ETV Bharat / politics

ବିଜେପିରେ ମିଶି ବିଜେଡି ନାଁରେ ସଙ୍ଗୀନ ଅଭିଯୋଗ ଆଣିଲେ କୈଳାଶ କୁଲେସିକା, ଟିକଟ ବଦଳରେ ଦଳ ଯାଚିଥିଲା କୋଟିଏ - Kailash Kulesika Joined BJP

Kailash Kulesika Slams BJD: ବିଜେଡି ଧୋକା ଦେଇଥିବା ଅଭିଯୋଗ ଆଣିଛନ୍ତି କୈଳାଶ । ବିଜେପିରେ ମିଶିବା ପରେ ଏଭଳି ଅଭିଯୋଗ ଆଣି ସେ ବିଜେଡି ଉପରେ ବର୍ଷିଛନ୍ତି । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Apr 12, 2024, 8:23 PM IST

Updated : Apr 13, 2024, 7:08 AM IST

କୈଳାଶ କୁଲେସିକା
କୈଳାଶ କୁଲେସିକା
କୈଳାଶ କୁଲେସିକା

ଭୁବନେଶ୍ବର: ବିଜେଡି ବିରୋଧରେ କୈଳାଶ କୁଲେସିକାଙ୍କ ସଙ୍ଗୀନ ଅଭିଯୋଗ । ଦଳ ତାଙ୍କୁ ଧୋକା ଦେଇଥିବା ଅଭିଯୋଗ ଆଣିଛନ୍ତି କୈଳାଶ । ନିର୍ବାଚନ ପାଇଁ ଟିକଟ ଦେବା ବଦଳରେ ତାଙ୍କୁ କୋଟିଏ ଟଙ୍କା ଅଫର କରାଯାଇଥିଲା ବୋଲି କହିଛନ୍ତି କୈଳାଶ । ଏହାସହ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ବା SDCର ଉପଦେଷ୍ଟା ପଦ ମଧ୍ୟ ଅଫର କରାଯାଇଥିବା ସେ କହିଛନ୍ତି । ଆଜି ଭୁବନେଶ୍ୱର ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଦଳରେ ଯୋଗ ଦେବା ଅବସରରେ ଏଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି କୋରାପୁଟ ଲକ୍ଷ୍ମୀପୁର ନେତା କୈଳାଶ କୁଲେସିକା । ତେବେ ଲକ୍ଷ୍ମୀପୁର ବିଧାନସଭା ଆସନ ପାଇଁ ବିଜେଡିରୁ ଆଶାୟୀ ଥିଲେ କୈଳାଶ ଚନ୍ଦ୍ର କୁଲେସିକା । ହେଲେ ଟିକେଟ ନମିଳିବାରୁ ଗୁରୁବାର ବିଜେଡିରୁ ଇସ୍ତଫା ଦେଇଥିଲେ । ଆଉ ଆଜି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ବିଜେପିରେ ମିଶିଛନ୍ତି କୈଳାଶ କୁଲେସିକା ।

ଏହାସହ ଚାନ୍ଦବାଲି ନିର୍ବାଚନ ମଣ୍ଡଳୀର ବିଜେଡି ନେତା ତଥା ଆଇନଜୀବୀ ପ୍ରଶାନ୍ତ ଦାସ ମଧ୍ୟ ବିଜେପିରେ ସାମିଲ ହୋଇଛନ୍ତି । ଏହି ମିଶ୍ରଣ ପର୍ବରେ ପୂର୍ବତନ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି, ବିଜେପି ରାଜ୍ୟ ଉପସଭାପତି ବିରଞ୍ଚି ତ୍ରିପାଠୀ ଏବଂ ବିଜେପି ନେତା ପ୍ରଶାନ୍ତ ପ୍ରମୁଖ ଉପସ୍ଥିତ ଥିଲେ । କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ଏକଦା କଂଗ୍ରେସର ଗଡ଼ ଥିଲା । ଆଉ କୈଳାଶ କୁଲେସିକା ପୂର୍ବରୁ ଲକ୍ଷ୍ମୀପୁର ବିଧାୟକ ଥିଲେ। କଂଗ୍ରେସ ଦଳରେ ଜଣେ ଆଦିବାସୀ ନେତା ଭାବେ ସେ ପରିଚିତ।

ଏହା ବି ପଢନ୍ତୁ...ଭୁବନେଶ୍ବରରେ ଟିକେଟ ବଣ୍ଟାକୁ ନେଇ ବିଜେଡିରେ ଟେନ୍‌ସନ୍‌, ବିଜୟରେ ବାଧକ ସାଜିବେ ଅସନ୍ତୁଷ୍ଟ ନେତା ! - BJD Ticket Tension

ଏହା ମଧ୍ୟ ପଢନ୍ତୁ...ବିଜେଡ଼ିରୁ ବିଦାୟ ନେଲେ ଜ୍ୟୋତି ପାଣିଗ୍ରାହୀ ଓ ସରୋଜ ପାଣିଗ୍ରାହୀ - Jyoti And Saroj Quit BJD

2019 ନିର୍ବାଚନ ପରେ କଂଗ୍ରେସ ଛାଡି ବିଜେଡିରେ ଯୋଗ ଦେଇଥିଲେ କୁଲେସିକା । ବିଜେଡିରୁ ଟିକେଟ ନମିଳିବାରୁ ଆଜି ବିଜେପିରେ ସାମିଲ ହୋଇଛନ୍ତି କୈଳାଶ । ସେ ଆଜି ନିଜର ଶତାଧିକ ଶୁଭେଚ୍ଛୁ ଓ ସମର୍ଥକଙ୍କ ସହ ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇଛନ୍ତି । ସୂଚନା ଅନୁସାରେ, କୁଲେସିକା ବିଜେପିରୁ ଟିକେଟ ଆଶାୟୀ ଅଛନ୍ତି । କଂଗ୍ରେସ ଛାଡିବା ପରେ ସେ ବିଜେଡିରୁ ବିଧାୟକ ପ୍ରାର୍ଥୀ ହେବା ପାଇଁ ଆଶାବାଦୀ ରହିଥିଲେ । କିନ୍ତୁ ଏଥର ବି ପ୍ରଭୁ ଜାନିଙ୍କ ଉପରରେ ଭରସା କରିଛି ଦଳ । ଲକ୍ଷ୍ମୀପୁରରେ ବିଧାୟକ ପ୍ରଭୁ ଜାନୀଙ୍କୁ ପୁଣି ପ୍ରାର୍ଥୀ କରିଛି । ଯାହା ଫଳରେ କୁଲେସିକାଙ୍କୁ ନିରାଶ ହେବାକୁ ପଡିଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Apr 13, 2024, 7:08 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.