ETV Bharat / politics

ଅନୁଗୋଳରେ ଗର୍ଜିଲେ ମୋଦି: ‘ବିଜେଡି ହିଁ ଓଡିଶାର ବର୍ବାଦୀର କାରଣ, ଏଥର ଯିବା ଥୟ’ - PM Targets BJD Govt - PM TARGETS BJD GOVT

PM Targets BJD Govt: ରାଜ୍ୟର ବର୍ବାଦୀର କାରଣ ହିଁ ବିଜେଡି ସରକାର । ଏଥର ପରିବର୍ତ୍ତନ । ଜୁନ 10 ତାରିଖରେ ବିଜେପି ସରକାରର ଶପଥ ଗ୍ରହଣ ଉତ୍ସବ । ମନେ ରଖନ୍ତୁ, ନିମନ୍ତ୍ରଣ ରହିଲା ନିଶ୍ଚୟ ଆସିବେ କହିଲେ ପ୍ରଧାନମନ୍ତ୍ରୀ । ଆଉ କଣ କଣ କହିଛନ୍ତି ପ୍ରଧାନମନ୍ତ୍ରୀ । ପଢନ୍ତୁ ପୁରା ଖବର ।

PM TARGETS BJD GOVT
PM TARGETS BJD GOVT (ETV Bharat Odisha)
author img

By ETV Bharat Odisha Team

Published : May 20, 2024, 12:48 PM IST

ଅନୁଗୋଳ: ରାଜ୍ୟରେ ଏଥର ଡବଲ ଇଞ୍ଜିନ ସରକାର ଗଠନ ହେବାକୁ ଯାଉଛି । ଏଥର ବିଜେଡି ସରକାରର ପତନ ନିଶ୍ଚିତ । ଓଡିଶାରେ ପ୍ରାକୃତିକ ସମ୍ପଦ ଭରପୂର ରହିଛି, ତଥାପି ରାଜ୍ୟର ଏପରି ସ୍ଥିତି ପାଇଁ କେବଳ ବିଜେଡି ସରକାର ହିଁ ଦାୟୀ । କାମଧନ୍ଦା ପାଇଁ ଯୁବକମାନେ ବାହାର ରାଜ୍ୟକୁ ଯାଉଛନ୍ତି । ଏପରି କଷ୍ଟ ଦେଖି ଦୁଃଖ ଲାଗୁଛି । ଓଡିଶାରେ ଭ୍ରଷ୍ଟାଚାରୀମାନେ ମୁଖ୍ୟମନ୍ତ୍ରୀଙ୍କୁ ଘେରି ରହିଛନ୍ତି । ଜଗନ୍ନାଥ ମନ୍ଦିର ମଧ୍ୟ ଏମାନଙ୍କ ଶାସନରେ ସୁରକ୍ଷିତ ନୁହେଁ । ରତ୍ନଭଣ୍ଡାର ଚାବି ହଜିଲା କେମିତି । ହେଲେ ଏଥର ବିଜେଡି ସରକାର ଯିବା ଥୟ । ବିଜେପି ରାଜ୍ୟରେ ସରକାରକୁ ଆସିବା ପରେ ରତ୍ନଭଣ୍ଡାର ରିପୋର୍ଟ ସାର୍ବଜନୀନ କରିବ । ଆଜି ଏପରି ଢଙ୍ଗରେ ବିଜେଡି ସରକାର ଉପରେ ଭୀଷଣ ବର୍ଷିିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ଆଜି (ସୋମବାର) ସକାଳୁ ପୁରୀରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ଓ ପରେ ବଡଦାଣ୍ଡରେ ବିଶାଳ ରୋଡ ସୋ’ କରିବା ପରେ ଅନୁଗୋଳରେ ବିଶାଳ ଜନସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ । ପୂର୍ବଥର ପରି ରାଜ୍ୟର ଅସ୍ମିତା, ଜଗନ୍ନାଥ ସଂସ୍କୃତି, ରତ୍ନଭଣ୍ଡାର ଚାବି ପ୍ରସଙ୍ଗ, ଦୁର୍ନୀତି, ଗରିବୀ ପରି ଏକାଧିକ ସମ୍ବେଦନଶୀଳ ପ୍ରସଙ୍ଗରେ ନବୀନ ସରକାରକୁ ଆକ୍ରମଣାତ୍ମକ ସମାଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ । ରାଜ୍ୟରେ ଏଥର ପରିବର୍ତ୍ତନ ନିଶ୍ଚିତ ବୋଲି କହି ପ୍ରଧାନମନ୍ତ୍ରୀ ପୁଣି ବ୍ରହ୍ମପୁର ସଭାରେ ଘୋଷଣା କରିଥିବା ଶପଥ ଗ୍ରହଣ ସମାରୋହ ତାରିଖକୁ ଦୋହରାଇଛନ୍ତି । ରାଜ୍ୟବାସୀଙ୍କୁ ବିଜେପି ସରକାର ଶପଥଗ୍ରହଣ ସମାରୋହକୁ ଆସିବାକୁ ନିମନ୍ତ୍ରଣ କରିଛନ୍ତି । 10 ତାରିଖରେ ଶପଥ ବିଧି ହେବା ନେଇ ପୁଣି ଥରେ ଦମ୍ଭୋକ୍ତି ସହ ମନେ ପକାଇଛନ୍ତି ମୋଦି ।

ଏହା ମଧ୍ୟ ପଢନ୍ତୁ :- କଟକରେ ସାଧାରଣ ସଭାରେ ଉଦବୋଧନ ଦେଉଛନ୍ତି ପ୍ରଧାନମନ୍ତ୍ରୀ ମୋଦି, ଦେଖନ୍ତୁ LIVE - PM Modi At Cuttack

ପ୍ରଧାନମନ୍ତ୍ରୀ କହିଛନ୍ତି,‘‘ସମସ୍ତ ସମ୍ପଦ ଓ ସମ୍ଭାବନା ଥିବା ସତ୍ତ୍ବେ ଓଡିଶା ଏତେ ପଛୁଆ କାହିଁକି । ଓଡିଶାରେ ଯେଉଁ ଗରିବୀ ଦେଖୁଛି, ମତେ ଦୁଃଖ ଲାଗୁଛି । ଏହାର କାରଣ କେବଳ ବିଜେଡି ସରକାର । ପୁରା ଭ୍ରଷ୍ଟାଚାରୀମାନେ ମୁଖ୍ୟମନ୍ତ୍ରୀ ବାସଭବନ ଓ କାର୍ଯ୍ୟାଳୟକୁ କବଜାରେ ରଖିଛନ୍ତି । ବିଜେଡିର ଛୋଟମୋଟ ନେତା ବି ଏବେ କୋଟିପତି ହୋଇସାରିଲାଣି । ବିଜେଡି ସରକାରରେ ଜଗନ୍ନାଥ ମନ୍ଦିର ମଧ୍ୟ ସୁରକ୍ଷିତ ନୁହେଁ । 6ବର୍ଷ ହେଇଗଲା, ଏପର୍ଯ୍ୟନ୍ତ ରତ୍ନଭଣ୍ଡାରର ଚାବି ମିଳୁନି । ଆପଣଙ୍କୁ ମୋଦି ଗ୍ୟାରେଣ୍ଟି ଦେଇ ଯାଉଛି, ଆପଣ ଏଠାରେ ବିଜେପି ସରକାରକୁ କ୍ଷମତାକୁ ଆଣନ୍ତୁ । ଓଡିଶାର ପୁଅ କିମ୍ବା ଝିଅ ହିଁ ରାଜ୍ୟର ମୁଖ୍ୟମନ୍ତ୍ରୀ ହେବେ । ତାରିଖ କହି ସାରିଛି, ମନେ ଅଛି କି ନାହିଁ । 10 ଜୁନରେ ଓଡିଶାରେ ‘ଡବଲ ଇଞ୍ଜିନ’ ସରକାରର ଶପଥ ଗ୍ରହଣ ସମାରୋହ ହେବ । ଏକବିଂଶ ଶତାବ୍ଦୀରେ ଓଡିଶାକୁ ଦ୍ରୁତ ବିକାଶମୁଖୀ ସରକାର ଦରକାର । ବିଜେଡି ଏହାକୁ ସଫଳ କରିପାରିବ ନାହିଁ । ଚାଷୀ, ଯୁବକଙ୍କ ପାଇଁ ବିଜେପି ସରକାର କାମ କରିବ । ରାଜ୍ୟରେ ପ୍ରଧାନମନ୍ତ୍ରୀ ସେଚନ ଯୋଜନା କାର୍ଯ୍ୟକାରୀ ହେବ । ରାଜ୍ୟର କୃଷକଙ୍କୁ ଧାନ କ୍ବିଣ୍ଟାଲ 31 ଶହ ଟଙ୍କା ହେବ । ଏକଥା ସମସ୍ତ ଚାଷୀ ଭାଇଙ୍କୁ ଜଣାନ୍ତୁ ।’’

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.