ETV Bharat / politics

ବାରିପଦାରେ ଗର୍ଜିଲେ ମୋଦି: ନବୀନଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡିବା ପଛରେ ଷଡଯନ୍ତ୍ର, ବିଜେପି ଶାସନକୁ ଆସିଲେ ହେବ ତଦନ୍ତ - PM MODI TARGET BJD GOVT - PM MODI TARGET BJD GOVT

PM Modi target BJD: ନବୀନଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡିବା ପଛେ ଷଡଯନ୍ତ୍ର, ବିଜେପି ଶାସନକୁ ଆସିଲେ ହେବ ତଦନ୍ତ ହେବ କହିଲେ ପ୍ରଧାନମନ୍ତ୍ରୀ । ଅଧିକ ପଢନ୍ତୁ

ବାରିପଦାରେ ଗର୍ଜିଲେ ମୋଦି: ନବୀନଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡିବା ପଛେ ଷଡଯନ୍ତ୍ର, ବିଜେପି ଶାସନକୁ ଆସିଲେ ହେଲେ ତଦନ୍ତ
ବାରିପଦାରେ ଗର୍ଜିଲେ ମୋଦି: ନବୀନଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡିବା ପଛେ ଷଡଯନ୍ତ୍ର, ବିଜେପି ଶାସନକୁ ଆସିଲେ ହେଲେ ତଦନ୍ତ (ETV Bharat Odisha)
author img

By ETV Bharat Odisha Team

Published : May 29, 2024, 2:32 PM IST

Updated : May 29, 2024, 3:10 PM IST

ବାରିପଦା: ଶେଷ ପର୍ଯ୍ୟାୟ ନିର୍ବାଚନକୁ ଆଉ ଅଳ୍ପ ଦିନ ବାକି ରହିଛି । ଏନେଇ ତିନି ପ୍ରମୁଖ ରାଜନୈତିକ ଦଳର ଷ୍ଟାର ପ୍ରଚାରକ ମାନେ ଘନ ଘନ ମୟୂରଭଞ୍ଜ ଗସ୍ତ କରି ହାଇଭୋଲ୍ଟେଜ ପ୍ରଚାର ଜାରି ରଖିଛନ୍ତି । ଆଜି ବାରିପଦା ସହର ସ୍ଥିତ ଛଉ ପଡିଆ ଠାରେ ଆୟୋଜିତ ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀ ମୋଦି ନିର୍ବାଚନୀ ସଭାରେ ବିଜେଡିକୁ ଭିନ୍ନ ଢଙ୍ଗରେ ଶାଣିତ ସମାଲୋଚନା କରିଛନ୍ତି । ସିଧା ନବୀନଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡିବା ପ୍ରସଙ୍ଗ ଉଠାଇ ଏହା ପଛରେ ଏକ ବଡ ଷଡଯନ୍ତ୍ର ଥିବା ପ୍ରଧାନମନ୍ତ୍ରୀ କହିଛନ୍ତି । ନବୀନ ନିଜେ କିଛି ଜାଣିପାରୁନାହାନ୍ତି । ତାଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡିରେ ନିିର୍ଦ୍ଦିଷ୍ଟ କ୍ଷମତା ଭୋଗକାରୀ ଗୋଷ୍ଠୀର ଭୂମିକା ରହିଛି । ବିଜେପି ରାଜ୍ୟରେ ସରକାର ଗଠନ କରିବା ପରେ ଏହାର ତଦନ୍ତ ପାଇଁ ଏକ କମିଟି ଗଠନ କରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ବାରିପଦାରେ ଗର୍ଜିଲେ ମୋଦି: ନବୀନଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡିବା ପଛେ ଷଡଯନ୍ତ୍ର, ବିଜେପି ଶାସନକୁ ଆସିଲେ ହେଲେ ତଦନ୍ତ (TV Bharat Odisha)

ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, ବିଜେପି ଶାସନରେ ପୃଥକ ଆଦିବାସୀ ମନ୍ତ୍ରଣାଳୟ ହୋଇଥିଲା । ସାନ୍ତାଳୀ ଭାଷାକୁ ସମ୍ବିଧାନର ଅଷ୍ଟମ ସୂଚୀରେ ସାମିଲ କରିଛି ବିଜେପି ସରକାର । ବିର୍ସା ମୁଣ୍ଡାଙ୍କ ଜନ୍ମଦିବସକୁ ‘ଜନଜାତୀୟ ଗୌରବ ଦିବସ’ ଘୋଷଣା ହୋଇଛି । ଏକାଧିକ ଏକଲବ୍ୟ ବିଦ୍ୟାଳୟ ମୟୂରଭଞ୍ଜ ଜିଲ୍ଲାରେ ଖୋଲିଛି । ରଜ୍ୟରେ ବିଜେପି ସରକାର ହେବା ପରେ ଶୁଭଦ୍ରା ଯୋଜନା କାର୍ଯ୍ୟକାରୀ ହେବ । 3 କୋଟି ମହିଳାଙ୍କୁ ଲକ୍ଷପତି ଦିଦି କରାଯିବ । ଧାନ କ୍ବିଣ୍ଟାଲ 3ହଜାର ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଓଡିଶାରେ ବିଜେପି ସରକାର ଆସିଲେ ଧାନର ଏମଏସପି ମୂଲ୍ୟ 3100, ବାର୍ଦ୍ଧକ୍ୟ ଭତ୍ତା ତିନି ହଜାର, ସୁଭଦ୍ରା ଯୋଜନାରେ ମହିଳାଙ୍କୁ ୫୦ ହଜାର ମିଳିବ ବୋଲି ପ୍ରତିଶୃତି ଦେଇଥିଲେ ।

ନବୀନଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡିବା ପଛେ ଷଡଯନ୍ତ୍ର, ବିଜେପି ଶାସନକୁ ଆସିଲେ ହେଲେ ତଦନ୍ତ
ନବୀନଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡିବା ପଛେ ଷଡଯନ୍ତ୍ର, ବିଜେପି ଶାସନକୁ ଆସିଲେ ହେଲେ ତଦନ୍ତ (ETV Bharat Odisha)

ମୋଦି କହିଛନ୍ତି, ନବୀନବାବୁ ନିଜେ କିଛି କରିପାରୁନାହାନ୍ତି । ନବୀନଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡିବା ପଛରେ ଷଡଯନ୍ତ୍ର ଅଛି । ନବୀନଙ୍କ ନାମରେ କ୍ଷମତା ଭୋଗ କରୁଥିବା ଗୋଷ୍ଠୀର ଭୂମିକା ରହିଛି । ବିଜେପି ସରକାର ଏଥିପାଇଁ ଯାଞ୍ଚ କମିଟି ଗଠନ କରିବ । ରତ୍ନଭଣ୍ଡାରକୁ ନେଇ ବିଜେଡି ସରକାର ଧୋକା ଦେଇଛି । ରତ୍ନଭଣ୍ଡାର ଚାବି ବିଷୟରେ ପୁରା ଦେଶ ଉତ୍ତର ଚାହୁଁଛି । ବିଜେପି ସରକାର ଏହି ରିପୋର୍ଟ ଖୁଲାସା କରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ‘ସେମାନେ ଦକ୍ଷ ଅଧିକାରୀ, ନିର୍ବାଚନ ଆୟୋଗଙ୍କ କାର୍ଯ୍ୟାନୁଷ୍ଠାନ ଦୁର୍ଭାଗ୍ୟଜନକ ଓ ବିଜେପିର ପ୍ରରୋଚନା’

ମୋଦି ସର୍ବ ପ୍ରଥମେ ଜୟ ଜଗନ୍ନାଥ କହି ନିଜର ଅଭିଭାଷଣ ରଖିଥିଲେ । ପରେ ସାନ୍ତାଳୀ ଭାଷାରେ ସମସ୍ତଙ୍କୁ ଜୁହାର କହିଥିଲେ । ଏଥି ପରେ ସେ ଭଞ୍ଜଭୂମି ମୟୂରଭଞ୍ଜରେ ଉପସ୍ଥିତ ଥାଇ ବହୁତ ଖୁସି ଅନୁଭବ କରିଥିବା କହିଛନ୍ତି । ମାଆ କୀଚକେଶ୍ବରୀଙ୍କୁ ମଧ୍ୟ କୋଟି କୋଟି ପ୍ରଣାମ ଜଣାଇବା ସହିତ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ଓ ପଣ୍ଡିତ ରଘୁନାଥ ମୁର୍ମୁଙ୍କୁ ଆଦରର ସହିତ ନମସ୍କାର ଜଣାଇଥିଲେ । ଆଜିର ସମାବେଶରେ ସାଂସଦ ପ୍ରାର୍ଥୀ ନବଚରଣ ମାଝୀ ଏବଂ ରାଇରଙ୍ଗପୁର, ଯଶିପୁର , ମୋରୋଡା, ବାରିପଦା, ବଡ଼ସାହି, ବାଙ୍ଗିରିପୋଷି, ସାରସକଣା ଓ ଉଦଳା ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଥିଲେ ।

ଆଗକୁ ଦେଶରେ ସପ୍ତମ ତଥା ରାଜ୍ୟର ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ରହିଛି । ରାଜ୍ୟକୁ କେନ୍ଦ୍ରର ହେଭିୱେଟ ନେତାଙ୍କ ସୁଅ ଛୁଟୁଥିବା ବେଳେ ଚାଲିଛି ଆରୋପ ପ୍ରତ୍ୟାରୋପ ରାଜନୀତି । ଉଭୟ ବିଜେଡି ଓ ବିଜେପି ଦଳ ପରସ୍ପରକୁ ଟାର୍ଗେଟ କରିବାରେ ଲାଗିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : May 29, 2024, 3:10 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.