ETV Bharat / politics

ପିପିଲି ବିଧାୟକ ରୁଦ୍ର ମହାରଥୀଙ୍କୁ ଆକ୍ରମଣ: ଗାଡି ଭଙ୍ଗାରୁଜା, ୨ ବିଜେପି ସମର୍ଥକ ଗିରଫ - Attack on BJD MLA Rudra Maharathy

author img

By ETV Bharat Odisha Team

Published : May 27, 2024, 8:14 AM IST

Updated : May 27, 2024, 8:51 AM IST

Attack on Pipili MLA Rudra Maharathy: ରୁଦ୍ର ମହାରଥୀଙ୍କ ଆକ୍ରମଣ ଅଭିଯୋଗ । କାର ଭାଙ୍ଗିବା ସହ ଆକ୍ରମଣ ଉଦ୍ୟମ । ୨ ବିଜେପି ସମର୍ଥକ ଗିରଫ । ଆକ୍ରମଣ ପଛରେ ବିଜେପି ପ୍ରାର୍ଥୀ ପ୍ରଭାତୀ ପରିଡାଙ୍କ ହାତ ଥିବା ଅଭିଯୋଗ ଆଣିଲା ବିଜେଡି । ଅଧିକ ପଢନ୍ତୁ

Attack on Pipili MLA Rudra Maharathy
Attack on Pipili MLA Rudra Maharathy (ETV Bharat Odisha)

ନିମାପଡା: ପିପିଲି ବିଧାୟକ ରୁଦ୍ର ମହାରଥୀଙ୍କୁ ଆକ୍ରମଣ । ବିଧାୟକଙ୍କ ଗାଡି ଭାଙ୍ଗିବା ସହ ଆକ୍ରମଣ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି । ଏହି ଆକ୍ରମଣ ପଛରେ ବିଜେପି ପ୍ରାର୍ଥୀ ପ୍ରଭାତୀ ପରିଡା ଓ ସମୀର ଦାଶଙ୍କ ହାତ ଥିବା ପ୍ରେସମିଟରେ ଅଭିଯୋଗ ଆଣିଛି ବିଜେଡି । ହାରିବା ଭୟରେ ବିଜେପି ଏଭଳି ଅମାନୁଷିକ ଆକ୍ରମଣ କରିବା ଘଟଣାକୁ ନିନ୍ଦା କରିବା ସହିତ ଭୋଟର ଏହାର ଜବାବ ଦେବେ ବୋଲି କହିଛି ବିଜେଡି ।

ଓଡିଶା ରାଜନୀତିରେ ନିମାପଡ଼ା ନିର୍ବାଚନ ମଣ୍ଡଳୀ ଉଷ୍ମତାର ଶୀର୍ଷରେ ଥିବାବେଳେ ରବିବାର ପ୍ରଥମ ଥର ପାଇଁ ନିର୍ବାଚନୀ ହିଂସା ଘଟିଥିବା ଅଭିଯୋଗ ହୋଇଛି । ନିମାପଡ଼ା ନିର୍ବାଚନ ମଣ୍ଡଳୀର ସ୍ୱତନ୍ତ୍ର ପର୍ଯ୍ୟବେକ୍ଷକ ତଥା ବିଧାୟକ ରୁଦ୍ର ପ୍ରତାପ ମହାରଥୀ ରବିବାର ଦିନ ତମ୍ପାଳୋ ପଞ୍ଚାୟତରେ ସାଙ୍ଗଠନିକ ବୈଠକ ସାରି ତେରୁଣ୍ଡିଆ ପଞ୍ଚାୟତ ଦେଇ ପିପିଲି ଫେରୁଥିବା ବେଳେ ତେରୁଣ୍ଡିଆ ମଠସାହିଠାରେ କିଛି ବ୍ୟକ୍ତି ତାଙ୍କ ଗାଡି ଆଗକୁ ଅଚାନକ ମାଡି ଆସିଥିଲେ । ଗାଡି ଚାଳକ ଗାଡି ଅଟକାଇବାରୁ ସେମାନେ ଗାଡିକୁ ଘେରିଯାଇ ସଂଘବଦ୍ଧ ଭାବେ ଆକ୍ରମଣ କରିବାରୁ ଗାଡି ଭାଙ୍ଗିରୁଜି ଯାଇଥିଲା ।

ଏହାମଧ୍ୟ ପଢନ୍ତୁ... ମତଦାନ ବେଳେ ପିପିଲିରେ ଉତ୍ତେଜନା, ଭୋଟରଙ୍କୁ ପ୍ରଭାବିତ କରାଯାଉଥିବା ଅଭିଯୋଗ - Clash In Polling Booth

ଏନେଇ ରୁଦ୍ର ମହାରଥି କହିଛନ୍ତି ଯେ, ଆକ୍ରମଣକାରୀମାନେ ବିଜେପି ନାରା ଦେଉଥିବା ବେଳେ ସେମାନେ ବିଜେପି ସମର୍ଥକ । ଏହା ଏକ ପୂର୍ବ ଯୋଜନା ମୁତାବକ ଆକ୍ରମଣ । ବିଜେପି ବିଧାୟିକା ପ୍ରାର୍ଥୀ ପ୍ରଭାତୀ ପରିଡାଙ୍କ ନିଜ ପଞ୍ଚାୟତ ହୋଇଥିବାରୁ ସେମାନେ ଆକ୍ରୋଶମୂଳକ ଭାବେ ଏହା କରିଛନ୍ତି ।

ବିଜେପି ନିର୍ବାଚନୀ ହାରିବା ଭୟରେ ଭୟଭୀତ ହୋଇ ଏଭଳି ହିଂସାକାଣ୍ଡ ଘଟାଉଥିବା ଅଭିଯୋଗ କରିଛି ବିଜେଡି । ଏନେଇ ପ୍ରେସମିଟ କରି ଦଳ ପକ୍ଷରୁ ସୂଚନା ଦିଆଯାଇଛି । ସାମ୍ବାଦିକ ସମ୍ମିଳନୀରେ ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆ, ପୁଷ୍ପନେନ୍ଦ୍ର ସିଂଦେଓ, ପୁରୀ ଜିଲ୍ଲା ବିଜେଡି ସଭାପତି ଦିବାକର ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । ପ୍ରଭାତୀ ପରିଡ଼ାଙ୍କ ପଞ୍ଚାୟତରେ ଏହି ଆକ୍ରମଣ ହୋଇଥିବାରୁ ଏହି ଆକ୍ରମଣ ପଛରେ ତାଙ୍କର ହାତ ଥିବା ଅଭିଯୋଗ କରିଛି ବିଜେଡି । ହାରିବା ଭୟରେ ଭୟଭୀତ ହୋଇ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଏହି ଆକ୍ରମଣ ପଛରେ ପ୍ରଭାତୀ ପରିଡା ଓ ସମୀର ଦାଶଙ୍କ ହାତ ରହିଥିବା ଅଭିଯୋଗ ଆଣିଛନ୍ତି ପୁଷ୍ପନେନ୍ଦ୍ର ସିଂହଦେଓ । ସେପଟେ ଭୟଭୀତ ହୋଇ ବିଜେପି ଏଭଳି ଅମାନୁଷିକ ଭାବରେ ଆକ୍ରମଣ କରିବା ଘଟଣାକୁ ବିଜେଡି ନିନ୍ଦା କରିବା ସହିତ ଭୋଟର ଏହାର ଜବାବ ଦେବେ ବୋଲି କହିଛନ୍ତି ଶୁଭାଶିଷ ଖୁଣ୍ଟିଆ । ଅନ୍ୟପଟେ ଏହି ମାମଲାରେ ନିମାପଡ଼ା ଥାନାରେ ଅଭିଯୋଗ ହେବାପରେ ୨ଜଣ ବିଜେପି ସମର୍ଥକଙ୍କୁ ପୋଲିସ ଗିରଫ କରିଛି ।

ଇଟିଭି ଭାରତ, ନିମାପଡା

Last Updated : May 27, 2024, 8:51 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.