ETV Bharat / politics

ମୟୂରଭଞ୍ଜ ଲୋକସଭା ଆସନ, ହେମନ୍ତ ସୋରେନଙ୍କ ଭଉଣୀ ଅଞ୍ଜନୀଙ୍କୁ ପ୍ରାର୍ଥୀ କଲା JMM - LOK SABHA ELECTION 2024

author img

By ETV Bharat Odisha Team

Published : May 2, 2024, 9:20 AM IST

Updated : May 2, 2024, 10:14 AM IST

Mayurbhanj Lok Sabha constituency: ଏଥର ମୟୂରଭଞ୍ଜ ଲୋକସଭା ଆସନରେ ବିଜେଡି, ବିଜେପି ଓ ଜେଏମଏମ ମଧ୍ୟରେ ହେବ ଜୋରଦାର ଫାଇଟ । ହେମନ୍ତ ସୋରେନଙ୍କ ଭଉଣୀ ଅଞ୍ଜନୀଙ୍କୁ ପ୍ରାର୍ଥୀ କଲା ଜେଏମଏମ । ଅଧିକ ପଢନ୍ତୁ

ଅଞ୍ଜନି ସୋରେନ
ଅଞ୍ଜନି ସୋରେନ

ରାଞ୍ଚି: ମୟୂରଭଞ୍ଜ ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା । ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଭଉଣୀ ଅଞ୍ଜନୀ ସୋରେନଙ୍କୁ ପ୍ରାର୍ଥୀ କରିଛି ଦଳ। ବିଜେପି ପ୍ରାର୍ଥୀ ନବଚରଣ ମାଝି ଓ ବିଜେଡି ପ୍ରାର୍ଥୀ ସୁଦାମ ମାରାଣ୍ଡିଙ୍କୁ ଟକ୍କର ଦେବାକୁ ପ୍ରସ୍ତୁତ ଜେଏମଏମ ପ୍ରତିଷ୍ଠାତା ଶିବୁ ସୋରେନଙ୍କ ଝିଅ ଅଞ୍ଜନୀ । ଏଥର ମୟୂରଭଞ୍ଜ ଲୋକସଭା ଆସନରେ ଜୋରଦାର ଫାଇଟ ଦେଖିବାକୁ ମିଳିବ । ଦ୍ବିତୀୟ ଥର ପାଇଁ ଏହି ଆସନରୁ ପ୍ରାର୍ଥୀ ହୋଇଛନ୍ତି ଅଞ୍ଜନୀ ସୋରେନ ।

Mayurbhanj Lok Sabha constituency
Mayurbhanj Lok Sabha constituency

ଏହା ମଧ୍ୟ ପଢନ୍ତୁ-ମୟୂରଭଞ୍ଜ ଲୋକସଭା ଆସନରେ ବିଗ୍ ଫାଇଟ, ସୁଦାମ ନା ନବ କାହାକୁ ଭରସା କରିବେ ଜନତା ? - Lok Sabha Election 2024

2019 ସାଧାରଣ ନିର୍ବାଚନରେ ଅଞ୍ଜାନି ସୋରେନ ମୟୂରଭଞ୍ଜ ଲୋକସଭା ଆସନରୁ ଜେଏମ୍ଏମ୍ ପ୍ରାର୍ଥୀ ଭାବରେ ଲଢିଥିଲେ। ସେ1,35,552 ଭୋଟ ପାଇ ତୃତୀୟ ସ୍ଥାନରେ ରହି ପରାଜିତ ହୋଇଥିଲେ । ବିଜେପିର ବିଶେଶ୍ବର ଟୁଡୁ 4ଲକ୍ଷ 83 ହଜାର 812 ଭୋଟ ପାଇ ବିଜୟୀ ହୋଇଥିଲେ। ବିଜେଡି ପ୍ରାର୍ଥୀ ଦେବାଶିଷ ମାରାଣ୍ଡି 4ଲକ୍ଷ 35 ହଜାର 556ଭୋଟ ପାଇ ଦ୍ବିତୀୟ ସ୍ଥାନରେ ରହିଥିଲେ । 2019 ରେ ମୟୂରଭଞ୍ଜ ଲୋକସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ଦେଇନଥିଲା ।

2019 ସାଧାରଣ ନିର୍ବାଚନ (ମୟୂରଭଞ୍ଜ ଲୋକସଭା ଆସନ)
ବିଜେପିବିଶେଶ୍ବର ଟୁଡୁ483,812
ବିଜେଡିଦେବାଶିଷ ମାରାଣ୍ଡି4,58,556
ଜେଏମ୍ଏମ୍ଅଞ୍ଜାନି ସୋରେନ1,35,552

ଏହା ମଧ୍ୟ ପଢନ୍ତୁ-ବଢିଲା ମୟୂରଭଞ୍ଜ ବିଜେପିର ବଳ, ଦଳରେ ମିଶିଲେ ବିଜେଡିର ଶତାଧିକ କର୍ମୀ - BJD Workers joined BJP

2014 ଲୋକସଭା ନିର୍ବାଚନରେ ମୟୂରଭଞ୍ଜରୁ ଦେବାଶିଷ ମାରାଣ୍ଡିଙ୍କୁ ପ୍ରାର୍ଥୀ କରିଥିଲା ଜେଏମଏମ । 1,72,984 ଭୋଟ ପାଇଁ ଦଳ ତୃତୀୟ ସ୍ଥାନରେ ରହିବା ସହ ପରଜାତି ହୋଇଥିଲା । ବିଜେଡିର ରାମଚନ୍ଦ୍ର ସର୍ବାଧିକ ଭୋଟ ପାଇ ବିଜୟୀ ହୋଇଥିଲେ । 2009 ଲୋକସଭା ନିର୍ବାଚନରେ ଜେଏମଏମରୁ ସୁଦାମ ମାରାଣ୍ଡି ପ୍ରାର୍ଥୀ ହୋଇଥିଲେ । ମାତ୍ର 1,90,470 ପାଇଁ ଦ୍ବିତୀୟ ସ୍ଥାନରେ ରହି ପରାଜିତ ହୋଇଥିଲେ । ବିଜେଡିର ଲକ୍ଷ୍ମଣ ଟୁଡୁ ସେହି ସମୟରେ ବିଜୟୀ ହୋଇଥିଲେ । ଲଗାତାର ତିନୋଟି ନିର୍ବାଚନ ଲଢି ଜେଏମଏମ ପରାଜିତ ହୋଇଥିବା ବେଳେ ଚଳିତ ନିର୍ବାଚନରେ ଦଳ ବିଜୟୀ ହେବ ବୋଲି ଆଶାବାଦୀ । ପୁଣି ଥରେ ଅଞ୍ଜନୀ ସୋରେନଙ୍କ ଉପରେ ଭରସା କରିଛି ଦଳ । ଏହି ଆସନ ଚଲିତ ନିର୍ବାଚନରେ କାହା ଖାତାକୁ ଯାଉଛି ତାଉପରେ ସମସ୍ତଙ୍କ ନଜର । ବର୍ତ୍ତମାନ ସୁଦ୍ଧା ଏହି ଆସନ ପାଇଁ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିନାହିଁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : May 2, 2024, 10:14 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.