ETV Bharat / politics

ଦଳୀୟ ବିଧାୟକଙ୍କୁ ନବୀନ ଗୁରୁମନ୍ତ୍ର; ଜନସେବା ଜାରି ରଖ, ପରାଜୟର କାରଣ ଖୋଜିବ କମିଟି - Naveen advice to BJD MLA

author img

By ETV Bharat Odisha Team

Published : Jun 6, 2024, 7:43 AM IST

Naveen Patnaik advices elected MLAs: ନବନିର୍ବାଚିତ ବିଜେଡି ବିଧାୟକମାନଙ୍କୁ ନବୀନ ନିବାସ ଡାକି ଗୁରୁମନ୍ତ୍ର ଦେଲେ ନବୀନ ପଟ୍ଟନାୟକ । ପରାଜୟର କାରଣ ଖୋଜିବାକୁ କମିଟି ଗଠନ କରାଯିବ । ସମସ୍ତଙ୍କୁ ଜନସେବା ଜାରି ରଖିବାକୁ ଦେଲେ ପରାମର୍ଶ । ଅଧିକ ପଢନ୍ତୁ

ଦଳୀୟ ବିଧାୟକଙ୍କୁ ନବୀନ ଗୁରୁମନ୍ତ୍ର; ଜନସେବା ଜାରି ରଖ
ଦଳୀୟ ବିଧାୟକଙ୍କୁ ନବୀନ ଗୁରୁମନ୍ତ୍ର; ଜନସେବା ଜାରି ରଖ (ETV Bharat Odisha)

ଭୁବନେଶ୍ବର: ବଡ଼ ପରାଜୟ ସହ ଦୀର୍ଘ 24 ବର୍ଷ ପରେ ଭାଙ୍ଗିଛି ନବୀନ ଗଡ଼ । ରାଜ୍ୟପାଳଙ୍କୁ ଭେଟି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ପତ୍ର ଦେଇଛନ୍ତି ନବୀନ ପଟ୍ଟନାୟକ । ଏହାରି ମଧ୍ୟରେ ନବୀନ ଦଳର ନବନିର୍ବାଚିତ ବିଧାୟକମାନଙ୍କୁ ନବୀନ ନିବାସ ଡାକି ଆଲୋଚନା କରିଛନ୍ତି । ବୁଧବାର ସନ୍ଧ୍ୟାରେ ସେ ଦୀର୍ଘ ସମୟ ପର୍ଯ୍ୟନ୍ତ ନବନିର୍ବାଚିତ ବିଜେଡି ବିଧାୟକମାନଙ୍କ ସହ ଆଲୋଚନା କରି ଗୁରୁମନ୍ତ୍ର ଦେଇଛନ୍ତି । ପରାଜୟ କାରଣ ଖୋଜିବାକୁ ଏକ ସ୍ବତନ୍ତ୍ର କମିଟି ଗଠନ କରାଯିବ । ଏହି କମିଟିରେ ବରିଷ୍ଠ ନେତମାନେ ରହିବେ । ଖୁବଶୀଘ୍ର ଏହି କମିଟି ଗଠନ କରାଯିବ ବୋଲି ସେ କହିଛନ୍ତି । ଏଥିସହ ପରାଜୟ କେବେ ତାଙ୍କୁ ବିବ୍ରତ କରେନାହିଁ ବୋଲି କହିଛନ୍ତି ବିଜେଡି ସୁପ୍ରିମୋ ।

ଦଳୀୟ ବିଧାୟକଙ୍କୁ ନବୀନ ଗୁରୁମନ୍ତ୍ର (ETV Bharat Odisha)

ବୁଧବାର ଅପରାହ୍ନ ୫ଟାରେ ବିଜେଡି ଦଳର ସବୁ ବିଜୟୀ ବିଧାୟକମାନଙ୍କୁ ନବୀନ ନିବାସ ଡକାଯାଇଥିଲା । ନବୀନ ନିବାସରେ ଆୟୋଜିତ ଏହି ବୈଠକର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ନବୀନ ବିଧାୟକମାନଙ୍କ ସହ ଆଲୋଚନା କରି ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନେବାବେଳେ ଓଡିଶାର ସ୍ଥିତି ବାବଦରେ ବର୍ଣ୍ଣନା କରିଛନ୍ତି । ନବୀନ କହିଛନ୍ତି ଯେ, ସେତେବେଳେ ଓଡ଼ିଶାର 70 ପ୍ରତିଶତ ଲୋକ ଦାରିଦ୍ର ସୀମାରେଖା ତଳେ ରହିଥିଲେ । ହେଲେ ଏବେ ଚିତ୍ର ବଦଳିଛି । ଏବେ ରାଜ୍ୟର 10 ପ୍ରତିଶତ ଲୋକେ ଦାରିଦ୍ର ସୀମାରେଖାରେ ଅଛନ୍ତି । ଆମ ସରକାର ଲାଗି ଏହା ସମ୍ଭବ ହୋଇଛି ।

ଏହା ମଧ୍ୟ ପଢନ୍ତୁ: ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ନବୀନ ପଟ୍ଟନାୟକ - CM NAVEEN RESIGNATION

ରାଜ୍ୟର ଶିକ୍ଷା, ସ୍ବାସ୍ଥ୍ୟ, କୃଷି, ମହିଳା, ଯୁବବର୍ଗଙ୍କ ପାଇଁ ଦଳ ସର୍ବଦା କାମ କରିଆସିଛି । ଆଗକୁ ମଧ୍ୟ କରିବ । କେବଳ କିଛି ଦିନର ବିରତି ପାଇଁ ଦଳୀୟ ନେତା ଯେଭଳି ୨୪ ବର୍ଷ ଶାସନ ବେଳର କଥା ଭୁଲି ନ ଯାଆନ୍ତି । ସେଥିପାଇଁ ଓଡ଼ିଶାବାସୀଙ୍କ ସେବା ଜାରି ରଖନ୍ତୁ । ଏହା ଛଡ଼ା ପରାଜୟ କେବେ ତାଙ୍କୁ ବିବ୍ରତ କରେ ନାହିଁ । ଅନେକ କାମ କରିଛୁ । ଲଜ୍ଜିତ ହେବାର କିଛି ନାହିଁ ବୋଲି କହିଛନ୍ତି ନବୀନ । ବୈଠକରେ ବିଜେଡି ସୁପ୍ରିମୋ ନିଜନିଜ ଅଞ୍ଚଳବାସୀଙ୍କ ସହ ରହି କାର୍ଯ୍ୟ କରିବାକୁ ପରାମର୍ଶ ଦେଇଛନ୍ତି ।

2000 ମସିହାରୁ ଓଡିଶାର ଶାସନ ଗାଦିରେ ଥିବା ବିଜେଡି ଏଥର ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି । 2019 ନିର୍ବାଚନରେ 113 ଆସନ ଜିତିଥିବା ବିଜେଡି 2024ରେ ମାତ୍ର 51 ଆସନରେ ସନ୍ତୁଷ୍ଟ ହୋଇଛି । ଷଷ୍ଠ ଥର ମୁଖ୍ୟମନ୍ତ୍ରୀ ହେବାର ସ୍ୱପ୍ନ ନବୀନ ପଟ୍ଟନାୟକଙ୍କର ଧୂଳିସାତ ହୋଇଯାଇଛି । ଗତକାଲି (ବୁଧବାର) ନବୀନ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । ତେବେ ନୂଆ ସରକାର ଗଠନ ହେବା ପର୍ଯ୍ୟନ୍ତ ସେ କାର୍ଯ୍ୟକାରୀ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବରେ ରହିବେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.