓଡ଼ିଆ ଅସ୍ମିତାକୁ ଉଜ୍ଜିଜୀବିତ କରିବା ଓ ଲୋକଙ୍କ ପାଖରେ ପ୍ରଧାନମନ୍ତ୍ରୀଙ୍କ ଗରିବ କଲ୍ୟାଣ ଯୋଜନା ପହଞ୍ଚାଇବା ପାଇଁ ଓଡ଼ିଶାରେ ବିଜେପି ସରକାର ଗଢିବାର ଲକ୍ଷ୍ୟକୁ ନେଇ କେନ୍ଦ୍ର ନେତୃତ୍ୱଙ୍କର ଏଭଳି ମାରାଥନ ପ୍ରଚାର କରାଯାଉଛି । କାରଣ ଓଡ଼ିଶାର ବିକାଶ ଦିଗରେ କେନ୍ଦ୍ରୀୟ ନେତୃତ୍ୱ ଚିନ୍ତିତ ଓ ପ୍ରୟାସରତ । ତେଣୁ ଏଥର ଓଡ଼ିଶାରେ ବିଜେପି ସରକାର ଗଢିବାର ଦୃଢୋକ୍ତିକୁ ନେଇ ଏହି ପ୍ରଚାର କରାଯାଉଛି ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.