ETV Bharat / politics

ମୋହନ ଚରଣ ମାଝୀ ଓଡିଶାର ନୂଆ ମୁଖ୍ୟମନ୍ତ୍ରୀ; କେଭି ସିଂହ ଦେଓ, ପ୍ରଭାତୀ ପରିଡା ଉପମୁଖ୍ୟମନ୍ତ୍ରୀ - MOHAN CHARAN MAJHI NEW CM OF ODISHA

author img

By ETV Bharat Odisha Team

Published : Jun 11, 2024, 6:09 PM IST

Updated : Jun 11, 2024, 7:34 PM IST

MOHAN CHARAN MAJHI NEW CM OF ODISHA: କେନ୍ଦୁଝର ସଦର ବିଧାୟକ ମୋହନ ଚରଣ ମାଝୀଙ୍କ ନାଁ ରେ ବାଜିଛି ମୋହର । ଓଡିଶାରେ ବିଜେପିର ପ୍ରଥମ ମୁଖ୍ୟମନ୍ତ୍ରୀ ହୋଇଛନ୍ତି ମୋହନ ଚରଣ ମାଝୀ । ସେହିଭଳି କନକ ବର୍ଦ୍ଧନ ସିଂ ଦେଓ ଓ ପ୍ରଭାତୀ ପରିଡ଼ା ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ । ଅଧିକ ପଢନ୍ତୁ

Keonjhar Sadar MLA Mohan Charan Majhi
Keonjhar Sadar MLA Mohan Charan Majhi (ETV Bharat Odisha)

ଭୁବନେଶ୍ବର: ବହୁପ୍ରତୀକ୍ଷାର ଘଟିଛି ଅନ୍ତ । ଶେଷରେ ଘୋଷଣା ହୋଇଛି ମୁଖ୍ୟମନ୍ତ୍ରୀଙ୍କ ନାଁ । କେନ୍ଦୁଝର ସଦର ବିଧାୟକ ମୋହନ ଚରଣ ମାଝୀଙ୍କ ନାଁ ରେ ବାଜିଛି ମୋହର । ଓଡିଶାରେ ବିଜେପିର ପ୍ରଥମ ମୁଖ୍ୟମନ୍ତ୍ରୀ ହୋଇଛନ୍ତି ମୋହନ ଚରଣ ମାଝୀ । କେନ୍ଦୁଝର ସଦର ବିଧାୟକ ମୋହନ ଚରଣ ମାଝୀ ମୁଖ୍ୟମନ୍ତ୍ରୀ ଭାବେ ସର୍ବସମ୍ମତି କ୍ରମେ ଚୟନ ହୋଇଛନ୍ତି । ସେହିଭଳି ଦୀର୍ଘ ୨୫ ବର୍ଷ ପରେ ଓଡିଶା ଦେଖିବାକୁ ଯାଉଛି ଉପମୁଖ୍ୟମନ୍ତ୍ରୀ । ଜଣେ ନୁହେଁ ବରଂ ଦୁଇ ଜଣ ହୋଇଛନ୍ତି ଉପମୁଖ୍ୟମନ୍ତ୍ରୀ । ପାଟଣାଗଡ଼ ବିଧାୟକ କନକ ବର୍ଦ୍ଧନ ସିଂ ଦେଓ ଓ ନିମାପଡା ବିଧାୟିକା ପ୍ରଭାତୀ ପରିଡ଼ାଙ୍କ ନାଁ ଉପମୁଖ୍ୟମନ୍ତ୍ରୀ ଭାବେ ଘୋଷଣା ହୋଇଛି ।

କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂ ଏ ସମ୍ପର୍କରେ ଘୋଷଣା କରିଛନ୍ତି । ସେ କହିଛନ୍ତି, "ବିଧାୟକ ଦଳ ବୈଠକରେ ମୋହନ ମାଝୀଙ୍କ ନାଁ ମୁଖ୍ୟମନ୍ତ୍ରୀ ଭାବେ ପ୍ରସ୍ତାବ ଦିଆଯାଇଥିଲା । ସୁରମା ପାଢୀ, ରବି ନାଏକ , ପୃଥ୍ବୀରାଜ ହରିଚନ୍ଦନ ପ୍ରମୁଖ ଏହାକୁ ସମର୍ଥନ କରିଥିଲେ । ଉପସ୍ଥିତ ସମସ୍ତ ବିଧାୟକ ତାଳି ବଜାଇ ଏହାକୁ ସମର୍ଥନ କରିଥିଲେ । ସେହିଭଳି ନୂତନ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରି କେଭି ସିଂ ଦେଓ ଓ ପ୍ରଭାତୀ ପରିଡାଙ୍କ ନାଁ ଉପମୁଖ୍ୟମନ୍ତ୍ରୀ ଭାବେ ଘୋଷଣା କରାଯାଉଛି ।"

ଏହା ମଧ୍ୟ ପଢନ୍ତୁ ... ମୋହନ ମାଝୀ ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ; କେଭି ସିଂହଦେଓ ଓ ପ୍ରଭାତୀ ପରିଡା ଉପମୁଖ୍ୟମନ୍ତ୍ରୀ - ODISHA NEW CM LIVE UPDATES

ନବ ନିର୍ବାଚିତ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି, "ସର୍ବ ପ୍ରଥମେ ଜଗତର ନାଥ ଜଗନ୍ନାଥଙ୍କୁ ମୋର କୋଟି କୋଟି ପ୍ରଣାମ । ମହାପ୍ରଭୁଙ୍କ ଆଶୀର୍ବାଦରେ ବିଜେପି ରାଜ୍ୟରେ ଏକକ ସଂଖ୍ୟା ଗରିଷ୍ଠତା ହାସଲ କରି ସରକାର ଗଢିବାକୁ ଯାଉଛି । ସାଢେ ୪ କୋଟି ଓଡିଆର ଲୋକ ଏଥର ପରିବର୍ତ୍ତନ କରିବାର ସଙ୍କେତ ଦେଇଥିଲେ, ତାହାକୁ କାର୍ଯ୍ୟରେ ପରିବର୍ତ୍ତନ କରି ବିଜୟୀ କରିଛନ୍ତି । ସେମାନଙ୍କୁ କୋଟି କୋଟି ପ୍ରଣାମ । ୨୪ ବର୍ଷର ଶାସନଥିଲା ଏଥର ପରିବର୍ତ୍ତନ ହୋଇଛି । ଲୋକ ଯେଉଁ ଆଶା ଓ ଆକାଂକ୍ଷା ବିଜେପି ପ୍ରତି ପ୍ରକଟ କରିଛନ୍ତି ତାହା ଆଗାମୀ ଦିନରେ ସମ୍ପନ୍ନ କରାଯିବ । ଓଡିଶାକୁ ଦେଶରେ ଏକ ନମ୍ବର ରାଜ୍ୟରେ ପରିବର୍ତ୍ତନ କରିବାର ସଂକଳ୍ପ ନେଉଛି । ତାହା ଆଗାମୀ ଦିନରେ କାର୍ଯ୍ୟକାରୀ ହେବ ।"

ବିଧାୟକ କନକ ବର୍ଦ୍ଧନ ସିଂ ଦେଓ କହିଛନ୍ତି, "ସର୍ବ ପ୍ରଥମେ ମହାପ୍ରଭୁ ଜଗନ୍ନାଥ, ମା ସମଲେଇ ମା ପାଟଣେଶ୍ବରୀଙ୍କୁ କୃତଜ୍ଞତା ଜଣାଉଛି । ସାଢେ ୪ କୋଟି ଓଡିଆଙ୍କ ନିକଟରେ ଯେଉଁ ବାର୍ତ୍ତା ନେଇ ଯାଇଥଲୁ ତଥା ପ୍ରଧାନମନ୍ତ୍ରୀ ମୋଦି ଲୋକଙ୍କ ପାଖରେ ପରିବର୍ତ୍ତନର ବାର୍ତ୍ତା ରଖିଥିଲେ ତାହାକୁ ଲୋକ ଗ୍ରହଣ କରିଛନ୍ତି । ଆମ ଉପରେ ଲୋକ ବିଶ୍ବାସ ରଖିଛନ୍ତି ତାକୁ କାର୍ଯରେ ପରିଣତ କରାଯିବ । ଇସ୍ତାହାରରେ ଥିବା ସମସ୍ତ ପ୍ରତିଶୃତି ପୂରଣ କରାଯିବ । ଆଗାମୀ ୫ ବର୍ଷ ମଧ୍ୟରେ ଓଡିଶାକୁ ୧ ନଂ ରାଜ୍ୟରେ ପରିଣତ କରିବୁ ।"

ବିଧାୟିକା ପ୍ରଭାତୀ ପରିଡା କହିଛନ୍ତି, "ସାଧାରଣ ଲୋକ ମୋଦି ଗ୍ୟାରେଣ୍ଟି ଉପରେ ଭରସା କରିଛନ୍ତି ତାହାକୁ ସତରେ ରୂପାୟନ କରାଯିବ । ମୋ ଭଳି ସାଧାରଣ କାର୍ଯ୍ୟକର୍ତ୍ତାଙ୍କୁ ଉପ ମୁଖ୍ୟମନ୍ତ୍ରୀ କରିଥିବାରୁ ଧନ୍ୟବାଦ ।"

ମୋହନ ମାଝୀ ୨୦୦୦, ୨୦୦୪, ୨୦୧୯ ଓ ୨୦୨୪ ରେ କେନ୍ଦୁଝର ସଦର ଆସନରୁ ବିଜେପି ବିଧାୟକ ପ୍ରାର୍ଥୀ ଭାବେ ବିଜୟୀ ହୋଇଛନ୍ତି । ଏହା ସହ ସେ ୨୦୦୫ ରୁ ୨୦୦୯ ମଧ୍ୟରେ ବିଧାନସଭା ଗୃହରେ ବିରୋଧୀ ଦଳର ଉପ ମୁଖ୍ୟ ସଚେତକ ଥିଲେ । ସେହିଭଳି କନକ ବର୍ଦ୍ଧନ ସିଂ ଦେଓ ୧୯୯୫ ରୁ ୨୦୧୪ ପର୍ଯ୍ୟନ୍ତ କ୍ରମାଗତ ଭାବେ ପାଟଣାଗଡ଼ ବିଧାନସଭା ଆସନରୁ ୫ ଥର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି । ପୂର୍ବରୁ ସେ ବିଜେଡି ବିଜେପି ମେଣ୍ଟ ସରକାରରେ ମନ୍ତ୍ରୀ ଭାବେ କାର୍ଯ୍ୟ କରିଛନ୍ତି । ଅନ୍ୟପଟରେ ନିମାପଡ଼ା ଆସନରୁ ପ୍ରଥମ ଥର ନିର୍ବାଚନ ଜିତି ପ୍ରଭାତୀ ପରିଡ଼ା ଉପମୁଖ୍ୟମନ୍ତ୍ରୀ ହୋଇଛନ୍ତି।

ଇଟିଭି ଭାରତ, ଭୁବନେଶ୍ବର

Last Updated : Jun 11, 2024, 7:34 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.