ETV Bharat / politics

କେନ୍ଦୁଝରରେ ପ୍ରଚାର କଲେ ଅରୁଣ ଗୋଭିଲ; ଡବଲ ଇଞ୍ଜିନ ସରକାର ପାଇଁ କଲେ ନିବେଦନ - Arun Govil Campaign in Kendujhar

Arun Govil Campaign in Kendujhar: କେନ୍ଦୁଝର ଚମ୍ପୁଆ ଓ ତେଲକୋଇ ନିର୍ବାଚନ ମଣ୍ଡଳୀରେ ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କଲେ ବିଜେପି ନେତା ତଥା ରାମାୟଣ ଧାରାବାହିକର ରାମ ଚରିତ୍ରରେ ବେଶ ଲୋକପ୍ରିୟତା ସାଉଁଟିଥିବା ଅରୁଣ ଗୋଭିଲ । ରାଜ୍ୟରେ ଡବଲ ଇଞ୍ଜିନ ସରକାର ପାଇଁ କଲେ ନିବେଦନ । ଅଧିକ ପଢ଼ନ୍ତୁ

Arun Govil Campaign in Kendujhar
Arun Govil Campaign in Kendujhar (ETV Bharat Odisha)
author img

By ETV Bharat Odisha Team

Published : May 22, 2024, 10:20 PM IST

Arun Govil Campaign in Kendujhar (ETV Bharat Odisha)

କେନ୍ଦୁଝର: ଜିଲ୍ଲାରେ ସାଧାରଣ ନିର୍ବାଚନକୁ ମାତ୍ର ଦୁଇ ଦିନ । ଏହି ଦୁଇ ଦିନରେ ରାଜ୍ୟରେ ସବୁ ଦଳ ପକ୍ଷରୁ ଚାଲିଛି ଘମାଘୋଟ ପ୍ରଚାର ଲଢେଇ । ରାଜ୍ୟରେ ବିଜେଡି ସରକାରକୁ ହଟାଇ ସରକାର ଗଢ଼ିବାକୁ ଏବେ ଅଣ୍ଟା ଭିଡିଛି ବିଜେପି । ସେଥିପାଇଁ ରାଜ୍ୟରେ ସବୁଦିନ ଦଳର କେନ୍ଦ୍ରୀୟ ନେତାଙ୍କର ଚାଲିଛି ମାରାଥନ ପ୍ରଚାର । ଏହି କ୍ରମରେ ଆଜି (ବୁଧବାର) କେନ୍ଦୁଝର ଜିଲ୍ଲା ଗସ୍ତରେ ଥିଲେ ବଲିଉଡ କଳାକାର ତଥା ରାମାୟଣ ଧାରାବାହିକର ରାମ ଚରିତ୍ରରେ ବେଶ ଲୋକପ୍ରିୟତା ସାଉଁଟିଥିବା ଅରୁଣ ଗୋଭିଲ ।

ଅଭିନେତା ତଥା ବିଜେପି ନେତା ଅରୁଣ ଗୋଭିଲ ପ୍ରଥମେ ଚମ୍ପୁଆ ନିର୍ବାଚନ ମଣ୍ଡଳୀର ଚମ୍ପୁଆ ଖେଳ ପଡିଆରେ ପହଞ୍ଚି ଏକ ବିରାଟ ବିଜୟ ସଂକଳ୍ପ ସମାବେଶରେ ସାମିଲ ହୋଇଥିଲେ । ସେଠାରେ ବିଜେପିର ଚମ୍ପୁଆ ବିଧାୟକ ପ୍ରାର୍ଥୀ ମୁରଲୀ ମନୋହର ଶର୍ମା ଓ ସାଂସଦ ପ୍ରାର୍ଥୀ ଅନନ୍ତ ନାଏକଙ୍କ ପାଇଁ ପ୍ରଚାର କରିଥିଲେ । ପରେ ହେଲିକପ୍ଟର ଯୋଗେ ତେଲକୋଇ ନିର୍ବାଚନ ମଣ୍ଡଳୀର କତରାପାଲି ଠାରେ ଆୟୋଜିତ ବିଜୟ ସଂକଳ୍ପ ସମାବେଶରେ ଯୋଗଦେଇଥିଲେ । ଅରୁଣ ଗୋଭିଲ ହେଲିକପ୍ଟର ଯୋଗେ ପଡିଆରେ ପହଞ୍ଚିବା ପରେ ହଜାର ହଜାର ବିଜେପି ସମର୍ଥକ ଏକ ଶୋଭାଯାତ୍ରାରେ ତାଙ୍କୁ ସଭାସ୍ଥଳକୁ ନେଇଥିଲେ । ଜୟ ଶ୍ରୀରାମ ନାରାରେ ଶୋଭାଯାତ୍ରା ପ୍ରକମ୍ପିତ ହୋଇଥିଲା । ବାଟରେ ପୂର୍ବରୁ ଅପେକ୍ଷା କରି ରହିଥିବା ମହିଳାମାନେ ଅରୁଣ ଗୋଭିଲଙ୍କ ପାଦ ଧୋଇ ପୂଜା କରିଥିବା ଦେଖିବାକୁ ମିଳିଥିଲା ।

ଏହା ମଧ୍ୟ ପଢ଼ନ୍ତୁ...ନବୀନ ବାବୁଙ୍କୁ ନଜର ବନ୍ଦ କରି ରଖାଯାଇଛି: ଗିରିରାଜ ସିଂ - Giriraj Singh Campaign in Sambalpur

ଅରୁଣ ଗୋଭିଲ ସଭା ମଞ୍ଚରେ ପହଞ୍ଚିବା ପରେ ଜୟ ଶ୍ରୀରାମ ନାରାରେ ସଭାସ୍ଥଳ କମ୍ପି ଉଠିଥିଲା । ସଭାରେ ଅରୁଣ ଗୋଭିଲ ବିଜେପିର ତେଲକୋଇ ବିଧାୟକ ପ୍ରାର୍ଥୀ ଡଃ ଫକୀର ଚରଣ ନାୟକଙ୍କ ପାଇଁ ପ୍ରଚାର କରିବା ସହ ସାଂସଦ ପ୍ରାର୍ଥୀ ଅନନ୍ତ ନାଏକଙ୍କ ପାଇଁ ମଧ୍ୟ ଭୋଟ ଭିକ୍ଷା କରିଥିଲେ । ଉତ୍ତର ପ୍ରଦେଶରେ ଡବଲ ଇଞ୍ଜିନ ସରକାର ଯୋଗୁଁ ନୂତନ ବିକାଶ ଧାରା ଭଳି ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଢ଼ିବାକୁ ନିବେଦନ କରିଥିଲେ ଅରୁଣ ଗୋଭିଲ । ଏହି ବିଶାଳ ସମାବେଶରେ ପ୍ରାୟ ୧୦ ହଜାରରୁ ଊର୍ଦ୍ଧ୍ବ କର୍ମୀ ଯୋଗ ଦେଇଥିଲେ । ଆସନ୍ତାକାଲି ଆସାମ ମୁଖ୍ୟମନ୍ତ୍ରୀ ଚମ୍ପୁଆ ନିର୍ବାଚନ ମଣ୍ଡଳୀର ବଡ଼ବିଲ ଠାରେ ଏକ ବିଶାଳ ଜନ ସମାବେଶରେ ଯୋଗ ଦେବା କାର୍ଯ୍ୟକ୍ରମ ରହିଛି ।

ଇଟିଭି ଭାରତ, କେନ୍ଦୁଝର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.