ETV Bharat / politics

କେଜ୍ରିଓ୍ବାଲଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଇବା ମାମଲା ଖାରଜ କଲେ ଦିଲ୍ଲୀ ହାଇକୋର୍ଟ - Arvind Kejriwal

author img

By ETV Bharat Odisha Team

Published : Apr 4, 2024, 8:12 PM IST

Plea To Remove Arvind Kejriwal Rejected: ଖାରଜ ହେଲା କେଜ୍ରିଓ୍ବାଲଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଇବା ମାମଲା । ଏହା ନ୍ୟାୟପାଳିକାର ଅଧିକାର କ୍ଷେତ୍ର ନୁହେଁ ବୋଲି କହିଲେ ଦିଲ୍ଲୀ ହାଇକୋର୍ଟ । ହିନ୍ଦୁସେନା ପକ୍ଷରୁ ଦାଏର କରାଯାଇଥିଲା ଜନସ୍ବାର୍ଥ ମାମଲା । ଅଧିକ ପଢନ୍ତୁ

କେଜ୍ରିଓ୍ବାଲଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଇବା ମାମଲା ଖାରଜ କଲେ ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ: ଗିରଫଦାରୀ କାରଣରୁ ମୁଖ୍ୟମନ୍ତ୍ରୀ ପଦରୁ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ହଟାଯାଇ ପାରିବନାହିଁ । ଆଜି କେଜ୍ରିଓ୍ବାଲଙ୍କୁ ପଦରୁ ହଟାଇବା ନେଇ ହୋଇଥିବା ଏକ ଜନସ୍ବାର୍ଥ ମାମଲାର ଶୁଣାଣି କରି ଦିଲ୍ଲୀ ହାଇକୋର୍ଟ ଏହି ଟିପ୍ପଣୀ କରିବା ସହ ଆବେଦନକୁ ଖାରଜ କରିଦେଇଛନ୍ତି । କେହି ନିର୍ବାଚିତ ମୁଖ୍ୟମନ୍ତ୍ରୀଙ୍କୁ ପଦରୁ ହଟଇବା ନ୍ୟାୟପାଳିକାର ଅଧିକାର କ୍ଷେତ୍ର ନୁହେଁ ବୋଲି ଆଜି ଶୁଣାଣିରେ ଖଣ୍ଡପୀଠ ଟିପ୍ପଣୀ କରିଥିଲେ ।

ହିନ୍ଦୁସେନା ଦ୍ବାରା ଏହି ଜନସ୍ବାର୍ଥ ମାମଲା ଦିଲ୍ଲୀ ହଇକୋର୍ଟରେ ଦାଏର କରାଯାଇଥିଲା । ଗିରଫଦାରୀ ପରେ କେଜ୍ରିଓ୍ବାଲ ମୁଖ୍ୟମନ୍ତ୍ରୀ ପଦରେ ରହିବା ଉଚିତ ନୁହେଁ । ତେଣୁ ତାଙ୍କୁ ପଦରୁ ଅବ୍ୟାହତି ଦେବା ପାଇଁ ଆବେଦନରେ ଦର୍ଶାଯାଇଥିଲା । ତଳକୋର୍ଟ ପୂର୍ବରୁ ମଧ୍ୟ ଏହି ମାମଲାରୁ ଖାରଜ କରିଦେଇଥିଲେ । ଆଜି ଦିଲ୍ଲୀ ହଇକୋର୍ଟ ଏହି ମାମଲାର ଶୁଣାଣି କରି ଏହାକୁ ରଦ୍ଦ କରିଛନ୍ତି । ଗଣତନ୍ତ୍ର ନିଜର କାମ ଜାରି ରଖିବ, ସେଥିରେ କୋର୍ଟ ହସ୍ତକ୍ଷେପ କରିପାରିବନାହିଁ ବୋଲି ଖଣ୍ଡପୀଠ କହିବା ସହ ଆବେଦନ ଖାରଜ କରିଦେଇଛନ୍ତି ।

ଏହା ମଧ୍ୟ ପଢନ୍ତୁ :- ନବୀନ ହିଁ ହେବା ଦରକାର ବିଜେଡିର ଷ୍ଟାର ପ୍ରଚାରକ: ରାଜନୀତି ସମୀକ୍ଷକ - Star campaigner of BJD

ତେବେ 21 ତାରିଖରେ ଗିରଫ ହେବା ପରେ କେଜ୍ରିଓ୍ବାଲ ଏବେ ବିଚାର ବିଭାଗୀୟ ଜେଲରେ ଅଛନ୍ତି । ସେ ମୁଖ୍ୟମନ୍ତ୍ରୀ ପଦ ଛାଡିବେ ନାହିଁ ମଧ୍ୟ ତାଙ୍କ ଦଳ ଆମ ଆଦମୀ ପାର୍ଟି ସ୍ପଷ୍ଟ କରିସାରିଛି । ଭାରତୀୟ ସମ୍ବିଧାନରେ ଦଣ୍ଡ ସଂହିତା ଅନୁସାରେ, କେହି ରାଜନେତା ସରକାରୀ ଦାୟିତ୍ବରେ ଥିବା ବେଳେ କୌଣସି ଅପରାଧିକ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ 2 ବର୍ଷରୁ ଅଧିକ ଦଣ୍ଡାଦେଶ ପାଇଲା ପରେ ସେ ଅଯୋଗ୍ୟ ଘୋଷିତ ହେବେ । ପୂର୍ବରୁ ଏକାଧିକ କ୍ଷେତ୍ରରେ ଏପରି ହୋଇସାରିଛି । ମାତ୍ର କୌଣସି ଆର୍ଥିକ ଅପରାଧ କିମ୍ବା ଅନ୍ୟ କୌଣସି ମାମଲାରେ କେହି ଜନପ୍ରତିନିଧି ଅଭିଯୁକ୍ତ ଭାବେ ଗିରଫ ହେଲେ ତାଙ୍କୁ ପଦରୁ ହଟାଇବା ପାଇଁ ସେପରି କୌଣସି ପ୍ରାବଧାନ ନାହିଁ । ତେବେ ପୂର୍ବରୁ ଏକାଧିକ ମୁଖ୍ୟମନ୍ତ୍ରୀ ଘୋଟାଲା ମାମଲାରେ ଗିରଫ ହେବା ପୂର୍ବରୁ ଇସ୍ତଫା ଦେଇଥିବାରୁ କେଜ୍ରିଓ୍ବାଲଙ୍କ କ୍ଷେତ୍ରରେ ମଧ୍ୟ ବିରୋଧୀମାନେ ଇସ୍ତଫା ଦାବି କରିଛନ୍ତି । ମାତ୍ର ସେପରି କିଛି ହେବ ନାହିଁ ତାଙ୍କୁ ଦଳ ଆମ ଆଦମୀ ପାର୍ଟି ପକ୍ଷରୁ ସ୍ପଷ୍ଟ କରାଯାଇସାରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.